ପୁରୀ ଅଫିସ,୭ା୬: ଶ୍ରୀଜଗନ୍ନାଥ ମେଡିକାଲ ଓ କଲେଜ ପର୍ଯ୍ୟନ୍ତ ଲମ୍ବିଥିବା ମୁଖ୍ୟରାସ୍ତା ବିପଦସଙ୍କୁଳ ହୋଇ ପଡ଼ିଛି। ରାସ୍ତା ନିର୍ମାଣ ପାଇଁ ସଂଲଗ୍ନ ଜମିରୁ ବେଆଇନ ଭାବେ ମାଟି ଖୋଳି ନିଆଯାଇଛି। ଫଳରେ ପ୍ରାୟ ୨କି.ମି. ପର୍ଯ୍ୟନ୍ତ ରାସ୍ତା ଉଭୟ ପାର୍ଶ୍ୱରେ ୧୦ ଫୁଟ୍ରୁ ଅଧିକ ଗଭୀର ଗାତ ହୋଇଛି। ଏଥିଯୋଗୁ ଯାତାୟାତ ବେଳେ ମଣିଷ ଓ ପଶୁ ପଡ଼ିଯାଇ ପ୍ରାଣ ହରାଇବା ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ରାସ୍ତା ପାର୍ଶ୍ୱସ୍ଥ ଓପିଟିସିଏଲ୍ର ବିଦ୍ୟୁତ ଟାୱାର ତଳୁ ମଧ୍ୟ ମାଟି ତାଡ଼ି ନିଆଯାଇଛି। ତେଣୁ ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି ଟାଓ୍ବାର ଯେକୌଣସି ସମୟରେ ଗଳିପଡ଼ିବାର ଆଶଙ୍କା ରହିଛି। ଏହି ବେଆଇନ ମାଟି ଖନନ କାର୍ଯ୍ୟକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଶ୍ରୀଜଗନ୍ନାଥ ମେଡିିକାଲ ଓ କଲେଜକୁ ଲାଗି ବାଲୁଖଣ୍ଡ ଅଭୟାରଣ୍ୟ ରହିଛି। ତେଣୁ ରାସ୍ତା ନିର୍ମାଣ ପାଇଁ ସଂଲଗ୍ନ ଜମିରୁ ମାଟି ଖୋଳାଯିବା ପଛରେ ଅନିୟମିତତା ହିଁ କାରଣ ବୋଲି ସ୍ଥାନୀୟ ଲୋକେ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ହାତ କରି ଏବଂ ଅନ୍ୟପଟେ ଶକ୍ତି ବିଭାଗ କିମ୍ବା ଓପିଟିସିଏଲ୍ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ ବିନା ସମ୍ପୃକ୍ତ ଠିକାଦାର ଏଭଳି କାର୍ଯ୍ୟ କରିଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ସାମାଜିକକର୍ମୀ ଚିନ୍ମୟ ଦାସ କହିଛନ୍ତି, ତଦାରଖ ଦାୟିତ୍ୱରେ ଥିବା ଅଧିକାରୀମାନେ କିଭଳି ଏହି କାର୍ଯ୍ୟ ସମ୍ପର୍କରେ ଜାଣିପାରିଲେ ନାହିଁ ତାହା ପ୍ରଶ୍ନବାଚୀ ହୋଇଛି। ଠିକ୍ ଭାବେ କାର୍ଯ୍ୟ ତଦାରଖ କରାଯାଇ ନ ଥିବା ଏଥିରୁ ପ୍ରମାଣ ମିଳୁଛି। ଉକ୍ତ ରାସ୍ତା ସମସ୍ତଙ୍କ ପାଇଁ ସମସ୍ୟା ବଢ଼ାଇବ। ଅନ୍ୟପକ୍ଷରେ ସମ୍ପୃକ୍ତ ଠିକାଦାର କହିଛନ୍ତି, ରାସ୍ତାକଡ଼ରେ ଥିବା ମାଟିକୁ ତାଙ୍କ ସଂସ୍ଥା ଖୋଳିନାହିଁ। ବାଲି ଓ ମାଟି ମାଫିଆମାନେ ମାଟି ଉଠାଇ ନେଇଛନ୍ତି। ଏନେଇ ପୂର୍ତ୍ତ ବିଭାଗର ବରିଷ୍ଠ ଉନ୍ନୟନ ଅଧିକାରୀ ଘନଶ୍ୟାମ ପଣ୍ଡାଙ୍କୁ ପଚାରିବାରେ କହିଛନ୍ତି, ସମ୍ପୃୃକ୍ତ ରାସ୍ତା ନିର୍ମାଣ ପାଇଁ ୫ରୁ ୧୦ କି.ମି ଦୂରରୁ ମାଟି ଆଣି ପକାଇବା ପାଇଁ କୁହାଯାଇଛି। ରାସ୍ତା ନିର୍ମାଣ ଲାଗି ଅନୁମତି ଥିବାବେଳେ ରାସ୍ତାକଡ଼ରୁ ମାଟି ତାଡ଼ିନିଆଯିବା ବେଆଇନ କାର୍ଯ୍ୟ। ମାତ୍ର ଏଭଳି ହୋଇଛି କି ନାହିଁ ସେ ନେଇ ତଦନ୍ତ ପରେ ଚିତ୍ର ସ୍ପଷ୍ଟ ହେବ। ସେହିପରି ଓପିଟିସିଏଲ୍ ଟାୱାର ତଳୁ ମାଟି ଖୋଳାଯିବା ସମ୍ପର୍କରେ ବିଭାଗୀୟ ବରିଷ୍ଠ ଉନ୍ନୟନ ଅଧିକାରୀ କହିଛନ୍ତି, ଏ ନେଇ କୌଣସି ଅଭିଯୋଗ ମିଳିନାହିଁ। ତଥାପି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପକ୍ଷରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କୁ ବାରମ୍ବାର ଫୋନ୍ ଯୋଗେ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।
Posted inଆମ ଜିଲା ଖବର, ପୁରୀ View All
ଗୋରୁ ଗୋଠ ଉପରେ ବଜ୍ରପାତ
ବାଲିଗୁଡା,୧୦ା୬: କନ୍ଧମାଳ ଜିଲା ବାଲିଗୁଡ଼ା ଓ ଆଖପାଖ ଅଞ୍ଚଳରେ ବୁଧବାର ବର୍ଷାପବନ ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ବାରଖମା ପଞ୍ଚାୟତରେ ୬ ଗୋରୁଙ୍କ ମୃତ୍ୟୁ ଘଟିଛି।...
ଶ୍ରୀମନ୍ଦିର ହେବ ଆଲୋକୀକରଣ
ପୁରୀ ଅଫିସ,୧୬।୬: ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯିବ। ରଙ୍ଗବେରଙ୍ଗ ଆଲୋକରେ ଶ୍ରୀମନ୍ଦିର ଚୂଡ଼ାରୁ ତଳ ଭାଗ ପର୍ଯ୍ୟନ୍ତ ଝଲସିବ। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ)ର ପାଞ୍ଚଜଣିଆ...
ବିଆର୍ପିଏଲ୍: ଟୋପାଏ ପ୍ରଦୂଷଣ
ଯାଜପୁର ଅଫିସ,୨୧ା୬: ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍ (ବିଆର୍ପିଏଲ୍) ନିଜ କାରଖାନାର ବିଷାକ୍ତ ବର୍ଜ୍ୟଜଳ ବାହାରକୁ ଛାଡ଼ିବା ନେଇ ଏକ ମାମଲା...
‘ପିନାକ୍’ର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୫।୬: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍)ରେ ଶୁକ୍ରବାର ମଲ୍ଟି ବ୍ୟାରେଲ ରକେଟ୍ ଲଞ୍ଚର (ଏମ୍ବିଆର୍ଏଲ୍)ରୁ ପରିବର୍ଦ୍ଧିତ ରେଞ୍ଜ ୧୨୨ଏମ୍ଏମ୍ କାଲିବର...
ଭୋଟର ତାଲିକାରୁ ୩୪ ବାଦ୍
ଜଗତ୍ସିଂହପୁର ଅଫିସ,୪।୬: ଭୋଟର ତାଲିକାରେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ସାମିଲ କରିବା ପାଇଁ ପ୍ରତ୍ୟେକ ବର୍ଷ ଉଦ୍ୟମ ହେଉଛି। ଏହା ଭିତରେ ସ୍ପେଶିଆଲ ସମରୀ ରିଭିଜନ୍...
ଜମିରେ ଧାନ ଗଜା, ସହାୟତା ଦାବି
ମହାକାଳପଡ଼ା,୧୧।୬(ଡି.ଏନ୍.ଏ.): ବାତ୍ୟା ୟାସ୍ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ବିଶେଷକରି ଚାଷୀଙ୍କ ପନିପରିବା ଓ ଖରାଦିନିଆ ଡାଳୁଅ ଧାନ ଉଜୁଡ଼ିଯାଇଛି। ଭାଗଚାଷୀମାନେ ଜମି ମାଲିକଙ୍କୁ ଫସଲ ଦେବାକୁ...
ବଳାତ୍କାର ପରେ ଅଚେତ ହୋଇଗଲା, ଭୟରେ ତଣ୍ଟି ଚିପିଦେଲି
ନୟାଗଡ଼ ଅଫିସ,୨୦।୬: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡିଆ ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା ।...
ସୁକିନ୍ଦା ତହସିଲଦାର ନିଲମ୍ବିତ: କରୋନା ନିୟମ ଉଲ୍ଲଂଘନ ଅଭିଯୋଗ
ଯାଜପୁର ଅଫିସ/କାଳିଆପାଣି, ୧୯।୬(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ତହସିଲଦାର ବୁଲ୍ବୁଲ୍ ବେହେରାଙ୍କୁ ରାଜ୍ୟ ସରକାର ଶୁକ୍ରବାର ନିଲମ୍ବନ କରିଥିବା ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର...


