ହେଲ୍ସିଙ୍କି,୨୩ା୬: ଫିନ୍ଲାଣ୍ଡକୁ ବିଶ୍ୱର ସବୁଠୁ ଖୁସି ଦେଶ ଭାବେ ଅଭିହିତ କରାଯାଇଥାଏ। ‘ଓ୍ବାଲର୍ଡ ହାପିନେସ୍ ରିପୋର୍ଟ’ରେ ଲଗାତର ସର୍ବାଗ୍ରେ ରହୁଥିବା ଏହି ଦେଶରେ କାମ କରିବା ପାଇଁ ଲୋକ ମିଳୁନାହାନ୍ତି। ତେଣୁ ଅନ୍ୟ ଦେଶଗୁଡ଼ିକରୁ ଲୋକଙ୍କୁ ଆଣି ଫିନ୍ଲାଣ୍ଡରେ ବସତି ସ୍ଥାପନର ସୁଯୋଗ ଦିଆଯାଉ ବୋଲି ସେଠାକାର ବାସିନ୍ଦା ଚାହଁ।ନ୍ତି।
ଅନେକ ପାଶ୍ଚାତ୍ୟ ରାଷ୍ଟ୍ରରେ ଜନସଂଖ୍ୟା ବୃଦ୍ଧି ଧିମେଇ ଯାଇଥିବାରୁ ଚିନ୍ତା ବଢ଼ିଯାଇଛି। ଫିନ୍ଲାଣ୍ଡ ତନ୍ମଧ୍ୟରୁ ଅନ୍ୟତମ। ବୟସ୍କ ଜନସଂଖ୍ୟା ଦୃଷ୍ଟିରୁ ଜାପାନ ପରେ ଫିନ୍ଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଦେଶର ଅଧିକାଂଶ ଲୋକଙ୍କ ବୟସ ବଢ଼ିଯାଇଛି। ବୟସାଧିକ କାରଣରୁ ସେମାନେ କାମ କରିବାକୁ ଅକ୍ଷମ ହୋଇଯାଇଥିବାରୁ ଅନ୍ୟମାନଙ୍କଠାରୁ ସହାୟତା ଆଶା କରୁଛନ୍ତି। କିନ୍ତୁ ଅନ୍ୟମାନେ ମଧ୍ୟ ବୃଦ୍ଧାବୃଦ୍ଧଙ୍କୁ ସହଯୋଗ କରିବା ଅବସ୍ଥାରେ ନାହାନ୍ତି। ଜାତିସଂଘ ପକ୍ଷରୁ ମିଳିଥିବା ସୂଚନାନୁସାରେ ୧୦୦ ଶ୍ରମଜୀବୀଙ୍କ ମଧ୍ୟରୁ ୩୯.୨ ଜଣଙ୍କ ବୟସ ୬୫ ବର୍ଷରୁ ଊର୍ଦ୍ଧ୍ୱ। ୨୦୩୦ ସୁଦ୍ଧା ଏଭଳି ଲୋକଙ୍କ ନିର୍ଭରଶୀଳତା ୪୭.୫%କୁ ବୃଦ୍ଧି ପାଇବ ବୋଲି ଜାତିସଂଘ ଆକଳନ କରିଛି। ପ୍ରାୟ ୫୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଫିନ୍ଲାଣ୍ଡର ସରକାର ଦେଶବାସୀଙ୍କୁ ଚେତାଇଛନ୍ତି ଯେ, ବାର୍ଷିକ ଇମିଗ୍ରେଶନକୁ ବଢ଼ାଇବାକୁ ପଡ଼ିବ। ସାଧାରଣ ସେବା ପ୍ରଦାନ ବଜାୟ ରଖିବାକୁ ହେଲେ ଅନ୍ୟ ଦେଶରୁ ବର୍ଷକୁ ଅନୂ୍ୟନ ୨୦,୦୦୦ରୁ ୩୦,୦୦୦ ପର୍ଯ୍ୟନ୍ତ ପ୍ରବାସୀଙ୍କୁ ଆଣିବାକୁ ପଡ଼ିବ। ଫିନ୍ଲାଣ୍ଡ ସ୍ପେନ୍ରୁ ସ୍ବାସ୍ଥ୍ୟକର୍ମୀ, ସ୍ଲୋଭାକିଆରୁ ମେଟାଲ ଓ୍ବାର୍କର ଏବଂ ରୁଷିଆ ଓ ଭାରତରୁ ଆଇଟି ତଥା ମାରିଟାଇମ୍ ବିଶେଷଜ୍ଞଙ୍କୁ ଆଣିଥାଏ। କିନ୍ତୁ ନିକଟରେ ଏଦିଗରେ ନିଆଯାଇଥିବା କିଛି ପଦକ୍ଷେପ ସଫଳ ହୋଇନାହିଁ। କାରଣ ଅଧିକାଂଶ ପଶ୍ଚିମ ୟୁରୋପୀୟ ଦେଶରେ ପ୍ରବାସୀ ବିରୋଧୀ ମାନସିକତା ଓ ବାହାର ଲୋକଙ୍କୁ ନିଯୁକ୍ତି ଦେବାରେ ଅନାଗ୍ରହ ଭଳି ଅସୁବିଧା ରହିଛି। ଏପରି କି ନିର୍ବାଚନ ବେଳେ ସେମାନଙ୍କ ମତଦାନ ଅଧିକାରକୁ ମଧ୍ୟ ଅନେକେ ଗ୍ରହଣ କରି ନ ଥାଆନ୍ତି। ତେଣୁ ଅନ୍ୟ ଦେଶରୁ ସେଠାକୁ ଯାଇ ସ୍ଥାୟୀ ବସତି ସ୍ଥାପନ କରିବାକୁ ଅନେକେ ଚାହିଁ ନ ପାରନ୍ତି। ୨୦୧୩ରେ ସ୍ପେନ୍ରୁ ୮ ଜଣ ନର୍ସଙ୍କୁ ଫିନ୍ଲାଣ୍ଡର ଭାସ ସହରକୁ କାମ କରିବା ପାଇଁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣ ସେଠାକାର ଆକାଶଛୁଆଁ ଦରଦାମ, ଅତ୍ୟଧିକ ଶୀତ ଓ ଜଟିଳ ଭାଷା ଯୋଗୁ ଛାଡ଼ି ଚାଲିଯାଇଥିଲେ।
ପ୍ରକାଶ ଯେ ଫିନ୍ଲାଣ୍ଡ ହେଉଛି ୟୁରୋପୀୟ ସଂଘର ଏକ ସଦସ୍ୟ। ୧୯୧୭ ପର୍ଯ୍ୟନ୍ତ ସେଠାରେ ରୁଷିଆର ଶାସନ ଚାଲିଥିଲା। ରୁଷିଆ ବିପ୍ଳବ ପରେ ଏହି ଦେଶ ନିଜକୁ ସ୍ବାଧୀନ ଘୋଷଣା କରିଥିଲା। ଲିଙ୍ଗଗତ ସମାନତା କ୍ଷେତ୍ରରେ ଫିନ୍ଲାଣ୍ଡ ସବୁଠୁ ଆଗରେ ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.