ଲଣ୍ଡନ,୪ା୬:ଏକ ଦୁଃଖଦ କିନ୍ତୁ ଉପନିବେଶବାଦ ଓ ଯୁଦ୍ଧଭୟର କାବି୍ୟକ କାହାଣୀକୁ ନେଇ ଗତିଶୀଳ ହୋଇଥିବା ‘ଆଟ୍ ନାଇଟ୍ ଅଲ୍ ବ୍ଲଡ୍ ଇଜ୍ ବ୍ଲାକ୍’କୁ ମିଳିଛି ଚଳିତ ବର୍ଷର ମର୍ଯ୍ୟାଦାଜନକ ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ୍। ଫ୍ରାନ୍ସର ବିଶିଷ୍ଟ ସାହିତି୍ୟକ ଡେଭିଡ୍ ଡିଓପ୍ଙ୍କ ଏହି ଫିକ୍ସନକୁ ଇଂଲିଶ୍ରେ ଅନୁବାଦ କରିଛନ୍ତି ଆନ୍ନା ମୋସ୍କୋଭାକିସ୍। ବୁକର ଗ୍ରୁପ୍ ପକ୍ଷରୁ ଡେଭିଡ୍ ପୁରସ୍କାର ବାବଦକୁ ପାଇବାକୁ ଥିବା ୫୦,୦୦୦ ପାଉଣ୍ଡ (୭୧,୦୦୦ ଡଲାର)ରୁ ଆନ୍ନାଙ୍କୁ ତାଙ୍କ ଅଂଶ ରାଶି ପ୍ରଦାନ କରିବେ।
୨୦୧୮ରେ ପ୍ରକାଶିତ ମୂଳ ଉପନ୍ୟାସ ‘ଫ୍ରେରେ ଡାମେ’ର ଇଂଲିଶ ଅନୁବାଦ ‘ଆଟ୍ ନାଇଟ୍ ଅଲ୍ ବ୍ଲଡ୍ ଇଜ୍ ବ୍ଲାକ୍’, ଯାହାର ତାତ୍ପର୍ଯ୍ୟ ହେଉଛି ରାତିରେ ସବୁ ରକ୍ତ କଳା। ପ୍ରଥମ ବିଶ୍ୱଯୁଦ୍ଧ ବେଳର ଦୁଇଜଣ ସେନେଗାଲ ସୈନିକ ଆଲ୍ଫା ଏନ୍ଡିଆୟେ ଓ ମଡେମ୍ବାଙ୍କ ଜୀବନୀ ଉପରେ ଏହାର କାହାଣୀ ଗତିଶୀଳ ହୋଇଛି। ସେତେବେଳେ ଆଲ୍ଫା ଓ ମଡେମ୍ବା ଶକ୍ତିଶାଳୀ ଫ୍ରାନ୍ସ ପାଇଁ ଯୁଦ୍ଧ ଲଢ଼ିଥିଲେ। ମୁଖ୍ୟ ଚରିତ୍ର ଆଲ୍ଫା ଜର୍ମାନୀ ସୈନ୍ୟଙ୍କୁ ହତ୍ୟାକରି ଚାଲିଥିଲେ। ପରେ ସେମାନଙ୍କ ହାତଗୁଡ଼ିକୁ କାଟି ଦେଇଥିଲେ। ଯୁଦ୍ଧଭୂମିରେ ମଡେମ୍ବା ନିହତ ହେବା ପରେ ଆଲ୍ଫା ଏକୁଟିଆ ହୋଇଗଲେ। ସେ ଅଧିକ ହିଂସ୍ର ପାଲଟି ପାଗଳପ୍ରାୟ ହୋଇଯାଇଥିଲେ।
ପୁରସ୍କାର ଚୟନ କମିଟିର ଅଧ୍ୟକ୍ଷ ବ୍ରିଟିଶ୍ ଲେଖକ ଲୁସି ହଗ୍ହେସ୍-ହଲ୍ଲେଟ କହିଛନ୍ତି, ଏହା ଏପରି ଏକ ସମ୍ମୋହନୀ ପୁସ୍ତକ, ଯାହା ପାଠିକାପାଠକଙ୍କ ଚେତନାକୁ ପ୍ରବେଶ କରି ବିଚାରରେ ପରିବର୍ତ୍ତନ ଆଣିବାର ସାମର୍ଥ୍ୟ ବହନ କରେ। ପ୍ରାୟ ୧୫୦ ପୃଷ୍ଠାର ଉକ୍ତ ଉପନ୍ୟାସ ବର୍ଣ୍ଣବାଦ ଓ ଉପନିବେଶବାଦ ଉପରେ ସାମ୍ପ୍ରତିକ ବିତର୍କର ପ୍ରାସଙ୍ଗିକତାକୁ ପ୍ରତିପାଦନ କରିଥାଏ। ଏହା ପାଠକଙ୍କ ମନରେ ବନ୍ଧୁତ୍ୱ ଭାବ ଓ ଭୀତି ସଞ୍ଚାର କରେ। ଉପନ୍ୟାସ ପଢ଼ିଲେ ହିପ୍ନୋଟାଇଜ୍ ହୋଇଗଲା ଭଳି ଅନୁଭବ ହୁଏ। ଡିଓପ୍ଙ୍କ ନୋଭେଲକୁ ସଂଖ୍ୟାଗରିଷ୍ଠ ୫ ବିଚାରପତି ଚୟନ କରିଥିଲେ। ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଥିଲେ ‘ଇନ୍ ମେମୋରି ଅଫ୍ ମେମୋରି’ ର ରୁଷୀୟ ଲେଖକ ମାରିନା ଷ୍ଟେପାନୋଭା ଏବଂ କ୍ଷୁଦ୍ରଗଳ୍ପ ସଂକଳନ ‘ଦି ଡେଞ୍ଜର୍ସ ଅଫ୍ ସ୍ମୋକିଂ ଇନ୍ ବେଡ୍’ ରଚୟିତା ଆର୍ଜେଣ୍ଟିନାର ମାରିଆନା ଏନ୍ରିକ୍ୟୁଜ୍। ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ରେ ଜନ୍ମିତ ଡିଓପ୍ ସେନେଗାଲରେ ବଢ଼ିଥିଲେ। ଏହି ୫୫ ବର୍ଷୀୟ ଲେଖକଙ୍କ ଜୀବନର ଅଧିକାଂଶ ସମୟ ଡାକାରରେ ବିତିଛି। ସେ ଫ୍ରାନ୍ସର ପାଉ ୟୁନିଭର୍ସିଟିରେ ଅଷ୍ଟାଦଶ ଶତାବ୍ଦୀର ସାହିତ୍ୟ ପଢ଼ାନ୍ତି। ଅନ୍ତର୍ଜାତୀୟ ବୁକର ପୁରସ୍କାର ପାଇବାରେ ସେ ହେଉଛନ୍ତି ଫ୍ରାନ୍ସର ପ୍ରଥମ ଲେଖକ। ପୂର୍ବରୁ ମ୍ୟାନ୍ ବୁକର ପ୍ରାଇଜ୍ ନାମରେ ପରିଚିତ ଥିବା ଇଣ୍ଟରନ୍ୟାଶନାଲ୍ ବୁକର ପ୍ରାଇଜ୍ ୨୦୦୫ରୁ ପ୍ରତିବର୍ଷ ସର୍ବୋତ୍କୃଷ୍ଟ ପୁସ୍ତକକୁ ମିଳିଥାଏ, ଯାହା ଇଂଲିଶରେ ଅନୂଦିତ ହୋଇ ବ୍ରିଟେନ କିମ୍ବା ଆୟରଲାଣ୍ଡରେ ପ୍ରକାଶିତ ହୋଇଥାଏ।
Posted inଅନ୍ତର୍ଜାତୀୟ View All
ସେନା ବିମାନ ଦୁର୍ଘଟଣା: ୧୨ ମୃତ
ନାପିତାଉ,୧୦ା୬: ମ୍ୟାନ୍ମାର ସେନାର ଏକ ବିମାନ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେନା ପକ୍ଷରୁ କୁହାଯାଇଛି। ବିମାନଟି ରାଜଧାନୀ ନାପିତାଉରୁ...
ପାର୍ଲାମେଣ୍ଟରେ ମରାମରି ହେଲେ ଏମ୍ପି
ଲା ପାଜ୍,୧୦।୬: ପାର୍ଲାମେଣ୍ଟରେ ହୋ ହଲ୍ଲା ଓ ଚପଲ ଫୋପାଡ଼ିବା ଘଟଣା କିଛି ନୂଆ ନୁହେଁ। କିନ୍ତୁ ଚୁଟି ଟଣାଟଣି ସହ ମୁଥ ମରାମରି ହେବା...
ଟିକା ନେଇଥିବା ସେକ୍ସପିୟରଙ୍କ ମୃତ୍ୟୁ
କୋଭିଡ୍ ଟିକା ନେଇଥିବା ପ୍ରଥମ ପୁରୁଷ ତଥା ବିଶ୍ୱର ଦ୍ୱିତୀୟ ବ୍ୟକ୍ତି ବ୍ରିଟେନ ବାସିନ୍ଦା ବିଲ୍ ସେକ୍ସପିୟର(୮୧)ଙ୍କ ମୃତ୍ୟୁ ଘଟିଛି। ଗତ ବର୍ଷ ଡିସେମ୍ବର ୮ରେ...
ଇସ୍ତଫା ଦେଲେଣି ୮ ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୩।୬ : ବିଭିନ୍ନ ଦେଶରେ କୋଭିଡ୍ ପରିଚାଳନାଗତ ତ୍ରୁଟି ପାଇଁ ଗତ ୫ ମାସ ମଧ୍ୟରେ ୮ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇସାରିଲେଣି। ଇକୁଏଡର ସ୍ବାସ୍ଥ୍ୟମନ୍ତ୍ରୀ...
ଲ୍ୟାବ୍ରେ ତିଆରି ହେଲା ମା’ କ୍ଷୀର …
ଓ୍ବାଶିଂଟନ,୨।୬: ଶିଶୁ ଜନ୍ମ ପରେ ମା’ କ୍ଷୀର ପିଇବା ଦ୍ୱାରା ଶାରୀରିକ ସହିତ ମାନସିକ ବିକାଶ ହୋଇଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ...
ସିଙ୍ଗାପୁରରେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ୩୦ ବର୍ଷ ଜେଲ୍
ସିଙ୍ଗାପୁର,୨୨।୬: ୪୧ ବର୍ଷୀୟା ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ସିଙ୍ଗାପୁରରେ ୩୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି। ଘରୋଇ ସହାୟକଙ୍କ ଉପରେ ୧୪ ମାସ ଧରି...
ବୃଦ୍ଧଙ୍କ ଘରୁ ମିଳିଲା ୩,୭୮୭ ଖଣ୍ଡ ମଣିଷ ହାଡ଼
ମେକ୍ସିକୋ ସିଟି,୨୫।୬: ମେକ୍ସିକୋ ସହର ବାହାର ଅଞ୍ଚଳରେ ଏକ ସନ୍ଦିଗ୍ଧ ହତ୍ୟାକାରୀଙ୍କ ଘର ଚଟାଣ ଖୋଳା ହେବାରୁ ମିଳିଛି ୩,୭୮୭ ଖଣ୍ଡ ହାଡ଼। ଏହା ୧୭...
ଭିନ୍ନ ହେବେ ‘ସ୍ପେସ୍ ବେବି’
ନୂଆଦିଲ୍ଲୀ: ମହାକାଶରେ ଗୁରୁତ୍ୱ ଆକର୍ଷଣ ନାହିଁ। ତେଣୁ ସେଠାରେ ଜଣେ ଗର୍ଭବତୀଙ୍କ ସାମାନ୍ୟ ପ୍ରସବ ଅସମ୍ଭବ। ଯଦିଓ ସ୍ବାସ୍ଥ୍ୟ ବିଜ୍ଞାନର ଅତ୍ୟାଧୁନିକ ଜ୍ଞାନକୌଶଳକୁ ଉପଯୋଗ କରି...


