ପୁରୀ ଅଫିସ,୯।୬:କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଚାଲିଥିତ୍ବାବେଳେ ପଥର ଅଭାବ ଦେଖାଦେଇଛି। ଫଳରେ ମରାମତି କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି। ମୁଖ୍ୟତଃ ବିଭିନ୍ନ ପଥରକୁ ନେଇ ମରାମତି କାର୍ଯ୍ୟ ଚାଲିଥିବାବେଳେ ଗତ କିଛିଦିନ ହେବ ଖଣ୍ଡୋଲାଇଟ୍ ପଥର ଅଭାବ ଯୋଗୁ କାର୍ଯ୍ୟ ସ୍ଥଗିତ ରହିଛି। ଭାରତୀୟ ପ୍ରନତ୍ତତ୍ତ୍ବ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ଭିତର ଓ ବାହାର ମରାମତି କାର୍ଯ୍ୟ ଚାଲୁ ରହିଥିବା ବେଳେ ପ୍ରାୟ ସମୟରେ ପଥର ଅଭାବ ପ୍ରମୁଖ ସମସ୍ୟା ଦେଖାଦେଇଛି। ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ପଥର ଖଣିରୁ ପଥର ଯୋଗାଇ ଦିଆଯାଇଥାଏ। କିନ୍ତୁ ଉକ୍ତ ଖଣି ଏବେ ଓଏମ୍ସି ଅଧୀନକୁ ଚାଲିଯିବା ପରେ ପଥର ମିଳିବା କଷ୍ଟ ହେଉଛି। ଫଳରେ ବାଇଶି ପାହାଚ, ପାଟ ଅଗଣା, ରୋଷଶାଳା, ଆନନ୍ଦ ବଜାର, ବିମଳା ମନ୍ଦିର, ମହାଲକ୍ଷ୍ମୀ ମନ୍ଦିର ଆଦି ମରାମତି କାର୍ଯ୍ୟ ହୋଇପାରୁ ନାହିଁ। ପୂର୍ବରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଓ ଗାଣ୍ଡୁଆ ଚଉତା ଛକରେ ପଥର ଗଦା ହୋଇ ରହିଥିବା ବେଳେ ଏବେ କଁା ଭଁା ପଥର ପଡ଼ି ରହିଛି। ସେପଟେ ଶ୍ରୀମନ୍ଦିରରେ ପଥର ଅଭାବ ଯୋଗୁ କାର୍ଯ୍ୟ ଆଗେଇପାରୁ ନାହିଁ। ପଥର ଖଣି ମାଫିଆଙ୍କ କବ୍ଜାରେ ରହିଛି। ବାରମ୍ବାର ଏହାକୁ ନେଇ ଅଭିଯୋଗ କରାଯାଉଛି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ଶ୍ରୀମନ୍ଦିର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ। ଶ୍ରୀମନ୍ଦିର ମରାମତି ସମ୍ପର୍କରେ ଖବର ଆସିବା ପରେ ତାପଙ୍ଗ, ଭୋଗପୁରୁ କ୍ୱାରିରୁ ଓବିସିସିକୁ ଯୋଗାଇ ଦିଆଯାଉଥିବା ପଥର ନେବା ପାଇଁ ଏଏସ୍ଆଇକୁ ଚିଠି ମାଧ୍ୟମରେ ଜଣାଯାଉଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଆସିଥିବା ପଥରରୁ ଏଏସ୍ଆଇକୁ ଯୋଗାଯିବା ଫଳରେ ଏଏସ୍ଆଇ କାର୍ଯ୍ୟ କରିପାରିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଛନ୍ତି।
Posted inଆମ ଜିଲା ଖବର, ପୁରୀ View All
ପୁରୀରେ ପହଞ୍ଚିଲା ରଥ ଦଉଡ଼ି
ପୁରୀ ଅଫିସ,୨ା୬: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ଖଳା ଚଳଚଞ୍ଚଳ ହୋଇଉଠିଛି। ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଶ୍ରୀକ୍ଷେତ୍ର ଭଉଁରୀ। ଏଥିପାଇଁ ରଥଖଳା ଓ ନରେନ୍ଦ୍ର...
କୋଭିଡ୍ କେୟାର ସେଣ୍ଟର ଉଦ୍ଘାଟନକୁ ନେଇ ବିଜେଡି ଏମ୍ପି-ବିଧାୟକ ମୁହାଁମୁହିଁ
ପାଲଲହଡ଼ା,୫ା୬(ଡି.ଏନ୍.ଏ.): ଶନିବାର ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ସଦରମହାକୁମାଠାରେ କୋଭିଡ୍ କେୟାର ସେଣ୍ଟର ଉଦ୍ଘାଟନକୁ ନେଇ ଢେଙ୍କାନାଳ ଏମ୍ପି ମହେଶ ସାହୁ ଏବଂ ପାଲଲହଡ଼ା ବିଧାୟକ...
ପ୍ରେମ ନିବେଦନରେ ବିଫଳ ହେବା ପରେ ଯୁବକଙ୍କ ଉନ୍ମତ୍ତକାଣ୍ଡ: ନାବାଳିକାଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ
ଖଇରା,୧୦।୬(ଡି.ଏନ୍.ଏ): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ତୁଟୋ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ନିବେଦନରେ ବିଫଳ ହେବା ପରେ ଜଣେ ଯୁବକ...
୭ରୁ କଟକଣାରେ ଚାଲିବ ହାଇକୋର୍ଟ
କଟକ ଅଫିସ୍,୫।୬: ମହାମାରୀ କୋଭିଡ୍ ଏବଂ ରାଜ୍ୟରେ ଲକ୍ଡାଉନ୍ ଓ ଶଟ୍ଡାଉନ୍କୁ ଦୃଷ୍ଟିରେ ରଖି ଆସନ୍ତା ୭ ତାରିଖରୁ କେତେକ କଟକଣା ମଧ୍ୟରେ ଚାଲିବ ହାଇକୋର୍ଟ...
ଅକ୍ସିଜେନ ବୋଝେଇ ଟ୍ରେନ୍ରୁ ଦୀର୍ଘ ୧୧ ଘଣ୍ଟା ଧରି ଅକ୍ସିଜେନ ଲିକ୍
କେସିଙ୍ଗା,୯ା୬(ଡି.ଏନ୍.ଏ.): ସମ୍ବଲପୁର ରେଲଓ୍ବେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲଓ୍ବେ ଷ୍ଟେଶନରେ ଏକ ଅକ୍ସିଜେନ ବୋଝେଇ ଟ୍ରେନ୍ରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲିକ୍ ହୋଇଥିଲା। କେସିଙ୍ଗା ରେଲଓ୍ବେ...
ବେଆଇନ ଭାବେ ଖୋଳିନେଲେ ମାଟି
ପୁରୀ ଅଫିସ,୭ା୬: ଶ୍ରୀଜଗନ୍ନାଥ ମେଡିକାଲ ଓ କଲେଜ ପର୍ଯ୍ୟନ୍ତ ଲମ୍ବିଥିବା ମୁଖ୍ୟରାସ୍ତା ବିପଦସଙ୍କୁଳ ହୋଇ ପଡ଼ିଛି। ରାସ୍ତା ନିର୍ମାଣ ପାଇଁ ସଂଲଗ୍ନ ଜମିରୁ ବେଆଇନ ଭାବେ...
କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍: ପୁଣି ୩ ଜଣଙ୍କ ନେଲା ଜୀବନ
ଛତ୍ରପୁର,୨୬।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ । ପୁଣି ଜିଲାରେ ଆଉ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ...
ଏମ୍କେସିଜି କୋଭିଡ୍ ହସ୍ପିଟାଲ-୧ ବନ୍ଦ
ଛତ୍ରପୁର,୨୧।୬: ଗଞ୍ଜାମ ଜିଲାର ଯେଉଁ କୋଭିଡ୍ ଚିକିତ୍ସା କେନ୍ଦ୍ରରେ କୌଣସି ରୋଗୀ ନାହାନ୍ତି ସେଗୁଡିକ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ...


