ନୂଆଦିଲ୍ଲୀ: କୁହାଯାଏ ସମସ୍ତେ ଟଙ୍କା ରୋଜଗାର କରନ୍ତି, ହେଲେ ଏହାକୁ ଖର୍ଚ୍ଚ କରିବାର ସାହସ ରଖିଥାନ୍ତି ଅଳ୍ପ କେତେଜଣ। ଏହିପରି ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାରେ। କାରଣଟି ହେଲା ବ୍ୟକ୍ତିଜଣଙ୍କ ଏକ ରେଷ୍ଟୁରାଷ୍ଟରେ ଖାଇବାକୁ ଯାଇ ପ୍ରାୟ ୧୨ ଲକ୍ଷ ଟଙ୍କାର ଟିପ୍ ଦେଇଛନ୍ତି।
ଘଟଣାଟି ଆମେରିକାର ନ୍ୟୁ ହାମ୍ପସାୟାରର। ଏଠାରେ ଜଣେ ବ୍ୟକ୍ତି ଏକ ରେଷ୍ଟୁରାଣ୍ଟରେ ରାତ୍ରୀଭୋଜନ କରିବାକୁ ଯାଇଥିଲେ। ସେଠାରେ ସେ ଖାଦ୍ୟର ଅର୍ଡର ଦେଇଥିଲେ, ଯାହାର ବିଲ୍ ୩୭.୬୩ ଡଲାର ଆସିଥିଲା। ଏହା ଭାରତୀୟ ମୁଦ୍ରାରେ ପ୍ରାୟ ୨୮୦୦ ଟଙ୍କା ଅଟେ। ହେଲେ ଯେତେବେଳେ ଓ୍ବେଟର ବିଲ୍ ଆଣିଥିଲେ, ବ୍ୟକ୍ତିଜଣଙ୍କ ତାଙ୍କୁ ୧୬,୦୦୦ ଡଲାର ଟିପ୍ ଦେଇଥିଲେ। ଭାରତୀୟ ମୁଦ୍ରାରେ ଏହାର ପରିମାଣ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ। ଓ୍ବେଟରଜଣଙ୍କ ତୁରନ୍ତ ବିଲ୍କୁ ଦେଖି ନ ଥିଲେ, କିନ୍ତୁ ଯେତେବେଳେ ଗ୍ରାହକଜଣଙ୍କୁ ତାଙ୍କୁ ସବୁ ଗୋଟିଏ ଜାଗାରେ ଖର୍ଚ୍ଚ ନ କରିବାକୁ କହିଥିଲେ, ସେତେବେଳେ ସେ ବିଲ୍କୁ ଭଲ ଭାବେ ଦେଖିଥିଲେ। ଏହା ଦେଖି କେବଳ ଯେ ଓ୍ବେଟର ତାହା ନୁହେଁ ରେଷ୍ଟୁରାଣ୍ଟ ମାଲିକ ମଧ୍ୟ ଚକିତ ହୋଇଯାଇଥିଲେ।
ପରେ ରେଷ୍ଟୁରାଣ୍ଟ ମାଲିକ ମାଇକେଲ ଜାରେଲା ଫେସବୁକ୍ରେ ଉକ୍ତ ବିଲ୍ର ଫଟୋ ଶେୟାର କରି ଗ୍ରାହକଙ୍କୁ ତାଙ୍କ ଉଦାରତା ପାଇଁ ଧନ୍ୟବାଦ ଜଣାଇଥିଲେ। ପ୍ରାରମ୍ଭରେ ସେ ଗ୍ରାହକ ଭୁଲରେ ଟଙ୍କା ଦେଇଥିବା କଥା ଭାବିଥିଲେ, ହେଲେ ତାଙ୍କୁ ପଚାରିବା ପରେ ସେ ଜାଣିକରି ଦେଇଥିବା କହିଥିଲେ। ସେ ଓ୍ବେଟରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଚାହୁଁଥିବା ଜଣାଇଥିଲେ। ଏବେ ଉକ୍ତ ବିଲ୍ଟି ବେଶ୍ ଭାଇରାଲ ହେଉଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.