ମୁମ୍ବାଇ, ୮।୬: ବଲିଉଡ୍ର ଖିଲାଡି ଗର୍ଲ ଭାବେ ପରିଚିତି ହାସଲ କରିଥିବା ଶିଳ୍ପା ଶେଟ୍ଟିଙ୍କୁ ମଙ୍ଗଳବାର ୪୬ ବର୍ଷ ପୂରଣ ହୋଇଛି। ସେ ୧୯୭୫ ଜୁନ ୮ରେ ମାଙ୍ଗାଲୋଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍ରେ ନିଜର ସୃଜନଶୀଳ ଅଭିନୟ ମାଧ୍ୟମରେ ସେ ପ୍ରଶଂସକଙ୍କ ହୃଦୟ ଜିଣି ପାରିଛନ୍ତି। ୧୯୯୩ରେ ସେ ବାଜିଗର ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହାପରେ ୧୯9୯୪lରେ ମେ ଖିଲାଡ଼ି ତୁ ଅନାଡି, ୨୦୦୦ରେ ଧଡ଼କନ୍, ୨୦୦୧ରେ ଇଣ୍ଡିଆନ୍, ୨୦୦୨ରେ ରିସ୍ତେ, ୨୦୦୪ରେ ଫିର୍ ମିଲେଙ୍ଗେ, ୨୦୦୫ରେ ଦଶ୍, ୨୦୦୭ରେ ଲାଇଫ୍ ଇନ୍ ମେଟ୍ରୋ ଆଦି ଫିଲ୍ମରେ ସେ ଅଭିନୟ କରି ବେଶ୍ ସଫଳତା ହାସଲ କରିଥିଲେ। ବାଜିଗର ଫିଲ୍ମର ଛୁପା ନା ଭି ନୈହି ୟାତା.. ଗୀତ ସବୁବେଳେ ସଭିଙ୍କକୁ ଭାବୁକ କରିଥାଏ। ଶିଳ୍ପା ଏବଂ ଖିଲାଡି ବୟ ଅକ୍ଷୟ କୁମାରଙ୍କ ସମ୍ପର୍କ ନେଇ ବଲିଉଡ୍ରେ ଦୀର୍ଘଦିନ ଧରି ଚର୍ଚ୍ଚା ହୋଇଥିଲା। ଅକ୍ଷୟଙ୍କ ସହିତ ତାଙ୍କ ସମ୍ପର୍କ ବିଷୟରେ ଶିଳ୍ପା ଏକ ସାକ୍ଷାତ୍କାରରେ ଖୋଲାଖୋଲି ପ୍ରକାଶ କରିଥିଲେ। ୨୨ ବର୍ଷ ବୟସରେ ଶିଳ୍ପାଙ୍କ ଜୀବନର ଧାରା ବଦଳି ଯାଇଥିଲା। ଏଥିପାଇଁ ଅକ୍ଷୟ ଦାୟୀଥିବା ସେ କହିଥିଲେ। ସେତେବେଳେ ଶିଳ୍ପାଙ୍କ ଏହି ମନ୍ତବ୍ୟ ନେଇ ବଲିଉଡ୍ରେ ହଇଚଇ ସୃଷ୍ଟି ହୋଇଥିଲା। ୨୦୦୯ର ସେ ବିଜ୍ନେସ୍ ମ୍ୟାନ୍ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ।
୧୫ ବର୍ଷ ବୟସରେ ସୁନ୍ଦରତାକୁ ନେଇ କଟୁକଥା ଶୁଣୁଥିଲେ ଏହି ଅଭିନେତ୍ରୀ, ଏବେ କିନ୍ତୁ…
ବମ୍ବେ: କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳନ୍ତି। ଏହାର ତାତ୍ପର୍ଯ୍ୟ ସଫଳତା ପାଇବାକୁ ହେଲେ ସଂଘର୍ଷ କରିବାକୁ ପଡ଼ିଥାଏ। ସେଭଳି କିଛି ଘଟିଛି ଅଭିନେତ୍ରୀ...
ଜାଣନ୍ତୁ କିଏ ସେହି ‘ଚେଲ୍ଲମ ସାର୍’; ‘ଫ୍ୟାମିଲି ମ୍ୟାନ୍-୨’ରେ ଯାହାଙ୍କ ଚରିତ୍ର ଜିଣୁଛି ହୃଦୟ…
ବମ୍ବେ: ରିଲିଜ୍ ପରଠାରୁ ଦର୍ଶକଙ୍କ ମନ ଜିଣୁଛି ‘ଦ ଫ୍ୟାମିଲି ମ୍ୟାନ୍ ସିଜନ ୨’। ସିରିଜର ପ୍ରତ୍ୟେକଟି ଚରିତ୍ର ସ୍ବତନ୍ତ୍ର ଛାପ ଛାଡ଼ୁଥିବା କୁହାଯାଉଛି। ଏସବୁ...
ସାଢ଼େ ଚାରି ବର୍ଷ ସମ୍ପର୍କରେ ରହିବା ପରେ ଶାହିଦଙ୍କଠାରୁ ଅଲଗା ହୋଇଥିଲେ କରିନା, ବ୍ରେକ୍ଅପ୍ ନେଇ…
ବମ୍ବେ: ଏକ ସମୟରେ ଅଭିନେତ୍ରୀ କରିନା କପୁର ଏବଂ ଅଭିନେତା ଶାହିଦ କପୁରଙ୍କ ଯୋଡ଼ିକୁ ଆଦର୍ଶ କୁହାଯାଉଥିଲା। ହେଲେ ଯେତେବେଳେ ସେମାନେ ଅଲଗା ହୋଇଥିଲେ ସବୁକିଛି...
ମହାନାୟକଙ୍କ ସହ କେବେ ବି ଫିଲ୍ମରେ କାମ କରିନାହାନ୍ତି ଧକ୍ ଧକ୍ ଗର୍ଲ ମାଧୁରୀ, କାରଣ ଜାଣିଲେ..
ବମ୍ବେ: ମହାନାୟକ ଅମିତାଭ ବଚ୍ଚନଙ୍କ ଫିଲ୍ମରେ କାମ କରିବାକୁ ଚାହିଁ ବସିଥାନ୍ତି ଅଭିନେତ୍ରୀମାନେ। ହେଲେ ବଲିଉଡ୍ର ଏଭଳି ଜଣେ ନାୟିକା ଅଛନ୍ତି ଯିଏ ବିଗ୍ ବିଙ୍କ...
ଶାହାରୁଖଙ୍କ ପିଲାଦିନର ନାଁ ଥିଲା ଅବଦୁର, ପରେ କରିଥିଲେ ପରିବର୍ତ୍ତନ; ଜାଣନ୍ତି କାହିଁକି
ମୁମ୍ବାଇ: କିଙ୍ଗ୍ ଖାନ୍ ଶାହାରୁଖ ଏକ ସାକ୍ଷାତକାରରେ ତାଙ୍କ ପିଲାଦିନର ନାଁ ବିଷୟରେ କହିଥିଲେ। ଶାହାରୁଖଙ୍କ ପିଲାଦିନର ନାଁ ଥିଲା ଅବଦୁର ରେହମାନ। ଏହି ନାମ ...
ଶେଷରେ ମିଳିଲା ଜାମିନ; ଟ୍ରେଣ୍ଡ ହେଉଛି ‘ଉଇ ସପୋର୍ଟ ପର୍ଲ’
ବମ୍ବେ: ଟେଲି ପରଦାର ଅନ୍ୟତମ ଲୋକପ୍ରିୟ ଅଭିନେତା ପର୍ଲ ବି ପୁରୀ ନାବାଳିକା ବଳାତ୍କାର ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଏହା ପରିବାର ସହ ପ୍ରଶଂସକଙ୍କୁ ଶକ୍ତ...
‘ଅନୁପମା’ ନିର୍ମାତାଙ୍କୁ ବଡ଼ ଝଟ୍କା: ପ୍ରଥମେ ଟିଆର୍ପିରେ ପଛୁଆ, ଏବେ ଶୋ’ ଛାଡ଼ିଲେ ଏହି କଳାକାର
ବମ୍ବେ: ଲଗାତାର ଭାବେ ଟିଆର୍ପି ତାଲିକା ଶୀର୍ଷରେ ରହୁଥିବା ଧାରାବାହିକ ‘ଅନୁପମା’କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି। କିଛି ସପ୍ତାହ ଧରି ଏହା ଟିଆର୍ପି...
ଅର୍ଜୁନଙ୍କ ସହ ସମ୍ପର୍କକୁ ପସନ୍ଦ କରୁ ନ ଥିଲେ ମଲାଇକାଙ୍କ ଭାବି ଶ୍ୱଶୁର; ସିଧାସିଧା ଅଲଗା ରହିବାକୁ…
ବମ୍ବେ: ସ୍ବାମୀ ଅରବାଜ ଖାନ୍ଙ୍କଠାରୁ ଅଲଗା ହେବା ପରେ ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ ପଡ଼ିଛନ୍ତି ମଲାଇକା ଅରୋରା। ବେଶ କିଛି ଦିନ ସେ ନିଜ...


