ନଡ଼ିଆ ଖାଇ ଶଢ଼େଇ ବାହାରେ ଫିଙ୍ଗି ଦେବାରେ ସଭଏଁ ଅଭ୍ୟସ୍ତ, କିନ୍ତୁ କେରଳର ମାରିଆ କୁରିକୋସ୍ ତାହାକୁ ସଂଗ୍ରହ କରି ସେଥିରୁ ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ ଜିନିଷ। ମାରିଆଙ୍କ ଘର ଥ୍ରୀଶୂର୍ରେ। ତାଙ୍କ ବୟସ ୨୬। ସେ ବିଜ୍ନେସ ଆଡ୍ମିନିଷ୍ଟ୍ରେଶନ୍ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ପରେ ମୁମ୍ବାଇର ଏକ ସୋସିଆଲ୍ ଏଣ୍ଟର୍ପ୍ରାଇଜ୍ରେ ବର୍ଷେ ଚାକିରି କରି ତାହାକୁ ଛାଡ଼ି ଏହି କାର୍ଯ୍ୟରେ ଲାଗିଛନ୍ତି। ସେ ଏବେ ସୁଦ୍ଧା ଶଢ଼େଇରେ ୮,୦୦୦ଟି ଜିନିଷ ତିଆରି କରି ବିକ୍ରି କରି ସାରିଲେଣି। ମୁଖ୍ୟତଃ ତାଙ୍କ ଦ୍ୱାରା ପ୍ରସ୍ତୁତ ଶଢ଼େଇପାତ୍ରର ଚାହିଦା ବେଶି। ସେ ଏଗୁଡ଼ିକୁ ଥେଙ୍ଗା ବ୍ରାଣ୍ଡ୍ରେ ବିକ୍ରି କରୁଛନ୍ତି। ବ୍ୟବସାୟୀଙ୍କୁ ଜିନିଷ ବିକ୍ରି କରିବା ସହ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ଖାଉଟିଙ୍କ ପାଖରେ ସିଧାସଳଖ ଏହା ପହଞ୍ଚାଇ ଦେଉଛନ୍ତି। ମାରିଆ ଉକ୍ତ କାର୍ଯ୍ୟରେ ୧୦ ଜଣ କାରିଗରଙ୍କୁ ନିଯୁକ୍ତ କରିଛନ୍ତି। ଶଢ଼େଇରେ ୪ ପ୍ରକାର ପାତ୍ର ତିଆରି କରାଯାଉଛି। ଏଥିତ୍ରେ କୌଣସି କେମିକାଲ ବ୍ୟବହାର କରାଯାଉନାହିଁ। ଜିନିଷଗୁଡ଼ିକୁ କେବଳ ନଡିଆ ତେଲରେ ପଲିସ୍ କରାଯାଉଛି। ସବୁଠୁ ଛୋଟ ୧୫୦ଏମ୍.ଏଲ.ର ପାତ୍ରକୁ ୨୫୦ ଟଙ୍କା ଓ ସବୁଠୁ ବଡ଼ ୯୦୦ ଏମ୍.ଏଲ୍. ପାତ୍ରକୁ ୯୫୦ ଟଙ୍କାରେ ବିକ୍ରି କରାଯାଉଛି। ଏହା ବ୍ୟତୀତ ମାରିଆ ଶଢ଼େଇରେ ଚା’କପ୍, କ୍ୟାଣ୍ଡେଲ, କଟ୍ଲେରି ଏବଂ ହ୍ୟାଙ୍ଗିଙ୍ଗ୍ ପ୍ଲାଣ୍ଟର ତିଆରି କରୁଛନ୍ତି। ଏସବୁ ଲାଗି କେରଳ, ତାମିଲନାଡୁ ଏବଂ କର୍ନାଟକରୁ ସେ ଅର୍ଡର ପାଉଛନ୍ତି। କିଛି ମାସ ପରେ ସେ ଏହି ଜିନିଷକୁ ଆମାଜନ ମାଧ୍ୟମରେ ବଜାରକୁ ଛାଡିବା ଯୋଜନା କରିଛନ୍ତି।
ଏଇ ଭାରତରେ
ହିମାଳୟରେ ବର୍ଦ୍ଧିତ ପ୍ରଦୂଷିତ ପରବେଶକୁ ସୁଧାରିବା ଲାଗି ଭାରତୀୟ ବନ ସେବା ଅଧିକାରୀ ଐଶ୍ୱର୍ଯ୍ୟା ରାଜ୍ଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ସେ ହିମାଚଳପ୍ରଦେଶର ପାର୍ବତୀ ଡିଭିଜନରେ...
ଆଲୋଚନାରେ କଶ୍ମୀର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜମ୍ମୁ ଓ କଶ୍ମୀରର ୧୪ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଜୁନ୍ ୨୪ରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହା...
ପରୀକ୍ଷା ବାତିଲ: ଆହ୍ବାନ ଓ ସମାଧାନ
ଅଧ୍ୟାପକ ଶରତ କୁମାର ଦାସ ମହାମାରୀ କରୋନା ପରବର୍ତ୍ତୀ ସମୟରେ ‘ଜୀବନ ଆଗ, ପରୀକ୍ଷା ପଛ’ ନ୍ୟାୟରେ କିଛିଦିନ ପୂର୍ବେ କେନ୍ଦ୍ର ସରକାର ସିବିଏସ୍ଇ...
ସହଜ ରାସ୍ତା ନାହିଁ
ଟିକାକରଣ ଦାୟିତ୍ୱ କେନ୍ଦ୍ର କିଭଳି ମୁଣ୍ଡାଇବ ସେଥିଲାଗି ଚାପ ପକାଇବା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ୧ ଜୁନ୍ରେ ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ...
ସାତ ଦଶନ୍ଧି ପରେ ବି ଅପରିପକ୍ୱ
ରବିନାରାୟଣ ସାମଲ ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ ଓ ପଣ୍ଡିଚେରୀର ବିଧାନସଭା ନିର୍ବାଚନ ଫଳାଫଳ ଦେଶର ରାଜନୀତିକୁ ବେଶ୍ ପ୍ରଭାବିତ କରିଛି। କାରଣ ନିର୍ବାଚନ ମଇଦାନରେ...
ଏଇ ଭାରତରେ
କୋଭିଡ୍ ମହାମାରୀ ପରିଚାଳନାରେ ସରପଞ୍ଚମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି। କିନ୍ତୁ ମହାରାଷ୍ଟ ସୋଲାପୁର ଜିଲାର ଅଟ୍ରୋଲି ଏବଂ ଘଟନେ ପଞ୍ଚାୟତର ଦୁଇ ଯୁବ ସରପଞ୍ଚଙ୍କ ମହାମାରୀ...
ଫୁଲ ଚୋରି
ରୁଦ୍ର ପ୍ରସନ୍ନ ରଥ ସମୟ ସହ ତାଳ ଦେଇ ସହରର ଛାତି ବି ଚଉଡ଼ା ହୋଇ ଚାଲିଛି। ଗାଁରୁ ଦଳ ଦଳ ଲୋକ ସହର...
ପରିବେଶକୁ କାଳ ସିନ୍ଥେଟିକ୍ କପଡ଼ା
ମାନେକା ଗାନ୍ଧୀ ତୁମେ ଯାହା ଖାଉଛ ତାହା କେବଳ ପୃଥିବୀ ଓ ବସବାସ କରୁଥିବା ଜୀବଙ୍କ ଜୀବନ ଶେଷ କରି ଦେଉନି, ବରଂ ଯାହା ପିନ୍ଧୁଛ...


