ନୂଆଦିଲ୍ଲୀ, ୩।୬(ପି.ଟି.): ୨୦୨୦ରେ ଦେଶବ୍ୟାପୀ ଲକ୍ଡାଉନ ଯୋଗୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଯଥେଷ୍ଟ ହ୍ରାସ ସତ୍ତ୍ୱେ ରେଳଧାରଣାରେ ୮,୭୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୃତକ ପ୍ରବାସୀ ଶ୍ରମିକ। ମଧ୍ୟପ୍ରଦେଶର ଚନ୍ଦ୍ରଶେଖର ଗୌର ସୂଚନା ଅଧିକାର ଆଇନ ବଳରେ ପଚାରିଥିବା ପ୍ରଶ୍ନ ଉପରେ ରେଲଓ୍ବେ ବୋର୍ଡ ପକ୍ଷରୁ ଉପରୋକ୍ତ ତଥ୍ୟ ଦିଆଯାଇଛି। ୨୦୨୦ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ରେଳଲାଇନରେ ୮,୭୩୩ ଜଣଙ୍କ ଜୀବନ ଯାଇଥିବାବେଳେ ୮୦୫ ଜଣ ଆହତ ହୋଇଥିବା ରେଲଓ୍ବେ ବୋର୍ଡ କହିଛି। ଗତବର୍ଷ ଲକ୍ଡାଉନ ବେଳେ ହଜାର ହଜାର ପ୍ରବାସୀ ଶ୍ରମିକ ଚାଲି ଚାଲି ଘରକୁ ଫେରିଥିଲେ। ଲକ୍ଡାଉନ ଥିବାରୁ କୌଣସି ଟ୍ରେନ ଆସିବନି ବୋଲି ସେମାନେ ଧରିନେଇଥିଲେ।
ଯଦିଓ ୨୦୨୦ରେ ରେଳଲାଇନ ମୃତ୍ୟୁସଂଖ୍ୟା ଏହାର ପୂର୍ବ ୪ ବର୍ଷ ତୁଳନାରେ କମ୍ ରହିଛି, ତେବେ ରେଳ ଚଳାଚଳ କମ୍ ଥିବାରୁ ସେହି ଅନୁଯାୟୀ ଦେଖିଲେ ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ ବୋଲି କୁହାଯାଉଛି। କାରଣ ମାର୍ଚ୍ଚ ୨୫ରୁ ଦେଶରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଦାଦନ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ମେ’ ୧ରୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲିଥିଲା। ଯାତ୍ରୀ ସେବା ପର୍ଯ୍ୟାୟକ୍ରମେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୭୦ ପ୍ରତିଶତ ଟ୍ରେନ ଚଳାଚଳ କରୁଛି। ବିଭିନ୍ନ କାରଣରୁ ଗତବର୍ଷ ରେଳଲାଇନରେ ଅଧିକାଂଶ ମୃତ୍ୟୁ ସମ୍ପର୍କରେ ରେକର୍ଡ ହୋଇପାରି ନ ଥିଲା। ଗତବର୍ଷ ମେ’ରେ ମହାରାଷ୍ଟ୍ରର ଔରଙ୍ଗାବାଦରେ ରେଳ ଧାରଣାରେ ବିଶ୍ରାମ ନେଇଥିବା ୧୬ ଦାଦନ ଶ୍ରମିକଙ୍କ ଉପରେ ଟ୍ରେନ୍ ମାଡ଼ିଯିବାରୁ ସେମାନଙ୍କର ମୃତ୍ୟୁ ଘଟିଥିଲା। ଲକ୍ଡାଉନ ଯୋଗୁ ଉକ୍ତ ଲାଇନରେ ଟ୍ରେନ୍ ଆସିବ ନାହିଁ ବୋଲି ସେମାନେ ଭାବିନେଇଥିଲେ।
ଥମୁଛି କରୋନା: ୨୪ ଘଣ୍ଟାରେ ଲକ୍ଷେ ୬୩୬ ନୂଆ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲକ୍ଡାଉନ୍...
ଖସୁଛି କରୋନା ସଂକ୍ରମଣ: ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍
ନୂଆଦିଲ୍ଲୀ,୧୧।୬: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା...
ମାଲ୍ୟା-ନୀରବ-ଚୋକ୍ସି ମାମଲାରେ ୧୮,୧୭୦ କୋଟି ସମ୍ପତ୍ତି ଜବତ…
ନୂଆଦିଲ୍ଲୀ,୨୩।୬: ବିଜୟ ମାଲ୍ୟା, ନୀରବ ମୋଦି ଏବଂ ମେହୁଲ ଚୋକ୍ସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ୮୦.୪୫ ପ୍ରତିଶତ ସମ୍ପତ୍ତି ଜବତ କରାଯାଇଛି। ଏହାର...
୨ମାସରୁ ବନ୍ଦ ଥିବା ଓପିଡି ସେବା ପୁଣି ଖୋଲିବାକୁ ସରକାରଙ୍କ ନିର୍ଦ୍ଦେଶ
ଲକ୍ଷ୍ନୌ,୪।୬: ଦେଶରେ ଜାରି ରହିଥିବା କରୋନାର ଦ୍ୱିିତୀୟ ଲହର ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଦେଶର ବିଭିନ୍ନ ରାଜ୍ୟରେ ଦୈନିକ ସଂକ୍ରମଣ ବର୍ତ୍ତମାନ ହ୍ରାସ...
ଶୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ
ଶ୍ରୀନଗର,୨୫।୬: ଜମ୍ମୁ-କଶ୍ମୀର ଶୋପିଆନର ହାଜିପୁରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଶୁକ୍ରବାର ହୋଇଥିବା ଏହି ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।...
ପାନ୍-ଆଧାର ଲିଙ୍କ୍ ଅବଧି ସେପ୍ଟେମ୍ବର ଯାଏ ବୃଦ୍ଧି
ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାର ପାନ୍ ସହ ଆଧାର ଲିଙ୍କ୍ କରାଇବା ସମୟକୁ ୩ ମାସ ବଢ଼ାଇଛନ୍ତି। ଫଳରେ ଲୋକମାନେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ଯାଏ...
ସ୍ବାମୀଙ୍କ ଉପରେ ଚାଲିଛି ସ୍ତ୍ରୀର ହତ୍ୟା ମାମଲା, ୮ ମାସ ପରେ ପ୍ରେମିକଙ୍କ ଘରୁ ମିଳିଲେ ମହିଳା
ପାଟନା,୧୮ା୬: ବିହାରର ଦାନାପୁର (ସୁଲତାନପୁର)ରୁ ସାମ୍ନାକୁ ଆସିଛି ସଭିଙ୍କୁ ଚମାକାଇ ଦେଲା ଭଳି ଘଟଣା। ୮ ମାସ ହେଲା ସ୍ବାମୀ ଓ ତାଙ୍କ ପରିବାରବର୍ଗଙ୍କ ବିରୋଧରେ...
ରାଜସ୍ଥାନ-ପଞ୍ଜାବରେ ରାଜନୈତିକ ସଙ୍କଟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡ଼କାଇଲେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୨୧।୬: ରାଜସ୍ଥାନ ଓ ପଞ୍ଜାବରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଜୁନ ୨୪ରେ ଏକ ବଡ଼ ବୈଠକ ଡ଼କାଇଛନ୍ତି।...


