ସାଧାରଣତଃ ଜଣେ ବରକୁ ଜଣେ କନ୍ୟା ବିବାହ କରିଥାନ୍ତି। କିନ୍ତୁ କେବେ ଶୁଣିଛନ୍ତି ମଣ୍ଡପରେ ଜଣେ ବରଙ୍କୁ ଦୁଇ ଜଣ କନ୍ୟା ବିବାହ କରିବା କଥା। ମାତ୍ର ଏମିତି ଘଟଣା ଘଟିଛି ତେଲେଙ୍ଗାନାରେ। ଏଠାକାର ଜଣେ ଯୁବକ ଦୁଇ ଜଣ କନ୍ୟାଙ୍କୁ ବିବାହ କରିଛନ୍ତି। ଏହି ବିବାହରେ ବନ୍ଧୁପରିଜନମାନେ ମଧ୍ୟ ଆଶୀର୍ବାଦ ଦେଇଛନ୍ତି।
ବିବାହଟି ଗତ ୧୪ ତାରିଖରେ ସମ୍ପନ୍ନ ହୋଇଛି। ଯାହାକି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏକ ସମୟରେ ଦୁଇ ଯୁବତୀଙ୍କୁ ପ୍ରେମ କରିବସିଲେ ଅର୍ଜୁନ ନାମକ ଜଣେ ଯୁବକ। ଯାହା ପରେ ଏହି ଦୁଇ ଯୁବତୀଙ୍କୁ ବିବାହ କରିବେ ବୋଲି ନିଷ୍ପତ୍ତି ନେଲେ। ଏଥିରେ ମଧ୍ୟ ରାଜି ହୋଇଥିଲେ ଦୁଇ ପ୍ରେମିକା। ଏପରି ବିବାହ ଦେଖିବାକୁ ପୂରା ଗାଁ ଲୋକେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ।
ବିଇଡି କରିବା ପରେ ଅର୍ଜୁନ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। କଲେଜରେ ପଢ଼ିବା ସମୟରେ ଉଷା ରାଣୀ ଏବଂ ସୁରେଖାଙ୍କ ସହ ତାଙ୍କର ପ୍ରେମ ହୋଇଗଲା। ଗତ ୪ ବର୍ଷ ଧରି ଉଷା ଏବଂ ସୁରେଖାଙ୍କୁ ଅର୍ଜୁନ ଭଲ ପାଉଥିଲେ। ଅର୍ଜୁନଙ୍କୁ ଯେତେବେଳେ ତାଙ୍କ ପରିବାର ଲୋକେ ଅନ୍ୟଆଡ଼େ ବିବାହ କରିବାକୁ ପ୍ରସ୍ତାବ ଦେଲେ ଅଡୁଆରେ ପଡ଼ିଥିଲେ ସେ। କାହାକୁ ବିବାହ କରିବେ କାହାକୁ ଛାଡ଼ିବେ ଭାବି ପାରିଲେ ନାହିଁ। ତେଣୁ ଦୁଇ ପ୍ରେମିକାଙ୍କୁ ବିବାହ କରିବେ ବୋଲି ଘରେ କହିଲେ। ପ୍ରଥମେ ଅର୍ଜୁନଙ୍କ ପରିବାର ଲୋକେ ରାଜି ହୋଇ ନ ଥିଲେ। ମାତ୍ର ପରେ ଏହାକୁ ମାନି ନେଇଥିଲେ। ବ୍ୟାଣ୍ଡ ବାଜା ସହ ଦୁଇ କନ୍ୟାଙ୍କ ସହ ଅର୍ଜୁନଙ୍କ ହାତଗଣ୍ଠି ପଡ଼ିଥିଲା। ସ୍ଥାନୀୟ ଲୋକେ କୁହନ୍ତି, ଏହା ବିରଳ ଘଟଣା। ମାତ୍ର ଏହି ବିବାହରେ ଆମେ ସମସ୍ତେ ଏକମତ ଏବଂ ବହୁତ ଖୁସି ବୋଲି ଉଭୟଙ୍କ ପରିବାର ଲୋକେ କୁହନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.