ଭୁବନେଶ୍ୱର, ୧୩।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ରବିବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୪,୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୫୪୬ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୯୨୩ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୫୧ ହଜାର ୭୮୨ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୧୨ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୨୨୬, ବାଲେଶ୍ୱରରୁ ୩୧୮, ବରଗଡ଼ରୁ ୮୫, ଭଦ୍ରକରୁ ୧୬୫, ବଲାଙ୍ଗୀରରୁ ୫୬, ବୌଦ୍ଧରୁ ୯୦, କଟକରୁ ୪୧୩, ଦେବଗଡ଼ରୁ ୨୩, ଢେଙ୍କାନାଳରୁ ୨୫୨, ଗଜପତିରୁ ୨୬, ଗଞ୍ଜାମରୁ ୪୩, ଜଗତ୍ସିଂହପୁରରୁ ୧୪୦, ଯାଜପୁରରୁ ୩୭୦, ଝାରସୁଗୁଡ଼ାରୁ ୨୭, କଳାହାଣ୍ଡିରୁ ୯୨, କନ୍ଧମାଳରୁ ୨୮, କେନ୍ଦ୍ରାପଡ଼ାରୁ ୫୯, କେନ୍ଦୁଝରରୁ ୯୬ ଆକ୍ରାନ୍ତ ଅଛନ୍ତି। ସେହିପରି କୋରାପୁଟରୁ ୮୭, ମାଲକାନଗିରିରୁ ୭୫, ମୟୂରଭଞ୍ଜରୁ ୨୧୬, ନବରଙ୍ଗପୁରରୁ ୧୧୮ , ନୟାଗଡ଼ରୁ ୧୨୮, ନୂଆପଡ଼ାରୁ ୧୪, ପୁରୀରୁ ୨୪୩, ରାୟଗଡ଼ାରୁ ୧୩୭, ସମ୍ବଲପୁରରୁ ୬୧ ସୁବର୍ଣ୍ଣପୁରରୁ ୬୦ ଓ ସୁନ୍ଦରଗଡ଼ରୁ ୧୦୩ ଥିବା ବେଳେ ଷ୍ଟେଟ୍ ପୁଲ୍ରୁ ୧୦୬ ଅଛନ୍ତି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀକୁ ୨୬ଟ୍ରେନ୍ ବାତିଲ
ଭୁବନେଶ୍ୱର,୨୦।୬(ବ୍ୟୁରୋ): ପୁରୀରେ ଆସନ୍ତା ମାସରେ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ସମୟରେ ଯାତ୍ରୀଙ୍କ ସମ୍ଭାବ୍ୟ ଆଗମନକୁ ରୋକିବା ଏବଂ କୋଭିଡ୍-୧୯ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଉଦ୍ଦେଶ୍ୟରେ...
କରୋନା ମାତା ମନ୍ଦିର ଉପରେ ପୋଲିସ ଚଳାଇଲା ବୁଲ୍ଡୋଜର…
ପ୍ରତାପଗଡ଼,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନାରୁ ଦୂରେଇ ରହିବା ପାଇଁ ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଲୋକେ କରୋନା...
ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ ସରକାର…
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ନେଇକଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ଭୁବନେଶ୍ୱର ସ୍ମାର୍ଟସିଟିକୁ ୨ଟି ପୁରସ୍କାର
ଭୁବନେଶ୍ୱର,୨୬।୬(ବ୍ୟୁରୋ): କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଇଣ୍ଡିଆ ସ୍ମାର୍ଟସିଟି ଆଓ୍ବାର୍ଡସ କଣ୍ଟେଷ୍ଟ (ଆଇଏସ୍ଏସି)-୨୦୨୦ ପ୍ରତିଯୋଗିତାରେ ଭୁବନେଶ୍ୱର ସ୍ମାର୍ଟସିଟିକୁ ଦୁଇଟି...
ପାଲଲହଡ଼ାକୁ ଅଣଦେଖା
ପାଲଲହଡ଼ା,୧୩।୬(ଡି.ଏନ୍.ଏ.) ଅନୁଗୋଳ ଜିଲାର ସମସ୍ତ ପେଟ୍ରୋଲ ପମ୍ପରେ କରୋନା ସଂକ୍ରମିତଙ୍କ ଲାଗି ନିଃଶୁଳ୍କ ଅକ୍ସିଜେନ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ହେଲେ ଏଥିରେ ପାଲଲହଡ଼ା...
ଲଘୁଚାପ: ଗୁରୁବାରଠାରୁୁ ବର୍ଷିବ
ଭୁବନେଶ୍ୱର, ୯।୬(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଆସନ୍ତା ୧୧ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିସହ...
ଜେଲରୁ ବାହାରିଲେ ଅଭୟକାନ୍ତ ପାଠକ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ଗିରଫ ହେବାର ଦୀର୍ଘ ୬ମାସ ପରେ ଶୁକ୍ରବାର ଜେଲରୁ ମୁକୁଳିଛନ୍ତି ଆଇଏଫ୍ଏସ୍ ଅଫିସର ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ। ଆୟ ବହିର୍ଭୂତ...
୧୭ ଜିଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୫।୬(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଲଘୁଚାପ ମିଶ୍ରିତ ମୌସୁମୀ...


