ଭୁବନେଶ୍ୱର, ୯।୬(ବ୍ୟୁରୋ):ରାଜ୍ୟରେ ୩୦ ଜିଲାର ୨୫୮ଟି ବିଦ୍ୟାଳୟରେ ଆଇବିଏମ୍ ପକ୍ଷରୁ ‘ଷ୍ଟେମ୍’ (ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ) ଶିକ୍ଷା ଆରମ୍ଭ କରାଯାଇଛି। ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ଛାତ୍ରୀମାନେ ଡିଜିଟାଲ୍ ସାକ୍ଷରତା ଅର୍ଜନ କରିବା ସହିତ ଜୀବନକୌଶଳ ତଥା ଭବିଷ୍ୟତ ଲକ୍ଷ୍ୟ ନିର୍ଦ୍ଧାରଣ କରିପାରିବେ। ଏହି ବିଦ୍ୟାଳୟଗୁଡ଼ିକ ଏକବିଂଶ ଶତାବ୍ଦୀର ଉପଯୋଗୀ ଦକ୍ଷତା ପ୍ରଶିକ୍ଷଣ କ୍ଷେତ୍ରରେ ଅନ୍ୟ ବିଦ୍ୟାଳୟ ପାଇଁ ରୋଲ୍ ମଡେଲ୍ ହେବେ। ଏଥିପାଇଁ ‘ଆଇବିଏମ୍’ ଏବଂ ଏହାର ସହଯୋଗୀ ‘କ୍ବେଷ୍ଟ ଆଲିଆନ୍ସ’ ସମେତ ଅନ୍ୟମାନେ ମାଷ୍ଟର ଟ୍ରେନରମାନଙ୍କୁ ପ୍ରସ୍ତୁତ କରିବେ। ଫଳରେ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ସହ ଜାତୀୟ ଶିକ୍ଷାନୀତି ଅନୁସୃତ ରାଜ୍ୟ ପାଠ୍ୟକ୍ରମ ସହିତ ସମତୁଲ ଭାବେ ଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି ପାଇବ। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଓସେପାର ରାଜ୍ୟ ପ୍ରକଳ୍ପ ସଂଯୋଜକ ଭୂପେନ୍ଦ୍ର ସିଂ ପୁନିଆ, ଆଇବିଏମ୍ ଭାରତ ଓ ଦକ୍ଷିଣ ଏସିଆର ସିଏସ୍ଆର୍ ମୁଖ୍ୟ ମନୋଜ ବାଲଚନ୍ଦ୍ରନ୍ ପ୍ରମୁଖ ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମକୁ ଏକ ହଜାର ଉଚ୍ଚ ବିଦ୍ୟାଳୟକୁ ସମ୍ପ୍ରସାରଣ କରାଯିବା ଉପରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସାହୁ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ରାଜ୍ୟରେ ଶିକ୍ଷା ପ୍ରଦର୍ଶନ ଗ୍ରେଡିଂ ସୂଚକାଙ୍କରେ ଅଭିବୃଦ୍ଧି ଘଟିଥିବା ଦର୍ଶାଇ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ, ୨୦୧୮-୧୯ ଶିକ୍ଷାବର୍ଷରେ ଉପରୋକ୍ତ ସୂଚକାଙ୍କରେ ଓଡ଼ିଶାର ସ୍କୋର ୭୪୯ ଥିବାବେଳେ ୨୦୧୯-୨୦ ଶିକ୍ଷାବର୍ଷରେ ୮୩୮କୁ ବୃଦ୍ଧି ପାଇଛି ଓ ରାଜ୍ୟର ମାନ୍ୟତାକୁ ସମୃଦ୍ଧ କରିଛି। ଅନ୍ୟପକ୍ଷରେ ଆଇବିଏମ୍ ଷ୍ଟେମ୍ ଶୁଭାରମ୍ଭ କାର୍ଯ୍ୟକ୍ରମ ପରେ ୪ଦିନିଆ ତାଲିମ ଶିବିର ଆୟୋଜନ କରାଯାଇଛି। ଭର୍ଚୁଆଲ ମାଧ୍ୟମରେ ହେବାକୁ ଥିବା ଏହି ତାଲିମ ଶିବିରରେ ସମସ୍ତ ଜିଲାର ୫୧୬ ଜଣ ଶିକ୍ଷକ, ୨୫୮ ଜଣ ପ୍ରଧାନଶିକ୍ଷକ ଏବଂ ଜିଲା ଶିକ୍ଷା ଅଧିକାରୀମାନେ ଅଂଶଗ୍ରହଣ କରିବେ। ସେମାନଙ୍କୁ ଆବଶ୍ୟକୀୟ ଦକ୍ଷତା ଓ ଏକବିଂଶ ଶତାବ୍ଦୀର ଶିକ୍ଷଣ ପାରଦର୍ଶିତା ଉପରେ ତାଲିମ ଦିଆଯିବ। ଶିକ୍ଷକମାନେ ଭର୍ଚୁଆଲ ମୋଡ୍ରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ପ୍ରଦାନ ନେଇ ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ଅବଗତ ହେବେ।
ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ, ରାସ୍ତାରେ ଆବର୍ଜନା
କଟକ ଅଫିସ,୧୯।୬: କଟକ ମହାନଗର ନିଗମ (ସିଏମ୍ସି) ଅଧୀନ ୧୮ ନମ୍ବର ୱାର୍ଡବାସିନ୍ଦା ପରିମଳ ଓ ଡ୍ରେନେଜ୍ ସମସ୍ୟା ଘେରରେ ରହିଛନ୍ତି। ଏହି ୱାର୍ଡର କେତେକ...
ଡବଲ ଡୋଜ୍ ଭାକ୍ସିନ ପରେ ବି ହୋଇପାରେ କରୋନା
ଭୁବନେଶ୍ୱର,୧୯।୬(ବ୍ୟୁରୋ): ‘ଡବଲ ଡୋଜ୍ ଭାକ୍ସିନ ନେବା ପରେ ମଧ୍ୟ ହୋଇପାରେ କରୋନା। ତେଣୁ କୋଭିଡ ଗାଇଡ୍ଲାଇନକୁ ଠିକ ଭାବେ ପାଳନ କରନ୍ତୁ।’ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ...
ଥମୁନି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୪୦ ଜୀବନ
ଭୁବନେଶ୍ୱର,୫।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...
ପେଟ୍ରୋଲ ୨୬, ଡିଜେଲ ୧୪ ପଇସା ବଢ଼ିଲା
ଭୁବନେଶ୍ୱର,୧୭।୬(ବ୍ୟୁରୋ): ଗୋଟିଏ ଦିନର ବିରତି ପରେ ବୁଧବାର ପୁଣି ଥରେ ତେଲ ଦର ବୃଦ୍ଧି ହୋଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨୬ ପଇସା...
ରାଜ୍ୟରେ ଆଜି ୭,୭୨୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୭,୭୨୯କରୋନା ଆକ୍ରାନ୍ତ ଚିହ୍ନଟ...
ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୮।୬(ବ୍ୟୁରୋ): ମାଗଣାରେ ଟିକା ଯୋଗାଣ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି...
ଅଗଷ୍ଟ ଦ୍ୱିତୀୟ ସପ୍ତାହରେ +୨ ପରୀକ୍ଷାଫଳ
ଭୁବନେଶ୍ୱର,୧୮।୬(ବ୍ୟୁରୋ): +୨ ପରୀକ୍ଷାଫଳ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ । ରେଜଲ୍ଟ ଓ ମୂଲ୍ୟାୟନ ପଦ୍ଧତ୍ତି ନେଇ ସିଏଚ୍ସିଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ...
ସଂକ୍ରମଣ କମ୍ ଦେଖାଇବାକୁ ଷଡ଼ଯନ୍ତ୍ର
ବଇଣ୍ଡା,୧ା୬ କରୋନାକୁ କାବୁ କରିବାକୁ ହେଲେ ଅଧିକରୁ ଅଧିକ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂ ନିମନ୍ତେ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ସରକାରଙ୍କ କୋଭିଡ୍ ଗାଇଡ୍ଲାଇନ୍ରେ ମଧ୍ୟ...


