ନୂଆଦିଲ୍ଲୀ,୭।୬: ୧୭ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜି)ରେ ଭାରତ ୨ ସ୍ଥାନ ତଳକୁ ଖସି ୧୧୭ତମ ସ୍ଥାନରେ ରହିଛି। ୨୦୧୫ରେ ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର ୨୦୩୦ କାର୍ଯ୍ୟସୂଚୀର ଅଂଶବିଶେଷ ଭାବେ ନିରନ୍ତର ବିକାଶ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଷ୍ଟେଟ୍ ଅଫ୍ ଇଣ୍ଡିଆ ଏନ୍ଭିରନ୍ମେଣ୍ଟ ରିପୋର୍ଟ ୨୦୨୧ ଅନୁଯାୟୀ ଗତବର୍ଷ ଭାରତ ୧୧୫ତମ ସ୍ଥାନରେ ଥିଲା। କ୍ଷୁଧା ଦୂରୀକରଣ, ଖାଦ୍ୟ ସୁରକ୍ଷା ହାସଲ, ଲିଙ୍ଗଗତ ସମାନତା, ପ୍ରତିକୂଳ ପ୍ରଭାବରୁ ବର୍ତ୍ତିପାରୁଥିବା ଭିତ୍ତିଭୂମି ନିର୍ମାଣ,ନିରନ୍ତର ଶିଳ୍ପାୟନ ବଢ଼ାଇବା ଆଦି ବଡ଼ ଚ୍ୟାଲେଞ୍ଜ ଭାବେ ରହିଆସିଥିବାରୁ ଭାରତର ର଼୍ୟାଙ୍କ୍ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୨ ସ୍ଥାନ ତଳକୁ ଖସିଥିବା କୁହାଯାଉଛି। ଏପରିକି ୪ ଦକ୍ଷିଣ ଏସୀୟ ରାଷ୍ଟ୍ର ଭୁଟାନ, ନେପାଳ, ଶ୍ରୀଲଙ୍କା ଏବଂ ବାଂଲାଦେଶଠାରୁ ଭାରତର ର଼୍ୟାଙ୍କ୍ ତଳେ ରହିଛି। ମୋଟ ୧୦୦ରୁ ଭାରତର ଏସ୍ଡିଜି ସ୍କୋର୍ ୬୧.୯ ରହିଥିବା ଜଣାପଡ଼ିଛି।
ରାଜ୍ୟଓ୍ବାରୀ ପ୍ରସ୍ତୁତିକୁ ଦେଖିଲେ ଝାଡ଼ଖଣ୍ଡ ଏବଂ ବିହାର ୨୦୩୦ ସୁଦ୍ଧା ଏସ୍ଡିଜି ହାସଲ କରିବାରେ ସବୁଠୁ କମ୍ ପ୍ରସ୍ତୁତି କରିଛନ୍ତି। ଝାଡଖଣ୍ଡ ଏସ୍ଡିଜିର ୫ମ ସ୍ଥାନରେ ଏବଂ ବିହାର ୭ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ କେରଳ, ହିମାଚଳପ୍ରଦେଶ ଓ ଚଣ୍ଡିଗଡ଼ ଏସ୍ଡିଜି ଲକ୍ଷ୍ୟ ହାସଲ ଲାଗି ସବୁଠୁ ଭଲ ସ୍କୋର କରିଛନ୍ତି।
ମୋଟ ୧୭ଟି ଏସ୍ଡିଜି ଉପରେ ଦେଶଗୁଡ଼ିକ ଜରୁରୀ ପଦକ୍ଷେପ ନେବା ଲାଗି ଧାର୍ଯ୍ୟ ହୋଇଛି। ସେଗୁଡ଼ିକ ହେଲା ଦାରିଦ୍ର୍ୟ ଦୂର କରିବା, କ୍ଷୁଧାରୁ ମୁକ୍ତି, ଉତ୍ତମ ସ୍ବାସ୍ଥ୍ୟ ଓ ସ୍ବଚ୍ଛଳତା, ଉନ୍ନତମାନର ଶିକ୍ଷା, ଲିଙ୍ଗଗତ ସମାନତା, ବିଶୁଦ୍ଧ ଜଳ ଇ ପରିମଳ, ସୁଲଭ ସ୍ବଚ୍ଛ ଇନ୍ଧନ, ଦୀର୍ଘମିଆଦୀ କାର୍ଯ୍ୟ ଓ ଆର୍ଥିକ ଅଭିବୃଦ୍ଧି, ଶିଳ୍ପ, ଅଭିନବତ୍ୱ ଏବଂ ଭିତ୍ତିଭୂମି, ଅସମାନତା ଦୂରୀକରଣ, ସ୍ଥାୟୀ ସହର ଏବଂ ସମୁଦାୟ, ଉତ୍ତରଦାୟୀ ଉପଭୋଗ ଓ ଉତ୍ପାଦନ, ଜଳବାୟୁ କାର୍ଯ୍ୟକ୍ରମ, ଜଳ ତଳେ ଜୀବନ,
ଭୂପୃଷ୍ଠରେ ଜୀବନ, ଶାନ୍ତି, ନ୍ୟାୟ ଓ ଦୃଢ଼ ସଂସ୍ଥା ଏବଂ ଲକ୍ଷ୍ୟ ହାସଲ ଲାଗି ବିଶ୍ୱ ସହଯୋଗ ବଢ଼ାଇବା। ପରିବେଶ ପ୍ରଦର୍ଶନ ସୂଚକାଙ୍କ (ଇପିଆଇ)ରେ ଭାରତ ୧୮୦ ଦେଶ ମଧ୍ୟରେ ୧୬୮ତମ ସ୍ଥାନରେ ରହିଛି। ପରିବେଶୀୟ ସ୍ବାସ୍ଥ୍ୟ, ଜଳବାୟୁ, ବାୟୁ ପ୍ରଦୂଷଣ, ପରିମଳ, ପାନୀୟ ଜଳ, ପରିବେଶ ସେବା ଓ ଜୈବ ବିବିଧତା ଆଦି ବିଭିନ୍ନ ସୂଚକାଙ୍କକୁ ହିସାବ କରି ଏହା ନିର୍ଦ୍ଧାରଣ କରାଯାଇଥାଏ। ପରିବେଶୀୟ ସ୍ବାସ୍ଥ୍ୟ ବର୍ଗରେ ଭାରତ ୧୭୨ତମ ସ୍ଥାନରେ ରହିଛି। ୟାଲେ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ ଇପିଆଇ ୨୦୨୦ ରିପୋର୍ଟ ଅନୁଯାୟୀ ଜୈବ ବିବିଧତା ଏବଂ ବାସସ୍ଥାନ ବର୍ଗରେ ଭାରତ ୧୪୮ତମ ସ୍ଥାନରେ ରହିଛି, ଯାହା ପାକିସ୍ତାନଠାରୁ ୨୧ ସ୍ଥାନ ତଳେ।
ପଶ୍ଚିମବଙ୍ଗ ଗଣବଳାତ୍କାର: ତଦନ୍ତରେ ଖୁସି ନାହାନ୍ତି ୨ ପୀଡ଼ିତା
ନୂଆଦିଲ୍ଲୀ,୧୫।୬: ମେ’ ୩ ତାରିଖରେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ୧୦୦ରୁ ୨୦୦ ତୃଣମୂଳ କଂଗ୍ରେସ (ଟିଏମ୍ସି) ସମର୍ଥକ ଘରକୁ ଚାରିଆଡ଼ୁ ଘେରି...
ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁଲେ ଜିଲାପାଳ: ଉଠିଲା ବିବାଦ
ହାଇଦ୍ରାବାଦ,୨୧।୬: ତେଲଙ୍ଗାନାରେ ସିଦ୍ଦିପେଟ ଜିଲାପାଳ ଭେଙ୍କଟାରାମ ରେଡ୍ଡୀ ଉଚ୍ଚ ପଦାଧିକାରୀ ତଥା ଜନ ପ୍ରତିନିଧୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍)ଙ୍କ ପାଦ ଛୁଇଁଛନ୍ତି। ଏହାକୁ...
ସ୍ବତନ୍ତ୍ର ଟେନ୍ରେ କାନପୁର ଗସ୍ତରେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୫।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ସଫଦରଗଞ୍ଜ ଷ୍ଟେସନରୁ ଏକ ସ୍ବତନ୍ତ୍ର ଟ୍ରେନ୍ରେ କାନପୁରରେ ଥିବା ନିଜ ଜନ୍ମସ୍ଥାନକୁ ଗସ୍ତ କରିଛନ୍ତି। ଏହି ଯାତ୍ରାରେ ରାମନାଥ...
ବର ପଢ଼ିପାରିଲେନି ଖବରକାଗଜ: କନ୍ୟା ଭାଙ୍ଗିଦେଲେ ବାହାଘର
ଅରୈୟା,୨୫।୬: ପୂର୍ବରୁ ବିବାହ ଭାଙ୍ଗିବା ନେଇ ଅନେକ କାରଣ ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି, ବର ଖବରକାଗଜ ପଢ଼ି ନ ପାରିବାରୁ ବିବାହ ଭାଙ୍ଗିଯିବା...
ଟିକା ପାଇଁ କମ୍ପାନୀ ରିହାତି
ବେଙ୍ଗାଲୁରୁ, ୨୪।୬: କୋଭିଡ୍ ଟିକାକୁ ନେଇ କେତେକଙ୍କ ମଧ୍ୟରେ ରହିଥିବା କୁଣ୍ଠାବୋଧ ଦୂର କରିବା ଓ ଟିକାକରଣ ଅଭିଯାନରେ ବହୁସଂଖ୍ୟାରେ ସାମିଲ ହେବାକୁ ପ୍ରୋତ୍ସାହିତ କରିବା...
ପୁଲଓ୍ବାମାରେ ପୁଣି ଥରେ ପଡ଼ିଲା ରକ୍ତ ଛିଟା
ଶ୍ରୀନଗର,୬।୬ : ପୁଣି ଥରେ ପୁଲଓ୍ବାମାରେ ପଡ଼ିଛି ରକ୍ତ ଛିଟା। ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ଗ୍ରେନେଡ୍ ବିସ୍ଫୋରଣ ଘଟିଛି। ଘଟଣାରେ ଅତିକମ୍ରେ ୮ ଜଣ ଆହତ...
କରୋନାରେ ୩୦ ହଜାର ପିଲା ଅନାଥ
ନୂଆଦିଲ୍ଲୀ, ୮ା୬: କରୋନାରେ ଦେଶର ୩୦,୦୭୧ ପିଲା ଅନାଥ ହୋଇଛନ୍ତି। ଜୁନ୍ ୫ ସୁଦ୍ଧା ରାଜ୍ୟଗୁଡ଼ିକ ପକ୍ଷରୁ ଏ ନେଇ ତଥ୍ୟ ଦାଖଲ ହୋଇଥିବା ଜାତୀୟ...
ମୂଲ୍ୟାୟନ ସୂତ୍ରକୁ ବିରୋଧ
ନୂଆଦିଲ୍ଲୀ, ୨୨ା୬: କରୋନା ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହୋଇଥିବାବେଳେ ସିବିଏସ୍ଇ ଏବଂ ସିଆଇଏସ୍ସିଇର ଫଳାଫଳ ମୂଲ୍ୟାୟନ ସୂତ୍ରକୁ ନେଇ କେତେଜଣ ଛାତ୍ରୀଛାତ୍ର...


