ଜନସେବା କରିବାର ତରିକା ସମାଜସେବୀ ମାତିୟୁର ରହମାନଙ୍କ କ୍ଷେତ୍ରରେ ନିଶ୍ଚିତ ଭିନ୍ନ। ସେ ବିଦେଶରୁ ମୃତଦେହ ଆଣିବାରେ ଗରିବ ଲୋକମାନଙ୍କୁ ସହଯୋଗ କରୁଛନ୍ତି । ସବୁ କାଗଜପତ୍ର ଯୋଗାଡ଼ କରି ବିଦେଶରୁ ମୃତଦେହ ଆଣିବାରେ ବହୁ ଆଇନଗତ ପଦ୍ଧତି ରହିଥିବା ଯୋଗୁ ଗରିବ ଲୋକମାନଙ୍କ ପକ୍ଷରେ ଏହା ସହଜ ହୋଇ ନ ଥାଏ। ଏଣୁ ରହମାନ ସେମାନଙ୍କ ପାଖରେ ରହି ସବୁ କାର୍ଯ୍ୟ କରନ୍ତି ଓ ଏଥିତ୍ପାଇଁ ଲୋକଙ୍କଠାରୁ କୌଣସି ଦେୟ ମଧ୍ୟ ନିଅନ୍ତି ନାହିଁ। କେବଳ ଏତିକି ନୁହେଁ ବିଦେଶରେ କୌଣସି କାରଣରୁ ଜେଲ କିମ୍ବା ଡିଟେନ୍ଶନ କ୍ୟାମ୍ପରୁ ଲୋକଙ୍କୁ ମୁକ୍ତ କରିବାରେ ସାହାଯ୍ୟ କରୁଛନ୍ତି। ସେ ଖବର ପାଇବା କ୍ଷଣି ଆମ ଦେଶର ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍ଇଏ) ଓ ସାଉଦିଆରବ ରାଷ୍ଟ୍ରଗୁଡ଼ିକରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗରେ ଲାଗିପଡ଼ନ୍ତି। ଇ-ମେଲ୍ ଓ ଟୁଇଟର ମାଧ୍ୟମରେ ସେ ଏହା କରିଥାଆନ୍ତି। ଏହି କାର୍ଯ୍ୟ କରିବା ଲାଗି ସେ ୨୦୦୬ରେ କର୍ଣ୍ଣ ସୁବର୍ଣ୍ଣ ଓ୍ବେଲଫେୟାର ସୋସାଇଟି ଗଠନ କରିଛନ୍ତି। ଏବେ ସୁଦ୍ଧା ସେ ୩୭ ମୃତଦେହ ସାଉଦିଆରବ, ୟୁଏଇ, କୁଏଟ୍ ଏବଂ ମାଲେସିଆରୁ ଆଣିବାରେ ଲୋକଙ୍କୁ ସାହାଯ୍ୟ କରିସାରିଛନ୍ତି। ଏବେ ଏହି ସବୁ ଦେଶରେ ଡିଟେନ୍ଶନ କ୍ୟାମ୍ପ ଓ ଜେଲରେ ରହିଥିବା ପ୍ରାୟ ୮ ଜଣ ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ସେମାନଙ୍କ ସମ୍ପର୍କୀୟଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି।
ଏଇ ଭାରତରେ
କୋଭିଡ୍ ମହାମାରୀର ମୁକାବିଲା କରିବାକୁ ମହାରାଷ୍ଟ୍ରରେ ଶିକ୍ଷକମାନଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ଅହମ୍ମଦ ନଗରର ଅକୋଲେ ଗାଁରେ ଜିଲା ପରିଷଦ ଶିକ୍ଷକମାନେ କରୋନା ମୃତ୍ୟୁ ରୋକିବା...
ସବୁ କ୍ଷେତ୍ର ରଣକ୍ଷେତ୍ର ନୁହେଁ
ଡ.ମୌସୁମୀ ପରିଡ଼ା ସବୁ କ୍ଷେତ୍ର ରଣକ୍ଷେତ୍ର ନୁହେଁ ବା ହେବା ଉଚିତ ନୁହେଁ। କାରଣ ଆମେ ଜୀବନର ପ୍ରତିଟି କ୍ଷେତ୍ରରେ ମାନସିକ ଓ ଶାରୀରିକ ଭାବେ...
ଏଇ ଭାରତରେ
ନଡ଼ିଆ ଖାଇ ଶଢ଼େଇ ବାହାରେ ଫିଙ୍ଗି ଦେବାରେ ସଭଏଁ ଅଭ୍ୟସ୍ତ, କିନ୍ତୁ କେରଳର ମାରିଆ କୁରିକୋସ୍ ତାହାକୁ ସଂଗ୍ରହ କରି ସେଥିରୁ ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ...
ରାନ୍ସମ୍ୱେର ଯୁଗ
ଗୁଗଲ୍, ଆମାଜନ ଓ ଫେସ୍ବୁକ୍ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ (ଏମ୍ଏନ୍ସି) ସମଗ୍ର ବିଶ୍ୱରେ ବେପାର କରୁଛନ୍ତି। କିନ୍ତୁ ହାତଗଣତି ଦେଶରେ ଟିକସ ଦେଉଛନ୍ତି। ହେଲେ ଆଗକୁ...
ସଙ୍କଟ କାଳରେ ଭୋକ ଓ ଭୂତାଣୁ
ଡ. କିଶୋର ମହାନ୍ତି ଭୋକ ଓ ଭୂତାଣୁ ସମାନ୍ତରାଳ ଭାବରେ ସଂପ୍ରତି ଗତି କରି ଚାଲିଛନ୍ତି। ଯଦିଓ ଭୋକ ସର୍ବକାଳୀନ କିନ୍ତୁ ଭୂତାଣୁର ସ୍ଥିତି ସାମୟିକ।...
ମିଛ ହେଲାଣି କାଳ
ଭାରତରେ କୋଭିଡ୍-୧୯ ଯୋଗୁ ଅଦ୍ୟାବଧି ୩ ଲକ୍ଷ ୮୮ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ହେଲେ ବାସ୍ତବ ତଥ୍ୟ ଖୋଜି...
ଘୋର ଅବ୍ୟବସ୍ଥା
ଦେଶର ଅର୍ଥବ୍ୟବସ୍ଥା ତଳକୁ ଖସୁଥିତ୍ବାବେଳେ ଟିକସ ସଂଗ୍ରହ କରିବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ ହୋଇଛି। ଏତିକିବେଳେ ଅଧିତ୍କ ଟିକସ ପାଇବାର ଆଶା କରି ସରକାର ନିଜେ...
ଅଫିମ ହୋଇଛି ଧର୍ମ
ଡ. ଛାୟାକାନ୍ତ ଷଡ଼ଙ୍ଗୀ କାର୍ଲ ମାର୍କ୍ସ ପ୍ରଚଳିତ ଧର୍ମକୁ ଅଫିମ ବୋଲି କହିଛନ୍ତି। ସେ ଜଣେ ୟୁରୋପୀୟ ହୋଇଥିବାରୁ ଖ୍ରୀଷ୍ଟଧର୍ମକୁ ହିଁ ଆଲୋଚନାର ଭୂମି ରୂପେ...


