Categories: ଫୁରସତ

କେହି ମାଲିକଙ୍କ ଘର କବାଟ ବାଡେଇଲେ ଛାତ ଉପରୁ ଥାଇ ଇଟା ଫିଙ୍ଗିଥାଏ ଏହି କୁକୁର; ଏବେ ଘଟିଲା କିଛି…

ପଶୁମାନଙ୍କ ମଧ୍ୟରେ ସବୁଠାରୁ ବିଶ୍ୱାସୀ କୁକୁର ବୋଲି କୁହାଯାଏ। କାରଣ ସେ ମାଲିକର ସୁରକ୍ଷା କରିବା ସହ ତାଙ୍କର ସବୁକଥା ଅକ୍ଷରେ ଅକ୍ଷରେ ପାଳନ କରିଥାଏ। ହେଲେ କିଛି ଲୋକ ଏଭଳି ଥାଆନ୍ତି ଯେଉଁମାନେ ପଶୁମାନଙ୍କ ଦ୍ୱାରା ଅନ୍ୟମାନଙ୍କୁ ଡରାଇଥାନ୍ତି। ନଚେତ ଅନ୍ୟର କ୍ଷତି କରିବାକୁ ଚେଷ୍ଟା କରିଥାନ୍ତି। ଦକ୍ଷିଣ ଆଫ୍ରିକାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଏସୀୟ ବଂଶୋଦ୍ଭବଙ୍କୁ କୁକୁର ସାହାଯ୍ୟରେ ଲୋକମାନଙ୍କ ଉପରେ ଇଟା ଫିଙ୍ଗିବାକୁ ନେଇ ଗିରଫ କରାଯାଇଛି।

ଯାହା ଜଣାପଡ଼ିଛି, ଘରର କବାଟ ଯିଏ ବି ଠକ୍‌ଠକ୍‌ କରିବ ତା’ ଉପରେ ଇଟା ଫିଙ୍ଗିବା ପାଇଁ ବ୍ୟକ୍ତିଜଣଙ୍କ ନିଜ କୁକୁରକୁ ଟ୍ରେନିଂ ଦେଇଥିଲେ। ଏଣୁ ଯିଏ ବି ତାଙ୍କ କବାଟ ବାଡାଏ, କୁକୁରଟି ଘରର ଛାତ ଉପରୁ ତାଙ୍କ ଉପରେ ଇଟା ଫିଙ୍ଗିଥାଏ। ଏହାଦ୍ୱାରା ଅନେକ ଆହତ ହୋଇଥିଲେ। ତେବେ ବ୍ୟକ୍ତି ଏକୁଟିଆ ରହିବାକୁ ପସନ୍ଦ କରନ୍ତି। କିଏ ବି ତାଙ୍କୁ ହଇରାଣ କରୁ ସେ ଚାହୁଁ ନ ଥିବା ଯୋଗୁ ଏଭଳି କରୁଥିବା କହିଛନ୍ତି। ତେବେ ଘଟଣାର ତଦନ୍ତ କରୁଥିବା ପୋଲିସ ଏହାକୁ କ୍ରୁରତା ବୋଲି କହିଛି।

କହିରଖୁଛୁ, କିଛିଦିନ ପୂର୍ବେ ଦିଲ୍ଲୀର ୟୁଟ୍ୟୁବର୍‌ ଗୌରବ ଶର୍ମା ଏକ କୁକୁର ପିଠିରେ ହିଲିୟମ ବେଲୁନ ବାନ୍ଧି ଉଡ଼ାଇ ଦେଇଥିଲେ। ଏଥିରେ କୁକୁର ଜୀବନ ବିପଦରେ ପଡ଼ିଥିଲା। ଘଟଣା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.