ଅଭାବ ସମୟରେ ବସ୍ତିବାସିନ୍ଦା, ଦିନମଜୁରିଆ, ଟ୍ୟାକ୍ସିଚାଳକ ଏବଂ ଗୃହହୀନମାନେ ଦିନକର ରୋଜଗାର ବନ୍ଦ କରିବାକୁ ଚାହଁୁ ନ ଥିବାରୁ କୋଭିଡ୍ ଟିକାକରଣରେ ବେଶି ସାମିଲ ହୋଇପାରୁ ନାହାନ୍ତି। ଏହାକୁ ଲକ୍ଷ୍ୟ କରି ବେଙ୍ଗାଲୁରୁର ଡ. ଶ୍ୱେତା ଅଗ୍ରଓ୍ବାଲ ‘ମାଇଁ ଭ୍ୟାକ୍’ ଷ୍ଟାର୍ଟଅପ୍ ମାଧ୍ୟମରେ ସହରର ବିଭିନ୍ନ ସ୍ଥାନରେ ଶିବିର ଆୟୋଜନ କରି ଏମାନଙ୍କୁ ମାଗଣାରେ କୋଭିଡ୍ ଟିକା ଦେଉଛନ୍ତି। ଏଥିରେ ବୃହତ୍ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍ପି) ସହଯୋଗ କରୁଛି। ଡିସେମ୍ବର ୨୦୨୦ରେ ଡ. ଅଗ୍ରଓ୍ବାଲ ତାଙ୍କର ଦୁଇ ବନ୍ଧୁଙ୍କ ସହ ମାଇଁ ଭ୍ୟାକ୍ ଷ୍ଟାର୍ଟଅପ୍ ଆରମ୍ଭ କରି ଘରେ ବୟସ୍କ ଏବଂ ପିଲାମାନଙ୍କୁ ପୋଲିଓ, ହେପାଟାଇଟିସ୍- ଏ ଆଣ୍ଡ୍ ବି ଏବଂ ଫ୍ଲୁ ଭାଇରସ୍ ଆଦି ଟିକା ଦେବା ଆରମ୍ଭ କରିବା ପରେ ଏବେ ଏହା ମାଧ୍ୟମରେ କୋଭିଡ୍ ଟିକାକରଣ ଅଭିଯାନ ଚଳାଇଛନ୍ତି। ଏଥିପାଇଁ ନର୍ସ, ଡାକ୍ତର ଏବଂ ଟେକ୍ନିସିଆନଙ୍କ ସମେତ ୧୦୦ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ବେଙ୍ଗାଲୁରୁ ବ୍ୟତୀତ ଟିକାକରଣ ଅଭିଯାନକୁ ମୁମ୍ବାଇ ଏବଂ ପୁଣେକୁ ସମ୍ପ୍ରସାରଣ କରାଯାଇଛି ଓ ୩ଟି ସହରରେ ୪୦ଟି କ୍ୟାମ୍ପ ଆୟୋଜନ କରାଯାଇ ଏବେ ସୁଦ୍ଧା ୬,୦୦୦ ଲୋକଙ୍କୁ ମାଗଣାରେ ଟିିକା ଦିଆଯାଇଛି। ଅଧିକ ଟିକା ଉପଲବ୍ଧ ହେଲେ ଦୈନିକ ୩୦୦୦ ଲୋକଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଛି ଓ ହାଇଦ୍ରାବାଦ ଏବଂ ଚେନ୍ନାଇରେଏହି ଅଭିଯାନକୁ ଆରମ୍ଭ କରାଯିବାର ଯୋଜନା କରାଯାଇଛି ବୋଲି କୁହନ୍ତି ଡ. ଅଗ୍ରଓ୍ବାଲ।
ସଂସ୍ଥାଗତ ଢାଞ୍ଚାରେ ସଂସ୍କାର ଲୋଡ଼
ମାରିଆ ଫର୍ନାଣ୍ଡା ଏସ୍ପିନୋସା, ଡାନିଲୋ ଟର୍କ ବୃହତ୍ ଶକ୍ତି ପ୍ରତିଯୋଗିତା, ସମସ୍ୟା ସୃଷ୍ଟିକାରୀ ବିଦେଶୀ ପ୍ରୀତି ଜାତୀୟତା,ଜୀବନ ଜିଇବାରେ ପ୍ରମୁଖ ଭୂମିକା ନେଉଥିତ୍ବା ପରିବେଶଗତ ବିପଦ...
ସେଦିନ ଓ ଆଜିର ଲେଖା
ମୀରା ବେଉରା ଗୋଟିଏ ରାଜ୍ୟରେ ଦୁଇଜଣ କବି ଥିଲେ। ପ୍ରଥମ କବିଜଣକ ପ୍ରେମ, ଆନନ୍ଦ, ବିଷାଦ, ପ୍ରକୃତି, ସୌନ୍ଦର୍ଯ୍ୟ, ସମାଜ ତଥା ରାଜ୍ୟର ସାଂପ୍ରତିକ ଘଟଣାବଳୀକୁ...
କରୋନା ବର୍ଜ୍ୟ ବିପଦ
ଡା. ଉମେଶ ଚନ୍ଦ୍ର ପାତ୍ର ନିକଟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି ଏବଂ ଭୟାବହ କରୋନା ମହାମାରୀ ଦିନକୁ ଦିନ ସ୍ବାସ୍ଥ୍ୟଗତ ବିପଦ ସୃଷ୍ଟି...
ଏଇ ଭାରତରେ
ହିମାଳୟରେ ବର୍ଦ୍ଧିତ ପ୍ରଦୂଷିତ ପରବେଶକୁ ସୁଧାରିବା ଲାଗି ଭାରତୀୟ ବନ ସେବା ଅଧିକାରୀ ଐଶ୍ୱର୍ଯ୍ୟା ରାଜ୍ଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ସେ ହିମାଚଳପ୍ରଦେଶର ପାର୍ବତୀ ଡିଭିଜନରେ...
ଏକ ତ୍ରୁଟିପୂର୍ଣ୍ଣ ଅନ୍ବେଷଣ
ଜାଚରୀ କାରାବେଲ୍ ନିକଟରେ ଆମେରିକାର ପୋଡ୍କାଷ୍ଟର ଜୋଏ ରୋଗନ ଶୀର୍ଷକରେ ପ୍ରକାଶ କରିଛନ୍ତି ଯେ,ସମ୍ପ୍ରତି ଆମେରିକାର ସାଂସ୍କୃତିକ ପଥ ଯାହା ରହିଛି ତାହା ଗୋରା ଲୋକଙ୍କୁ...
ଏଇ ଭାରତରେ
ପଞ୍ଜାବର ଦୁଇ ମହିଳା ବନ ଅଧିକାରୀ କଳ୍ପନା କେ ଏବଂ ଏମ୍ ଗୀତାଞ୍ଜଳିଙ୍କର ପରିବେଶ ତଥା ଜୀବ ସୁରକ୍ଷା ପ୍ରତି ଶତ ପ୍ରତିଶତ ସମର୍ପିତ ଭାବ...
ସୁଧାର ଆଧାର ସଙ୍ଗୀତ ସୁଧାକର
ପ୍ରଫୁଲ୍ଲ କର ପ୍ରାଣହୀନ ସଙ୍ଗୀତ ବୃକ୍ଷହୀନ ଟାଙ୍ଗରା ଭୂଇଁ ପରି। ପ୍ରାଣ ନ ଥିବା ସଙ୍ଗୀତ ପାଗଳର ପ୍ରଳାପ ପରି ବୋଧହୁଏ। ତେବେ ସଙ୍ଗୀତ ସୁଧାକର...
କଳା ରକ୍ତର ଅନ୍ବେଷଣକାରୀ
ଐତିହାସିକ ଘଟଣାବଳୀକୁ ଚମତ୍କାର ଭାବେ ଉପସ୍ଥାପନ କରିପାରିଲେ ଆଜିର ପିଢ଼ି ତାହାକୁ ପଢ଼ିବାକୁ ଆଗ୍ରହ ପ୍ରକାଶ କରିବେ। ପୂର୍ବଜମାନଙ୍କ ସାହସିକ ପଦକ୍ଷେପ ବା କୀର୍ତ୍ତି ହେଉ...


