ଲଣ୍ଡନ,୪ା୬:ଏକ ଦୁଃଖଦ କିନ୍ତୁ ଉପନିବେଶବାଦ ଓ ଯୁଦ୍ଧଭୟର କାବି୍ୟକ କାହାଣୀକୁ ନେଇ ଗତିଶୀଳ ହୋଇଥିବା ‘ଆଟ୍ ନାଇଟ୍ ଅଲ୍ ବ୍ଲଡ୍ ଇଜ୍ ବ୍ଲାକ୍’କୁ ମିଳିଛି ଚଳିତ ବର୍ଷର ମର୍ଯ୍ୟାଦାଜନକ ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ୍। ଫ୍ରାନ୍ସର ବିଶିଷ୍ଟ ସାହିତି୍ୟକ ଡେଭିଡ୍ ଡିଓପ୍ଙ୍କ ଏହି ଫିକ୍ସନକୁ ଇଂଲିଶ୍ରେ ଅନୁବାଦ କରିଛନ୍ତି ଆନ୍ନା ମୋସ୍କୋଭାକିସ୍। ବୁକର ଗ୍ରୁପ୍ ପକ୍ଷରୁ ଡେଭିଡ୍ ପୁରସ୍କାର ବାବଦକୁ ପାଇବାକୁ ଥିବା ୫୦,୦୦୦ ପାଉଣ୍ଡ (୭୧,୦୦୦ ଡଲାର)ରୁ ଆନ୍ନାଙ୍କୁ ତାଙ୍କ ଅଂଶ ରାଶି ପ୍ରଦାନ କରିବେ।
୨୦୧୮ରେ ପ୍ରକାଶିତ ମୂଳ ଉପନ୍ୟାସ ‘ଫ୍ରେରେ ଡାମେ’ର ଇଂଲିଶ ଅନୁବାଦ ‘ଆଟ୍ ନାଇଟ୍ ଅଲ୍ ବ୍ଲଡ୍ ଇଜ୍ ବ୍ଲାକ୍’, ଯାହାର ତାତ୍ପର୍ଯ୍ୟ ହେଉଛି ରାତିରେ ସବୁ ରକ୍ତ କଳା। ପ୍ରଥମ ବିଶ୍ୱଯୁଦ୍ଧ ବେଳର ଦୁଇଜଣ ସେନେଗାଲ ସୈନିକ ଆଲ୍ଫା ଏନ୍ଡିଆୟେ ଓ ମଡେମ୍ବାଙ୍କ ଜୀବନୀ ଉପରେ ଏହାର କାହାଣୀ ଗତିଶୀଳ ହୋଇଛି। ସେତେବେଳେ ଆଲ୍ଫା ଓ ମଡେମ୍ବା ଶକ୍ତିଶାଳୀ ଫ୍ରାନ୍ସ ପାଇଁ ଯୁଦ୍ଧ ଲଢ଼ିଥିଲେ। ମୁଖ୍ୟ ଚରିତ୍ର ଆଲ୍ଫା ଜର୍ମାନୀ ସୈନ୍ୟଙ୍କୁ ହତ୍ୟାକରି ଚାଲିଥିଲେ। ପରେ ସେମାନଙ୍କ ହାତଗୁଡ଼ିକୁ କାଟି ଦେଇଥିଲେ। ଯୁଦ୍ଧଭୂମିରେ ମଡେମ୍ବା ନିହତ ହେବା ପରେ ଆଲ୍ଫା ଏକୁଟିଆ ହୋଇଗଲେ। ସେ ଅଧିକ ହିଂସ୍ର ପାଲଟି ପାଗଳପ୍ରାୟ ହୋଇଯାଇଥିଲେ।
ପୁରସ୍କାର ଚୟନ କମିଟିର ଅଧ୍ୟକ୍ଷ ବ୍ରିଟିଶ୍ ଲେଖକ ଲୁସି ହଗ୍ହେସ୍-ହଲ୍ଲେଟ କହିଛନ୍ତି, ଏହା ଏପରି ଏକ ସମ୍ମୋହନୀ ପୁସ୍ତକ, ଯାହା ପାଠିକାପାଠକଙ୍କ ଚେତନାକୁ ପ୍ରବେଶ କରି ବିଚାରରେ ପରିବର୍ତ୍ତନ ଆଣିବାର ସାମର୍ଥ୍ୟ ବହନ କରେ। ପ୍ରାୟ ୧୫୦ ପୃଷ୍ଠାର ଉକ୍ତ ଉପନ୍ୟାସ ବର୍ଣ୍ଣବାଦ ଓ ଉପନିବେଶବାଦ ଉପରେ ସାମ୍ପ୍ରତିକ ବିତର୍କର ପ୍ରାସଙ୍ଗିକତାକୁ ପ୍ରତିପାଦନ କରିଥାଏ। ଏହା ପାଠକଙ୍କ ମନରେ ବନ୍ଧୁତ୍ୱ ଭାବ ଓ ଭୀତି ସଞ୍ଚାର କରେ। ଉପନ୍ୟାସ ପଢ଼ିଲେ ହିପ୍ନୋଟାଇଜ୍ ହୋଇଗଲା ଭଳି ଅନୁଭବ ହୁଏ। ଡିଓପ୍ଙ୍କ ନୋଭେଲକୁ ସଂଖ୍ୟାଗରିଷ୍ଠ ୫ ବିଚାରପତି ଚୟନ କରିଥିଲେ। ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଥିଲେ ‘ଇନ୍ ମେମୋରି ଅଫ୍ ମେମୋରି’ ର ରୁଷୀୟ ଲେଖକ ମାରିନା ଷ୍ଟେପାନୋଭା ଏବଂ କ୍ଷୁଦ୍ରଗଳ୍ପ ସଂକଳନ ‘ଦି ଡେଞ୍ଜର୍ସ ଅଫ୍ ସ୍ମୋକିଂ ଇନ୍ ବେଡ୍’ ରଚୟିତା ଆର୍ଜେଣ୍ଟିନାର ମାରିଆନା ଏନ୍ରିକ୍ୟୁଜ୍। ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ରେ ଜନ୍ମିତ ଡିଓପ୍ ସେନେଗାଲରେ ବଢ଼ିଥିଲେ। ଏହି ୫୫ ବର୍ଷୀୟ ଲେଖକଙ୍କ ଜୀବନର ଅଧିକାଂଶ ସମୟ ଡାକାରରେ ବିତିଛି। ସେ ଫ୍ରାନ୍ସର ପାଉ ୟୁନିଭର୍ସିଟିରେ ଅଷ୍ଟାଦଶ ଶତାବ୍ଦୀର ସାହିତ୍ୟ ପଢ଼ାନ୍ତି। ଅନ୍ତର୍ଜାତୀୟ ବୁକର ପୁରସ୍କାର ପାଇବାରେ ସେ ହେଉଛନ୍ତି ଫ୍ରାନ୍ସର ପ୍ରଥମ ଲେଖକ। ପୂର୍ବରୁ ମ୍ୟାନ୍ ବୁକର ପ୍ରାଇଜ୍ ନାମରେ ପରିଚିତ ଥିବା ଇଣ୍ଟରନ୍ୟାଶନାଲ୍ ବୁକର ପ୍ରାଇଜ୍ ୨୦୦୫ରୁ ପ୍ରତିବର୍ଷ ସର୍ବୋତ୍କୃଷ୍ଟ ପୁସ୍ତକକୁ ମିଳିଥାଏ, ଯାହା ଇଂଲିଶରେ ଅନୂଦିତ ହୋଇ ବ୍ରିଟେନ କିମ୍ବା ଆୟରଲାଣ୍ଡରେ ପ୍ରକାଶିତ ହୋଇଥାଏ।
Posted inଅନ୍ତର୍ଜାତୀୟ View All
ଡୋଜ୍ ନେଲା ପରେ ବି ହେଉଛି କରୋନା: ବଢୁଛି ଚିନ୍ତା…
ଓ୍ବାଶିଂଟନ/ଲଣ୍ଡନ/ନୂଆଦିଲ୍ଲୀ,୧୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଭାକ୍ସିନ୍ର ଦୁଇ...
ଟୁଇଟରକୁ ବ୍ୟାନ କଲା ନାଇଜେରିଆ
ଅବୁଜ,୪।୬: ନାଇଜେରିଆରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ଶୁକ୍ରବାର ବ୍ୟାନ୍ କରିଦିଆଯାଇଛି। ଦେଶର କର୍ପୋରେଟ୍ ବ୍ୟବସ୍ଥାକୁ ଦୁର୍ବଳ କରୁଥିବାରୁ ଆମେରିକୀୟ କମ୍ପାନୀ ବିରୋଧରେ କେନ୍ଦ୍ର ସରକାର...
୨.୭ କୋଟିର ମୋନାଲିସା ପେଣ୍ଟିଂ
ଲିଓନାର୍ଡୋ ଡା ଭିନ୍ସିଙ୍କ ବିଶ୍ୱପ୍ରସିଦ୍ଧ ମୋନାଲିସା ପେଣ୍ଟିଂର ଅବିକଳ ପ୍ରତିକୃତି ପ୍ୟାରିସ୍ରେ ନିଲାମ ହେଉଥିବାବେଳେ ଏହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି।...
ଚାଇନାକୁ ଘେରିଲା ଡବ୍ଲ୍ୟୁଏଚ୍ଓ: କରୋନା ନମୁନା ନଷ୍ଟ କରୁଥିବା ଅଭିଯୋଗ…
ଜେନେଭା/ବେଜିଂ,୯।୬: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଏବେ ହରଡ଼ଘଣାରେ ପଡ଼ିଛି। ଏବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ଚାଇନାକୁ ଘେରିଛି। କରୋନା ନମୁନା ସହିତ ଏସମ୍ପର୍କିତ...
ଭାରତୀୟ ଷ୍ଟ୍ରେନ୍କୁ ‘ଡେଲ୍ଟା’ ନାମ ଦେଲା ଡବ୍ଲ୍ୟୁଏଚ୍ଓ…
ଜେନେଭା/ନୂଆଦିଲ୍ଲୀ,୧।୬: ଭାରତରେ ଦେଖାଦେଇଥିବା କରୋନା ମହାମାରୀ ଭୂତାଣୁର ଷ୍ଟ୍ରେନ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଗ୍ରୀକ୍ ଅକ୍ଷର ଡେଲ୍ଟଶ ଭାବେ ନାମକରଣ କରାଯାଇଛି। ଅକ୍ଟୋବର ୨୦୨୦ରେ...
ମର୍ମନ୍ତୁଦ ରେଳ ଦୁର୍ଘଟଣା: ୫୦ରୁ ଅଧିକଙ୍କ ଜୀବନ ଗଲା…
କରାଚି,୭।୬: ପାକିସ୍ତାନରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଘୋଟକି ଅଞ୍ଚଳର ରେତି ଏବଂ ଡହାରକି ଷ୍ଟେଶନ ମଧ୍ୟରେ ସାର୍...
୫ମ ମହାସାଗର ହେଲା ସଦର୍ନ ଓସେନ୍
ଦକ୍ଷିଣ ମହାସାଗର ବା ସଦର୍ନ ଓସେନ୍କୁ ପୃଥିବୀର ୫ମ ମହାସାଗର ମାନ୍ୟତା ପ୍ରଦାନ କରାଯାଇଛି। ୧୯୧୫ ମସିହାରୁ ଓସେନ୍ ମାନଚିତ୍ର ପ୍ରସ୍ତୁତ କରୁଥିବା ନ୍ୟାଶନାଲ ଜିଓଗ୍ରାଫି...
ବନ୍ଦ ହେବ ଓ୍ବିଣ୍ଡୋଜ୍ ୧୦
ଜୁନ୍ ୨୪ରେ ଅପରେଟିଂ ସିଷ୍ଟମ୍ ଓ୍ବିଣ୍ଡୋଜ୍ର ନୂଆ ଭର୍ସନ ଆସିଯିବ। ପରେ ୨୦୨୫ ଅକ୍ଟୋବରରେ ମାଇକ୍ରୋସଫ୍ଟ ପକ୍ଷରୁ ଓ୍ବିଣ୍ଡୋଜ୍ ୧୦ ସପୋର୍ଟକୁ ବନ୍ଦ କରିଦିଆଯିବ ବୋଲି...


