କ୍ରିକେଟର୍ ଭଗବାନ କୁହାଯାଉଥିବା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟରୁ ଅବସର ନେବା ପରେ ବି ଚର୍ଚ୍ଚାରେ ରହୁଚନ୍ତି। ୨୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର୍ରେ ସେ ଅନେକ ରେକର୍ଡ କରିଚନ୍ତି। କ୍ରିକେଟ୍ ଛଡା ସେ ବିଜ୍ଞାପନରେ ମଧ୍ୟ ସକ୍ରିୟ। ଆଜି ବି ସେ ଅନେକ ବିଜ୍ଞାପନରେ ନଜର ଆସୁଛନ୍ତି। ବିଶ୍ୱର ଅନେକ ବ୍ରାଣ୍ଡ ସହ ସଚିନ ଚୁକ୍ତି କରିଛନ୍ତି। ୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲବିଦା କହିଥିବା ସଚିନ ବିିଶ୍ୱର ଧନୀ କ୍ରିକେଟ୍ର ଭାବରେ ମଧ୍ୟ ଜଣାଶୁଣା। ତେବେ ୨୦୨୦ରେ ସଚିନଙ୍କ ମୋଟ ସମ୍ପତ୍ତି ୮୩୪ କୋଟି ଟଙ୍କା ଥିଲା। ସଚିନ କୋକାକୋଲା, ଆଦିଡାସ, ବିଏମଡବ୍ଲୁ ଇଣ୍ଡିଆ, ତୋଷିବା, ଜିଲେଟ ଏବଂ ଅନ୍ୟାନ୍ୟ ଜଣାଶୁଣା ବ୍ରାଣ୍ଡ ସହିତ ଜଡିତ ଅଛନ୍ତି। କେବଳ କୋକାକୋଲା ସହିତ ହୋଇଥିବା ଚୁକ୍ତି ମାଧ୍ୟମରେ ତେନ୍ଦୁଲକର ୨୦୧୧-୧୩ ମଧ୍ୟରେ ୧.୨୫ ମିଲିୟନ ଡଲାର ରୋଜଗାର କରିଥିବା ଜଣାପଡିଛି। ସଚିନ ଏହି ସମୟରେ କ୍ରିକେଟରେ ସକ୍ରିୟ ଥିଲେ। ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ୬୨ କୋଟି ଟଙ୍କା ରୋଜଗାର କରିଥିଲେ। କ୍ରିକେଟରୁ ଅବସର ନେବା ପରେ ସଚିନ ବିସିସିଆଇରୁ ପ୍ରତି ମାସରେ ପେନଶନ୍ ଭାବରେ ୫୦ ହଜାର ଟଙ୍କା ପାଆନ୍ତି। ଏହାଛଡା ତାଙ୍କର ପଶ୍ଚିମ ବାନ୍ଦ୍ରାରେ ବିଶାଳ ବଙ୍ଗଳା ଅଛି। ତେନ୍ଦୁଲକର ମଧ୍ୟ ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପାଇଛନ୍ତି।
ଏଫ୍ସି ବେୟର୍ନ ବିଶ୍ୱ ଦଳରେ ଶୁଭୋ ପଲ୍
ନୂଆଦିଲ୍ଲୀ, ୧୨ା୬ (ପି.ଟି.)- ଦିଲ୍ଲୀଭିତ୍ତିକ ସୁଦେଭା ଏଫ୍ସି ଆଇ-ଲିଗ୍ ଦଳର ଅଧିନାୟକ ଶୁଭୋ ପଲ୍ ପ୍ରସିଦ୍ଧ ଜର୍ମାନ ଫୁଟ୍ବଲ କ୍ଲବ ଏଫ୍ସି ବେୟର୍ନର ୧୯ ବର୍ଷରୁ...
୨୦ ବର୍ଷ ବୟସରେ ମାରିଥିଲେ ୨୦ ଛକା: ମଦ ନିଶା ଯୋଗୁ ନଷ୍ଟ ହୋଇଯାଇଥିଲା କ୍ରିକେଟ୍ କ୍ୟାରିୟର୍
ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ୍ ଆଜି ୪୬ତମ ଜନ୍ମଦିନ ପାଳନ କରୁଛନ୍ତି। ସାଇମଣ୍ଡସ ଜଣେ ମହାନ ଅଲରାଉଣ୍ଡର ଥିଲେ। ସେ ପଡ଼ିଆରେ ଯାହା ବି...
କୋପା ଆମେରିକା: ଉରୁଗୁଏକୁ ହରାଇଲା ଆର୍ଜେଣ୍ଟିନା
ସାଇ ପାଓଲୋ, ୨୦।୬(ଏ.ପି.)- କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ଉରୁଗୁଏକୁ ପରାସ୍ତ କରିଛି। ଫଳରେ ଲିଓନେଲ ମେସିଙ୍କ ଦଳ...
‘ପରାରୁଛ ନା ଗାଳି କରୁଛ’; କାହିଁକି ଇଶାନ୍ତ ଶର୍ମାଙ୍କୁ ଏମିତି କହିଲେ କୋହଲି
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆ ଉପରେ ଭାରୀ ପଡିଛି। ମ୍ୟାଚର ତୃତୀୟ ଦିନରେ ପ୍ରଥମ ଇନିଂସରେ ୨୧୭ରନ ସ୍କୋର କରିବା...
ପଦାର୍ପଣରେ ଲେଡି ସେହ୍ବାଗଙ୍କ ରେକର୍ଡ
ବ୍ରିଷ୍ଟଲ,୧୮ା୬: ଲେଡି ସେହ୍ବାଗ ଭାବେ ମହିଳା କ୍ରିକେଟରେ ଜଣାଶୁଣା ଟିମ୍ ଇଣ୍ଡିଆର ଓପନର ଶେଫାଳି ବର୍ମା ପଦାର୍ପଣ ଟେଷ୍ଟରେ ଇତିହାସ ରଚିଛନ୍ତି। ୧୭ ବର୍ଷୀୟା ବ୍ୟାଟ୍ସଓମେନ...
ଷ୍ଟାର ଖେଳାଳିଙ୍କ କାରନାମା: ଗୋଇଠା ମାରି ଭାଙ୍ଗିଦେଲେ ଉଇକେଟ
ଢାକା,୧୧।୬ : ବାଂଲାଦେଶର ଘରୋଇ ଟି୨୦ ଟୁର୍ନାମେଣ୍ଟ ଢାକା ଲିଗ୍ରେ ଶୁକ୍ରବାର ଏକ ଅପ୍ରିତିକର ଘଟଣା ଘଟିଛି। ଅମ୍ପାୟରଙ୍କୁ ଅସଦାଚରଣ କରିବା ସହ ଷ୍ଟମ୍ପକୁ ଗୋଇଠା...
ଟେଷ୍ଟ ର଼୍ୟାଙ୍କିଙ୍ଗ୍: ଜାଡେଜା ନମ୍ବର ଓ୍ବାନ ଟେଷ୍ଟ ଅଲ୍ରାଉଣ୍ଡର
ଦୁବାଇ, ୨୪ା୬ (ପି.ଟି.)-ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ଓ୍ବେଷ୍ଟଇଣ୍ଡିଜର ଜାସନ ହୋଲ୍ଡରଙ୍କୁ ହଟାଇ ଭାରତର ରବୀନ୍ଦ୍ର ଜାଡେଜା ବିଶ୍ୱର ନମ୍ବର ଓ୍ବାନ ଅଲ୍ରାଉଣ୍ଡର ହୋଇଛନ୍ତି।...
ନୋଭାକ୍ ଜୋକୋଭିଚ୍ ଚାମ୍ପିୟନ
ପ୍ୟାରିସ, ୧୪।୬-ସର୍ବିୟାର ନୋଭାକ୍ ଜୋକୋଭିଚ୍ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ସେ...


