ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିତ୍ବା ପାଇଁ ଯେଉଁ କେତେଜଣ ପ୍ରୟାସ ଜାରି ରଖିତ୍ଛନ୍ତି ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ସମୀକ୍ଷା ଗନେରିଓ୍ବାଲ ସମ୍ପୂର୍ଣ୍ଣ ଭିନ୍ନ। ସମୀକ୍ଷା ପ୍ଲାଷ୍ଟିକ ବ୍ୟବହାର କମାଇବା ଲାଗି କାଗଜ ବୋତଲ ତିଆରି କରୁଛନ୍ତି। ଭାରତରେ ଏହା ପ୍ରଥମ କରି ସେ ତିଆରି କରିଛନ୍ତି। କେବଳ କାଗଜ ବର୍ଜ୍ୟରୁ ହିଁ ଏହା ତିଆରି କରାଯାଉଛିି। ଏହା ପ୍ଲାଷ୍ଟିକ ବୋତଲଠାରୁ ଶସ୍ତା। ଏହା ଶତ ପ୍ରତିଶତ ବିଘଟନଯୋଗ୍ୟ। ଖୁବ୍ କମ୍ ଦିନରେ ଏହା ମାଟିରେ ମିିଶିଯାଉଛି। ଏଥିରେ ପାନୀୟ, ବିଭିନ୍ନ ପ୍ରକାର ତରଳ ଏବଂ ପାଉଡର ରଖାଯାଇପାରୁଛି। ସମୀକ୍ଷା ଏମ୍ବିଏ ଶେଷ କରିବା ପରେ ଏହି କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ସେ ନୋଏଡାରେ ‘କାଗ୍ଜି ବଟଲସ୍’ କମ୍ପାନୀ ପ୍ରତିଷ୍ଠା କରି ସେଠାରେ ବୋତଲ ତିଆରି କରୁଛନ୍ତି। ୨୦୧୮ରେ କାଗଜ ବୋତଲ ନିର୍ମାଣ କରିବାକୁ ପ୍ରୟାସ କରିଥିଲେ ବି ଏହାର ଦୁଇବର୍ଷ ପରେ ଡିସେମ୍ବର ୨୦୨୦ରେ ପ୍ରଥମେ ଏହାର ପ୍ରତିକୃତି ନିର୍ମାଣ କରିବାରେ ସଫଳ ହୋଇଥିତ୍ଲେ। ଭାରତରେ ବର୍ଷକୁ ୩୦ ଲକ୍ଷ ମେଟ୍ରିକ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ବାହାରେ ଓ ଏହାକୁ ହ୍ରାସ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଏବେ ତାଙ୍କ ପାଖରେ ଅଧିକ ଅର୍ଡର ପହଞ୍ଚୁଛି ଓ ମାସକୁ ସେ ୨ ଲକ୍ଷ ବୋତଲ ଉପତ୍ାଦନ କରିପାରିବେ ବୋଲି କହନ୍ତି ୩୮ ବର୍ଷୀୟା ସମୀକ୍ଷା।
ସମସ୍ୟା ସମାଧାନ କରାଯାଉ
ଡ. ସନ୍ତୋଷ କୁମାର ମହାପାତ୍ର ନିକଟରେ କରୋନା ମହାମାରୀଜନିତ ଲକ୍ଷଲକ୍ଷ ଲୋକ ଜୀବନ ଓ ଜୀବିକା ହରାଇବାର ଦୃଶ୍ୟରେ ବ୍ୟସ୍ତହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନ୍ଦି...
ଏଇ ଭାରତରେ
ଅଭାବ ସମୟରେ ବସ୍ତିବାସିନ୍ଦା, ଦିନମଜୁରିଆ, ଟ୍ୟାକ୍ସିଚାଳକ ଏବଂ ଗୃହହୀନମାନେ ଦିନକର ରୋଜଗାର ବନ୍ଦ କରିବାକୁ ଚାହଁୁ ନ ଥିବାରୁ କୋଭିଡ୍ ଟିକାକରଣରେ ବେଶି ସାମିଲ ହୋଇପାରୁ...
ବାବୁଙ୍କ ଭୟ
କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜନୈତିକ ଲଢ଼େଇ ଘଟଣା ଏବେ ବଢୁଛି ଓ ଅମଲାତନ୍ତ୍ରୀମାନେ ଏହା ମଧ୍ୟରେ ଫସୁଛନ୍ତି। ଏ ସମ୍ପର୍କରେ ଯେଉଁମାନେ ଅବଗତ ସେମାନେ...
କଥା ବିକ୍ରି
ଡ. ସୁବାସ ଚନ୍ଦ୍ର ପାତ୍ର ପରିବର୍ତ୍ତିତ ପରିସ୍ଥିତିରେ ଅନେକ ବସ୍ତୁ ବିକ୍ରି ହେବାକୁ ଲାଗିଲା, ଯାହା ବିକ୍ରିଯୋଗ୍ୟ ବୋଲି ୪୦/୫୦ ବର୍ଷ ପୂର୍ବରୁ କେହି ଚିନ୍ତା...
ଏଇ ଭାରତରେ
ଚା ଗଛର ପତ୍ରରୁ ସ୍ବାଦିଷ୍ଟ ଚା ପିଇବାରେ ଆମେ ଅଭ୍ୟସ୍ତ। କିନ୍ତୁ ବାମ୍ବୋ ଲିଫ୍ ଟି ବା ବାଉଁଶ ପତ୍ର ଚା କେବେ ପିଇଛନ୍ତି କି?...
ଲାକ୍ଷାଦ୍ୱୀପ
କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ ଏବେ ଅଶାନ୍ତ ହୋଇପଡ଼ିଛି। ସେଠାକାର ଜନସାଧାରଣଙ୍କ ଅଧିକାର ଓ ସ୍ୱଚ୍ଛନ୍ଦ ଜୀବନଯାପନରେ ପ୍ରଶାସକ ପ୍ରଫୁଲ ଖୋଡ଼ା ପଟେଲ ପ୍ରତିବନ୍ଧକ ସାଜିଛନ୍ତି। ଏହି...
ଏଇ ଭାରତରେ
କଳା ଓ ସଂସ୍କୃତି ସୁରକ୍ଷା ପାଇଁ ଜଣେ ଫଟୋଗ୍ରାଫରଙ୍କ ପ୍ରୟାସ ବାସ୍ତବରେ ପ୍ରଶଂସନୀୟ। ମୁମ୍ବାଇର ଏହି ଫଟୋଗ୍ରାଫର ହେଉଛନ୍ତି ୫୩ ବର୍ଷୀୟ ହେମନ୍ତ ଚତୁର୍ବେଦୀ। ସେ...
ପରିସଂସ୍ଥାର ପୁନରୁଦ୍ଧାର ହେଉ
ଡ. ଦେବାନନ୍ଦ ବେଉରା ଏହା କହିବା ବାହୁଲ୍ୟ ଯେ, ଆଜିର ପିଢ଼ି ପରିସଂସ୍ଥା କହିଲେ କିଛି ବୁଝନ୍ତି ନାହିଁ। ଅବଶ୍ୟ କିଛି ଓଡ଼ିଆ ଶବ୍ଦର ସ୍ବଳ୍ପ...


