ମୁମ୍ବାଇ,୮।୬: ବଲିଉଡ୍ ଅଭିନେତ୍ରୀ ଡିମ୍ପଲ କପାଡ଼ିଆ ମଙ୍ଗଳବାର ୬୪ ବର୍ଷ ପୂରଣ ହୋଇଛି। ୧୯୫୭ ଜୁନ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ୧୬ ବର୍ଷ ବୟସ ହୋଇଥିବାବେଳେ ରାଜକପୁର ଡିମ୍ପଲଙ୍କୁ ଫିଲ୍ମ ବବି ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିବାର ସୁଯୋଗ ଦେଇଥିଲେ। ମେରା ନାମ ଜୋକର ଫିଲ୍ମ ପରେ ରାଜ କପୁରଙ୍କ ସ୍ଥିିତି ଖରାପ ଥିଲା। ସେ ବବି ଫିଲ୍ମ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ରିଷି କପୁରଙ୍କ ସହିତ ବବି ଫିଲ୍ମରେ ଡିମ୍ପଲ ସ୍କ୍ରିନ ଶେୟାର କରି ଦର୍ଶକଙ୍କ ହୃଦୟକୁ ଜିଣି ନେଇଥିଲେ। ବବି ପରେ ଡିମ୍ପଲଙ୍କ ଜୀବନରେ ଆସିଥିଲା ବିରାଟ ପରିବର୍ତ୍ତନ। ବବି ମୁକ୍ତି ଲାଭ କରିବା ପୂର୍ବରୁ ସୁପରଷ୍ଟାର ରାଜେଶ ଖାନ୍ନା ଡିମ୍ପଲଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ରାଜେଶଙ୍କ ବୟସ ସେତେବେଳେ ୩୧ ଥିଲା। ସେ ଡିମ୍ପଲଙ୍କଠାରୁ ୧୫ ବର୍ଷ ବୟସ ବଡ଼ଥିଲେ। ତେବେ ଦୁହିଁଙ୍କ ବିବାହ ହୋଇଥିଲା। ଏହା ପରେ ବବି ଫିଲ୍ମ ୧୯୭୩ରେ ପରଦାକୁ ଆସିଥିଲା। ଏହି ଫିଲ୍ମ ବକ୍ସ ଅଫିସ ରେକର୍ଡ ଭାଙ୍ଗିବାକୁ ସକ୍ଷମ ହୋଇଥିଲା। ରାତାରାତି ଡିମ୍ପଲ ଷ୍ଟାରଡମ ହାସଲ କରିଥିଲେ। ଏହା ସହିତ ରାଜକପୁରଙ୍କ ସ୍ଥିତିରେ ମଧ୍ୟ ପରିବର୍ତ୍ତନ ହୋଇଥିଲା। ବବି ଫିଲ୍ମର ହମ୍ ତୁମ୍ ଏକ କମରେ ମେ ବନ୍ଦ ହୈ… ଗୀତ ଏବେ ବି ମନରେ ଶିହରଣ ଆଣିଥାଏ। ଏହାପରେ ୧୯୮୪ରୋ ଡିମ୍ପଲ ସାଗର ଫିଲ୍ମରେ ବଲିଉଡ୍କୁ ଫେରିଥିଲେ। ୧୯୮୭ରେ କାଶ୍, ୧୯୯୦ରେ ଦୃଷ୍ଟି, ୧୯୯୧ରେ ଲେକିନ୍, ୧୯୯୩ରେ ରୁଦାଲି, ୧୯୯୩ରେ ଗରଦିଶ୍, ୧୯୯୪ରେ କ୍ରାନ୍ତିବୀର ଆଦିରେ ଅଭିନୟ କରି ସେ ଇଣ୍ଡଷ୍ଟ୍ରିରେ ବେଶ୍ ସଫଳ ରହିଥିଲେ।
ବିମାନ ଦୁର୍ଘଟଣାରେ ଆଖି ବୁଜିଲେ ଟାର୍ଜନ ଅଭିନେତା
ବମ୍ବେ: ପରଲୋକରେ ଅଭିନେତା ଜୋ ଲାରା। ଏକ ବିମାନ ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି। ୫୮ ବର୍ଷୀୟ ଜୋ ବିମାନରେ ସ୍ତ୍ରୀ ଏବଂ ପାଞ୍ଚଜଣ ଅନ୍ୟ...
ଅର୍ଜୁନଙ୍କ ସହ ସମ୍ପର୍କକୁ ପସନ୍ଦ କରୁ ନ ଥିଲେ ମଲାଇକାଙ୍କ ଭାବି ଶ୍ୱଶୁର; ସିଧାସିଧା ଅଲଗା ରହିବାକୁ…
ବମ୍ବେ: ସ୍ବାମୀ ଅରବାଜ ଖାନ୍ଙ୍କଠାରୁ ଅଲଗା ହେବା ପରେ ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ ପଡ଼ିଛନ୍ତି ମଲାଇକା ଅରୋରା। ବେଶ କିଛି ଦିନ ସେ ନିଜ...
ହାତକୁ ଦି’ ହାତ ହେଲେ ଏହି ଅଭିନେତ୍ରୀ
ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଲକ୍ଡାଉନ୍ ସମୟରେ ବିବାହ କରିଛନ୍ତି। ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଅଭିନେତ୍ରୀ ପ୍ରଣିଥା...
ପାରିବାରିକ ହିଂସା ମାମଲାରେ କରନଙ୍କୁ ମିଳିଲା ଜାମିନ
ମୁମ୍ବାଇ,୧।୬: ଅନେକ ଟିଭି ସିରିୟଲ୍ରେ କାମ କରି ବେଶ୍ ଲୋକପ୍ରିୟତା ହାସଲ କରିଥିବା ଅଭିନେତା କରନ ମେହେରାଙ୍କୁ ପାରିବାରିକ ହିଂସା ମାମଲାରେ ଜାମିନ ମିଳିଛି। ସୋମବାର...
ଭିକି-କ୍ୟାଟ୍ରିନାଙ୍କ ପ୍ରେମ ସମ୍ପର୍କକୁ ସତ ବୋଲି କହିଲେ ଏହି ଅଭିନେତା
ମୁମ୍ବାଇ: ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍ଙ୍କ ପ୍ରେମସମ୍ପର୍କକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ହେଉଛି। ତେବେ ଉଭୟ ଏହି ସମ୍ପର୍କ ବିଷୟରେ ଏପର୍ଯ୍ୟନ୍ତ ବିଧିବଦ୍ଧ...
ସଞ୍ଜୁଙ୍କ ଛାତିରେ ରହିଛି ଏହି ନାଁରେ ଟାଟୁ
ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତ ଏବଂ ତାଙ୍କ ପିତା ସୁନିଲ ଦତ୍ତଙ୍କ ସମ୍ପର୍କକୁ ବୁଝିବା ବହୁତ କଷ୍ଟକର। ଫିଲ୍ମ ସଞ୍ଜୁରେ ପିତା-ପୁତ୍ରଙ୍କ ବଣ୍ଡିଂର ଝଲକ ଦେଖିବାକୁ...
‘ହମ୍ ଦିଲ୍ ଦେ ଚୁକେ ସନମ୍’କୁ ପୂରିଲା ୨୨ବର୍ଷ
ମୁମ୍ବାଇ: ବଲିଉଡ୍ ପ୍ରଯୋଜକ ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ଲଭ୍ ଟ୍ରାଏଙ୍ଗଲ୍ ଉପରେ ଆଧାରିତ ହୋଇଥିବା ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’କୁ...
ବର୍ଷା ଉପରେ କାହିଁକି ରାଗିଲେ ଅନୁଷ୍କା…..
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପାଇଁ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସହ ବର୍ତ୍ତମାନ...


