ଚଣ୍ଡିଖୋଲ,୧୧।୬(ଡି.ଏନ୍.ଏ.): ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ-୨ ଜାରକା ଡିଭିଜନ ଅନ୍ତର୍ଗତ ଚଣ୍ଡିଖୋଲ ସବ୍ଡିଭିଜନ ଦ୍ୱାରା ନିର୍ମାଣ କରାଯାଇଥିବା ରାସ୍ତାରେ ବ୍ୟାପକ ଅନିୟମିତତା ହୋଇଛି। ଏଣୁ ଗୋଟିଏ ବର୍ଷରେ ଏହି ସବ୍ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଳସୀ ପାତ୍ରଙ୍କୁ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ୪ ଥର କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି। ଏପରିକି ଦୁଇଥର ତାଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ ବା ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ୧୮ା୩ା୨୦୨୦ ଚିଠିସଂଖ୍ୟା ୫୨୭ରେ ଜାତୀୟ ରାଜପଥଠାରୁ ଭରତପୁର ଯାଏ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ରାସ୍ତାକୁ ତଦନ୍ତ କରି ଜାରକା ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇବା ସହ ଚଣ୍ଡିଖୋଲ ସବ୍ଡିଭିଜନର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଓ ଡ୍ରାଫ୍ଟ ଚାର୍ଜ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଉଦୟଗିରିଠାରୁ ମଝିପଡ଼ା ଭାୟା ତଳଚଣ୍ଡିଆ ରାସ୍ତା ନିର୍ମାଣରେ ଅନିୟମିତତା ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏନେଇ ବିଭାଗ ନିକଟରେ ଅଭିଯୋଗ ପରେ ଅତିରିକ୍ତ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଅଧୀକ୍ଷଣ ଯନ୍ତ୍ରୀ ୦୭ା୦୭ା୨୦ରେ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ସେ ରାସ୍ତା ନିର୍ମାଣ ଅନିୟମିତତାକୁ ଦର୍ଶାଇଥିଲେ। ହେଲେ ସହକାରୀ ଯନ୍ତ୍ରୀ ତଦନ୍ତ ସମୟରେ ଉପସ୍ଥିତ ନ ଥିଲେ। ଏନେଇ ଅଧୀକ୍ଷଣ ଯନ୍ତ୍ରୀ ଚିଠି ସଂଖ୍ୟା ୯୫୩ରେ ସହକାରୀ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ସେହିପରି ସଞ୍ଜୟ ନଗରଠାରୁ ଶାସନ ପୁରୁଷୋତ୍ତମପୁର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ଅନିୟମିତତା ନେଇ ୧୭ା୧୧ା୨୦ରେ ଅଧୀକ୍ଷଣ ଯନ୍ତ୍ରୀ ତଦନ୍ତ କରି ସହକାରୀ ଯନ୍ତ୍ରୀଙ୍କୁ ଦାୟୀ କରିବା ସହିତ ତାଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ ପାଇଁ ଚିଠି ସଂଖ୍ୟା ୧୭୩୧, ୧୯ା୧୧ା୨୦୨୦ରେ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ କାହଁିକି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ, ସେ ସମ୍ପର୍କରେ ସେ ସମୟର ନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ସେହିପରି ବାଲିଚନ୍ଦ୍ରପୁରଠାରୁ ଦେକୁରୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ କରାଯାଇଥିବା ରାସ୍ତାଟି ମାତ୍ର ୩ ମାସରେ ଶୋଚନୀୟ ହୋଇପଡିଥିଲା। ରାସ୍ତା ନିର୍ମାଣ ସମୟରେ ୨୦୦ ମିଟର ଗାଡଓ୍ବାଲ ଭୁଶୁଡ଼ି ପଡ଼ିଥିବା ବେଳେ ତାକୁ ମାଟି ଘୋଡ଼ାଇ ଦିଆଯାଇଥିଲା। ଭୁଲୁକାସ୍ଥିତ ପଦ୍ମାଳୟା ଉଚ୍ଚ ବିଦ୍ୟାଳୟଠାରୁ କୃଷ୍ଣପୁର ଶାସନ ଉଚ୍ଚ ବିଦ୍ୟାଳୟ ଛକ ପର୍ଯ୍ୟନ୍ତ ନିର୍ମାଣ କରାଯାଉଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ରାସ୍ତାର ଅନିୟମିତତା ସମ୍ପର୍କରେ ଗ୍ରାମବାସୀଙ୍କ ବହୁବାର ଅଭିଯୋଗ ପରେ ମଧ୍ୟ ଡିଭିଜନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ନିକଟରେ ଅଭିଯୋଗ ପରେ ବିଭାଗୀୟ ଅତିରିକ୍ତ ସଚିବଙ୍କ ନିର୍ଦ୍ଦେଶକ୍ରମେ ଅଧୀକ୍ଷଣ ଯନ୍ତ୍ରୀ ରାସ୍ତାର ତଦନ୍ତ କରି ୨୦୦ ମିଟର ନିର୍ମାଣ ହୋଇଥିବା ରାସ୍ତାକୁ ଭାଙ୍ଗି ପୁନର୍ବାର ନିର୍ମାଣ ପାଇଁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଅଧୀକ୍ଷଣ ଯନ୍ତ୍ରୀଙ୍କ ପତ୍ର ସଂଖ୍ୟା ୯୮୪, ତା.୧୩ା୪ା୨୧ରେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଠିକା ସଂସ୍ଥାକୁ ତାଗିଦା କରାଯାଇଛି ା
ସୂଚନାଯୋଗ୍ୟ, ଚଣ୍ଡିଖୋଲର ସହକାରୀ ଯନ୍ତ୍ରୀ ଏହି ସବ୍ଡିଭିଜନରେ କନିଷ୍ଠ ଯନ୍ତ୍ରୀ ଭାବେ କାମ କରୁଥିଲେ ା ଗତ ୩ ବର୍ଷ ହେବ ପଦୋନ୍ନତି ପାଇ ସେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାମ କରୁଛନ୍ତି ା ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ପାତ୍ରଙ୍କୁ ପଚାରିବାରେ ସେ ୪ ଥର କାରଣ ଦର୍ଶାଅ ନୋଟିସ ପାଇଥିବା ସ୍ବୀକାର କରିଛନ୍ତି।
Posted inଆମ ଜିଲା ଖବର, ଯାଜପୁର View All
ଘରକୁ ଘର ବୁଲି ସଂଗ୍ରହ ହେଉଛି ଆବର୍ଜନା: ବ୍ୟାଟ୍ରିଚାଳିତ ଗାଡ଼ି ଧରି ବୁଲୁଛନ୍ତି ମହିଳା
ଛତ୍ରପୁର,୨୬।୬(ଡି.ଏନ୍.ଏ.): ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଗଞ୍ଜାମ ଜିଲା। ଗ୍ରାମାଞ୍ଚଳ ପରିମଳ ପରିଚାଳନାର ନେତୃତ୍ୱ ନେବା ଆରମ୍ଭ କରିଛନ୍ତି ମହିଳା। ଖଲ୍ଲିକୋଟ ବ୍ଲକରୁ...
ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ଜୀବନ ଗଲା
ବାସୁଦେବପୁର,୯।୬: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବ୍ରଜାନନ୍ଦପୁର ଗ୍ରାମରେ ବୁଧବାର ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲେ ବ୍ରଜାନନ୍ଦପୁର ଗ୍ରାମର...
ଏଥର ଛେରାପହଁରା କରିବେନି ଗଜପତି ମହାରାଜା
ପୁରୀ ଅଫିସ,୨୩।୬: ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ହେଲେ ମହାପ୍ରଭୁଙ୍କ ଏହି ସ୍ନାନଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବେନି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ...
ଦୁଇ ନାବାଳିକାଙ୍କୁ ୬୨ ବର୍ଷୀୟ ବୃଦ୍ଧଙ୍କ ଅସଦାଚରଣ ଅଭିଯୋଗ
ବାଲେଶ୍ୱର ଅଫିସ,୬ା୬: ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ବଜାରରେ ଥିବା ଏକ ଦୋକାନକୁ ଥଣ୍ଡା ପାନୀୟ ଆଣିବାକୁ ଯାଇଥିବା ବେଳେ ୬୨ ବର୍ଷୀୟ ଦୋକାନୀ ଦୁଇ...
୭ବର୍ଷର ଭଉଣୀ କାନ୍ଧରେ ଦେଢ଼ମାସର ଭାଇ
ଭୋଗରାଇ,୧୫।୬(ଡି.ଏନ.ଏ.): ମହାମାରୀ କରୋନା ଛଡ଼ାଇ ନେଇଛି ବହୁ ଜୀବନ। ଉଜାଡ଼ି ଦେଇଛି ସୁଖର ସଂସାର। କିଏ ମା’ଙ୍କୁ ହରାଇ ମା’ଛେଉଣ୍ଡ ପାଲଟିଥିବା ବେଳେ କିଏ ବାପାଙ୍କୁ...
ଲେଖିକା ମୀନାକ୍ଷୀ ଦେବୀଙ୍କ ପରଲୋକ
କଟକ ଅଫିସ, ୩।୬: ବିଶିଷ୍ଟ ଲେଖିକା ତଥା ଉତ୍କଳ ସାହିତ୍ୟ ସମାଜ ସାଧାରଣ ସମ୍ପାଦିକା ମୀନାକ୍ଷୀ ଦେବୀ(୬୬)ଙ୍କର ବୁଧବାର ପରଲୋକ ହୋଇଯାଇଛି। କଟକ ରାଜାବଗିଚା ଚକୋଲେଟ୍...
୧୯ ମାଛ ୧୮.୬୫ ଲକ୍ଷ
ପାରାଦୀପ,୨୩ା୬(ସ୍ବ.ପ୍ର.): ପାରାଦୀପ ନିକଟ ସମୁଦ୍ରରୁ ମଙ୍ଗଳବାର ୧୯ଟି ତେଲିଆ ବୋରେଇ ମାଛ ମିଳିଛି। ସେଗୁଡିକ ମଧ୍ୟରେ ୪ଟି ମାଛ ୩୦ କିଲୋ ଓଜନର ହୋଇଥିବା ବେଳେ...
ମାଲକାନଗିରି ଜିଲାପାଳଙ୍କୁ କରୋନା
ମାଲକାନଗିରି,୨୦ା୬(ଡି.ଏନ୍.ଏ.): ମାଲକାନଗିରି ଜିଲାପାଳ ଓ୍ବାଇ ବିଜୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ଓ୍ବାଇ...


