E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ସୂଚନା ମହାମାରୀ
9:08 amJune 16, 2021

ଈପ୍ସିତା ମହାନ୍ତି

 

ଭାରତ ସମେତ ସମଗ୍ର ବିଶ୍ୱ ଆଜି କୋଭିଡ୍‌-୧୯ ସହିତ ଅନ୍ୟ ଏକ ମହାମାରୀର ସମ୍ମୁଖୀନ ହୋଇଛି, ଯାହାକୁ ‘ଇନ୍‌ଫୋଡେମିକ୍‌’ ବା ‘ସୂଚନା ମହାମାରୀ’ କୁହାଯାଉଛି। ଏଥିପ୍ରତି ଆମେ ସମସ୍ତେ ସାବଧାନ ରହିବା ଆବଶ୍ୟକ। କାରଣ ଅପତଥ୍ୟ ଓ ଭ୍ରାନ୍ତସୂଚନା ସର୍ବଦା ଦ୍ରୁତବେଗରେ ପ୍ରଚାରିତ ଓ ପ୍ରସାରିତ ହୋଇଥାଏ। ଡିଜିଟାଲ୍‌ ମାଧ୍ୟମରେ ବ୍ୟାପୁଥିବା ଭୁଲ ତଥ୍ୟ ତଥା ମନଗଢ଼ା କାହାଣୀ ଲୋକଙ୍କ ସମସ୍ୟା ବଢ଼ାଇ ଚାଲିଛି। ବିଡ଼ମ୍ବନାର ବିଷୟ, ପ୍ରଯୁକ୍ତି ବିଜ୍ଞାନ ମଣିଷର ଦୃଷ୍ଟିକୁ ଯେତିକି ପ୍ରସାରିତ କରିଚାଲିଛି, ଭୁଲ୍‌ ସୂଚନା ଓ ଅନ୍ଧବିଶ୍ବାସକୁ ମଧ୍ୟ ସେତିକି ବେଗରେ ପ୍ରଚାର କରୁଛି। ଏହି କାରଣରୁ ସାରା ବିଶ୍ୱରେ କରୋନା ସହ ଜଡ଼ିତ ବିଭିନ୍ନ ପ୍ରକାରର ଗୁଜବ ଯୋଗୁ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି।
ସୂଚନା ମହାମାରୀ କରୋନାଠାରୁ ଅଧିକ ବିପଜ୍ଜନକ ମନେହେଉଛି। କିଛି ଲୋକ ଅଛନ୍ତି ଯେଉଁମାନେ କରୋନାର ଗମ୍ଭୀରତା ଏବଂ ପ୍ରଭାବକୁ କେବଳ ସାଧାରଣ ଥଣ୍ଡା, ସର୍ଦ୍ଦି ଓ କାଶ ସହ ତୁଳନା କରୁନାହାନ୍ତି ବରଂ ଏହାକୁ ଅତି ସାଧାରଣ ଭାବେ ଚିତ୍ରଣ କରୁଛନ୍ତି। ଏଥିସହ, କରୋନାର ପ୍ରତିଷେଧକ ବ୍ୟବସ୍ଥାକୁ ଅଣଦେଖା କରିଚାଲିଛନ୍ତି ଏବଂ ଏହାର ଅସ୍ତିତ୍ୱକୁ ମଧ୍ୟ ଅସ୍ବୀକାର କରୁଛନ୍ତି। କିଏ ଶରୀରରେ ଗୋବର ଲେପିହେଲେ ଏବଂ ଗୋମୂତ୍ର ପାନକଲେ କରୋନା ହେବନାହିଁ ବୋଲି ଭାବୁଚି, ତ ଆଉକିଏ ଘଷି ଜାଳି ପାଖରେ ରହିଲେ ଶରୀରରେ ଅମ୍ଳଜାନ ବୃଦ୍ଧି ହେବ ବୋଲି କହୁଚି। ଏସବୁ ବିଜ୍ଞାନ ଅସମ୍ମତ ଓ ଅନ୍ଧ ବିଶ୍ୱାସ ଭରା ସୂଚନାର ପ୍ରଚାରପ୍ରସାର ଯୋଗୁ ପରିସ୍ଥିତି ଅଧିକ ମାରାତ୍ମକ ହୋଇ ଉଠିଛି। ଅତୀତରେ ବହୁ ବିବାଦୀୟ ଓ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ସମାଲୋଚିତ ହୋଇଥିବା ଏମ୍‌ପି ପ୍ରଜ୍ଞା ସିଂହ ଠାକୁର ନିକଟରେ କହିଥିଲେ ଯେ, ନିତି ଦେଶୀ ଗାଈର ମୂତ୍ର ପାନ କଲେ ଆମର ଫୁସ୍‌ଫୁସ୍‌ ସଂକ୍ରମିତ ହେବନାହିଁ। ସେ ପ୍ରତିଦିନ ଏହା ପିଉଥିବାରୁ କରୋନା ତାଙ୍କୁ ଶିକାର କରିପାରୁନାହିଁ। କିଛି ନ୍ୟସ୍ତସ୍ବାର୍ଥ ଲୋକ ଇଣ୍ଟରନେଟ୍‌ ସହାୟତାରେ ଏଭଳି ମିଥ୍ୟା ତଥ୍ୟ ଓ ସିଦ୍ଧାନ୍ତକୁ ବ୍ୟାପକ ପ୍ରଚାର ପ୍ରସାର କରି ଚାଲିଛନ୍ତି। ଏମାନଙ୍କ ପାଇଁ ଅମୋଘ ଅସ୍ତ୍ର ପାଲଟିଛି ବିଭିନ୍ନ ସାମାଜିକ ଗଣମାଧ୍ୟମ। ସାମାଜିକ ଗଣମାଧ୍ୟମରେ ଉଭୟ ଭଲମନ୍ଦ ଓ ଭୁଲଠିକ୍‌ ଖବର ଆଖି ପିଛୁଳାକେ ହଜାର ହଜାର ଲୋକଙ୍କ ପାଖରେ ପହଞ୍ଚିଯାଉଛି; ଯାହା ପରିସ୍ଥିତିକୁ ଆହୁରି ସଙ୍ଗିନ କରୁଅଛି।
କେତେକ ଲୋକ କୋଭିଡ୍‌-୧୯, ମୌସୁମୀ ଭୂତାଣୁ ବା ଫ୍ଲ୍ୟୁଠାରୁ ଅଧିକ ବିପଜ୍ଜନକ ନୁହେଁ ବୋଲି କହୁଛନ୍ତି। ଆଉ କିଛି ଲୋକ କରୋନାର ପ୍ରତିଷେଧକ ପାଇଁ ଆବିଷ୍କୃତ ହୋଇଥିବା ସମସ୍ତ ଟିକା ଅସୁରକ୍ଷିତ ଏବଂ ଏସବୁ ମାରାତ୍ମକ ବୋଲି ଭୁଲ ପ୍ରଚାର କରିଚାଲିଛନ୍ତି। କେହି କେହି ଧୂମପାନ, ମଦ୍ୟପାନ ଏବଂ ଗଞ୍ଜେଇ ସେବନ ଦ୍ୱାରା କରୋନାକୁ ଏଡ଼ାଇ ଦିଆଯାଇପାରେ କହୁଥିବା ବେଳେ ଆଉ କେହି କେହି ୫ଜି ପରୀକ୍ଷଣର ପରିଣାମରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କହୁଛନ୍ତି। ମୋଟାମୋଟି ଭାବେ ତର୍ଜମା କଲେ ଜାଣିପାରିବା ଯେ, ଆମ ଚାରିପାଖରେ କୋଭିଡ ସହ ଜଡିତ ବ୍ୟାପକ ସୂଚନା ଏବଂ ଖବରର ଏକ ବିସ୍ଫୋରଣ ଘଟିଛି।
କେତେକ ଲୋକଙ୍କ ପାଇଁ କରୋନା ଭୂତାଣୁ କୌଣସି ବରଦାନଠାରୁ କମ୍‌ ନୁହେଁ। ଯେଉଁମାନେ କରୋନାର କାରଣ, ନିରାକରଣକୁ ନିଜ ଅଜ୍ଞତା ଏବଂ ଅନ୍ଧବିଶ୍ୱାସ ଦୃଷ୍ଟିରେ ବୁଝି ତାହାକୁ ଜ୍ଞାନର ଅସ୍ତ୍ର ଭାବରେ ପ୍ରଦର୍ଶନ କରିବାକୁ ଚାହିଁଥାନ୍ତି। ଇଣ୍ଟରନେଟ୍‌ ଯୁଗରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ଆଜି ଅନେକ ଲୋକଙ୍କୁ ଡାକ୍ତର, ବୈଜ୍ଞାନିକ, କରୋନା ବିଶେଷଜ୍ଞ ଏବଂ ସର୍ବଜ୍ଞାନୀ ଭାବେ ଗଢ଼ି ତୋଳିଛି। ଏମାନେ ହିଁ ଡିଜିଟାଲ କୌଶଳର ସହାୟତାରେ ବିଭିନ୍ନ ବିଭ୍ରାନ୍ତିକର ସୂଚନା ଏବଂ ଭୁଲ୍‌ ଖବର ପ୍ରଚାରିତ କରି ଲୋକଙ୍କୁ ଭ୍ରମିତ କରିଚାଲିଛନ୍ତି। ଉଦାହରଣ ସ୍ବରୂପ- ସମ୍ପ୍ରତି ଆମ ଦେଶର ଏକାଧିକ ରାଜ୍ୟରେ ଅମ୍ଳଜାନର ଅଭାବ ଦେଖାଦେଇଛି। ଏହି କାରଣରୁ ଅକାଳରେ ଅନେକଙ୍କ ଜୀବନ ଚାଲିଯାଉଛି। ଏତିକିବେଳେ କେତେକ ସ୍ବଘୋଷିତ ବୁଦ୍ଧିଜୀବୀ, ବିଶେଷଜ୍ଞ ଓ ପଣ୍ଡିତ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ଶରୀରରେ ଅମ୍ଳଜାନର ସାଚୁରେସନ୍‌ ସ୍ତରକୁ କିଭଳି ବଢାଇ ହେବ ତଥା ଏଥି ସମ୍ପର୍କିତ ଅନେକ ଘରୋଇ ଉପଚାର ପ୍ରଦାନ କରୁଛନ୍ତି, ଯାହା ଆଦୌ ପ୍ରଭାବଶାଳୀ ନୁହେଁ। ଚେରମୂଳୀ ଓ ଲେମ୍ବୁ ରସର ଉପକାରିତା, ବାମ୍ଫ ନେବାର ଉପାୟ (ନେବୁଲାଇଜର) ଏବଂ ଧ୍ୟାନ ଓ ଯୋଗ ସହାୟତାରେ ଅମ୍ଳଜାନ ସ୍ତରକୁ ବୃଦ୍ଧି କରାଯାଇ ପାରିବ ବୋଲି ମଧ୍ୟ ଦାବି ହେଉଛି। ଯେଉଁମାନେ ଏପରି କିଛି ଅବୈଧ ତଥା ବିଭ୍ରାନ୍ତିକର ସୂଚନା ଆପଣାଇବାକୁ ଚେଷ୍ଟା କରିବେ ସେମାନଙ୍କ ଜୀବନ ପ୍ରତି ଏହା ବିପଦ ସୃଷ୍ଟି କରିପାରେ। ନିକଟରେ ନିଜ ନାକରେ ଲେମ୍ବୁରସ ପକାଇବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ପ୍ରଘଟିତ ହୋଇଥିଲା।
‘ଇନ୍‌ଫୋଡେମିକ୍‌’ ବା ‘ସୂଚନା ମହାମାରୀ’ର ବିସ୍ତାର ଫଳରେ ପରିସ୍ଥିତି ଅଧିକ ଜଟିଳତର ହେଉଛି। ଏଥିପାଇଁ ମୁଖ୍ୟତଃ ୪ଟି କାରଣ ଦାୟୀ। ପ୍ରଥମତଃ ଇଣ୍ଟରନେଟ୍‌ ମିଡିଆର ବିଭିନ୍ନ ପ୍ଲାଟଫର୍ମ ଯୋଗୁ ସୂଚନାଗୁଡ଼ିକ ଖୁବ୍‌ ଦ୍ରୁତ ଗତିରେ ବ୍ୟାପୁଛି। ଦ୍ୱିତୀୟରେ ଇଣ୍ଟରନେଟର ବିସ୍ତୃତ ଜ୍ଞାନ ଭଣ୍ଡାର ମଧ୍ୟକୁ ସମସ୍ତଙ୍କର ପ୍ରବେଶ ଓ ପହଞ୍ଚ ଅତି ସହଜ ହୋଇଛି। ତୃତୀୟରେ ସାମାଜିକ ଏବଂ ରାଜନୈତିକ ଧ୍ରୁବୀକରଣ ମାଧ୍ୟମରେ ସମନ୍ବୟ ନୀତିର ପ୍ରଚାର କାରଣରୁ ଏପରି ହେଉଛି। ଶେଷରେ ଆମ ଭଳି ଲୋକଙ୍କ ଆଶା ଓ ଆକାଂକ୍ଷା ପାଇଁ ଏସବୁ ବିଭ୍ରାନ୍ତିକର ପୋଷ୍ଟ ଏବଂ ଭିଡିଓଗୁଡ଼ିକ ସାମାଜିକ ଗଣମାଧ୍ୟମରେ ବହୁଳ ମାତ୍ରାରେ ବ୍ୟାପି ଚାଲିଛି। ଏଥିରେ ବଡ଼ ଧରଣର ବିପଦ ରହିଥିବା ସତ୍ତ୍ୱେ, ଏସବୁକୁ ଜୀବନ୍ତ ରଖିବାରେ ଆମ ମନର ପ୍ରବୃତ୍ତି ହିଁ ଅନେକ ମାତ୍ରାରେ ଦାୟୀ। ସର୍ବପ୍ରଥମେ ସୂଚନା ଦେବା ନିଶାରେ ଆମେ ସୂଚନାର ସଠିକତାକୁ ବିଚାର ନ କରି ତାହାକୁ ଅତିଶୀଘ୍ର ନିଜ ବନ୍ଧୁ ଓ ପରିଜନଙ୍କ ନିକଟକୁ ପ୍ରେରଣ କରିବା ପାଇଁ ବ୍ୟଗ୍ରତା ଦେଖାଇଥାଉ। ଏହା ସର୍ବଦା ମହାମାରୀ, ବିପର୍ଯ୍ୟୟ, ଦୁର୍ଭିକ୍ଷ ଏବଂ ଯୁଦ୍ଧ ଭଳି ଜରୁରିକାଳୀନ ସମୟରେ ହିଁ ଘଟିଥାଏ। ଏଭଳି ପରିସ୍ଥିତିରେ ସମାଜ ତଥା ଲୋକଙ୍କ ମଧ୍ୟରେ ଭୟ ଏବଂ ଅସ୍ଥିରତା ବଢାଇବା ପାଇଁ ଆମ ନିଜର ଯେପରି କୌଣସି ପ୍ରକାରର ଯୋଗଦାନ ନ ରୁହେ ସେଥିପ୍ରତି ଆମ ସମସ୍ତଙ୍କୁ ତୀକ୍ଷ୍ଣ ଦୃଷ୍ଟି ଦେବାକୁ ହେବ।
ଟୁଇଟର୍‌, ହ୍ବାଟ୍ସଆପ୍‌ ଓ ଫେସ୍‌ବୁକ୍‌ ଭଳି ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକ ଏଥିପ୍ରତି ସଚେତନ ରହିଛନ୍ତି ବୋଲି କହୁଥିଲେ ହେଁ ଏହାକୁ ଅଟକାଇବା ସେମାନଙ୍କ ପକ୍ଷେ ସମ୍ଭବପର ହେଉନାହିଁ। ତଥାପି ଏ କ୍ଷେତ୍ରରେ ଗୁରୁଦାୟିତ୍ୱ ରହିଛି ଆମ ସରକାର ଓ ପ୍ରଶାସନର। ସମସ୍ତ ଅପରୀକ୍ଷିତ ଓ ବିଭ୍ରାନ୍ତି ସୃଷ୍ଟିକାରୀ ତଥ୍ୟ ବା ସୂଚନାକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରଚାରପ୍ରସାର କରୁଥିବା ଲୋକଙ୍କ ବିରୋଧରେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ସରକାର, ପ୍ରଶାସନ ଓ ସମାଜର ପ୍ରଭାବଶାଳୀ ବ୍ୟକ୍ତିଗଣ ଠିକ୍‌ ତଥ୍ୟ ଓ ସୂଚନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ମାଧ୍ୟମ ସାଜିଲେ ସମସ୍ତଙ୍କ ଦ୍ବାରା ତାହା ବିଶ୍ବାସଭାଜନ ହୋଇପାରିବ। ସର୍ବୋପରି ଆମ ସମାଜରୁ ଇନ୍‌ଫୋଡେମିକ୍‌ ଭଳି ମହାମାରୀ ଦୂରେଇ ଯିବ।
ବୈପାରୀଗୁଡ଼ା, କୋରାପୁଟ,
ମୋ- ୬୩୭୦୬୭୯୪୦୫


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହରରେ ଦେଶକୁ ଅକ୍ସିଜେନ ଅଭାବର ସାମ୍ନା କରିବାକୁ ପଡ଼ିଛି। ତେବେ ସରକାରୀ ସ୍ତରରେ ଏହି ସଙ୍କଟ ଦୂର କରିବା ଲାଗି ପଦକ୍ଷେପ...

କଥା ବିକ୍ରି

ଡ. ସୁବାସ ଚନ୍ଦ୍ର ପାତ୍ର ପରିବର୍ତ୍ତିତ ପରିସ୍ଥିତିରେ ଅନେକ ବସ୍ତୁ ବିକ୍ରି ହେବାକୁ ଲାଗିଲା, ଯାହା ବିକ୍ରିଯୋଗ୍ୟ ବୋଲି ୪୦/୫୦ ବର୍ଷ ପୂର୍ବରୁ କେହି ଚିନ୍ତା...

ଏଇ ଭାରତରେ

କୃଷି ବର୍ଜ୍ୟ ନ ପୋଡ଼ି ତାହାର ସଦୁପଯୋଗ କରିବାର ରାସ୍ତା ଦେଖାଇଛନ୍ତି ପୁଣେର ଡ. ପ୍ରିୟଦର୍ଶୀ କାର୍ଭେ। ଡ. କାର୍ଭେ ପଦାର୍ଥ ବିଜ୍ଞାନରେ ପୁଣେ ବିଶ୍ୱବିଦ୍ୟାଳୟରୁ...

ପେନ୍‌ ପିଣ୍ଟର ବିଜେତା

ବିଶ୍ୱରେ କଳା ଲୋକଙ୍କୁ ଘୃଣା କରିବାର ଇତିହାସ ବହୁ ପୁରୁଣା। କିନ୍ତୁ ସମୟ ପ୍ରମାଣ ଦେଇଛି ସେହି କୃଷ୍ଣକାୟମାନେ ପରିଶ୍ରମ ଓ ଧୀଶକ୍ତି ବଳରେ ଗୋରା...

ବାପା ହେବା ପରେ, ବାପା ଯିବା ପରେ

ବିପିନ୍‌ ବିହାରୀ ମହାନ୍ତି ପୁଅର ସବୁବେଳେ ଗୋଟିଏ ଅଭିଯୋଗ, ବାପା ଆଜିକାଲି କାହିଁକି ବିଳମ୍ବରେ ଅଫିସରୁ ଫେରୁଛନ୍ତି। ଆଉ ଏହି ଅଭିଯୋଗ ସହିତ ବୋଉ ମଧ୍ୟ...

ସେଦିନ ଓ ଆଜିର ଲେଖା

ମୀରା ବେଉରା ଗୋଟିଏ ରାଜ୍ୟରେ ଦୁଇଜଣ କବି ଥିଲେ। ପ୍ରଥମ କବିଜଣକ ପ୍ରେମ, ଆନନ୍ଦ, ବିଷାଦ, ପ୍ରକୃତି, ସୌନ୍ଦର୍ଯ୍ୟ, ସମାଜ ତଥା ରାଜ୍ୟର ସାଂପ୍ରତିକ ଘଟଣାବଳୀକୁ...

ନିଶାର ଦଶା

ଡ. ସତ୍ୟନାରାୟଣ ମିଶ୍ର ଆଧୁନିକ ସଭ୍ୟତାରେ ନିଶା ସେବନ ହେଉଛି ଏକ ମାରାତ୍ମକ ସାମାଜିକ ବ୍ୟାଧି ଓ ଅପରାଧ। ଏହା କର୍କଟ ରୋଗ ଭଳି ଦିନକୁ...

ସଙ୍କଟ କାଳରେ ଭୋକ ଓ ଭୂତାଣୁ

ଡ. କିଶୋର ମହାନ୍ତି ଭୋକ ଓ ଭୂତାଣୁ ସମାନ୍ତରାଳ ଭାବରେ ସଂପ୍ରତି ଗତି କରି ଚାଲିଛନ୍ତି। ଯଦିଓ ଭୋକ ସର୍ବକାଳୀନ କିନ୍ତୁ ଭୂତାଣୁର ସ୍ଥିତି ସାମୟିକ।...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ରୟତି ଜମିରୁ ବେଆଇନ ଗଛକଟା
Next Post Next post:
ଏଇ ଭାରତରେ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts