ହିନ୍ଦୋଳ,୩।୬: ବିବାହିତା ଥିଲେ। ହସଖୁସିର ପରିବାର ଥିଲା। ତଥାପି ଆଉ ଜଣଙ୍କୁ ମନ ଦେଇଥିଲେ ମହିଳା। ସ୍ବାମୀଙ୍କୁ ଛାଡ଼ି ୧୫ ଦିନ ତଳେ ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ। ଗୁରୁବାର ସମ୍ପୃକ୍ତ ପ୍ରେମୀଯୁଗଳଙ୍କୁ ପୋଲିସ ଉଦ୍ଧାର କରିବା ପରେ ଥାନା ପରିସରରେ ବିବାହ ସମ୍ପନ୍ନ ହୋଇଛି। ଉଭୟଙ୍କ ପରିବାର ସଦସ୍ୟ ଏବଂ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ହୋଇଥିବା ବେଳେ ମହିଳା ଜଣକ ପ୍ରେମିକଙ୍କ ସହ ରହିବାକୁ ସହମତି ଜଣାଇ ଲିଖିତ ଆକାରରେ ଦେଇଛନ୍ତି। ଏଭଳି ଏକ ଘଟଣା ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ପୋଲିସ ସୂଚନା ଅନୁଯାୟୀ, ବରଡ଼ାପାଳ ଅଞ୍ଚଳର ଜଣେ ଯୁବକ ୨୦୨୦ ଜାନୁୟାରୀରେ ହିନ୍ଦୋଳ ଏନ୍ଏସି ଅନ୍ତର୍ଗତ ଗୁଣ୍ଡିଚାମଣ୍ଡପ ଗ୍ରାମରେ ସମ୍ପୃକ୍ତା ମହିଳାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଯୁବକ ଜଣକ ଭୁବନେଶ୍ୱରରେ ରହି କାର୍ଯ୍ୟ କରୁଛନ୍ତି। ଏ ଭିତରେ ହିନ୍ଦୋଳ ଏନ୍ଏସି ରାଧାନାଥପୁର ଗ୍ରାମର ଅନ୍ୟ ଜଣେ ଯୁବକଙ୍କ ସହ ମହିଳାଙ୍କ ସମ୍ପର୍କ ଗଢ଼ି ଉଠିଥିଲା। ଗତ ମେ ୧୮ରେ ଉଭୟେ ଫେରାର ହୋଇଯାଇଥିଲେ। ଏ ନେଇ ମହିଳାଙ୍କ ସ୍ବାମୀ ହିନ୍ଦୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
Posted inଆମ ଜିଲା ଖବର, ଢେଙ୍କାନାଳ, ରାଜ୍ୟ View All
ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ, ରାସ୍ତାରେ ଆବର୍ଜନା
କଟକ ଅଫିସ,୧୯।୬: କଟକ ମହାନଗର ନିଗମ (ସିଏମ୍ସି) ଅଧୀନ ୧୮ ନମ୍ବର ୱାର୍ଡବାସିନ୍ଦା ପରିମଳ ଓ ଡ୍ରେନେଜ୍ ସମସ୍ୟା ଘେରରେ ରହିଛନ୍ତି। ଏହି ୱାର୍ଡର କେତେକ...
ଔଷଧ ଦୋକାନ କର୍ମଚାରୀଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟର ସମସ୍ତ ଔଷଧ ଦୋକାନର କର୍ମଚାରୀଙ୍କୁ ଟିକା ଦେବା ପାଇଁ ପ୍ରାଥମିକତା ଦେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ...
ସଂକ୍ରମଣ କମ୍ ଦେଖାଇବାକୁ ଷଡ଼ଯନ୍ତ୍ର
ବଇଣ୍ଡା,୧ା୬ କରୋନାକୁ କାବୁ କରିବାକୁ ହେଲେ ଅଧିକରୁ ଅଧିକ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂ ନିମନ୍ତେ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ସରକାରଙ୍କ କୋଭିଡ୍ ଗାଇଡ୍ଲାଇନ୍ରେ ମଧ୍ୟ...
ମନ କିଣୁଛି କିଚେନ ଗାର୍ଡେନ
କାମାକ୍ଷାନଗର, ୫।୬ ଗୁଣ୍ଠେରୁ ସାମାନ୍ୟ ଅଧିକ ଜମି। ସବୁଜ କିଆରିରେ ଭରପୂର। କେଉଁଠି ଭେଣ୍ଡି ତ ଆଉ କେଉଁଠି ଜହ୍ନି। ଗୁଆଁର, ବାଇଗଣ, ଝୁଡ଼ଙ୍ଗ, ଅମୃତଭଣ୍ଡା...
ବାଲେଶ୍ୱରର ଜଣେ ବରିଷ୍ଠ ଶିକ୍ଷାବିତଙ୍କ ପରଲୋକ
ବାଲେଶ୍ବର ଅଫିସ,୧୭।୭: ବାଲେଶର ଜିଲାର ଜଣେ ବରିଷ୍ଠ ଶିକ୍ଷାବିତ ଓ ସତ୍ୟସାଇ ଇଞ୍ଜିନିୟରିଂ କଲେଜର ପରିଚାଳନା ନିର୍ଦ୍ଦେଶକ ତଥା ଯୁବ ନେତା ବେଣୁମାଧବ ପଣ୍ଡାଙ୍କ ପରଲୋକ...
ସବୁଜ ବଳୟ ଉଜାଡ଼ି ବିପର୍ଯ୍ୟୟକୁ ସାମ୍ନା
ଭୁବନେଶ୍ୱର,୧ା୬(ବ୍ୟୁରୋ): ବିକାଶ ନଁାରେ ରାଜ୍ୟରେ ବୃକ୍ଷସମ୍ପଦକୁ କାଟି ପଦା କରି ଦିଆଯାଉଛି। ଫଳରେ ପରିବେଶ ସନ୍ତୁଳନ ବିଗିଡ଼ିବା ସହ ଜଳବାୟୁର ପ୍ରତିକୂଳ ପରିସ୍ଥିତି ଭୋଗିବାକୁ ପଡୁଛି।...
୮ ଦିନର ବିବାହରେ ଏମିତି କ’ଣ ହେଲା
ଚମ୍ପୁଆ,୧୯।୬: ମାତ୍ର ୮ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ସ୍ବାମୀ ସ୍ତ୍ରୀ ଟ୍ରାକ୍ଟରରେ ଦିନ ମଜୁରିଆ ଭାବେ କାମ କରି ଚଳୁଥିଲେ। ଶୁକ୍ରବାର...
ବର୍ଷକରେ ୫ଗୁଣା ବଢ଼ିଲା ଲୁହାପଥର ମୂଲ୍ୟ
ଯାଜପୁର ଅଫିସ,୧୧।୬: ଲୁହାପଥର ଅଭାବ ଓ ଅହେତୁକ ମୂଲ୍ୟବୃଦ୍ଧି ଯୋଗୁ ରାଜ୍ୟରେ ଗଢ଼ିଉଠିଥିବା ଇସ୍ପାତ୍ କାରଖାନାଗୁଡିକ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ଗତ ବର୍ଷକ...


