Categories: ଖେଳ

ପଦାର୍ପଣରେ ଲେଡି ସେହ୍ବାଗଙ୍କ ରେକର୍ଡ

ବ୍ରିଷ୍ଟଲ,୧୮ା୬: ଲେଡି ସେହ୍ବାଗ ଭାବେ ମହିଳା କ୍ରିକେଟରେ ଜଣାଶୁଣା ଟିମ୍‌ ଇଣ୍ଡିଆର ଓପନର ଶେଫାଳି ବର୍ମା ପଦାର୍ପଣ ଟେଷ୍ଟରେ ଇତିହାସ ରଚିଛନ୍ତି। ୧୭ ବର୍ଷୀୟା ବ୍ୟାଟ୍ସଓମେନ କ୍ୟାରିୟରର ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଉଭୟ ପାଳିରେ ଖେଳିଛନ୍ତି ଅର୍ଦ୍ଧଶତକୀୟ ଇନିଂସ। ବିଶ୍ୱର ଚତୁର୍ଥ ମହିଳା କ୍ରିକେଟର ଭାବେ ଶେଫାଳି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ପ୍ରଥମ ଇନିଂସରେ ସେ ମାତ୍ର ୪ ରନ୍‌ରେ ଶତକରୁ ବଞ୍ଚିତ ହୋଇଥିଲେ। ଦ୍ୱିତୀୟ ଇନିଂସରେ ବର୍ଷା ବାଧକ ସାଜିବା ବେଳକୁ ଶେଫାଳି ୫୫ ରନ୍‌ କରି ଅପରାଜିତ ଅଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଥମ ପାଳିରେ ଇଂଲଣ୍ଡ ୩୯୬ ରନ୍‌ କରିଥିବାବେଳେ ୨୩୧ ରନ୍‌ରେ ଅଲଆଉଟ୍‌ ହୋଇଥିଲା ଭାରତ। ଫଳରେ ଫଲୋଅନ୍‌ ଭୋଗିଥିବା ଭାରତ ଦ୍ୱିତୀୟ ଇନିଂସରେ ଏପର୍ଯ୍ୟନ୍ତ ଏକ ଉଇକେଟ ହରାଇ ୮୩ ରନ୍‌ କରିଛି। ଇନିଂସ ପରାଜୟ ଏଡ଼ାଇବା ଲାଗି ଟିମ୍‌ ଇଣ୍ଡିଆକୁ ଆହୁରି ୮୨ ରନ୍‌ ଆବଶ୍ୟକ ଥିବାବେଳେ ହାତରେ ୯ ଉଇକେଟ ବାକି ଅଛି।

ଅନ୍ତର୍ଜାତୀୟ ମହିଳା ଟେଷ୍ଟ କ୍ରିକେଟରେ ୧୯୮୬ରେ ଇଂଲଣ୍ଡର ଲେସଲି କୁକ୍‌ (ଭାରତ ବିପକ୍ଷରେ ୭୨ ଓ ୧୧୭) ପ୍ରଥମ ବ୍ୟାଟ୍ସଓମେନ ଭାବେ ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କ ପରେ ଶ୍ରୀଲଙ୍କାର ବନିସା ବୋବେନ (୧୯୯୮) ଓ ଅଷ୍ଟ୍ରେଲିଆର ଜେଫ ଜନସେନ (୨୦୨୧) ଏହି ସଫଳତା ପାଇଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.