କୋଭିଡ୍ ମହାମାରୀ ପରିଚାଳନାରେ ସରପଞ୍ଚମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି। କିନ୍ତୁ ମହାରାଷ୍ଟ ସୋଲାପୁର ଜିଲାର ଅଟ୍ରୋଲି ଏବଂ ଘଟନେ ପଞ୍ଚାୟତର ଦୁଇ ଯୁବ ସରପଞ୍ଚଙ୍କ ମହାମାରୀ ବିରୋଧୀ ଲଢ଼େଇ ଏବେ ଉଦାହରଣ ସୃଷ୍ଟି କରିଛି। ଅଟ୍ରୋଲିର ସରପଞ୍ଚ କୋମଲ କାର୍ପେ ଏବଂ ଘଟନେର ସରପଞ୍ଚ ଋତୁରାଜ ଦେଶମୁଖ, ଉଭୟଙ୍କ ବୟସ ୨୧। ଦୁହେଁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସବୁଠୁ ବଡ଼ କଥା ହେଉଛି ପ୍ରଥମ ଲହରରେ ଦୁଇ ପଞ୍ଚାୟତର କ୍ଷତି ହୋଇଥିବାବେଳେ ଦ୍ୱିତୀୟ ଲହରରେ ଏମାନେ ଏହାକୁ ସମ୍ପୂର୍ଣ୍ଣ କରୋନା ମୁକ୍ତ କରିପାରିଛନ୍ତି। ଦୁହେଁ ଚଳିତ ବର୍ଷ ଫେବୃୟାରୀରେ ପଞ୍ଚାୟତ ଦାୟିତ୍ୱ ନେଇଥିତ୍ଲେ। ସରପଞ୍ଚ ଭାବେ ଦାୟିତ୍ୱ ନେବା ପରେ ସେମାନେ ଯେଭଳି କରୋନାର ଦ୍ୱିତୀୟ ଲହରକୁ ମୁକାବିଲା କରିଛନ୍ତି ତାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଋତୁରାଜ ତାଙ୍କ ପଞ୍ଚାୟତରେ ପୋଲିସ ସହାୟତାରେ କୋଭିଡ୍ ନିୟମ ଉଲ୍ଲଂଘନ କଲେ ୨୦୦ଟଙ୍କା ଜରିମାନା ଲାଗୁ କରିଛନ୍ତି। ପଞ୍ଚାୟତରେ ସମସ୍ତଙ୍କର କୋଭିଡ୍ ପରୀକ୍ଷା କରିବା ସହ ପ୍ରତିଦିନ ଅକ୍ସିଜେନ ସ୍ତର ମାପ କରିବାର ବ୍ୟବସ୍ଥା କରିଛନ୍ତି। କୋମଲ କାର୍ପେ ମଧ୍ୟ ତାଙ୍କ ପଞ୍ଚାୟତର ପାଖାପାଖିତ୍ ୩ ହଜାର ଲୋକଙ୍କୁ ସୁରକ୍ଷିତ ରଖିପାରିଛନ୍ତି। ପଞ୍ଚାୟତର ସବୁ ଗ୍ରାମ କମିଟିର ସହଯୋଗରେ ଏହା ସମ୍ଭବ ହୋଇପାରିଛି। ତେବେ ଦୁଇ ସରପଞ୍ଚ ଏବେ ତୃତୀୟ ଲହରକୁ ମୁକାବିଲା କରିବା ଲାଗି ସବୁକିଛି ଯୋଗାଡ଼ରେ ଲାଗିପଡ଼ିଛନ୍ତି।
କରୋନା ମୃତ୍ୟୁ
ଗୌରାଙ୍ଗ ଚରଣ ପରିଡ଼ା କରୋନା ମହାମାରୀରେ ମୃତ୍ୟୁସଂଖ୍ୟାକୁ ନେଇ ଏବେ ସବୁଠି ବେଶ ଚର୍ଚ୍ଚା। ଏ ସଂଖ୍ୟା ନେଇ ସରକାରୀ ହିସାବ ଠିକ୍ ନୁହେଁ...
ଏଇ ଭାରତରେ
ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିତ୍ବା ପାଇଁ ଯେଉଁ କେତେଜଣ ପ୍ରୟାସ ଜାରି ରଖିତ୍ଛନ୍ତି ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ସମୀକ୍ଷା ଗନେରିଓ୍ବାଲ ସମ୍ପୂର୍ଣ୍ଣ ଭିନ୍ନ। ସମୀକ୍ଷା ପ୍ଲାଷ୍ଟିକ...
ଏକ ତ୍ରୁଟିପୂର୍ଣ୍ଣ ଅନ୍ବେଷଣ
ଜାଚରୀ କାରାବେଲ୍ ନିକଟରେ ଆମେରିକାର ପୋଡ୍କାଷ୍ଟର ଜୋଏ ରୋଗନ ଶୀର୍ଷକରେ ପ୍ରକାଶ କରିଛନ୍ତି ଯେ,ସମ୍ପ୍ରତି ଆମେରିକାର ସାଂସ୍କୃତିକ ପଥ ଯାହା ରହିଛି ତାହା ଗୋରା ଲୋକଙ୍କୁ...
କରୋନା ଭୂତାଣୁ କ’ଣ ଚାଇନାରେ ତିଆରି
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ବିଗତ ପ୍ରାୟ ଦୁଇ ବର୍ଷ (୨୦ ମାସ) ଧରି କୋଭିଡ୍-୧୯ ମହାମାରୀ ବିଶ୍ୱର ୨୨୦ ଦେଶରେ ନିୟୁତ ନିୟୁତ...
ଏଇ ଭାରତରେ
”ଆମ ପୃଥିବୀ ଅତି ସୁନ୍ଦର, ଆକର୍ଷଣୀୟ। ଆମେ ତାଙ୍କୁ ଭଲ ପାଇବା, ତା’ପାଇଁ ପ୍ରତିଦିନ କିଛି ସମୟ ଦେବା ଓ ତା’ର ଯତ୍ନ ନେବା ଦରକାର।...
ଇନ୍ଧନ ଟିକସ କ’ଣ ଏକମାତ୍ର ବିକଳ୍ପ
ଡ. ସନ୍ତୋଷ କୁମାର ମହାପାତ୍ର ତୈଳ ବା ଇନ୍ଧନ ବିନା ପାଦେ ଆଗକୁ ଯିବା ଅସମ୍ଭବ। ଏହାର ମୂଲ୍ୟବୃଦ୍ଧି ଘଟିଲେ ଧନୀ ଓ ଗରିବ ସମସ୍ତେ...
ଲାକ୍ଷାଦ୍ୱୀପ
କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ ଏବେ ଅଶାନ୍ତ ହୋଇପଡ଼ିଛି। ସେଠାକାର ଜନସାଧାରଣଙ୍କ ଅଧିକାର ଓ ସ୍ୱଚ୍ଛନ୍ଦ ଜୀବନଯାପନରେ ପ୍ରଶାସକ ପ୍ରଫୁଲ ଖୋଡ଼ା ପଟେଲ ପ୍ରତିବନ୍ଧକ ସାଜିଛନ୍ତି। ଏହି...
ଏଇ ଭାରତରେ
କୋଭିଡ୍ ମହାମାରୀର ମୁକାବିଲା କରିବାକୁ ମହାରାଷ୍ଟ୍ରରେ ଶିକ୍ଷକମାନଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ଅହମ୍ମଦ ନଗରର ଅକୋଲେ ଗାଁରେ ଜିଲା ପରିଷଦ ଶିକ୍ଷକମାନେ କରୋନା ମୃତ୍ୟୁ ରୋକିବା...


