ଜଗତ୍ସିଂହପୁର ଅଫିସ,୪।୬: ଭୋଟର ତାଲିକାରେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ସାମିଲ କରିବା ପାଇଁ ପ୍ରତ୍ୟେକ ବର୍ଷ ଉଦ୍ୟମ ହେଉଛି। ଏହା ଭିତରେ ସ୍ପେଶିଆଲ ସମରୀ ରିଭିଜନ୍ ଅଫ୍ ଫଟୋ ଇଲେକ୍ଟୋରାଲ ରୋଲ୍ ୨୦୨୧ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ଦୁଃଖର କଥା, ଅନେକ ବ୍ୟକ୍ତି ନାମ ପଞ୍ଜୀକରଣ ପାଇଁ ଆବେଦନ କରୁଥିଲେ ସୁଦ୍ଧା ସେମାନଙ୍କୁ ନିରାଶ କରାଯାଉଛି। ଗୁରୁବାର ଅନଲାଇନ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଗ୍ରିଭାନ୍ସରେ ଏଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ତିର୍ତ୍ତୋଲ ବ୍ଲକର ଦେବୀଦତ୍ତ ନାୟକ, ଦୀପ୍ତିରଞ୍ଜନ ଦାଶ, ପ୍ରୀତି ଦାସ, ପ୍ରୀତିଶ ଦାସ, ଗଣେଶ କୁମାର ରାଉତ, କରିସ୍ମା ରାଉତ ଓ ସାଗରିକା ଖୁଣ୍ଟିଆଙ୍କ ସମେତ ଏକାଧିକ ଲୋକ। ସେମାନେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି, ଗୋପାଳପୁର ପଞ୍ଚାୟତର ବୁଥ ସଂଖ୍ୟା ନଂ.୨୨୯ର ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ବିଏଲ୍ଓ ଅଞ୍ଜନା ସ୍ବାଇଁଙ୍କ ନିକଟରେ ଆବଶ୍ୟକ କାଗଜପତ୍ର ଦାଖଲ କରି ଫର୍ମ ନଂ.୬ ପୂରଣ କରି ଆବେଦନ କରିଥିଲେ। ପ୍ରମାଣ ସ୍ବରୂପ ରସିଦ ମଧ୍ୟ ନେଇଥିଲେ। କିନ୍ତୁ ୧୫ା୧ା୨୧ରେ ଜାଣିବାକୁ ପାଇଲେ ସେମାନଙ୍କ ନାମ ଭୋଟର ତାଲିକାରେ ନାହିଁ । ତେଣୁ ସେମାନେ ତିର୍ତ୍ତୋଲ ବ୍ଲକର ଜିପିଇଓ ତଥା ଅତିରିକ୍ତ ଇଲେକ୍ଟୋରାଲ ଅଫିସରଙ୍କୁ ଭେଟି ଏସବୁ ବିଷୟରେ ଜଣାଇଥିଲ। ଏସବୁ ଆବେଦନ ପତ୍ର ଉପଜିଲାପାଳ ତଥା ଜିଲା ଇଲେକ୍ଟୋରାଲ ରେଜିଷ୍ଟ୍ରେଶନ୍ ଅଫିସରଙ୍କୁ ପ୍ରେରଣ କରାଯାଇଥିବା ଜିପିଇଓ କହିଥିଲେ। ତାପରେ ସେମାନେ ଜଗତ୍ସିଂହପୁର ଉପଜିଲାପାଳଙ୍କୁ ଭେଟିଥିଲେ। ୧୫ ଦିନ ଭିତରେ ସମସ୍ୟାର ସମାଧାନ ହେବ ବୋଲି ସେତେବେଳେ ପ୍ରତିଶ୍ରୁତି ଦିଆଯାଇଥିଲା। ଏନେଇ ୧୫ ଦିନ ପରେ ପୁନର୍ବାର ଉପଜିଲାପାଳଙ୍କୁ ସାକ୍ଷାତ୍ କରିବାରୁ ସେ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଡାକି ଦରଖାସ୍ତ ଫର୍ମ କୁଆଡେ ଗଲା ଖୋଜି ବାହାର କରିବାକୁ କହିଥିଲେ । କିନ୍ତୁ ଦରଖାସ୍ତ ଫର୍ମ ମିଳୁନାହିଁ, ବ୍ଲକରୁ ବୋଧେ ଆସି ନ ଥିବା ଡାଟା ଏଣ୍ଟ୍ରି ଅପରେଟର କହିଥିଲେ। ତାପରେ ସତ୍ୟାସତ୍ୟ ଜାଣିବା ପାଇଁ ଆବେଦନକାରୀମାନେ ସୂଚନା ଅଧିକାର ଆଇନ ବଳରେ ଜିପିଇଓଙ୍କ ନିକଟରେ ଦରଖାସ୍ତ କରିଥିଲେ। ଏଥିରେ ଉପଜିଲାପାଳ ତଥା ଡିଇଆର୍ଓଙ୍କୁ ପ୍ରେରଣ କରାଯାଇଥିବା ଆବ୍ଷ୍ଟ୍ରାକ୍ଟ ରିପୋର୍ଟର ତଥ୍ୟ ମାଗିଥିଲେ। ତଥ୍ୟ ମିଳିଥିଲା। ଏଥିରୁ ଜଣାଯାଇଥିଲା ଯେ, ବୁଥ୍ ସଂଖ୍ୟା ୨୨୯ରେ ସମୁଦାୟ ୬୪ ଜଣ ଫର୍ମ ନଂ.୬ରେ ଆବେଦନ କରିଥିଲେ। ଏହାକୁ ଜିପିଇଓ ଉପଜିଲାପାଳଙ୍କୁ ପ୍ରେରଣ କରିଥିଲେ। ୧୫ା୧ା୨୧ରେ ପ୍ରକାଶନ ଯୋଗେ ତାଲିକାରେ ୩୩ ଜଣଙ୍କ ନାମ ପ୍ରକାଶ ପାଇଥିଲା। ସେଥିରୁ ୩୦ ଜଣ ଫର୍ମ ଦାଖଲ କରି ଓ ୩ ଜଣ ଅନଲାଇନ୍ରେ ଆବେଦନ କରିଥିଲେ। ଅବଶିଷ୍ଟ ୩୪ ଜଣଙ୍କ ନାମ ତାଲିକାରୁ ବାଦ୍ ପଡିଛି। ଗୋଟିଏ ଆବ୍ଷ୍ଟ୍ରାକ୍ଟରେ ଯାଇଥିବା ନାମ ମଧ୍ୟରୁ ଏତେ ଜଣଙ୍କ ନାମ କିପରି ବାଦ ପଡିଲା ତାହା ଆବେଦନକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ତେଣୁ ଉପଜିଲାପାଳଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ କଟିଯାଇଥିବା ଆବେଦନକାରୀଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକରଣ କରିବା ପାଇଁ ଦାବି ହୋଇଛି।
ଏ ସମ୍ପର୍କରେ ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ କହିଛନ୍ତି, ତାଙ୍କ ଉପରେ କୌଣସି ରାଜନୈତିକ ପ୍ରଭାବ ନାହିଁ। ଏଭଳି ଅଭିଯୋଗ ଅମୂଳକ। କୌଣସି ସ୍ଥାନରେ ତ୍ରୁଟି ଥାଇପାରେ। ଏଥିଯୋଗୁ ୩୪ ଜଣଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରିନାହିଁ। ଏହାର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ମଲ୍ଲିକ କହିଛନ୍ତି।
Posted inଆମ ଜିଲା ଖବର, ଜଗତ୍ସିଂହପୁର View All
୮ ବର୍ଷ ହେଲା ବନ୍ଦ ଥିବା ଷ୍ଟାଡିୟମ କାମ ଶେଷ କର
ଝାରସୁଗୁଡ଼ା ଅଫିସ,୨୩ା୬: ଏମ୍ସିଏଲ୍ ସିଏସ୍ଆର୍ ପାଣ୍ଠିରୁ ୮କୋଟି ଟଙ୍କା ବ୍ୟୟରେ ୨୦୧୩-୧୪ରୁ ଝାରସୁଗୁଡ଼ା ମାଳିମୁଣ୍ଡାଠାରେ ଷ୍ଟାଡିୟମ ନିର୍ମାଣ ଚାଲିଛି। ଅର୍ଥାଭାବରୁ ଦୀର୍ଘଦିନ ହେଲାଣି ଏହା ଅର୍ଦ୍ଧନିର୍ମିତ...
ତୈଳଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ
ଛତ୍ରପୁର,୧୧।୬(ଡି.ଏନ୍.ଏ.): କେନ୍ଦ୍ରସରକାରଙ୍କ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆନ୍ଦୋଳନର ଡାକରା ଦିଆଯାଇଛି। ଏହିପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି...
ଅନ୍ଲାଇନରେ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ
ଛତ୍ରପୁର,୨୮।୬(ଡି.ଏନ୍.ଏ.): କରୋନା ମହାମାରୀ ଯୋଗୁ ଗଞ୍ଜାମରେ ଜିଲାପାଳଙ୍କ ଜନସାଧାରଣ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା। ତେବେ ସୋମବାରଠାରୁ ପୁଣି ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି।...
ଯୁବକଙ୍କୁ ହତ୍ୟା ପରେ ଇବ୍ନଦୀରେ ଭସାଇ ଦେଲେ
ଝାରସୁଗୁଡ଼ା ଅଫିସ,୨୬ା୬: ଝାରସୁଗୁଡ଼ା ସଦର ଥାନା ଲହଣ୍ଡାବୁଡ ନିକଟ ଇବ୍ନଦୀରେ ଭାସୁଥିବା ଜଣେ ଅଜଣା ଯୁବକଙ୍କ ମୃତଦେହକୁ ଅଗ୍ନିଶମ ବିଭାଗ ଶନିବାର ଉଦ୍ଧାର କରିଛି ା...
ବାଲି ଲୁଟ୍ର ତଦନ୍ତ ଆରମ୍ଭ
ଯାଜପୁର ଅଫିସ/କୋରେଇ/ପାଣିକୋଇଲି(ଡି.ଏନ.ଏ.),୧୯।୬: ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ମସୁଦପୁର ମୌଜାରେ ବେଆଇନ ବାଲି ଖାଦାନ ଅଭିଯୋଗ ସଂକ୍ରାନ୍ତରେ ଏନ୍ଜିଟି(ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ)ଙ୍କ...
ମହିଳାଙ୍କ ସହ ସମ୍ପର୍କକୁ ନେଇ ଯୁବକଙ୍କୁ ହତ୍ୟା
ବୌଦ୍ଧ,୫ା୬: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଧୀନ ସରସରା ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ମୃତକ ହେଲେ...
ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଗୁରୁତର
କଟକ ଅଫିସ,୮।୬: କରୋନାରେ ଆକ୍ରାନ୍ତ ହୋଇ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ରହିଛି। ଉନ୍ନତ ଚିକିତ୍ସା...
କମ୍ପାନୀ ନିର୍ଦ୍ଦେଶିକାଙ୍କ ସମେତ ୩ ଗିରଫ
କଟକ ଅଫିସ, ୨୪।୬: ନକଲି କରୋନା ଔଷଧ (ଫାଭିପିରାଭିର) ବିକ୍ରି ମାମଲାରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ବୁଧବାର ଓଷଧ ବିତରଣ କମ୍ପାନୀ ମେଡିଲଏଡ ମେଡିକାମେଣ୍ଟ ପ୍ରାଇଭେଟ ଲିମିଟେଡର...


