ନୂଆଦିଲ୍ଲୀ,୧୫।୬: ଭାରତ ପାଖରେ ଚାଇନା ଏବଂ ପାକିସ୍ତାନ ତୁଳନାରେ କମ୍ ଆଣବିକ ଅସ୍ତ୍ର ରହିଛି। ତେବେ ବି ଭାରତ ଉଭୟ ଚାଇନା ଏବଂ ପାକିସ୍ତାନକୁ କଡ଼ା ଜବାବ୍ ଦେବାକୁ ସକ୍ଷମ। ସମ୍ପ୍ରତି ଚାଇନା ନିକଟରେ ୩୫୦ ଆଣବିକ ଅସ୍ତ୍ର ରହିଛି। ସେହିପରି ପାକିସ୍ତାନ ୧୬୫ ଆଣବିକ ଅସ୍ତ୍ର ସଂଗ୍ରହ କରିଛି। ଅପରପକ୍ଷରେ ଭାରତ ପାଖରେ ୧୫୬ ଆଣବିକ ଅସ୍ତ୍ର ମହଜୁଦ୍ ରହିଛି। ଷ୍ଟକ୍ହୋମ୍ ଇଣ୍ଟରନ୍ୟାଶନାଲ ପିସ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରକାଶିତ ହୋଇଥିବା ଏକ ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ପୃଥିବୀର ୯ଟି ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ନିକଟରେ ମୋଟ ୧୩,୦୮୦ ଆଣବିକ ଅସ୍ତ୍ର ରହିଛି। ସେଥିମଧ୍ୟରୁ ରୁଷିଆ ନିକଟରେ ସର୍ବାଧିକ ୬,୨୫୫ ରହିଛି। ଆମେରିକା ପାଖରେ ୫,୫୫୦, ଫ୍ରାନ୍ସ ନିକଟରେ ୨୯୦ ଏବଂ ବ୍ରିଟେନ୍ ପାଖରେ ୨୨୫ ଆଣବିକ ଅସ୍ତ୍ର ରହିଛି। ସେହିପରି ଇସ୍ରାଏଲ୍ ପାଖରେ ୯୦ ଏବଂ ଉତ୍ତର କୋରିଆ ପାଖରେ ୪୦ରୁ ୫୦ ଆଣବିକ ଅସ୍ତ୍ର ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ମନ୍ଦିର ଦର୍ଶନକୁ ନେଇ ପୋଲିସ-ପୁରୋହିତ ମୁହାଁମୁହିଁ
ମିର୍ଜାପୁର,୨୧।୬: ଉତ୍ତରପ୍ରଦେଶର ବିନ୍ଧ୍ୟାଞ୍ଚଳରେ ଥିବା ପ୍ରସିଦ୍ଧ ମା’ ବିନ୍ଧବାସିନି ମନ୍ଦିରରେ ଦର୍ଶନ ଓ ପୂଜାକୁ ନେଇ ରବିବାର ପୋଲିସ ଓ ପୁରୋହିତ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି।...
ସ୍ପୁଟ୍ନିକ-ଭି ଉତ୍ପାଦନ ଲାଗି ସିରମ୍କୁ ଅନୁମତି
ପୁଣେ, ୫।୬: ରୁଷିଆ ଦ୍ୱାରା ବିକଶିତ କୋଭିଡ୍ ଟିକା ସ୍ପୁଟ୍ନିକ-ଭି ଉତ୍ପାଦନ ଲାଗି ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ)କୁ ଭାରତର ଔଷଧ ନିୟନ୍ତ୍ରକ ଡିସିଜିଆଇ...
କରୋନା ମୁକାବିଲା ପାଇଁ ନିଆରା ଉପାୟ ଆପଣାଇଲେ ମହାରାଷ୍ଟ୍ର ସରକାର
ମୁମ୍ବାଇ,୩।୬: କରୋନା ଭାଇରସ୍ ପ୍ରଥମ ଲହରରେ ଗ୍ରାମାଞ୍ଚଳ ସୁରକ୍ଷିତ ରହିଥିଲା କିନ୍ତୁ ଦ୍ୱିତୀୟ ଲହରରେ କରୋନା କାବୁରେ ରହିଛି ଗ୍ରାମାଞ୍ଚଳ। ପୂର୍ବରୁ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା...
କ୍ଷମା ମାଗିଲେ ହରଭଜନ
ନୂଆଦିଲ୍ଲୀ, ୭ା୬: ହରଭଜନ ସିଂ ସୋମବାର କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଭେଟେରାନ ଭାରତୀୟ ଅଫ୍ ସ୍ପିନର ଖଲିସ୍ଥାନୀ ସନ୍ତ୍ରାସବାଦୀ ଜର୍ନେଲ ସିଂ ଭିନ୍ଦ୍ରନଓ୍ବାଲେଙ୍କ ପ୍ରତି...
ଭୁଲ୍ ସ୍ବୀକାର କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୬।୬: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନିଜର ଏକ ଭୁଲ୍କୁ ସ୍ବୀକାର କରିଛନ୍ତି। ୨୦୧୯ରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାରଙ୍କ...
ବିଦ୍ୟୁତ୍ ବିଲ୍ ଦେଖି ପ୍ରସିଦ୍ଧ କବିଙ୍କୁ ଲାଗିଲା ଝଟ୍କା
ପ୍ରସିଦ୍ଧ କବି ମଞ୍ଜର ଭୋପାଳୀଙ୍କୁ ବିଜୁଳି ବିଭାଗ ପକ୍ଷରୁ ଏକ ବଡ଼ ଝଟକା ଲାଗିଛି। ଜୁନ ମାସରେ ମଞ୍ଜର୍ଙ୍କ ବିଦ୍ୟୁତ୍ ବିଲ୍ ୩୬ ଲକ୍ଷ ଟଙ୍କାରୁ...
୫୧ ବର୍ଷରେ ରାହୁଲ: ଛଦ୍ମନାମ ରଖି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ ପାଠ; ମ୍ୟାନେଜମେଣ୍ଟ କମ୍ପାନୀରେ…
ନୂଆଦିଲ୍ଲୀ,୧୯।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆଜି ହେଉଛି ଜନ୍ମଦିନ। ଶନିବାର ୫୧ ବର୍ଷର ହୋଇଛନ୍ତି ରାହୁଲ। ଗାନ୍ଧୀ-ନେହେରୁ ପରିବାରରୁ ଆସିଥିବା ରାହୁଲଙ୍କ ଜୀବନ ଏବଂ...
୧୦୦ ସ୍ବର୍ଣ୍ଣ ମୁଦ୍ରା, ଜାଗା, କାର୍ ନେଲା ପରେ ମଧ୍ୟ ଝିଅକୁ ମାରିଦେଲେ
ଥିରୁଭାନ୍ଥପୁରମ,୨୩।୬: ଯୌତୁକ ନିର୍ଯାତନା ଦିଆଯାଉଥିବା ଫଟୋ ପରିବାର ଲୋକଙ୍କୁ ହ୍ବାଟ୍ସଆପ କରିଥିବା ୨୪ ବର୍ଷୀୟା ମହିଳାଙ୍କ ମୃତଦେହ ସ୍ବାମୀଙ୍କ ଘରୁ ମିଳିଛି। ଆୟୁର୍ବେଦିକ ମେଡିସିନ ଛାତ୍ରୀ...


