ଭୁବନେଶ୍ୱର, ୩।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ରେ କେତେକ ସ୍ବତନ୍ତ୍ର ବର୍ଗଙ୍କ ପାଇଁ ଟିକା ବ୍ୟବସ୍ଥାକୁ ଏବେ ପ୍ରାଥମିକତା ଦିଆଯାଉଛି। ବିଶେଷକରି ବୟୋଜ୍ୟେଷ୍ଠ ବୃଦ୍ଧାବୃଦ୍ଧଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ କମିଶନର ସଞ୍ଜୟ କୁମାର ସିଂହଙ୍କ ନିର୍ଦ୍ଦେଶରେ ଜରାଶ୍ରମ ଅନ୍ତେବାସୀଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ବୁଧବାର ଟଙ୍କପାଣି ରୋଡ୍ ପାଣ୍ଡବନଗରସ୍ଥିତ କ୍ରିଷ୍ଣା ଓଲ୍ଡ ଏଜ୍ ହୋମ୍ର ୪୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀଙ୍କୁ କୋଭିଡ୍-୧୯ ପ୍ରତିଷେଧକ ଟିକା ଦିଆଯାଇଛି। ବିଏମ୍ସି ଏବଂ ସ୍ବାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ଏହି ଟିକାକରଣ କରାଯାଇଛି।
ଦକ୍ଷିଣ-ପୂର୍ବ ଜୋନ୍ ପରିସରରେ ରହିଥିବା ଉକ୍ତ ଜରାଶ୍ରମର ତିନୋଟି କେନ୍ଦ୍ର ଯଥା ଟଙ୍କପାଣି ରୋଡ୍୍ ନିକଟସ୍ଥ ପାଣ୍ଡବ ନଗର କେନ୍ଦ୍ର, ପୁରୁଣା ଭୁବନେଶ୍ୱରର କେଉଟସାହି ନିକଟସ୍ଥ ଆନନ୍ଦ ଆଶ୍ରମ ଏବଂ ନୂଆଗାଁ ନିକଟସ୍ଥ କେନ୍ଦ୍ରରେ ଟିକାକରଣ ଟିମ୍ ପହଞ୍ଚତ୍ ସମସ୍ତ ଅନ୍ତେବାସୀଙ୍କୁ ଟିକା ଦେଇଥିଲେ। ଟିକା ଦେବା ପରେ କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟାକୁ ଲକ୍ଷ୍ୟ କରିବା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ଟିକାକରଣ ସରିବାର ୪୫ ମିନିଟ୍ ପର୍ଯ୍ୟନ୍ତ ଟିକାକରଣ ଦଳ ସେଠାରେ ରହି ଅନ୍ୟ କେନ୍ଦ୍ରକୁ ଯାଉଥିଲେ। ନିର୍ଭରଶୀଳ ବୟସରେ ଆମ ପାଖକୁ ଆସି ଟିକା ଦେବା ଏବଂ କୋଭିଡ୍ ଭଳି ମହାମାରୀରୁ ଆମକୁ ଦୂରେଇ ରଖିବାର ଯେଉଁ ପଦକ୍ଷେପ ବିଏମ୍ସି ପକ୍ଷରୁ ନିଆଯାଇଛି ସେଥିପାଇଁ ଆମେ କୃତଜ୍ଞ। ସରକାରଙ୍କ ଏଭଳି ପଦକ୍ଷେପ ସମାଜର ସମସ୍ତ ବର୍ଗଙ୍କ ହୃଦୟକୁ ଛୁଇଁଛି ବୋଲି ଜଣେ ଅନ୍ତେବାସୀ ତଥା ଅବସରପ୍ରାପ୍ତ ଅଧ୍ୟାପକ ପ୍ରିୟବ୍ରତ ନନ୍ଦ କହିଛନ୍ତି। । ଟିକାଦାନ ପରେ ସମୁଦାୟ ପ୍ରକ୍ରିୟାକୁ ସଂଯୋଜନା କରୁଥିବା ଦକ୍ଷିଣ ପୂର୍ବ ଜୋନ୍ର ଜୋନାଲ୍ ଡେପୁଟି କମିଶନର ଅଂଶୁମାନ ରଥ ଅନ୍ତେବାସୀମାନଙ୍କ ସୁସ୍ଥତା ଏବଂ ପରିମଳ ପ୍ରତି ସତର୍କତା ଏବଂ ଜରାଶ୍ରମର ପରିଚ୍ଛନ୍ନତା ଉପରେ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିବା ସହ ନିରନ୍ତର କୋଭିଡ୍ ନିୟମ ମାନିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ବିଏମ୍ସି ଏବଂ ସ୍ବାସ୍ଥ୍ୟ ବିଭାଗର ଏହି ସହଯୋଗ ପାଇଁ କ୍ରିଷ୍ଣା ଓଲ୍ଡଏଜ୍ ହୋମ୍ର ପ୍ରତିଷ୍ଠାତା ରାଜେଶ ମହାପାତ୍ର କୃତଜ୍ଞତା ଜଣାଇଛନ୍ତି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ସୋମବାରଠାରୁ ଏହି ସହରରେ ଘର ଘର ବୁଲି ହେବ ଟିକାଦାନ…
ବିକାନେର୍,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଦେଶରେ...
୨୦୨୨ରେ ଭୋଟ୍ ପ୍ରଚାର କରିବ ରୋବୋ
ନୂଆଦିଲ୍ଲୀ, ୨୧।୬: ଗତ ମାର୍ଚ୍ଚ, ଏପ୍ରିଲରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କୋଭିଡ୍ ମହାମାରୀ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆୟୋଜିତ...
ଉତ୍ସବ ପରି ଉତ୍ସାହ
ଅନୁଗୋଳ/ ଢେଙ୍କାନାଳ ଅଫିସ, ୮ା୬ ମହାମାରୀ କରୋନାରୁ ଟିକା ହିଁ ସୁରକ୍ଷା ଦେଇପାରିବ। ଲୋକଙ୍କ ମନରେ ଏହି ବିଶ୍ୱାସ ଭରିବାରେ ସରକାର ସଫଳ ହୋଇଛନ୍ତି। ବିଶେଷଜ୍ଞମାନଙ୍କ...
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୩୭ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୩୭ ଜଣଙ୍କ ଜୀବନ ନେଇଛି।...
ଘରେ ରହି ଚିକିତ୍ସିତ ହେବାକୁ ଥିବା କରୋନା ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯିବ ଅକ୍ସିଜେନ କନସେନ୍ଟ୍ରେଟର
ଭୁବନେଶ୍ୱର,୫ା୬(ବ୍ୟୁରୋ): କରୋନା ମହାମାରୀର ଦ୍ୱିତୀୟ ଲହରରେ ଅକ୍ସିଜେନର ଘୋର ଅଭାବ ଦେଖାଦେଇଛି। ତେବେ ଅକ୍ସିଜେନ ଯୋଗାଣ ପାଇଁ ବିଏମ୍ସି ବଡ଼ ପଦକ୍ଷେପ ନେଇଛି। ଏଣିକି ଘରେ...
ତ୍ରିକୋଣୀୟ ପ୍ରେମ: ଭଡାଘରୁ ମିଳିଲା ଯୁବତୀଙ୍କ ମୃତଦେହ
ଲୋଇସିଂହା,୨।୬: ବଲାଙ୍ଗୀର ଜିଲା ଲୋଇସିଂହା ଥାନାଠାରୁ ୨ଶହ ମିଟର ଦୂର ମଣ୍ଟୁ କଲୋନୀର ଏକ ଭଡା ଘରୁ ବୁଧବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କ ମୃତଦେହ...
ଆଜି ଆଉ ୪୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୩୩୪୬କୁ ବୃଦ୍ଧି
ଭୁବନେଶ୍ୱର,୧୪ା୬(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୪୪ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...
‘ସୁସ୍ଥ ହେବା ପରେ ଚଡ଼ିଚିଡ଼ା ହେଉଛନ୍ତି କୋଭିଡ୍ ଆକ୍ରାନ୍ତ’
ଭୁବନେଶ୍ୱର,୧୬।୬: କୋଭିଡ ସଂକ୍ରମଣରୁ ନେଗେଟିଭ୍ ହେଲାପରେ ମଧ୍ୟ ଲୋକଙ୍କ ଠାରେ ବିଭିନ୍ନ ଲକ୍ଷଣ ଦେଖାଦେଉଛି। ଲୋକେ ଦୀର୍ଘ ମିଆଦି କୋଭିଡ୍ ସମସ୍ୟାରେ ପୀଡିତ ହେଉଛନ୍ତି ।...


