ପୁର୍ନିୟା: ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ପ୍ରେମକୁ ନେଇ ଅନେକ କାହାଣୀ ଶୁଣିଥିବେ। ଏବେ ସେଭଳି ଏକ ଅଗାଧ ପ୍ରେମର ଘଟଣା ବିହାରର ପୁର୍ନିୟା ଜିଲାରେ ଦେଖିବାକୁ ମିଳିଛି। ଏଠାରେ ସ୍ତ୍ରୀ ବାପଘରକୁ ଚାଲିଯିବା ଯୋଗୁଁ ସ୍ବାମୀ ଏତେ ମର୍ମାହତ ହୋଇପଡ଼ିଲେ ଯେ ସେ ସ୍କୁଟିରେ ୫୦୦ କିମି ଦୂରତା ଅତିକ୍ରମ କରିଦେଲେ। ଏହି ସମୟରେ ତାଙ୍କୁ ଥାନାରେ ରାତି କାଟିବାକୁ ମଧ୍ୟ ପଡ଼ିଛି।
ପୋଲିସ ମୁତାବକ, ଉତ୍ତରପ୍ରଦେଶର କୁଶିନଗର ଜିଲାର ସନ୍ଦିପ କୁମାରଙ୍କ ବିବାହ ଦୁଇ ବର୍ଷ ତଳେ ହୋଇଥିଲା। ତାଙ୍କ ସ୍ତ୍ରୀ ହଠାତ୍ ବାପଘରକୁ ଚାଲି ଯାଇଥିଲେ। ଯେତେ ଚେଷ୍ଟା କରିଥିଲେ ହେଁ ସେ ଆସି ନ ଥିଲେ। ଏଣୁ ଏତେ ଦିନ ଅଲଗା ରହିବାକୁ ନେଇ ବ୍ୟଥିତ ହୋଇପଡ଼ିଥିଲେ ସେ। ଶେଷରେ ନିଜେ ଯାଇ ତାଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଥିଲେ। ତଦନୁଯାୟୀ ସେ ସ୍କୁଟି ଚଳାଇ ୪୯୫ କିମି ଦୂର ପୁର୍ନିୟାରେ ପହଞ୍ଚିଥିଲେ। ହେଲେ ରାତିରେ କିଛି ଅସାମାଜିକ ଯୁବକ ତାଙ୍କୁ ହଇରାଣ କରିବାରୁ ସେ କେହାଟ ଥାନାରେ ଶରଣ ପଶିଥିଲେ।
ଥାନାରେ ତାଙ୍କୁ ପରିଚୟପତ୍ର ମଗାଯାଇଥିଲା। ହେଲେ ସେ ଦେଇପାରି ନ ଥିଲେ। ପୋଲିସ ପରିଚୟ ଲାଗି କୁଶିନଗର ଜିଲାରେ ଥିବା ପଟେରିୟା ଫାଜିଲ ନଗର ଥାନା ସହ ଯୋଗାଯୋଗ କରିଥିଲେ। ସନ୍ଦିପଙ୍କ ବାପା ପୁଅଙ୍କୁ ଥାନାରେ ହିଁ ରଖିଥାନ୍ତୁ ବୋଲି ଅନୁରୋଧ କରିଥିଲେ। ତାହା ହିଁ ହୋଇଥିଲା।
ସନ୍ଦିପଙ୍କୁ ଶେଷରେ ପୁର୍ନିଆଙ୍କ ସହ କଥା କରାଯାଇଥିଲା। ସ୍ତ୍ରୀ ଫେରିବାକୁ ହଁ କହିବାରୁ ସନ୍ଦୀପ ଶାନ୍ତ ପଡ଼ିଥିଲେ। ପୁର୍ନିୟା ସହ କିଛି ସମ୍ପର୍କ ନ ଥିବା ସତ୍ତ୍ୱେ ସେ ବୁଲିବୁଲି ସେଠାରେ ପହଞ୍ଚିଯାଇଥିବା ପୋଲିସ ପରିବାରଲୋକଙ୍କୁ କହିଥିଲା। ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.