ଫେକ୍ ନ୍ୟୁଜ୍ର ପ୍ରଭାବ ଏବେ ଟିକାକରଣ ଉପରେ ପଡୁଛି। ଅନେକେ ଟିକା ନେବା ଲାଗି ଅମଙ୍ଗ ହେଉଛନ୍ତି। ତେବେ ଫେକ୍ ନ୍ୟୁଜ୍ର ପ୍ରଭାବକୁ ପ୍ରତିହତ କରିବା ପାଇଁ ମହାରାଷ୍ଟ୍ରର ଜଣେ ସ୍କୁଲ ଶିକ୍ଷକ ରତନ ଚତୁର୍ବେଦୀ ଅଣ୍ଟା ଭିଡ଼ିଛନ୍ତି। ସୁର୍ଗଣା ବ୍ଲକ୍ରେ ରତନ ଜିଲା ପରିଷଦ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବୟସ ୪୮ ବର୍ଷ। ସେ ଲୋକମାନଙ୍କୁ ଏକୁଟିିଆ ଟିକାକରଣର ସତ୍ୟାସତ୍ୟ ବୁଝାଉଛନ୍ତି। ଟିକାର ଉପକାରିତା ତଥା କୋଭିଡ୍ ମହାମାରୀର ଭୟାଭୟତା ଉପରେ ସଚେତନ କରୁଛନ୍ତି। ଏବେ ସୁଦ୍ଧା ସେ ୧୦,୦୦୦ ଲୋକଙ୍କୁ ଟିକାକରଣରେ ସାମିଲ କରିବାକୁ ସକ୍ଷମ ହୋଇ ପାରିଛନ୍ତି। ରତନ ସୁର୍ଗୁଣା ବ୍ଲକର ୧୦ଟି ଗାଁରେ ଏଭଳି ଅଭିଯାନ ଚଳାଇଛନ୍ତି। ଏପରିକି ଦୁର୍ଗମ ଅଞ୍ଚଳରେ ଥିତ୍ତ୍ବା ପଡ଼ା ଗଁାଗୁଡ଼ିକୁ ଚାଲି ଚାଲି ଯାଇ ଲୋକମାନଙ୍କୁ ସଚେତନ କରୁଛନ୍ତି। ତାଙ୍କ ବ୍ଲକର ୧.୭୮ ଲକ୍ଷ ଲୋକଙ୍କୁ ଟିକାକରଣ କରିବା ତାଙ୍କ ଲକ୍ଷ୍ୟ ବୋଲି କହନ୍ତି ରତନ। ରତନ ସକାଳୁ ଉଠି ଏହି କାର୍ଯ୍ୟରେ ବାହାରି ଯାଆନ୍ତି। ଲୋକଙ୍କୁ ବୁଝାଇବା ପରେ ସ୍ବାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ କରି ଲୋକମାନଙ୍କୁ ଟିକାକରଣ କେନ୍ଦ୍ରରେ ପହଞ୍ଚାଉଛନ୍ତି।
ବହୁପତ୍ନୀ ପରମ୍ପରାରେ ନାରୀ ନିଷ୍ପେଷିତ କି
ସାରଦା ପ୍ରସାଦ କର ‘ବୀରଭୋଗ୍ୟା ବସୁନ୍ଧରା’ ଉକ୍ତିଟି ଭାରତ ଭୂଖଣ୍ଡର ମୂଳଭାଷା ହେଲେ ମଧ୍ୟ ସାରା ବିଶ୍ୱ ବୀର ପ୍ରସବିନୀମାନଙ୍କୁ ନେଇ ଗର୍ବିତ। ଦେଶ ଦେଶ...
କରୋନା ଭୂତାଣୁ କ’ଣ ଚାଇନାରେ ତିଆରି
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ବିଗତ ପ୍ରାୟ ଦୁଇ ବର୍ଷ (୨୦ ମାସ) ଧରି କୋଭିଡ୍-୧୯ ମହାମାରୀ ବିଶ୍ୱର ୨୨୦ ଦେଶରେ ନିୟୁତ ନିୟୁତ...
ସୁଧାର ଆଧାର ସଙ୍ଗୀତ ସୁଧାକର
ପ୍ରଫୁଲ୍ଲ କର ପ୍ରାଣହୀନ ସଙ୍ଗୀତ ବୃକ୍ଷହୀନ ଟାଙ୍ଗରା ଭୂଇଁ ପରି। ପ୍ରାଣ ନ ଥିବା ସଙ୍ଗୀତ ପାଗଳର ପ୍ରଳାପ ପରି ବୋଧହୁଏ। ତେବେ ସଙ୍ଗୀତ ସୁଧାକର...
ଏଇ ଭାରତରେ
ମହାମାରୀ କରୋନାର ଦ୍ୱିତୀୟ ଲହରରେ ପ୍ରିୟଜନଙ୍କୁ ହରାଇଛନ୍ତି ଅନେକେ। ସେମାନଙ୍କ ମଧ୍ୟରୁ କେତେକ ଦୁଃଖ ସମୟରୁ ନିଜକୁ ବାହାରକୁ ଆଣି କିଛି ଭିନ୍ନ କାର୍ଯ୍ୟ କରି...
ଅସ୍ଥି କଳସର ଦୁଃଖ
ଚିତ୍ର ଚରିତ୍ର/ଅଧ୍ୟାପକ ନିରଞ୍ଜନ ପାଢ଼ୀ କାଲିଯାଏ ସୁଖଦୁଃଖର ଦୁନିଆରେ ବଞ୍ଚିଥିବା ଲୋକଟିର ଶରୀର ଆଜି ଜୁଇ ନିଅଁାରେ ଭସ୍ମୀଭୂତ ହୋଇ ମୁଠାଏ ପାଉଁଶ ଓ କେଇଖଣ୍ଡ...
ବୈଦେଶିକ ମୁଦ୍ରା
ନିମାଇଁ ଚରଣ ଲେଙ୍କା ମନୁଷ୍ୟ ଯେତେ ପାପକର୍ମ କରି ଧନ ସମ୍ପତ୍ତି ଅର୍ଜନ କରିଥାଏ, ମୃତ୍ୟୁ ପରେ କିଛି ବି ସାଙ୍ଗରେ ନେଇପାରେନାହିଁ। କେବଳ ପାପକର୍ମର...
ଶାକାହାର ବନାମ ମାଂସାହାର
ମାନେକା ଗାନ୍ଧୀ ବ୍ରିଟେନ୍ର ବୃହତ୍ତମ ବେକରି ଗ୍ରେଗ୍ସ ବଜାରକୁ ଏକ ଭିଗନ୍(ଶୁଦ୍ଧ ଶାକାହାର) ସସେଜ୍ ରୋଲ୍ ଆଣିବାବେଳେ ତାହାକୁ ଜଣେ ବରିଷ୍ଠ ରିପୋର୍ଟର ତୀବ୍ର ବିରୋଧ...
ବାପା ହେବା ପରେ, ବାପା ଯିବା ପରେ
ବିପିନ୍ ବିହାରୀ ମହାନ୍ତି ପୁଅର ସବୁବେଳେ ଗୋଟିଏ ଅଭିଯୋଗ, ବାପା ଆଜିକାଲି କାହିଁକି ବିଳମ୍ବରେ ଅଫିସରୁ ଫେରୁଛନ୍ତି। ଆଉ ଏହି ଅଭିଯୋଗ ସହିତ ବୋଉ ମଧ୍ୟ...


