E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ସମସ୍ୟା ସମାଧାନ କରାଯାଉ
8:23 amJune 1, 2021

ଡ. ସନ୍ତୋଷ କୁମାର ମହାପାତ୍ର

ନିକଟରେ କରୋନା ମହାମାରୀଜନିତ ଲକ୍ଷଲକ୍ଷ ଲୋକ ଜୀବନ ଓ ଜୀବିକା ହରାଇବାର ଦୃଶ୍ୟରେ ବ୍ୟସ୍ତହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନ୍ଦି ପକାଇବାର ଦୃଶ୍ୟ ଟିଭିରେ ଦେଖିବାକୁ ମିଳିଛି। ଅନେକେ ଏହାକୁ କୁମ୍ଭୀରକାନ୍ଦଣା ବୋଲି କହିଲାବେଳେ ଆମେ ତାହା ନ କହି ପ୍ରଧାନମନ୍ତ୍ରୀ କାନ୍ଦିଲେ କ’ଣ ସମସ୍ୟା ସମାଧାନ ହୋଇଯିବ ବୋଲି ପ୍ରଶ୍ନ କରୁଛୁ। ସେ ତ ଦେଶର ଭାଗ୍ୟନିୟନ୍ତା। କାନ୍ଦିବା ଅପେକ୍ଷା ଲୋକ ତାଙ୍କଠାରୁ ଧୈର୍ଯ୍ୟ ଓ କାର୍ଯ୍ୟ ଖୋଜନ୍ତି। ସେ ଚାହିଁଲେ ଜୀବିକା ଦେଇପାରିବେ, ଥଇଥାନ କରିପାରିବେ, କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ରଚୁର ଆର୍ଥିକ ସହାୟତା ବା ନିଯୁକ୍ତି ଦେଇପାରିବେ। ଭଲଶିକ୍ଷା, ସ୍ବାସ୍ଥ୍ୟସେବା ଦେଶବାସୀଙ୍କୁ ଦେଇପାରିବେ। କିନ୍ତୁ ତାହା ନ କରି କାନ୍ଦିଲେ କାହାର ଲାଭ ହେବନି ବରଂ ଲୋକେ ହତୋତ୍ସାହ ହୋଇପଡ଼ିବେ।
ବାସ୍ତବରେ ଆଗରୁ ସତର୍କ ହୋଇଥିଲେ, ଏପରି ଭୟଙ୍କର ପରିସ୍ଥିତିକୁ ରୋକାଯାଇ ପାରିଥାନ୍ତା। ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ମହାମାରୀ ଉଗ୍ରରୂପ ଧାରଣକରିବା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି। ବିଶ୍ୱବିଖ୍ୟାତ ମେଡିକାଲ ଜର୍ନାଲ୍‌ ‘ଦି ଲାନସେଟ୍‌’ର ସମ୍ପାଦକୀୟ ମନ୍ତବ୍ୟ କରୋନା ମହାମାରୀକୁ ‘ଆତ୍ମଘାତୀ ଜାତୀୟ ବିପର୍ଯ୍ୟୟ’ ଭାବେ ଅଭିହିତ କରିବା ସହିତ, ନିୟନ୍ତ୍ରଣ କରିବାରେ ଭାରତ ଯେଉଁ ପ୍ରାରମ୍ଭିକ ସଫଳତା ପାଇଥିଲା ତାହା ନଷ୍ଟ କରିଦେଇଛି ବୋଲି ମତ ଦେଇଛି। ଫାଇନାନ୍ସିଆଲ ଟାଇମ୍ସର ଏକ ନିବନ୍ଧରେ କୁହାଯାଇଛି ଯେ, ଭାରତର କୋଭିଡ୍‌ -୧୯ ସଙ୍କଟ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱ ହ୍ରାସକରିଛି। ଅନେକ ଭାରତୀୟ ଅନୁଭବ କରୁଛନ୍ତି ଯେ, ସେମାନେ ତାଙ୍କ ନେତୃତ୍ୱ ଦ୍ୱାରା ପରିତ୍ୟକ୍ତ। ‘ଦି ଗାର୍ଡିଅନ’ ଲେଖିଛି ସିଷ୍ଟମ ଭୁଶୁଡ଼ି ପଡ଼ିଛି ଏବଂ କୋଭିଡ୍‌ ନର୍କରେ ଭାରତ ଅବତରଣ କରିଛି। ନିର୍ବାଚନ ପ୍ରଚାର ଓ କୁମ୍ଭମେଳାରେ ଲକ୍ଷଲକ୍ଷ ଲୋକ ବୁଡ଼ପକାଇବା ପାଇଁ ଭିଡ଼କରିବା ଯୋଗୁ ମହାମାରୀ ଅଧିକ ବ୍ୟାପିଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି। ଲଣ୍ଡନର ‘ଦି ଟାଇମ୍ସ’ ଲେଖିଛି, ଭାରତରେ କରୋନା ମହାମାରୀର ବିଶାଳ ଦ୍ୱିତୀୟ ତରଙ୍ଗକୁ ସମ୍ମୁଖୀନ ହେବାରେ ମୋଦି ଝୁଣ୍ଟି ପଡ଼ିଛନ୍ତି।
କିନ୍ତୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ମୁଖ୍ୟଭାବେ ନିଜକୁ ଦାୟୀ ନ କରି ଏକ ଅଦୃଶ୍ୟ ଶତ୍ରୁକୁ ଦାୟୀ କରୁଛନ୍ତି। ପୂର୍ବରୁ ଅର୍ଥମନ୍ତ୍ରୀ ଭଗବାନଙ୍କୁ ଦାୟୀ କରିଥିଲେ। ଭଲ ହେଲେ ସେ ପ୍ରଶଂସା ନେବେ, ଖରାପ ହେଲେ ଅନ୍ୟକୁ ଦାୟୀ କରିବେ। ଯଦି ସବୁ ଅଦୃଶ୍ୟ ଶତ୍ରୁକରୁଛି, ତେବେ ସାଂସଦ, ମନ୍ତ୍ରିମଣ୍ଡଳ, ପ୍ରଶାସକ, ନ୍ୟାୟପାଳିକାର କ’ଣ ଆବଶ୍ୟକତା ରହିଛି? ବାସ୍ତବରେ ଆତ୍ମସନ୍ତୋଷ, ଅହଂକାର, କ୍ଷମତା ପ୍ରତି ଲୋଭ ଏବଂ ଗରିବଙ୍କ ପ୍ରତି ଉଦାସୀନତା ଶାସକ ଶ୍ରେଣୀକୁ ଆଗାମୀ ବିପଦକୁ ଦେଖିବାରେ ବାଧା ଦେଇଥିଲା। ତାହା ଯୋଗୁ ଆଜି ଏହି ଭୟାନକ ପରିସ୍ଥିତି ଉପୁଜିଛି। ଏହା ମାନବଜାତି ଏବଂ ସଭ୍ୟତା ବିରୋଧରେ ଏକ ଅପରାଧ। ବିମୁଦ୍ରୀକରଣ ପରି କ୍ରୂର ସିଦ୍ଧାନ୍ତ, ତ୍ରୁଟିପୂର୍ଣ୍ଣ ଓ ଜଟିଳ ଜିଏସ୍‌ଟି ତରବରିଆ ଭାବେ ପ୍ରଚଳନ, ଭୁଲ୍‌ ଆର୍ଥିକନୀତି ସହିତ ଖରାପ ଶାସନ ପଦ୍ଧତି ଆମ ଅର୍ଥନୀତିକୁ ନିମ୍ନଗାମୀ କରିଥିଲା। କରୋନା ମହାମାରୀ ଜୀବନ ଏବଂ ଜୀବିକାକୁ ଅଧିକ କ୍ଷତି ପହଞ୍ଚାଇଛି ଏବଂ ଆମ ଶାସନ ବ୍ୟବସ୍ଥା ଓ ସ୍ବାସ୍ଥ୍ୟକ୍ଷେତ୍ର କେତେ ଦୁର୍ବଳ ତାହା ପଦାରେ ପକାଇ ଦେଇଛି।
ଏଠାରେ ସ୍ବତଃ ପ୍ରଶ୍ନଉଠେ, ମହାମାରୀ ଯୋଗୁ ଆମ ଦେଶ କାହିଁକି ସର୍ବାଧିକ କ୍ଷତିଗ୍ରସ୍ତ ହେଲା? ଆମ ଦେଶରେ ଟିକାକରଣ ହାର କାହିଁକି ଅତି ନିମ୍ନରେ? ଆମର ସ୍ବାସ୍ଥ୍ୟ ବ୍ୟୟ ଜିଡିପି ଅନୁସାରେ ବିଶ୍ୱରେ ସର୍ବନିମ୍ନ ଏବଂ ସ୍ବାସ୍ଥ୍ୟ ଭିତ୍ତିଭୂମି କାହିଁକି ଅତିଦୁର୍ବଳ ? ଆମର କୋଭିଡ୍‌ ରିଲିଫ ନଗଦ ଅର୍ଥ ହସ୍ତାନ୍ତର କାହିଁକି କମ୍‌? ମୋଦିଙ୍କ ଶାସନ ବ୍ୟବସ୍ଥାର ବଡ଼ ତ୍ରୁଟି ହେଉଛି ଏହା ଅନ୍ୟ ଦେଶର ବା ପୂର୍ବ ସରକାରଙ୍କ ଭଲ କାର୍ଯ୍ୟ ସବୁ ଅନୁସରଣ କରି ସେହି ସ୍ତରକୁ ଦେଶକୁ ନେବା ପରିବର୍ତ୍ତେ ନିଜର ବିଫଳତା ଘୋଡ଼ାଇବା ପାଇଁ ଅନ୍ୟ ଦେଶର ଖରାପ ବା ପୂର୍ବ ସରକାରଙ୍କର କୌଣସି ସମୟର ଖରାପ ସ୍ଥିତି ସହିତ ତୁଳନା କରିବା ଏବଂ ସର୍ବଦା ପ୍ରଚାର କରିବା। ଗଣମାଧ୍ୟମକୁ ମଧ୍ୟ ନିଜ ଇଚ୍ଛାନୁଯାୟୀ ବ୍ୟବହାର କରିବା ଏବଂ ଗଣମାଧ୍ୟମ ସରକାରଙ୍କ ଦୋଷ ଦେଖାଇବା ପରିବର୍ତ୍ତେ ବିରୋଧୀ ଦଳକୁ ଟାର୍ଗେଟ କରିବା, ଯାହା ଭାରତୀୟ ଗଣତନ୍ତ୍ରରେ ପ୍ରଥମ ଘଟଣା। ବିଗତ ସାତ ବର୍ଷରେ ସବୁଠାରୁ ବେଶି ଯଦି ଦେଶର କ୍ଷତି ହୋଇଥାଏ, ତାହା ହେଉଛି ସ୍ବାଧୀନଭାବେ ଚିନ୍ତାକରିବାର କ୍ଷମତା ଅନେକ ଭାରତୀୟ ହରାଇବା।
ଯେଉଁମାନେ ଶାସକ ଶ୍ରେଣୀର ଭୁଲ୍‌ ଦେଖାଇଲେ ତାଙ୍କ ବିରୋଧରେ ଘୃଣା ସୃଷ୍ଟି କରାଗଲା। ଏହାଦ୍ୱାରା ନିରୀହ ଭୋଟରଙ୍କୁ ସିନା ବୁଝେଇ ବା ଭୁତେଇ ହେଲା, କିନ୍ତୁ ବିଦ୍ୟାଳୟରେ ଗଧ ଛାତ୍ରୀଛାତ୍ରଙ୍କ ସହିତ ପ୍ରତିଯୋଗିତା କଲେ ଯାହାହୁଏ, ଆମ ଶାସନ ବ୍ୟବସ୍ଥା ଓ ଅର୍ଥନୀତିର ଅବସ୍ଥା ତାହା ହୋଇଛି।
ପୁନଶ୍ଚ ଜନସାଧାରଣଙ୍କଠାରୁ ଆଦାୟ ହେଉଥିବା ଟିକସ ଅର୍ଥ ଖର୍ଚ୍ଚକରିଲା ବେଳେ, ପ୍ରତି ଟଙ୍କା ଖର୍ଚ୍ଚରୁ ରାଜନୈତିକ ଫାଇଦାନେବା, ରାଜ୍ୟମାନଙ୍କୁ ଦେଉଥିବା ସହାୟତାକୁ କେନ୍ଦ୍ର ଦେଉଛି ବୋଲି ବାହାବା ନେବାପାଇଁ ଚେଷ୍ଟା କରାଯାଉଛି। ଧନିକ ଶ୍ରେଣୀ, କର୍ପୋରେଟମାନଙ୍କୁ ଅଧିକ ରିହାତିଦେବା ଏବଂ ତାଙ୍କଠାରୁ କମ୍‌ ଟିକସ ଆଦାୟ କରିବା ପ୍ରକ୍ରିୟା ସମ୍ବଳ ଅଭାବଜନିତ ସମସ୍ୟା ସୃଷ୍ଟିକରିଛି। ସରକାର ୨୦୧୯ ସେପ୍ଟେମ୍ବରରେ କର୍ପୋରେଟ ଟିକସ ଅହେତୁକ ହ୍ରାସକରି ବିଶ୍ୱରେ ସର୍ବନିମ୍ନ ସ୍ତରକୁ ଆଣିବା ଯୋଗୁ ଦେଶ ସେତେବେଳେ ବାର୍ଷିକ ୧.୪୫ଲକ୍ଷ କୋଟି ରାଜସ୍ବ ହରାଇଲା ଏବଂ ତାହା ପ୍ରତିବର୍ଷ ବୃଦ୍ଧିପାଉଛି। ଯଦି ଟିକସ ହ୍ରାସ ନ କରି ସେହି ଅର୍ଥକୁ ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରତିବର୍ଷ ବିନିଯୋଗ କରାଯାଉଥାନ୍ତା ତେବେ ଆମ ସ୍ବାସ୍ଥ୍ୟ କ୍ଷେତ୍ର ଏତେ ଶକ୍ତିଶାଳୀ ହୋଇଥାନ୍ତା ଯେ ଲୋକ ବେଡ୍‌, ଅମ୍ଳଜାନ, ଭେଣ୍ଟିଲେଟର, ଔଷଧ ଏବଂ ଅନ୍ୟାନ୍ୟ ଅର୍ଥ ଅଭାବଜନିତ ଚିକିତ୍ସା ଅଭାବରୁ ମରି ନ ଥାନ୍ତେ। ଆମ ଦେଶ ମହାମାରୀ ଦ୍ୱାରା ଏତେମାତ୍ରାରେ କ୍ଷତିଗ୍ରସ୍ତ ହୋଇ ନ ଥା’ନ୍ତା।
ଅପରପକ୍ଷରେ, ରାଷ୍ଟ୍ରାୟତ୍ତ ଶିଳ୍ପରୁ ପୁଞ୍ଜି ପ୍ରତ୍ୟାହାର, ଘରୋଇକରଣ ଏବଂ ରାଷ୍ଟ୍ରର ସମ୍ପତ୍ତି ବିକ୍ରିକରି ସମ୍ବଳ ସଂଗ୍ରହ କରିବା ଓ ବିଭିନ୍ନ ସେବାର ବ୍ୟାପକ ଘରୋଇକରଣ କରିବା ଯୋଗୁ ରାଷ୍ଟ୍ରର କ୍ଷମତା ସଙ୍କୁଚିତ ହୋଇଛି ଏବଂ ଲୋକମାନେ ଶସ୍ତାରେ ବିଭିନ୍ନ ସେବା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଲୋକଙ୍କଠାରୁ ପରୋକ୍ଷ କର ମାଧ୍ୟମରେ ଅଧିକ ସମ୍ବଳ ସଂଗ୍ରହକରିବା ଯୋଗୁ ଲୋକଙ୍କ ଜୀବନ ଧାରଣର ମାନ ହ୍ରାସଘଟିଛି। ଉଲ୍ଲେଖଯୋଗ୍ୟ ଯେ, ପରୋକ୍ଷ କର ପ୍ରତିଗାମୀ ଏବଂ ସାଧାରଣ ଜନତାକୁ ବେଶି ବାଧିଥାଏ। ଆବଶ୍ୟକ ଟିକସ ଆଦାୟ ନ ହେବା ଯୋଗୁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହା ହୋଇ ନ ଥିଲେ ସାମାନ୍ୟ ଟିକାଜନିତ ବ୍ୟୟ ପାଇଁ ସରକାର କୁଣ୍ଠାବୋଧ କରି ନ ଥାନ୍ତେ ଏବଂ ପେଟ୍ରୋଲ ଡିଜେଲ ଉପରେ ସରକାର ଏପରି ଦୁର୍ଦ୍ଦିନରେ ଅଧିକ ଟିକସ ଧାର୍ଯ୍ୟ କରନ୍ତେ ନାହିଁ। ବାସ୍ତବରେ ଜନହିତକର, ସାମାଜିକ କ୍ଷେତ୍ରରେ ଅଧିକ ବ୍ୟୟ ନ କରି ଶାସକଶ୍ରେଣୀ ସର୍ବଦା ଭାବାବେଗ ପ୍ରସଙ୍ଗ ଉଠାଇ ଜନପ୍ରିୟତା ହାସଲ କରିବାକୁ ଚେଷ୍ଟା କରିଛି। ଏଥିପାଇଁ ଶାସକଶ୍ରେଣୀ କିଛି ଯୋଜନାକରି ଦେଇ ତାହାର ଅହରହ ପ୍ରଚାର କରିଲା ବେଳେ, ଅନ୍ୟ ସବୁକ୍ଷେତ୍ରରେ ବ୍ୟୟ ହ୍ରାସପାଇଛି; ଯାହାଫଳରେ ଦେଶର ଆର୍ଥିକ ବ୍ୟବସ୍ଥା ଭୁଶୁଡ଼ିପଡ଼ିବା ସହିତ ସବୁ ଅନ୍ତର୍ଜାତୀୟ ସୂଚକାଙ୍କରେ ଭାରତ ଆଗରୁ ନିମ୍ନରେ ଥିଲା ଏବଂ ଗତ କିଛି ବର୍ଷରେ ଆହୁରି ଅଧିକ ନିମ୍ନଗାମୀ ହୋଇଛି। ଦାରିଦ୍ର୍ୟ, ବେକାରି, ଭୋକ ଓ ବୈଷମ୍ୟ ଭୟଙ୍କର ହୋଇଛି।
ଯେତେବେଳେ କରୋନା ମହାମାରୀ ସଙ୍କଟ ହେତୁ ଲୋକମାନେ ଜୀବନ ଏବଂ ଜୀବିକା ହରାଉଛନ୍ତି, ସେତେବେଳେ ବିଲିୟନେୟାର ସଂଖ୍ୟା ଏବଂ ତାଙ୍କ ସମ୍ପଦ ଅହେତୁକ ବୃଦ୍ଧିପାଇଛି। ଅକ୍ସଫାମର ଗତ ଜାନୁୟାରୀରେ ପ୍ରକାଶିତ ‘ଅସମାନତା ଭାଇରସ୍‌’ ଶୀର୍ଷକ ରିପୋର୍ଟ ୨୦୨୧ ଅନୁଯାୟୀ, ଭାରତୀୟ ବିଲିୟନେୟାରଙ୍କ ସମ୍ପଦ ତାଲାବନ୍ଦ ସମୟରେ ୩୫% ବୃଦ୍ଧିପାଇଛି। ଗତବର୍ଷ ଭାରତର ୧୦୦ ଶ୍ରେଷ୍ଠ ବିଲିୟନେୟାରଙ୍କ ସମ୍ପଦ ୧୨,୯୭,୮୨୨କୋଟି ଟଙ୍କା ବୃଦ୍ଧିପାଇଥିଲା; ଯାହା ଭାରତର ୧୩.୮ କୋଟି ଗରିବ ଭାରତୀୟଙ୍କୁ ପ୍ରତ୍ୟେକ ୯୪, ୦୪୫ ଟଙ୍କାର ଚେକ୍‌ ଦେବା ପାଇଁ ଯଥେଷ୍ଟ। ଏପ୍ରିଲ ୨୦୨୧ରେ ପ୍ରକାଶିତ ଫୋର୍ବସର ୩୫ତମ ବାର୍ଷିକ ବିଲିୟନେୟାରଙ୍କ ତାଲିକା ଅନୁଯାୟୀ, ଭାରତୀୟ ବିଲିୟନେୟାରଙ୍କ ସଂଖ୍ୟା ଗତବର୍ଷ ୧୦୨ ଥିଲା। ତାହା ୧୪୦କୁ ବୃଦ୍ଧିପାଇଛି। ସେମାନଙ୍କର ମିଳିତ ସମ୍ପଦ ପ୍ରାୟ ଦ୍ୱିଗୁଣିତ ହୋଇ ୫୯୬ ବିଲିୟନ ଡଲାରରେ ପହଞ୍ଚିଛି ।
କେବଳ ତିନି ଧନୀ ଭାରତୀୟ ଗୋଟିଏ ବର୍ଷରେ ୧୦୦ ବିଲିୟନ ଡଲାରରୁ ଅଧିକ ସମ୍ପଦ ଯୋଡ଼ିଛନ୍ତି।
କୋଭିଡ୍‌ ଯେତେବେଳେ ପୂରା ଶୀର୍ଷରେ ରହିଛି, ୨୦୨୧, ମେ ୨୩ ସୁଦ୍ଧା ୧୪୨ଦିନରେ ଆଦାନୀ ନିଜ ସମ୍ପତ୍ତିରେ ୩୫.୨ ବିଲିୟନ ଡଲାର ବା ୨.୫୬ଲକ୍ଷ କୋଟି ଟଙ୍କା ଯୋଡ଼ିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଫ୍ରାନ୍ସର ବିଳାସପୂର୍ଣ୍ଣ ଟାଇକନ୍‌ ବର୍ନାର୍ଡ ଆର୍ନାଉଟ ପରେ ଅଧିକ ଧନ ଯୋଗକରିବାରେ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ମୁକେଶ ଅମ୍ବାନୀ ଘଣ୍ଟାକୁ ୯୦କୋଟି ଟଙ୍କା ତାଙ୍କ ସମ୍ପଦରେ ଯୋଡ଼ୁଥିଲେ ବୋଲି ଆମେ ଜାଣିଛୁ, କିନ୍ତୁ ଆଦାନୀ ମଧ୍ୟ ଘଣ୍ଟାକୁ ୭୫କୋଟି ଟଙ୍କା ଯୋଡ଼ୁଛନ୍ତି । ବ୍ୟାଙ୍କରେ ଠକାମି ଜାଲିଆତି ପରିମାଣ ୨୦୨୦-୨୧ରେ କେବଳ ୧.୮୫ଲକ୍ଷ କୋଟି ଟଙ୍କା । ଏହା ବର୍ତ୍ତମାନ ଆହୁରି ଅଧିକ ହେବ। ଅନାଦେୟ ଟିକସ ପରିମାଣ ୮ଲକ୍ଷ କୋଟି ଟଙ୍କା ହେବ। ୨୦୨୦-୨୧ରେ ପ୍ରଥମ ୬ମାସରେ ୩୦୦୦ରୁ ଅଧିକ କମ୍ପାନୀର ମୋଟ ନିଟ୍‌ ଲାଭ ରେକର୍ଡ ୧.୪୫ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏଣୁ ପ୍ରଧାନମନ୍ତ୍ରୀ ସେହି ଧନୀ ଓ କର୍ପୋରେଟଙ୍କଠାରୁ ସମ୍ପଦ କର ବା ଅନ୍ୟାନ୍ୟ କର ଧାର୍ଯ୍ୟକରି ଅଧିକ ସମ୍ବଳ ସଂଗ୍ରହ କରିବା ସହିତ ମହାମାରୀ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପରିବାରଗୁଡ଼ିକୁ ଥଇଥାନ କରିବା ଉଚିତ ଏବଂ ସ୍ବାସ୍ଥ୍ୟକ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବା ଉଚିତ।
skmohapatra67@gmail.com.
ମୋ: ୯୪୩୭୨୦୮୭୬୨


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ବଚନ ମଧୁର ତିଳକ ସରୁ

ଡ. ଗୌରହରି ରାଉତ କାଳୁବାବୁଙ୍କ ନାଁ ଆମ ଖଣ୍ଡମଣ୍ଡଳରେ ଡାକ୍‌। ପିଲା ପେଚକାଠାରୁ ପୁରୁଖା ପର୍ଯ୍ୟନ୍ତ ଏମିତି କେହି ନାହିଁ ଯିଏ ତାଙ୍କୁ ଜାଣି ନ...

ସୁଧାର ଆଧାର ସଙ୍ଗୀତ ସୁଧାକର

ପ୍ରଫୁଲ୍ଲ କର ପ୍ରାଣହୀନ ସଙ୍ଗୀତ ବୃକ୍ଷହୀନ ଟାଙ୍ଗରା ଭୂଇଁ ପରି। ପ୍ରାଣ ନ ଥିବା ସଙ୍ଗୀତ ପାଗଳର ପ୍ରଳାପ ପରି ବୋଧହୁଏ। ତେବେ ସଙ୍ଗୀତ ସୁଧାକର...

ବହୁପତ୍ନୀ ପରମ୍ପରାରେ ନାରୀ ନିଷ୍ପେଷିତ କି

ସାରଦା ପ୍ରସାଦ କର ‘ବୀରଭୋଗ୍ୟା ବସୁନ୍ଧରା’ ଉକ୍ତିଟି ଭାରତ ଭୂଖଣ୍ଡର ମୂଳଭାଷା ହେଲେ ମଧ୍ୟ ସାରା ବିଶ୍ୱ ବୀର ପ୍ରସବିନୀମାନଙ୍କୁ ନେଇ ଗର୍ବିତ। ଦେଶ ଦେଶ...

ମାଙ୍ଗାଲୋର ନ ଯାଇ ମଙ୍ଗଳ

ଜୁଲାଇ ୨୦ରେ ଆମାଜନ ପ୍ରତିଷ୍ଠାତା ତଥା ‘ବ୍ଲୁ ଅରିଜନ’ର ମାଲିକ ଜେଫ୍‌ ବେଜୋସ୍‌ଙ୍କ ସହ ତାଙ୍କ ଭାଇ ମାର୍କ ମହାକାଶକୁ ଯିବେ। ବିଶ୍ୱର ଅତିଧନୀ ବ୍ୟକ୍ତିବିଶେଷଙ୍କ...

ଇମ୍ରାନ୍‌ଙ୍କ ମନ୍ତବ୍ୟ

ସ୍ୱଳ୍ପ କପଡ଼ା ପିନ୍ଧୁଥିବା ଯୁବତୀ ଓ ମହିଳାଙ୍କ ଯୋଗୁ ଦେଶରେ ବଳାତ୍କାର ମାମଲା ବୃଦ୍ଧି ପାଉଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତି। ନିକଟରେ...

ଅମ୍ଳଜାନ ଅଭାବଜନିତ ସଙ୍କଟ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ଗଣମାଧ୍ୟମରେ ପ୍ରକାଶିତ ଗୋଟିଏ ଚର୍ଚ୍ଚିତ ଘଟଣା। ରାଞ୍ଚତ୍ରେ ଦେବେନ୍ଦ୍ର ଶର୍ମା ରହନ୍ତି। ୨୪ ଏପ୍ରିଲ ୨୦୨୧ରେ ସେ ଜଣେ ପରିଚିତ ବ୍ୟକ୍ତିଙ୍କଠାରୁ...

ବଡ଼ ଝଟକା

ଏୟାର ଇଣ୍ଡିଆର ପୁଞ୍ଜିପ୍ରତ୍ୟାହାର ବା ଘରୋଇକରଣ ପ୍ରକ୍ରିୟା ଅଟକି ରହିଛି। କୋଭିଡ୍‌ ମହାମାରୀ ଏହାକୁ ଆହୁରି ବିଳମ୍ବ ବି କରିଦେଇଛି। ଜଟିଳ ପରିସ୍ଥିତିରେ ଥିବା ଏୟାର...

କରୋନା ଓ ଏକ୍‌ମୋ ଯନ୍ତ୍ର

ଡା.ପ୍ରଫୁଲ୍ଲ କୁମାର ଦାସ ସମ୍ପ୍ରତି ରାଜ୍ୟରେ କୋଭିଡ୍‌ ସ୍ଥିତି ଅତି ଉଦ୍‌ବେଗଜନକ ରହିଛି ଓ ପ୍ରତିଦିନ ଫୁସ୍‌ଫୁସ୍‌ଜନିତ ସଂକ୍ରମଣ କାରଣରୁ ଅନେକ ଲୋକଙ୍କର ପ୍ରାଣହାନି ଘଟୁଛି।...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ସହନଶୀଳତା ଆବଶ୍ୟକ
Next Post Next post:
ପେଟେଣ୍ଟମୁକ୍ତ ଟିକା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts