ଭଦ୍ରକ ଅଫିସ, ୬।୬- କରୋନା ଯୋଗୁ ସମସ୍ତ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଛୋଟ ବଡ଼ ବ୍ୟବସାୟୀମାନେ ମୁଣ୍ଡରେ ହାତ ଦେଲେଣି। ଲକ୍ଡାଉନ ଓ ଶଟ୍ଡାଉନ କାରଣରୁ ପ୍ରାୟ ଦୁଇମାସ ଧରି ବିଭିନ୍ନ ବେପାର ବାଣିଜ୍ୟ ଉପରେ ପ୍ରଶାସନ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି। ଫଳରେ ସାଧାରଣ ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିଛି। ମହିଳା ସ୍ବୟଂସହାୟିକା ଗୋଷ୍ଠୀ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ଗୋଷ୍ଠୀର କର୍ମକର୍ତ୍ତା ଜୀବିକାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି। ଏହି ପରିସ୍ଥିତିରେ ଟେରାକୋଟା ଶିଳ୍ପୀମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ସେମାନେ ସରକାରଙ୍କ ବିଭିନ୍ନ ଯୋଜନା ଜରିଆରେ ସ୍ବାବଲମ୍ବୀ ହୋଇଆସୁଥିଲେ। କିନ୍ତୁ ଲକ୍ଡାଉନ ସେମାନଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।
ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଆଗରପଡ଼ା ମହାନ୍ତିପଡ଼ା ପଞ୍ଚାୟତ ତ୍ରିଶାଲିଆ ଗ୍ରାମର ବରଡ଼େଶ୍ୱର ଓ ମା’ ତାରିଣୀ ସ୍ବୟଂସହାୟକ ଗୋଷ୍ଠୀର ଟେରାକୋଟା ଶିଳ୍ପୀଙ୍କୁ ଏବେ ଜୀବିକା ଚିନ୍ତା ଘାରିଛି। ଗୋଷ୍ଠୀର ପ୍ରତ୍ୟେକ ୧୫ଜଣ ଲେଖାଏ ମହିଳା ନିଜ ଗଁାରେ ଟେରାକୋଟା ଶିଳ୍ପ ଆରମ୍ଭ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ତାଲିମ ଦିଆଯିବା ପରେ ସେମାନେ ମାଟିରେ ବିଭିନ୍ନ ମୂର୍ତ୍ତି ତିଆରି କରିଆସୁଥିଲେ। ମାଟିରେ ବିଭିନ୍ନ ମୂର୍ତ୍ତି ସାଙ୍ଗକୁ ହାତୀ, ଘୋଡ଼ା, ଗଛ, ମଣିଷ, ଫୁଲଦାନୀ, ଫୁଲକୁଣ୍ଡ ଆଦି ତିଆରି କରି ରୋଜଗାର କରୁଥିଲେ। ନିଜେ ସ୍ବାବଲମ୍ବୀ ହେବା ସହ ସେମାନେ ପରିବାର ମଧ୍ୟ ଚଳାଉଥିଲେ। କିନ୍ତୁ ଏବେ ଲକ୍ଡାଉନ ଯୋଗୁ ନା କିଛି ମୂର୍ତ୍ତି ତିଆରି କରିପାରୁଛନ୍ତି ନା ବିକ୍ରି ହୋଇପାରୁଛି। ଫଳରେ ପରିବାର ଚଳାଇବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି ବୋଲି ଟେରାକୋଟା ଶିଳ୍ପୀ ସୁଜଳା ରଣା ଓ କମଳା ପାଢ଼ୀ କହିଛନ୍ତି। ଅପରପକ୍ଷେ ଲକ୍ଡାଉନ କାରଣରୁ ବିଭିନ୍ନ ଜିଲାରେ ହେଉଥିବା ମହୋତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଛି। ଷ୍ଟଲ ପକାଇ ମହିଳା ସଙ୍ଗଠନର କର୍ମକର୍ତ୍ତା କରୁଥିବା ବିକ୍ରିବଟା ଉପରେ ଏହାର ପ୍ରଭାବ ପଡ଼ିଛି। ଫଳରେ ଶିଳ୍ପୀମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତିଆରି ହୋଇଥିବା କିଛି ମୂର୍ତ୍ତି ମଧ୍ୟ ଭାଙ୍ଗିରୁଜି ଯିବା ସହ ନଷ୍ଟ ହେବାକୁ ବସିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପରିବାର ଚଳାଇବା କଷ୍ଟକର ହେଉଥିବାରୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ଶିଳ୍ପୀ ନିରୁପମା ସାହୁ। ସ୍ବାଭାବିକ ଅବସ୍ଥା ଫେରିଆସିବା ପରେ ଜିଲା ଶିଳ୍ପ ବିଭାଗ ପକ୍ଷରୁ ସେମାନଙ୍କ ଟେରାକୋଟା ମୂର୍ତ୍ତି ବେପାର କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନଜେର ପୀତାମ୍ବର ପରିଡ଼ା କହିଛନ୍ତି।
Posted inଆମ ଜିଲା ଖବର, ଭଦ୍ରକ, ରାଜ୍ୟ View All
ଗଛରେ ପିଟିହେଲା ପୋଲିସ ଭ୍ୟାନ୍
ସୁନ୍ଦରଗଡ଼,୧୬।୬: ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ କାଲୋବାହାଲ ନିକଟରେ ବୁଧବାର ଏକ ପୋଲିସ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ...
ଓଡ଼ିଶାରେ ଡେଲଟା ପ୍ଲସ
ଭୁବନେଶ୍ୱର,୨୫।୬: ଓଡ଼ିଶାରେ ପ୍ରଥମ ଡେଲଟା ପ୍ଲସ ମାମଲା ଚିହ୍ନଟ ହୋଇଛି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଏହାକୁ ମିଶାଇ ଦେଶରେ...
ବିଷ୍ଣୁପଦଙ୍କ କବିତା ସଙ୍କଳନ ଉନ୍ମୋଚିତ
ଭୁବନେଶ୍ୱର,୧୨ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବରିଷ୍ଠ ଅମଲାତନ୍ତ୍ରୀ ବିଷ୍ଣୁପଦ ସେଠୀଙ୍କ ଇଂଲିଶ କବିତା ସଙ୍କଳନ ‘ବିୟଣ୍ଡ ହିୟର୍ ଆଣ୍ଡ୍ ଅଦର ପୋଏମ୍ସ’କୁ ଉନ୍ମୋଚନ କରିଛନ୍ତି।...
କାର୍ଯ୍ୟକ୍ଷମ ହେଲା ଦେଓ ପ୍ରକଳ୍ପ
ବାରିପଦା ଅଫିସ/ଠାକୁରମୁଣ୍ଡା, ୨୬।୬ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ହାତୀବାରିଠାରେ ନିର୍ମାଣାଧୀନ ବହୁ ପ୍ରତିକ୍ଷୀତ ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ଶୁକ୍ରବାର ପରୀକ୍ଷାମୂଳକ...
ଓ୍ବେବ୍ସାଇଟରେ ପ୍ରଭାବ ଏବଂ ପଇସା
ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ ବର୍ତ୍ତମାନ ୪୨ଟି ବିଭାଗ କାର୍ଯ୍ୟ କରୁଛି। ସେ ସମସ୍ତ ବିଭାଗର ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକ କେତେ ମାତ୍ରାରେ ସୁରକ୍ଷିତ ତାକୁ ନେଇ...
ପଥର ଅଭାବରୁ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ବିଳମ୍ବ
ପୁରୀ ଅଫିସ,୯।୬:କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଚାଲିଥିତ୍ବାବେଳେ ପଥର ଅଭାବ ଦେଖାଦେଇଛି। ଫଳରେ ମରାମତି କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି। ମୁଖ୍ୟତଃ ବିଭିନ୍ନ...
ଅନ୍ଲକ୍ ପାଇଁ ଫିଟୁଛି ବାଟ: ଗଞ୍ଜାମରେ ୫୦୦ ତଳେ କରୋନା ଆକ୍ଟିଭ କେସ୍
ଛତ୍ରପୁର,୧୨ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ କମ୍ ହେବାରେ ଲାଗିଛି। ଏବେ ଗଞ୍ଜାମ ଗ୍ରୀନ୍ ଜୋନ୍ରେ ରହିଛି। ଜିଲାରେ ଏବେ ୫୦୦ ତଳେ...
ଚିନ୍ତା ଘାରିଲେ ବି ପ୍ରତିକାର ଶୂନ
ନୟାଗଡ଼ ଅଫିସ,୫।୬: ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ଜଙ୍ଗଲିଆ ଅଞ୍ଚଳ ଧୀରେ ଧୀରେ ପଦା ହେଉଛି। ଜଙ୍ଗଲ ପରିମାଣ କମି ଚାଲିଥିବାବେଳେ କଂକ୍ରିଟ କୋଠାବାଡି ଓ...


