E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନ୍ତର୍ଜାତୀୟ

ଡେଭିଡ୍‌ଙ୍କୁ ଅନ୍ତର୍ଜାତୀୟ ବୁକର ପୁରସ୍କାର
8:14 amJune 4, 2021

ଲଣ୍ଡନ,୪ା୬:ଏକ ଦୁଃଖଦ କିନ୍ତୁ ଉପନିବେଶବାଦ ଓ ଯୁଦ୍ଧଭୟର କାବି୍ୟକ କାହାଣୀକୁ ନେଇ ଗତିଶୀଳ ହୋଇଥିବା ‘ଆଟ୍‌ ନାଇଟ୍‌ ଅଲ୍‌ ବ୍ଲଡ୍‌ ଇଜ୍‌ ବ୍ଲାକ୍‌’କୁ ମିଳିଛି ଚଳିତ ବର୍ଷର ମର୍ଯ୍ୟାଦାଜନକ ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ୍‌। ଫ୍ରାନ୍ସର ବିଶିଷ୍ଟ ସାହିତି୍ୟକ ଡେଭିଡ୍‌ ଡିଓପ୍‌ଙ୍କ ଏହି ଫିକ୍ସନକୁ ଇଂଲିଶ୍‌ରେ ଅନୁବାଦ କରିଛନ୍ତି ଆନ୍ନା ମୋସ୍କୋଭାକିସ୍‌। ବୁକର ଗ୍ରୁପ୍‌ ପକ୍ଷରୁ ଡେଭିଡ୍‌ ପୁରସ୍କାର ବାବଦକୁ ପାଇବାକୁ ଥିବା ୫୦,୦୦୦ ପାଉଣ୍ଡ (୭୧,୦୦୦ ଡଲାର)ରୁ ଆନ୍ନାଙ୍କୁ ତାଙ୍କ ଅଂଶ ରାଶି ପ୍ରଦାନ କରିବେ।
୨୦୧୮ରେ ପ୍ରକାଶିତ ମୂଳ ଉପନ୍ୟାସ ‘ଫ୍ରେରେ ଡାମେ’ର ଇଂଲିଶ ଅନୁବାଦ ‘ଆଟ୍‌ ନାଇଟ୍‌ ଅଲ୍‌ ବ୍ଲଡ୍‌ ଇଜ୍‌ ବ୍ଲାକ୍‌’, ଯାହାର ତାତ୍ପର୍ଯ୍ୟ ହେଉଛି ରାତିରେ ସବୁ ରକ୍ତ କଳା। ପ୍ରଥମ ବିଶ୍ୱଯୁଦ୍ଧ ବେଳର ଦୁଇଜଣ ସେନେଗାଲ ସୈନିକ ଆଲ୍‌ଫା ଏନ୍‌ଡିଆୟେ ଓ ମଡେମ୍ବାଙ୍କ ଜୀବନୀ ଉପରେ ଏହାର କାହାଣୀ ଗତିଶୀଳ ହୋଇଛି। ସେତେବେଳେ ଆଲ୍‌ଫା ଓ ମଡେମ୍ବା ଶକ୍ତିଶାଳୀ ଫ୍ରାନ୍ସ ପାଇଁ ଯୁଦ୍ଧ ଲଢ଼ିଥିଲେ। ମୁଖ୍ୟ ଚରିତ୍ର ଆଲ୍‌ଫା ଜର୍ମାନୀ ସୈନ୍ୟଙ୍କୁ ହତ୍ୟାକରି ଚାଲିଥିଲେ। ପରେ ସେମାନଙ୍କ ହାତଗୁଡ଼ିକୁ କାଟି ଦେଇଥିଲେ। ଯୁଦ୍ଧଭୂମିରେ ମଡେମ୍ବା ନିହତ ହେବା ପରେ ଆଲ୍‌ଫା ଏକୁଟିଆ ହୋଇଗଲେ। ସେ ଅଧିକ ହିଂସ୍ର ପାଲଟି ପାଗଳପ୍ରାୟ ହୋଇଯାଇଥିଲେ।
ପୁରସ୍କାର ଚୟନ କମିଟିର ଅଧ୍ୟକ୍ଷ ବ୍ରିଟିଶ୍‌ ଲେଖକ ଲୁସି ହଗ୍‌ହେସ୍‌-ହଲ୍ଲେଟ କହିଛନ୍ତି, ଏହା ଏପରି ଏକ ସମ୍ମୋହନୀ ପୁସ୍ତକ, ଯାହା ପାଠିକାପାଠକଙ୍କ ଚେତନାକୁ ପ୍ରବେଶ କରି ବିଚାରରେ ପରିବର୍ତ୍ତନ ଆଣିବାର ସାମର୍ଥ୍ୟ ବହନ କରେ। ପ୍ରାୟ ୧୫୦ ପୃଷ୍ଠାର ଉକ୍ତ ଉପନ୍ୟାସ ବର୍ଣ୍ଣବାଦ ଓ ଉପନିବେଶବାଦ ଉପରେ ସାମ୍ପ୍ରତିକ ବିତର୍କର ପ୍ରାସଙ୍ଗିକତାକୁ ପ୍ରତିପାଦନ କରିଥାଏ। ଏହା ପାଠକଙ୍କ ମନରେ ବନ୍ଧୁତ୍ୱ ଭାବ ଓ ଭୀତି ସଞ୍ଚାର କରେ। ଉପନ୍ୟାସ ପଢ଼ିଲେ ହିପ୍‌ନୋଟାଇଜ୍‌ ହୋଇଗଲା ଭଳି ଅନୁଭବ ହୁଏ। ଡିଓପ୍‌ଙ୍କ ନୋଭେଲକୁ ସଂଖ୍ୟାଗରିଷ୍ଠ ୫ ବିଚାରପତି ଚୟନ କରିଥିଲେ। ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଥିଲେ ‘ଇନ୍‌ ମେମୋରି ଅଫ୍‌ ମେମୋରି’ ର ରୁଷୀୟ ଲେଖକ ମାରିନା ଷ୍ଟେପାନୋଭା ଏବଂ କ୍ଷୁଦ୍ରଗଳ୍ପ ସଂକଳନ ‘ଦି ଡେଞ୍ଜର୍ସ ଅଫ୍‌ ସ୍ମୋକିଂ ଇନ୍‌ ବେଡ୍‌’ ରଚୟିତା ଆର୍ଜେଣ୍ଟିନାର ମାରିଆନା ଏନ୍‌ରିକ୍ୟୁଜ୍‌। ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ଜନ୍ମିତ ଡିଓପ୍‌ ସେନେଗାଲରେ ବଢ଼ିଥିଲେ। ଏହି ୫୫ ବର୍ଷୀୟ ଲେଖକଙ୍କ ଜୀବନର ଅଧିକାଂଶ ସମୟ ଡାକାରରେ ବିତିଛି। ସେ ଫ୍ରାନ୍ସର ପାଉ ୟୁନିଭର୍ସିଟିରେ ଅଷ୍ଟାଦଶ ଶତାବ୍ଦୀର ସାହିତ୍ୟ ପଢ଼ାନ୍ତି। ଅନ୍ତର୍ଜାତୀୟ ବୁକର ପୁରସ୍କାର ପାଇବାରେ ସେ ହେଉଛନ୍ତି ଫ୍ରାନ୍ସର ପ୍ରଥମ ଲେଖକ। ପୂର୍ବରୁ ମ୍ୟାନ୍‌ ବୁକର ପ୍ରାଇଜ୍‌ ନାମରେ ପରିଚିତ ଥିବା ଇଣ୍ଟରନ୍ୟାଶନାଲ୍‌ ବୁକର ପ୍ରାଇଜ୍‌ ୨୦୦୫ରୁ ପ୍ରତିବର୍ଷ ସର୍ବୋତ୍କୃଷ୍ଟ ପୁସ୍ତକକୁ ମିଳିଥାଏ, ଯାହା ଇଂଲିଶରେ ଅନୂଦିତ ହୋଇ ବ୍ରିଟେନ କିମ୍ବା ଆୟରଲାଣ୍ଡରେ ପ୍ରକାଶିତ ହୋଇଥାଏ।


[mc4wp_form id="252536"] All Right Reserved By Dharitri.Com

Posted inଅନ୍ତର୍ଜାତୀୟ View All

ଚାଇନା ଆପ୍‌ ଉପରୁ ପ୍ରତିବନ୍ଧକ ହଟାଇଲେ ବାଇଡେନ୍‌

ଓ୍ବାଶିଂଟନ,୧୦ା୬: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍‌ ତାଙ୍କର ପ୍ରଥମ ବିଦେଶ ଗସ୍ତ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଚାଇନିଜ ଆପ ଉପରେ ଥିବା ପ୍ରତିବନ୍ଧକକୁ...

ଆମେରିକାରେ ୫୦% ଭାରତୀୟ ବୈଷମ୍ୟର ସମ୍ମୁଖୀନ

ଓ୍ବାଶିଂଟନ, ୧୧।୬:ଆମେରିକାରେ ଦ୍ୱିତୀୟ ସର୍ବାଧିକ ପ୍ରବାସୀ ଭାବେ ଜଣାଶୁଣା ଭାରତୀୟମାନେ ନିୟମିତ ଭାବେ ବୈଷମ୍ୟ ଓ ଧ୍ରୁବୀକରଣର ଶିକାର ହେଉଥିବା ଏକ ସର୍ଭେରୁ ଜଣାପଡ଼ିଛି। ୟୁଏସ୍‌ରେ...

ଟୁଇଟରକୁ ବ୍ୟାନ କଲା ନାଇଜେରିଆ

ଅବୁଜ,୪।୬: ନାଇଜେରିଆରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ଶୁକ୍ରବାର ବ୍ୟାନ୍‌ କରିଦିଆଯାଇଛି। ଦେଶର କର୍ପୋରେଟ୍‌ ବ୍ୟବସ୍ଥାକୁ ଦୁର୍ବଳ କରୁଥିବାରୁ ଆମେରିକୀୟ କମ୍ପାନୀ ବିରୋଧରେ କେନ୍ଦ୍ର ସରକାର...

ବସ୍‌-ବନ୍ଦ ଘରେ କରୋନା ସଂକ୍ରମଣ ଆଶଙ୍କା ଅଧିକ…

ଲଣ୍ଡନ/ନୂଆଦିଲ୍ଲୀ,୩।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣ କେଉଁଠି ଅଧିକ ହୋଇଥାଏ ସେ ନେଇ ଏକ ରିପୋର୍ଟ...

ବେଜୋସ୍‌ଙ୍କ ସହ ମହାକାଶ ଯାତ୍ରା: ପାଖ ସିଟ୍‌ ପାଇଁ ୨୦୫ କୋଟି

ୱାଶିଂଟନ,୧୪।୬: ବ୍ଲ୍ୟୁ ଓରିଜିନ ପ୍ରତିଷ୍ଠାତା ତଥା ଆମାଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଜେଫ୍‌ ବେଜୋସ୍‌ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ। ମହାକାଶ ଯାତ୍ରା...

ବ୍ରିଟେନରେ ଡେଲ୍ଟା ଭାରିଆଣ୍ଟ ଭୟ

ଲଣ୍ଡନ, ୧୬ା୬: ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭୂତାଣୁ ଡେଲ୍ଟା ଭାରିଆଣ୍ଟ ଏବେ ଡେଲ୍ଟା ପ୍ଲସ୍‌ର ରୂପ ନେଇଛି। ଏହି ଷ୍ଟ୍ରେନ୍‌ ବ୍ରିଟେନରେ ଆତଙ୍କ...

୧୮ ଆତଙ୍କବାଦୀଙ୍କ ମୁଣ୍ଡ ଗଡିଲା…

କାବୁଲ,୧୫।୬: ଆଫଗାନିସ୍ତାନରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ହେଲମଣ୍ଡ୍‌ ପ୍ରଦେଶର ନହର-ଇ-ସାରାଜ ଏବଂ ନାଦ ଆଲି ଜିଲାରେ ହୋଇଥିବା ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ...

ଟ୍ରମ୍ପ କହିଲେ, ମୋ ଅନୁମାନ ଠିକ୍‌ ଥିଲା

ନ୍ୟୁୟର୍କ, ୪।୬: କରୋନା ଭୂତାଣୁ ଚାଇନାର ଉହାନ ଲ୍ୟାବରୁ ଆସିଥିବା ଅନେକ ଅନୁସନ୍ଧାନରୁ ଜଣାପଡିଛି। ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କରୋନା...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ନୀତି ଆୟୋଗ ଏସ୍‌ଡିଜି ସୂଚକାଙ୍କ: ଓଡ଼ିଶା ର଼୍ୟାଙ୍କ୍‌ ଖସିଲା
Next Post Next post:
ଅବସର ପରେ କମ୍ପାନୀରେ ବାବୁଙ୍କ ନିଯୁକ୍ତି

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts