ସଜନାଗଡ଼, ୯।୬(ଡି.ଏନ.ଏ.)-ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ(ଇସ୍ରୋ)ର ବୈଜ୍ଞାନିକ ଭାବେ ଯୋଗଦେବେ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଅଭିଷେକ ପରିଡ଼ା। ମାର୍ଚ୍ଚରେ ଅନୁଷ୍ଠିତ ଏ ସମ୍ପର୍କିତ ପରୀକ୍ଷାରେ ସେ ସର୍ବଭାରତୀୟ ସ୍ତରରେ ୪ର୍ଥ ସ୍ଥାନ ଅଧିକାର କରି ନୀଳଗିରି ତଥା ବାଲେଶ୍ୱର ଜିଲା ପାଇଁ ଗୌରବ ଆଣି ଦେଇଛନ୍ତି। ଏହି ସଫଳତା ପାଇଁ ବୁଧବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗୋପୀନାଥପୁରସ୍ଥିତ ତାଙ୍କ ବାସଭବନକୁ ଡକାଇ ଅଭିଷେକଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।
ନୀଳଗିରିରେ ଜନ୍ମିତ ଅଭିଷେକ କୁପାରୀ କଲେଜ ପ୍ରିନ୍ସିପାଲ ଡ. ଗଜେନ୍ଦ୍ର ପ୍ରସାଦ ପରିଡ଼ା ଓ ଶିକ୍ଷୟିତ୍ରୀ ମା’ ମିନାକ୍ଷୀ ନଳିନୀ ରାଉତଙ୍କ ବଡ଼ ପୁଅ। ସେ ଗାଁ ସ୍କୁଲରେ ୧ମରୁ ୮ମ ଯାଏ ପଢ଼ିବା ପରେ ୯ମ ଓ ୧୦ମ ବାଲେଶ୍ୱରରେ ପଢ଼ିଥିଲେ। ବାଲେଶ୍ୱର ଏଫ୍ଏମ୍ କଲେଜରେ ଯୁକ୍ତ ୨ ଶିକ୍ଷା ଶେଷ କରି ବ୍ରହ୍ମପୁରସ୍ଥିତ ପାରଳା ମହାରାଜା ସରକାରୀ କଲେଜରୁ ସଫଳତାର ସହ ବି.ଟେକ୍ ଡିଗ୍ରୀ ହାସଲ କରିଥିଲେ। ଏହାପରେ ଭୁବନେଶ୍ୱର ଆଇଆଇଟି (ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି)ରୁ ଏମ.ଟେକ୍ରେ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଚେନ୍ନାଇସ୍ଥିତ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଇଞ୍ଜିନିୟର ଭାବେ ନିଯୁକ୍ତି ପାଇଥିଲେ। ତେବେ ମହାକାଶବିଜ୍ଞାନୀ ହେବାକୁ ତାଙ୍କ ମନରେ ସ୍ବପ୍ନ ଉଙ୍କି ମାରିଥିଲା। ସ୍ବପ୍ନକୁ ସାକାର କରିବା ଲାଗି ସେ ଚଳାଇଥିଲେ ଉଦ୍ୟମ। ତାହା ଏବେ ବାସ୍ତବ ରୂପ ନେଇଛି। ସଫଳତାର ଶ୍ରେୟ ମାତାପିତା, ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଦେଇଛନ୍ତି ୨୬ବର୍ଷୀୟ ଅଭିଷେକ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.