ଝାରସୁଗୁଡ଼ା ଅଫିସ୍,୧୩।୬: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ତାଳବେର୍ଣ୍ଣା ଗ୍ରାମର ଏକ ପୋଖରୀରେ ରବିବାର ପଦ୍ମଫୁଲ ତୋଳିବାକୁ ଯାଇଥିବା ଜଣେ ବ୍ୟକ୍ତି ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ମୃତକ ହେଲେ ଚାରପାଲି ନୂଆଗାଁର ଯୁଧିଷ୍ଟିର ରୋହିଦାସ(୪୮)। ଏନେଇ ତାଙ୍କ ପୁଅ ସୁଧୀର ରୋହିଦାସ କୁମ୍ଭାରବନ୍ଧ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ବନହରପାଲି ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୯/୨୧) ରୁଜୁ କରି ତଦନ୍ତ ଚଳାଇଛି ା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଯୁଧିଷ୍ଟିର ପଦ୍ମଫୁଲ ଓ ଏହାର କନ୍ଦା କାଢିବା ପାଇଁ ପୋଖରୀରେ ପଶିଥିଲେ। ହେଲେ କୌଣସି କାରଣକୁ ନେଇ ସେ ପାଣିରେ ବୁଡିଯାଇଥିଲେ। ପୋଖରୀ ତୁଠରେ ଗାଧୋଉଥିବା ଲୋକେ ଏହା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଥିଲେ।
Posted inଆମ ଜିଲା ଖବର, ଝାରସୁଗୁଡ଼ା, ରାଜ୍ୟ View All
ରାଜ୍ୟରେ ୫ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର, ୧୩।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ରବିବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୪,୪୬୯ ଜଣ...
ପରିତ୍ୟକ୍ତ କୂଅରୁ ଆସୁଥିଲା ଦୁର୍ଗନ୍ଧ, ପୋଲିସ ଖୋଜିବା ପରେ ଯାହା ମିଳିଲା…
ସୁନ୍ଦରଗଡ଼,୧୩।୬(ଡି.ଏନ୍.ଏ.): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କରମଡିହି ଗ୍ରାମ ନିକଟ ବିଜୁ ଏକ୍ସପ୍ରେସ ଓ୍ବେ ରାଜ୍ୟ ରାଜପଥର ଅନତି ଦୂରରେ ଥିବା ଏକ ପରିତ୍ୟକ୍ତ କୂଅ...
ସୁରକ୍ଷାକର୍ମୀଙ୍କୁ ମାଡ଼ ମାରି ସୋରୁମରୁ ୨ ବାଇକ ଚୋରି: ୨ ଗିରଫ
ଛତ୍ରପୁର,୨୫।୬(ଡି.ଏନ୍.ଏ.): ଗଞ୍ଜମ ଜିଲା ଛତ୍ରପୁର ଥାନା ଅଧୀନ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଗାଡ଼ି ଶୋରୁମରୁ ଏପ୍ରିଲ ୨ ତାରିଖ ମଧ୍ୟରାତ୍ରରେ ଚୋରି ହୋଇଥିଲା।...
ଆଜି ଆଉ ୪୦ ଜୀବନ ନେଲା କରୋନା, ୩୮୦୦ ଟପିଲା ମୃତ୍ୟୁସଂଖ୍ୟା
ଭୁବନେଶ୍ୱର,୨୫ା୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୦ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...
ୟାସ୍ ଯୋଗୁ ଜଳ ସମ୍ପଦ ବିଭାଗର ୮୭ କୋଟି କ୍ଷତି
ଭୁବନେଶ୍ୱର, ୧ା୬(ବ୍ୟୁରୋ): ବାତ୍ୟା ୟାସ୍ ଯୋଗୁ ଜଳ ସମ୍ପଦ ବିଭାଗର ୮୭ କୋଟି କ୍ଷୟକ୍ଷତି ହୋଇଛି। ବିଭାଗ ପକ୍ଷରୁ କରାଯାଇଥିବା ପ୍ରାଥମିକ ରିପୋର୍ଟ ଆକଳନ ଅନୁଯାୟୀ...
ରାତିରେ ଶୋଇଥିଲେ, ଦଂଶିଲା ସାପ
ପାଟଣା,୨୧।୬(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମର ଜଣେ ୪୫ ବର୍ଷୀୟା ମହିଳାଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ...
ଅନିର୍ଦ୍ଦିଷ୍ଟ କାଳ ଯାଏ ବସ୍ ଚଳାଚଳ ବନ୍ଦ
ଭୁବନେଶ୍ୱର,୩।୬(ବ୍ୟୁରୋ): କୋଭିଡ୍-୧୯ ମହାମାରୀ ଦ୍ୱିତୀୟ ଲହରରେ ଯାତ୍ରୀ ପରିବହନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷକରି ଯାତ୍ରୀବାହୀ ବସ୍ଗୁଡ଼ିକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଲକ୍ଡାଉନ,...
କରୋନାକୁ ହରାଇଲେ ମାସକର ଶିଶୁ
ନୂଆପଡ଼ା ଅଫିସ,୧୯।୫: କରୋନାର ଦ୍ୱିତୀୟ ଲହରରେ ଦିନକୁ ଦେଶରେ ୪ହଜାରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଉଛି। ଏଭଳି ସଙ୍କଟ ଜନକ ସ୍ଥିତିରେ ନୂଆପଡ଼ା ଜିଲାରୁ ଆସିଛି...


