E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଫୁରସତ

ରେଷ୍ଟୁରାଣ୍ଟରେ ୨୮୦୦ ଟଙ୍କାର ଖାଇଲେ, ହେଲେ ଓ୍ବେଟରଙ୍କୁ ୧୨ ଲକ୍ଷର ଟିପ୍‌ ଦେଲେ ବ୍ୟକ୍ତି; ବିଲ୍‌ ଦେଖି ଚକିତ ହେଲେ….
11:55 amJune 26, 2021June 27, 2021

ନୂଆଦିଲ୍ଲୀ: କୁହାଯାଏ ସମସ୍ତେ ଟଙ୍କା ରୋଜଗାର କରନ୍ତି, ହେଲେ ଏହାକୁ ଖର୍ଚ୍ଚ କରିବାର ସାହସ ରଖିଥାନ୍ତି ଅଳ୍ପ କେତେଜଣ। ଏହିପରି ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାରେ। କାରଣଟି ହେଲା ବ୍ୟକ୍ତିଜଣଙ୍କ ଏକ ରେଷ୍ଟୁରାଷ୍ଟରେ ଖାଇବାକୁ ଯାଇ ପ୍ରାୟ ୧୨ ଲକ୍ଷ ଟଙ୍କାର ଟିପ୍‌ ଦେଇଛନ୍ତି।

ଘଟଣାଟି ଆମେରିକାର ନ୍ୟୁ ହାମ୍ପସାୟାରର। ଏଠାରେ ଜଣେ ବ୍ୟକ୍ତି ଏକ ରେଷ୍ଟୁରାଣ୍ଟରେ ରାତ୍ରୀଭୋଜନ କରିବାକୁ ଯାଇଥିଲେ। ସେଠାରେ ସେ ଖାଦ୍ୟର ଅର୍ଡର ଦେଇଥିଲେ, ଯାହାର ବିଲ୍‌ ୩୭.୬୩ ଡଲାର ଆସିଥିଲା। ଏହା ଭାରତୀୟ ମୁଦ୍ରାରେ ପ୍ରାୟ ୨୮୦୦ ଟଙ୍କା ଅଟେ। ହେଲେ ଯେତେବେଳେ ଓ୍ବେଟର ବିଲ୍‌ ଆଣିଥିଲେ, ବ୍ୟକ୍ତିଜଣଙ୍କ ତାଙ୍କୁ ୧୬,୦୦୦ ଡଲାର ଟିପ୍‌ ଦେଇଥିଲେ। ଭାରତୀୟ ମୁଦ୍ରାରେ ଏହାର ପରିମାଣ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ। ଓ୍ବେଟରଜଣଙ୍କ ତୁରନ୍ତ ବିଲ୍‌କୁ ଦେଖି ନ ଥିଲେ, କିନ୍ତୁ ଯେତେବେଳେ ଗ୍ରାହକଜଣଙ୍କୁ ତାଙ୍କୁ ସବୁ ଗୋଟିଏ ଜାଗାରେ ଖର୍ଚ୍ଚ ନ କରିବାକୁ କହିଥିଲେ, ସେତେବେଳେ ସେ ବିଲ୍‌କୁ ଭଲ ଭାବେ ଦେଖିଥିଲେ। ଏହା ଦେଖି କେବଳ ଯେ ଓ୍ବେଟର ତାହା ନୁହେଁ ରେଷ୍ଟୁରାଣ୍ଟ ମାଲିକ ମଧ୍ୟ ଚକିତ ହୋଇଯାଇଥିଲେ।

ପରେ ରେଷ୍ଟୁରାଣ୍ଟ ମାଲିକ ମାଇକେଲ ଜାରେଲା ଫେସବୁକ୍‌ରେ ଉକ୍ତ ବିଲ୍‌ର ଫଟୋ ଶେୟାର କରି ଗ୍ରାହକଙ୍କୁ ତାଙ୍କ ଉଦାରତା ପାଇଁ ଧନ୍ୟବାଦ ଜଣାଇଥିଲେ। ପ୍ରାରମ୍ଭରେ ସେ ଗ୍ରାହକ ଭୁଲରେ ଟଙ୍କା ଦେଇଥିବା କଥା ଭାବିଥିଲେ, ହେଲେ ତାଙ୍କୁ ପଚାରିବା ପରେ ସେ ଜାଣିକରି ଦେଇଥିବା କହିଥିଲେ। ସେ ଓ୍ବେଟରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଚାହୁଁଥିବା ଜଣାଇଥିଲେ। ଏବେ ଉକ୍ତ ବିଲ୍‌ଟି ବେଶ୍‌ ଭାଇରାଲ ହେଉଛି।


[mc4wp_form id="252536"] All Right Reserved By Dharitri.Com

Posted inଫୁରସତ View All

ଏମିତି ଦେଶ, ଯାହାର ନୌସେନା ନାହିଁ କି ବାୟୁସେନା, ଏପରି ହୋଇଥାଏ ଦେଶ ସୁରକ୍ଷା

ସାଧାରଣତଃ ଦେଶର ସୁରକ୍ଷା ପାଇଁ ଜଳ, ସ୍ଥଳ, ବାୟୁ ସେନା ଗଠନ କରାଯାଇଥାଏ। କାରଣ ଶତ୍ରୁ ଦେଶ ସହ କଡ଼ା ମୁକାବିଲା କରିବା ପାଇଁ ଏପରି...

ଭୟ କରନାହିଁ , ଭାକ୍ସିନ୍‌ ନିଅ, ମାଗଣାରେ ବିୟର ପିଅ: ରାଷ୍ଟ୍ରପତି…

ଓ୍ବାଶିଂଟନ,୩।୬: କରୋନା ମହାମାରୀ ବିରୋଧରେ ପୃଥିବୀ ବ୍ୟାପୀ ଲଢ଼େଇ ଜାରି ରହିଛି। କରୋନା ଲଢ଼େଇରେ ଭାକ୍ସିନ୍‌ ଏକମାତ୍ର ବିକଳ୍ପ ସାବ୍ୟସ୍ତ ହୋଇଛି। ଏପରିସ୍ଥଳେ ଜନସାଧାରଣଙ୍କୁ ଭାକ୍ସିନ୍‌...

ସିମ୍‌ କାର୍ଡ କୋଣ କାହିଁକି କଟାଥାଏ: ଜାଣନ୍ତୁ ରହସ୍ୟ

ବିଶ୍ୱରେ ଏପରି କୌଣସି ମୋବାଇଲ ନାହିଁ, ଯାହା ସିମ କାର୍ଡ ବିନା ଚାଲିଥାଏ। ପ୍ରତ୍ୟେକ ଫୋନରେ ସିମ ସ୍ଲଟ ରହିଛି। ସିମ କାର୍ଡର ନିଜସ୍ବ ଆକାର...

୫୧ ବର୍ଷରେ ରାହୁଲ: ଛଦ୍ମନାମ ରଖି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ ପାଠ; ମ୍ୟାନେଜମେଣ୍ଟ କମ୍ପାନୀରେ…

ନୂଆଦିଲ୍ଲୀ,୧୯।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆଜି ହେଉଛି ଜନ୍ମଦିନ। ଶନିବାର ୫୧ ବର୍ଷର ହୋଇଛନ୍ତି ରାହୁଲ। ଗାନ୍ଧୀ-ନେହେରୁ ପରିବାରରୁ ଆସିଥିବା ରାହୁଲଙ୍କ ଜୀବନ ଏବଂ...

ରୋଜଗାର ଟଙ୍କାରେ ବଳଦ କିଣା ହୋଇଥିଲା: ବିଷ୍ଣୁ ଚରଣ ସାହୁ

ଯାଜପୁର ଜିଲା ଭୂଇଁପୁର ପୋଷ୍ଟ ଅନ୍ତର୍ଗତ କଲ୍ୟାଣପୁର ଗାଁରେ ମୋ ଜନ୍ମ। ସ୍ଥାନୀୟ ବରଦାୟୀ ହାଇସ୍କୁଲରେ ପଢ଼ୁଥିବାବେଳେ ସପ୍ତମ ଶ୍ରେଣୀରେ ନ୍ୟାଶନାଲ୍‌ ସ୍କଲାରଶିପ୍‌ ବାବଦେ ୪୮୦...

ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲା ମାଙ୍କଡ଼, ଭାଇରାଲ ହେଉଛି ଭିଡିଓ

ଦିଲ୍ଲୀର ମେଟ୍ରୋ ଟ୍ରେନ୍‌ରେ ଏକ ଅଜବ ଦୃଶ୍ୟ ନଜରକୁ ଆସିଛି। ଟ୍ରେନ୍‌ ବଗିରେ ଥିବା ଲୋକ ଅଡୁଆରେ ପଡ଼ିଥିଲେ ଯେତେବେଳେ ଗୋଟିଏ ମାଙ୍କଡ଼ ଆସି ସେମାନଙ୍କ...

ସାଢ଼େ ୩ ବର୍ଷର ବାନ୍ୟାଙ୍କ ଯୋଗ: ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ,୨୧।୬: ସାରା ଦେଶରେ ସୋମବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ କରୋନା ପ୍ରୋଟୋକଲ୍‌କୁ ପାଳନ କରାଯାଇ ଯୋଗ ଦିବସ...

୬୫୦୦ ଫୁଟ ଉଚ୍ଚ ପାହାଡ଼ ଉପରେ ଅନ୍ତରଙ୍ଗ ମୁହୂର୍ତ୍ତରେ ମାତିଥିଲେ ପ୍ରେମୀଯୁଗଳ, ଜାଣି ନ ଥିଲେ ଲାଗିଛି ଓ୍ବେବ୍‌ କ୍ୟାମେରା, ଆଉ ତା’ ପରେ…

ପ୍ରେମୀଯୁଗଳ ଉଚ୍ଚ ପାହାଡ଼ ଉପରେ ରୋମାନ୍ସ କରୁଥିଲେ। ଯାହାକି ତାଙ୍କୁ ମହଙ୍ଗା ପଡ଼ିଛି। ଏହି ଯୋଡ଼ି ୬୫୦୦ ଫୁଟ ଉଚ୍ଚରେ ଶାରୀରିକ ସମ୍ବନ୍ଧ ରକ୍ଷା କରିଥିଲେ।...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ସରକାରୀ ବାବୁ ଗରିବଙ୍କ ପାଖରେ ପହଞ୍ଚନ୍ତୁ, କହିଲେ ମନ୍ତ୍ରୀ…
Next Post Next post:
ପଛରେ ବାଘକୁ ଦେଖି, ଜୀବନ ନେଇ ଦୌଡ଼ୁଥିଲେ…

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts