Categories: ଫୁରସତ

ଡାକ୍ତରଖାନା ବାହାରେ ଅମ୍ଳଜାନ ନ ପାଇ ଆଖି ବୁଜିଥିଲେ ମା’: ଏବେ ତାଙ୍କ ସ୍ମୃତିରେ କିଛି ଏଭଳି କରି ଉଦାହରଣ ପାଲଟିଲେ ଝିଅ

ମହାମାରୀ କରୋନାର ଦ୍ୱିତୀୟ ଲହରରେ ପ୍ରିୟଜନଙ୍କୁ ହରାଇଛନ୍ତି ଅନେକେ। ସେମାନଙ୍କ ମଧ୍ୟରୁ କିଛି ଦୁଃଖଦ ସମୟରୁ ନିଜକୁ ବାହାର କରି କିଛି ଅଲଗା କରି ଉଦାହରଣ ପାଲଟିଛନ୍ତି। ସେଭଳି ଜଣେ ହେଲେ ଚେନ୍ନାଇର ଆର୍‌ ସିଥା ଦେବୀ। ଡାଏଲିସିସ୍‌ ରୋଗୀ ଥିବା ସିଥାଙ୍କ ମା’ କରୋନାରେ ଆକ୍ରାନ୍ତ ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ସିଥା ତାଙ୍କୁ ରାଜୀବ ଗାନ୍ଧୀ ସରକାରୀ ଜେନେରାଲ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଖାଲି ଶଯ୍ୟା ନ ଥିବାରୁ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ବାହାରେ ଅପେକ୍ଷା କରିବାକୁ ପଡ଼ିଲା। ଦୀର୍ଘ ୪ ଘଣ୍ଟା ପରେ ଶଯ୍ୟା ମିଳିଥିଲେ ହେଁ ତାଙ୍କୁ ବଞ୍ଚା ଯାଇ ପାରି ନ ଥିଲା। ଶେଷରେ ନିଜ ମା’ଙ୍କୁ ହରାଇଥିଲେ ସେ। ଠିକ୍‌ ସମୟରେ ଅମ୍ଳଜାନ ଯୋଗାଣ ହୋଇପାରିଥିଲେ ତାଙ୍କୁ ବଞ୍ଚାଯାଇପାରିଥାନ୍ତା ବୋଲି ସିଥା ଅନୁଭବ କରିଥିଲେ। ଏଣୁ ତାଙ୍କ ମା’ଙ୍କ ଭଳି ଅନ୍ୟ କେହି ସେଭଳି ଅସୁବିଧା ନ ଭୋଗନ୍ତୁ ବୋଲି ସେ ସ୍ଥିର କରିଥିଲେ। ମା’ଙ୍କ ସ୍ମୃତିରେ ସେ ଅମ୍ଳଜାନ ଯୋଗାଇବାକୁ ନିଷ୍ପତ୍ତି ନେଇଥିଲେ।

ମେ’ ୬ ତାରିଖରେ ସିଥା ନିଜ ଏନ୍‌ଜିଓର ଖାଦ୍ୟ ଯୋଗାଣରେ ବ୍ୟବହୃତ ଏକ ଅଟୋରିକ୍ସାକୁ ଠିକ୍‌ କରିଥିଲେ। ସେଥିରେ ସେ ଏକ ଅମ୍ଳଜାନ ସିଲିଣ୍ଡର ରଖିଥିଲେ। ସେବେଠାରୁ ପ୍ରତିଦିନ ସକାଳ ୭ଟା ବେଳକୁ ତାଙ୍କ ଗାଡ଼ି ରାଜୀବ ଗାନ୍ଧୀ ହସ୍ପିଟାଲ ବାହାରେ ଛିଡ଼ା ହୋଇଥାଏ। ସେ ଦୀର୍ଘ ୧୨ ଘଣ୍ଟା ଧରି ଆବଶ୍ୟକ କରୁଥିବା ରୋଗୀଙ୍କୁ ଅମ୍ଳଜାନ ଯୋଗାଇଥାନ୍ତି। ସହାୟତା ଦେବା ଲାଗି ୨୪ ଘଣ୍ଟା ଧରି ତାଙ୍କ ଫୋନ୍‌ ଅନ୍‌ ରହିଥାଏ। ଜରୁରୀକାଳୀନ ପରିସ୍ଥିତିରେ କେହି ଅମ୍ଳଜାନ ନେଇ ଫୋନ୍‌ କଲେ ତାଙ୍କ ସ୍ବେଚ୍ଛାସେବୀ ଟିମ୍‌ ସେଠାରେ ପହଞ୍ଚି ଗାଡ଼ିରେ ସେମାନଙ୍କୁ ଅମ୍ଳଜାନ ଯୋଗାଇ ଦେଇଥାନ୍ତି। ଇତି ମଧ୍ୟରେ ସେ ୫୦୦ରୁ ଅଧିକ ଲୋକଙ୍କୁ ମାଗଣାରେ ଏହି ସୁବିଧା ଯୋଗାଇବାରେ ସକ୍ଷମ ହୋଇଛନ୍ତି। ଏବେ ସେ ଆଉ ଦୁଇଟି ଅଟୋରିକ୍ସାକୁ ସେ ଅମ୍ଳଜାନ ଯୋଗାଣକାରୀ ଯାନରେ ପରିଣତ କରିଛନ୍ତି। ଏହାଛଡ଼ା ସେ ଅଭାବୀ ଲୋକଙ୍କୁ ଖାଦ୍ୟ ବଣ୍ଟନ, ସାନିଟାରୀ ନାପକିନ୍‌ ଡିସ୍‌ପେନସର ସ୍ଥାପନ ଏବଂ କୋଭିଡ ୧୯ରେ ସଂକ୍ରମିତ ଅଜ୍ଞାତ ଶବର ସତ୍କାର ଭଳି କାର୍ଯ୍ୟ କରୁଥିବା ସିଥା କୁହନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.