ଭୁବନେଶ୍ୱର, ୧୩।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ରବିବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୪,୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୫୪୬ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୯୨୩ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୫୧ ହଜାର ୭୮୨ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୧୨ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୨୨୬, ବାଲେଶ୍ୱରରୁ ୩୧୮, ବରଗଡ଼ରୁ ୮୫, ଭଦ୍ରକରୁ ୧୬୫, ବଲାଙ୍ଗୀରରୁ ୫୬, ବୌଦ୍ଧରୁ ୯୦, କଟକରୁ ୪୧୩, ଦେବଗଡ଼ରୁ ୨୩, ଢେଙ୍କାନାଳରୁ ୨୫୨, ଗଜପତିରୁ ୨୬, ଗଞ୍ଜାମରୁ ୪୩, ଜଗତ୍ସିଂହପୁରରୁ ୧୪୦, ଯାଜପୁରରୁ ୩୭୦, ଝାରସୁଗୁଡ଼ାରୁ ୨୭, କଳାହାଣ୍ଡିରୁ ୯୨, କନ୍ଧମାଳରୁ ୨୮, କେନ୍ଦ୍ରାପଡ଼ାରୁ ୫୯, କେନ୍ଦୁଝରରୁ ୯୬ ଆକ୍ରାନ୍ତ ଅଛନ୍ତି। ସେହିପରି କୋରାପୁଟରୁ ୮୭, ମାଲକାନଗିରିରୁ ୭୫, ମୟୂରଭଞ୍ଜରୁ ୨୧୬, ନବରଙ୍ଗପୁରରୁ ୧୧୮ , ନୟାଗଡ଼ରୁ ୧୨୮, ନୂଆପଡ଼ାରୁ ୧୪, ପୁରୀରୁ ୨୪୩, ରାୟଗଡ଼ାରୁ ୧୩୭, ସମ୍ବଲପୁରରୁ ୬୧ ସୁବର୍ଣ୍ଣପୁରରୁ ୬୦ ଓ ସୁନ୍ଦରଗଡ଼ରୁ ୧୦୩ ଥିବା ବେଳେ ଷ୍ଟେଟ୍ ପୁଲ୍ରୁ ୧୦୬ ଅଛନ୍ତି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ପୂର୍ବତନ ଜିଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର
ଭୁବନେଶ୍ୱର,୧୪।୬ : ନୟାପଲ୍ଲୀ ଆଇଆର୍ସି ଭିଲେଜସ୍ଥିତ ଜଣେ ଅବରସରପ୍ରାପ୍ତ ଜିଲାପାଳଙ୍କ ଘରୁ ସୋମବାର ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ନାବାଳିକାଙ୍କୁ ପ୍ରାୟ...
ସୁକିନ୍ଦା ତହସିଲଦାର ନିଲମ୍ବିତ: କରୋନା ନିୟମ ଉଲ୍ଲଂଘନ ଅଭିଯୋଗ
ଯାଜପୁର ଅଫିସ/କାଳିଆପାଣି, ୧୯।୬(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ତହସିଲଦାର ବୁଲ୍ବୁଲ୍ ବେହେରାଙ୍କୁ ରାଜ୍ୟ ସରକାର ଶୁକ୍ରବାର ନିଲମ୍ବନ କରିଥିବା ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର...
୨୭ ଯାଏ ବର୍ଷା
ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏଥିସହିତ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି। ଏହାର ପ୍ରଭାବରେ...
ରାଜ୍ୟରେ ୧ କୋଟି ଟପିଲା ଟିକାକରଣ
ଭୁବନେଶ୍ୱର, ୨୨।୬(ବ୍ୟୁରୋ): ଓଡ଼ିଶାରେ ସୋମବାରଠାରୁ କ୍ୟାମ୍ପେନ୍ ମୋଡ଼ରେ ଟିକାଦାନ ଆରମ୍ଭ ହୋଇଛି। ଦୈନିକ ୩ଲକ୍ଷ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ପ୍ରଥମ ଦିନରେ...
ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଗଡ଼ନାୟକଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧ା୬(ବ୍ୟୁରୋ): ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଗଡ଼ନାୟକଙ୍କ ଗୁରୁବାର ରାତିରେ ପରଲୋକ ହୋଇଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି।...
ଭାକ୍ସିନ୍ ବେପାର: ଘରୋଇ ହସ୍ପିଟାଲରେ ଗୋଟିଏ ଡୋଜ୍ ଦାମ୍ ୯୦୦ରୁ ୧୪୦୦ ଟଙ୍କା…
ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। କେତେକ...
ଦୀପ୍ତେଶ ଜେଲ ଆଇଜି, ନରସିଂହଙ୍କୁ କେନ୍ଦ୍ରାଞ୍ଚଳ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ୪ଜଣ ଆଇପିଏସ୍ ଓ ୨ଜଣ ଓପିଏସ୍ ଅଫିସରଙ୍କ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି...
ହ୍ରାସ ପାଉଛି ସବୁଜ ହୀରା ସଂଗ୍ରହ
ଆଠମଲ୍ଲିକ,୪ା୬(ଡି.ଏନ.ଏ.) ସବୁଜ ହୀରା ବା କେନ୍ଦୁପତ୍ର ତୋଳାଳିଙ୍କ ଠାରୁ ପ୍ରତିବର୍ଷ ସରକାର କେନ୍ଦୁପତ୍ର ସଂଗ୍ରହ କରୁଛନ୍ତି। ଏଥିପାଇଁ ସେମାନଙ୍କୁ କେରି ହିସାବରେ ଅର୍ଥ ପ୍ରଦାନ ସହ...


