E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମେଟ୍ରୋ, ରାଜ୍ୟ

ଓ୍ବେବ୍‌ସାଇଟରେ ପ୍ରଭାବ ଏବଂ ପଇସା
9:29 amJune 25, 2021

ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ ବର୍ତ୍ତମାନ ୪୨ଟି ବିଭାଗ କାର୍ଯ୍ୟ କରୁଛି। ସେ ସମସ୍ତ ବିଭାଗର ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକ କେତେ ମାତ୍ରାରେ ସୁରକ୍ଷିତ ତାକୁ ନେଇ ବର୍ତ୍ତମାନ ଲୋକସେବା ଭବନରେ କାର୍ଯ୍ୟରତ କର୍ମଚାରୀ ମହଲରେ ଗୁଞ୍ଜରଣ ଆରମ୍ଭ ହେଲାଣି। ସରକାରଙ୍କ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅନ୍‌ଲାଇନ ଜରିଆରେ କାମ କରିବା ନାଁରେ କେତେକ ସଫ୍ଟଓ୍ବେର ଡେଭଲପମେଣ୍ଟ କମ୍ପାନୀ ହାତକୁ ଟେକି ଦିଆଯାଇଛି। ଓଡ଼ିଶା ସରକାର ସବୁ ଫାଇଲ ଏବେ ଓଏସ୍‌ଡବ୍ଲ୍ୟୁଏଏସ୍‌(ଓସ୍‌ଓ୍ବାସ୍‌) ମାଧ୍ୟମରେ କାମ କରୁଛନ୍ତି। ଓସ୍‌ଓ୍ବାସ୍‌ ଅର୍ଥାତ୍‌ ଓଡ଼ିଶା ସେକ୍ରେଟେରିଏଟ୍‌ ଓ୍ବର୍କଫ୍ଲୋ ଅଟମୋସନ ସିଷ୍ଟମ ନାମକ ଏକ ସଫ୍ଟଓ୍ବେର। ଏହି ସଫ୍ଟଓ୍ବେରଟି ଟିସିଏସ୍‌(ଟାଟା କନ୍‌ସଲଟାନ୍ସି ସର୍ଭିସ) ଦ୍ୱାରା ପରିଚାଳିତ। ଟାଟା ଭଳି କମ୍ପାନୀ ଦ୍ୱାରା ଯଦି ସରକାରଙ୍କ ସମସ୍ତ ଫାଇଲ କାର୍ଯ୍ୟର ତଦାରଖ ହେଉଥାଏ, ତେବେ ଓଡ଼ିଶାର ଭବିଷ୍ୟତ କେତେ ସୁରକ୍ଷିତ ତାକୁ ନେଇ କର୍ମଚାରୀଙ୍କ ମନରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ଏହି ସନ୍ଦେହ ଯୁକ୍ତିଯୁକ୍ତ ଲାଗୁଛି, କାରଣ ଟାଟା ଗ୍ରୁପ୍‌ର ମୁଖ୍ୟ ଭାତହାଣ୍ଡି, ଅର୍ଥାତ୍‌ ଟାଟା ଷ୍ଟିଲ୍‌, ବହୁଦିନରୁ ଓଡ଼ିଶାରେ ଖଣିଜ ପଦାର୍ଥ ଉତ୍ତୋଳନ କରିବାରେ ଲିପ୍ତ ରହି ଆସିଛି। ଏହା ହେଉଛି ଗୋଟିଏ ଉଦାହରଣ।
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ବର୍ତ୍ତମାନ ଅନ୍‌ଲାଇନ କାର୍ଯ୍ୟକୁ ବହୁ ମାତ୍ରାରେ ପ୍ରାଧାନ୍ୟ ଦିଆଯାଉଛି। ତେଣୁ ସଫ୍ଟଓ୍ବେର ଡେଭଲପଠାରୁ ଆରମ୍ଭ କରି କମ୍ପ୍ୟୁଟର କିଣା ପର୍ଯ୍ୟନ୍ତ ବିଭିନ୍ନ ଆଳରେ କେତେ ଟଙ୍କା ଖର୍ଚ୍ଚ ହେଉଛି ସେନେଇ କାହାରି ପାଖରେ କିଛି ତଥ୍ୟ ରହୁନାହିଁ। ଏଥିପାଇଁ ମଧ୍ୟ ରାଜ୍ୟ ସରକାର ଜିନିଷ କିଣିବା ପୂର୍ବରୁ ଏକ ନୂଆ ସ୍ବତନ୍ତ୍ର ଓ୍ବେବ୍‌ସାଇଟ୍‌ ଖୋଲି ଦେଉଛନ୍ତି। ଏହା ଫଳରେ ବିଭାଗର ଉଚ୍ଚପଦସ୍ଥ କର୍ତ୍ତୃପକ୍ଷଙ୍କ ସହ ଭଲ ସମ୍ପର୍କ ରଖିଥିବା ଯୋଗାଣକାରୀ ସଂସ୍ଥା ଟେଣ୍ଡର ପକାଇବାରେ ସକ୍ଷମ ହେଉଛନ୍ତି। ତେଣୁ ଏ ସମ୍ପର୍କରେ ସମ୍ପୃକ୍ତ ସଚିବ ଏକାକୀ ତଥ୍ୟ ଜାଣୁଛନ୍ତି। ଜଣେ ଲୋକସେବା ଭବନ କର୍ମଚାରୀଙ୍କ କହିବା ମୁତାବକ, ଆଗରୁ ପିଅନଙ୍କ ହାତରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଫାଇଲ ପଠାଯାଉଥିଲା। ସେହି ପିଅନମାନେ ୧୫ରୁ ୨୦ ହଜାର ଟଙ୍କା ଦରମା ନେଇ କାମ କରୁଥିଲେ। ହେଲେ ଓସ୍‌ଓ୍ବାସ୍‌ ସଫ୍ଟଓ୍ବେର ହେବାପରେ ବର୍ତ୍ତମାନ ବିଭିନ୍ନ କଣ୍ଟ୍ରାକ୍ଚୁଆଲ ଷ୍ଟାଫ୍‌ମାନଙ୍କୁ ଦେଖିବାକୁ ମିଳୁଛି। ତେଣୁ ଘରୋଇ ସଫ୍ଟଓ୍ବେର କମ୍ପାନୀଗୁଡ଼ିକ କେତେ ମାତ୍ରାରେ ସରକାରୀ କାର୍ଯ୍ୟାଳୟରେ ପଶିସାରିଲେଣି ତାହା ସ୍ପଷ୍ଟ ବୁଝାପଡୁଛି। ଟିସିଏସ୍‌ ଭଳି ଆଉ ଏକ ସଫ୍ଟଓ୍ବେର କମ୍ପାନୀ ବର୍ତ୍ତମାନ ସରକାରଙ୍କ ବିଭିନ୍ନ ପ୍ରକାର ଓ୍ବେବ୍‌ସାଇଟ ଖୋଲିବାର କାମ ହାତେଇବାରେ ଲାଗିଛି। ଉକ୍ତ ସଫ୍ଟଓ୍ବେର କମ୍ପାନୀଟି ଆଚାର୍ଯ୍ୟବିହାର ସ୍ଥିତ ସରକାରଙ୍କ ଅଧୀନ ଏକ ଆଇଟି ବିଲ୍ଡିଂ ଭିତରେ ଅବସ୍ଥିତ। ସେଠାରେ ଉକ୍ତ ଘରୋଇ କମ୍ପାନୀଟି ଦୁଇଟି ମହଲାରେ ଅଫିସ କରିଛି। ହେଲେ ସେହି ଘରୋଇ କମ୍ପାନୀ ଦୀର୍ଘଦିନ ହୋଇଗଲା କାର୍ଯ୍ୟାଳୟ ଖୋଲିବା ବାବଦ ଭଡ଼ା ସରକାରଙ୍କୁ ଦେଉନାହିଁ। ସରକାରୀ କାର୍ଯ୍ୟାଳୟରୁ ମଧ୍ୟ କୌଣସି ପ୍ରକାର ଚାପ ଏନେଇ ଉକ୍ତ ସଫ୍ଟଓ୍ବେର କମ୍ପାନୀ ଉପରେ ପକାଯାଉ ନାହିଁ। ମିଳିଥିବା ତଥ୍ୟ ମୁତାବକ, ମୁଖ୍ୟମନ୍ତ୍ରୀ ଓ୍ବେବ୍‌ସାଇଟ ଜରିଆରେ କୋଭିଡ୍‌ ରିପୋର୍ଟ ମିଳିବ ବୋଲି ଗତ ମାସ ଶେଷ ସପ୍ତାହ ବେଳକୁ ଘୋଷଣା କରିଥିଲେ। ଏଥିଲାଗି ରାଜ୍ୟରେ କୋଭିଡ୍‌ ଡ୍ୟାସ୍‌ବୋର୍ଡ ଏବଂ କୋଭିଡ୍‌-୧୯ ଓ୍ବେବ୍‌ସାଇଟରେ ବ୍ୟବସ୍ଥା କରାଯାଇଛି। ଲୋକମାନେ ଏହି ସୂଚନା ପାଇବା ଲାଗି ଯେଉଁ ଓ୍ବେବ୍‌ସାଇଟ କରାଯାଇଛି ଉକ୍ତ ଆଇଟି କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି। ବିଗତ ଦିନରେ ପ୍ରବାସୀମାନେ ବାହାରୁ ଫେରିବା ଲାଗି ରେଜିଷ୍ଟ୍ରେଶନ କରିବାକୁ ଯେଉଁ ଓ୍ବେବ୍‌ସାଇଟ ହୋଇଥିଲା ତାହା ମଧ୍ୟ ଉପରୋକ୍ତ କମ୍ପାନୀ ମାଧ୍ୟମରେ କରାଯାଇଛି। କୋଭିଡ୍‌ର ପ୍ରଥମ ଲହର ବେଳକୁ ଉକ୍ତ କମ୍ପାନୀ ଦ୍ୱାରା ଖୋଲାଯାଇଥିବା କିଛି ଓ୍ବେବ୍‌ସାଇଟ ଠିକଣା ଭାବେ କାର୍ଯ୍ୟକାରୀ ହେଉନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଉକ୍ତ ଆଇଟି କମ୍ପାନୀରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ କହିବା ମୁତାବକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ଏବଂ ଆଇଟି ବିଭାଗର ସମସ୍ତ ଅନ୍‌ଲାଇନ କାର୍ଯ୍ୟ ତାଙ୍କ କମ୍ପାନୀ ଦ୍ୱାରା କରାଯାଇଥାଏ। ଅନ୍ୟପଟେ ବିଭିନ୍ନ ବିଭାଗର ସରକାରୀ ଟୁଇଟର ମଧ୍ୟ ସମାନ ଭାବେ ସେହି କମ୍ପାନୀ ପରିଚାଳିତ କରୁଛି। ଉକ୍ତ କାର୍ଯ୍ୟ ପାଇଁ କୋଟିଏରୁ ଅଧିକ ବିଲ୍‌ ହେଉଥିବା ବେଳେ ରାଜ୍ୟ ସର୍ବୋଚ୍ଚ ଅଫିସ୍‌ର କୌଣସି ତଥ୍ୟ ଏହି କମ୍ପାନୀ ମାଲିକଙ୍କଠାରୁ ଲୁକ୍କାୟିତ ରହୁନାହିଁ। ସେଥିଲାଗି ସରକାରୀ ଗୋପନୀୟ ତଥ୍ୟ ଜାଣିବା ପାଇଁ ତାଙ୍କ ସହ ବନ୍ଧୁତା କରିବା ହୋଇଛି ଭୁବନେଶ୍ୱରର କେତେକ ମହଲର ମୁଖ୍ୟ କାର୍ଯ୍ୟ। ଜଣେ କର୍ମଚାରୀଙ୍କ ନିକଟରୁ ମିଳିଥିବା ତଥ୍ୟ ମୁତାବକ, ବିଭିନ୍ନ ବିଭାଗର ଆଇଟି ଡେଭଲପ ଲାଗି ବଜେଟରେ ଅର୍ଥ ବରାଦ ରହିଥାଏ। ଏହାଛଡ଼ା ବିଭିନ୍ନ କାର୍ଯ୍ୟକ୍ରମ ଯେପରି କି କାପାସିଟି ବିଲ୍ଡିଂ ନାମରେ ମଧ୍ୟ ଏକ ଫଣ୍ଡ ପ୍ରାୟ ୫୦ କୋଟି ଟଙ୍କା ରହୁଛି। ସେହି ଅର୍ଥକୁ ମଧ୍ୟ କେତେଜଣ ସଚିବଙ୍କ ଅନୁମୋଦନ ପରେ ବିଭିନ୍ନ ଓ୍ବେବ୍‌ସାଇଟ ଆଦି ଖୋଲିବା, ବିଭିନ୍ନ ଟ୍ରେନିଂ କାର୍ଯ୍ୟକ୍ରମ ନାଁରେ ଉଠାଇ ନିଆଯାଉଛି ଯାହା ବାହାରକୁ ଅସଲ ଦୁର୍ନୀତି ଜଣାପଡୁ ନ ଥିବା ସେ କହିଛନ୍ତି।

 


[mc4wp_form id="252536"] All Right Reserved By Dharitri.Com

Posted inମେଟ୍ରୋ, ରାଜ୍ୟ View All

୧୮ରୁ ୪୪ ଟିକାକରଣ: ୭ ମ୍ୟୁନିସିପାଲିଟି, ୨ ଏନ୍‌ଏସିରେ ସୋମବାରରୁ ଆରମ୍ଭ ହେବ

ଭୁବନେଶ୍ୱର, ୧୯।୬(ବ୍ୟୁରୋ): ରାଜ୍ୟର ୭ ଜିଲାର ୭ ମ୍ୟୁନିସିପାଲିଟି ଓ ୨ ଏନ୍‌ଏସିରେ ୧୮ରୁ ୪୪ବର୍ଷର ହିତାଧିକାରୀଙ୍କ ଟିକାକରଣ ସୋମବାରଠାରୁ ଆରମ୍ଭ ହେବ। ଏହି ସ୍ଥାନଗୁଡ଼ିକ...

ମହିଳାଙ୍କ ସହ ସମ୍ପର୍କକୁ ନେଇ ଯୁବକଙ୍କୁ ହତ୍ୟା

ବୌଦ୍ଧ,୫ା୬: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଧୀନ ସରସରା ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ମୃତକ ହେଲେ...

ସିଏମ୍‌ସି ଟିକାକରଣ ପ୍ରହସନ

କଟକ ଅଫିସ,୧୬ା୬: ସହରରେ ଟିକାକରଣ ବ୍ୟାପକ ଭାବରେ କରାଯାଇଛି ବୋଲି କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଡିଣ୍ଡିମ ପିଟାଯାଉଛି। ବିଦେଶ ଯିବାକୁ ଥିବା ଛାତ୍ରୀଛାତ୍ର,...

ଗୋଟିଏ ପରିବାର ୩ ଜଣଙ୍କୁ ଛୁରାମାଡ଼

ଝାରସୁଗୁଡା ଅଫିସ୍‌,୨୬।୬: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଓରିଏଣ୍ଟ ଥାନା ଅଧୀନ ଶାସ୍ତ୍ରୀନଗରରେ ଗୋଟିଏ ପରିବାର ୩ ଜଣଙ୍କୁ ଜଣେ ଯୁବକ ଛୁରା ମାଡ଼ କରିଛନ୍ତି। ଏଥିରେ...

୧୧ ବନ୍ଧୁକ, ୫୧ ଗୁଳି ଜବତ: ୪ ଗିରଫ

କଟକ ଅଫିସ,୧୭ା୬: ଓଡ଼ିଶା ପାଲଟିଛି ଚୋରା ବନ୍ଧୁକର ଭଣ୍ଡାର। ଗ୍ୟାଙ୍ଗ୍‌ଷ୍ଟର ଧଳସାମନ୍ତ ଭ୍ରାତାଙ୍କ ଆପରାଧିକ ସାମ୍ରାଜ୍ୟର ଖୋଳତାଡ କରୁକରୁ କମିଶନରେଟ୍‌ ପୋଲିସକୁ ମିଳିଳାଣି ବିପୁଳ ପରିମାଣର...

ନକଲି ଔଷଧ ଧରିବ ଏସ୍‌ଟିଏଫ୍‌

ଭୁବନେଶ୍ୱର,୧୬।୬(ବ୍ୟୁରୋ): କରୋନା ମହାମାରୀ ଭଳି ଘଡ଼ିସନ୍ଧି ସମୟରେ ରାଜ୍ୟରେ ନକଲି ଔଷଧ କାରବାର ଚାଲିଛି। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

୧୧ରେ ଲଘୁଚାପ: ୫ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର,୩।୬(ବ୍ୟୁରୋ): ଆସନ୍ତା ଜୁନ୍‌ ୧୧ରେ ଉତ୍ତର-ପୂର୍ବ ବଙ୍ଗୋପସାଗର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଅବପାତରେ ପରିଣତ ହୋଇ...

ଘରୋଇ ହସ୍ପିଟାଲକୁ ଟିକା ଯୋଗାଣ ବନ୍ଦ

ଭୁବନେଶ୍ୱର,୨୫ା୬(ବ୍ୟୁରୋ): ଘରୋଇ ହସ୍ପିଟାଲକୁ ମାଗଣାରେ କୋଭିଡ୍‌-୧୯ ଟିକା ଯୋଗାଣ ବନ୍ଦ ହେବ। ଯଦି କୌଣସି ଘରୋଇ ହସ୍ପିଟାଲରେ ଟିକା ଗଚ୍ଛିତ ଥିବ ତେବେ ସେଗୁଡ଼ିକୁ ତୁରନ୍ତ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଜୁନ୍‌ରେ ବଢ଼ିଲାଣି ୧୩ଥର ପେଟ୍ରୋଲ ୨୬, ଡିଜେଲ ୮ ପଇସା ବୃଦ୍ଧି
Next Post Next post:
ଜେଲରେ ଜନ୍‌ ମେକେଫି ମୃତ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts