ଓ୍ବାଶିଂଟନ୍,୧୮।୬: ମନୁଷ୍ୟର ମନର ଭାବନାକୁ ଜାଣିବା ପାଇଁ ଅନେକ ବର୍ଷରୁ ଗବେଷଣା ଚାଲିଛି, ହେଲେ ଏବେ ଯାଇ ଏଥିରେ ସଫଳତା ମିଳିପାରିଛି। କର୍ନେଲ ନାମକ ଜଣେ ଆମେରିକା କମ୍ପାନୀ ଏଭଳି ଏକ ହେଲମେଟ ଲଞ୍ଚ କରିଛି, ଯାହା ମନୁଷ୍ୟର ମନର ଭାବନାକୁ ସହଜରେ ପଢ଼ିବାକୁ ସକ୍ଷମ ହେବ। ଏହି ହେଲ୍ମେଟ ଜଣଙ୍କ ମନରେ ଚାଲିଥିବା ଚିନ୍ତାଧାରାକୁ କହିପାରିବ ବୋଲି ଦାବି କରାଯାଇଛି। କର୍ନେଲର ଏହି ସ୍ବତନ୍ତ୍ର ହେଲ୍ମେଟର ଦାମ୍ ହେଉଛି ୫୦,୦୦୦ଡଲାର(ଭାରତୀୟ ମୂଲ୍ୟ ୩,୬୯୫.୨୯ ଟଙ୍କା)। ଏହି ହେଲ୍ମେଟରେ ଅନେକ ପ୍ରକାରର ସେନ୍ସର ଓ ଇଲେକ୍ଟ୍ରୋନିକ୍ ଡାଏଡ ଲଗାଯାଇଛି, ଯାହା ରକ୍ତ ପ୍ରବାହରୁ ମନୁଷ୍ୟ ମନରେ ଚାଲିଥିବା ଜିନିଷଗୁଡ଼ିକୁ ସହଜରେ ପଢ଼ିପାରିଥାଏ। ଏହାପୂର୍ବରୁ ଏଭଳିି ଏକ ଡିଭାଇସ୍ ଥିଲା। କିନ୍ତୁ ଏହାର ଆକାର ଗୋଟିଏ କୋଠରୀ ସହିତ ସମାନ ଥିବା ବେଳେ ବହୁ ମହଙ୍ଗା ମଧ୍ୟ ରହିଥିଲା। ତେବେ ପୂର୍ବ ଡିଭାଇସ୍ ସହିତ ଥିବା ସମସ୍ୟାକୁ ଦୂର କରି କର୍ନେଲ ଏବେ ଏହି ହେଲ୍ମେଟକୁ ଲଞ୍ଚ କରିଛି।
ଏହାକୁ ଯେକେହିବି କୌଣସି ସ୍ଥାନକୁ ପିନ୍ଧି ଯିବା ଆସିବା କରିପାରିବେ। ତେବେ ମାନସିକ ବିକୃତି କିମ୍ବା ଷ୍ଟ୍ରୋକ୍ ପୀଡ଼ିତଙ୍କ ପାଇଁ ଏହି ହେଲମେଟ ଏକ ବରଦାନରୁ କମ୍ ହେବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କର୍ନେଲଙ୍କ ଅନୁଯାୟୀ ଏହି ସ୍ବତନ୍ତ୍ର ହେଲ୍ମେଟ ଖୁବ ଶୀଘ୍ର ବଜାରରେ ଲଞ୍ଚ କରାଯିବ। ଅନ୍ୟପଟେ କମ୍ପାନୀର ସିଇଓ ବ୍ରାଏନ ଜନ୍ସନ କହିଛନ୍ତି, ଏହାକୁ ତିଆରି କରିବା ପାଇଁ ୫ବର୍ଷ ସମୟ ଲାଗିଥିବା ବେଳେ ଏଥିରେ ପ୍ରାୟ ୮୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଜନସନଙ୍କ ଅନୁଯାୟୀ, ହାର୍ଟ, ରକ୍ତ ଏପରିକି ଡିଏନ୍ଏ ପାଇଁ ପରୀକ୍ଷା ଶସ୍ତା ଥିବା ବେଳେ କିନ୍ତୁ ମସ୍ତିଷ୍କ ପରୀକ୍ଷା ଅତ୍ୟନ୍ତ ଜଟିଳ ଏବଂ ମହଙ୍ଗା ଅଟେ। ଏହିି କ୍ଷେତ୍ରରେ ଉକ୍ତ ହେଲ୍ମେଟ ବହୁ ଲାଭକାରୀ ହୋଇପାରିବ। ତେଣୁ ଏହି ପ୍ରୋଜେକ୍ଟ ପାଇଁ ସରକାରଙ୍କ ସାହାଯ୍ୟ ଲେଡିଛନ୍ତି ଜନ୍ସନ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.