ନୂଆଦିଲ୍ଲୀ,୧।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ମେ’ ମାସରେ କରୋନା ଘାତକ ସାଜିଛି। ଏହି ମାସରେ ଦେଶରେ ସର୍ବାଧିକ ୯୯ ହଜାର ୬୮୦ କରୋନା ଆକ୍ରାନ୍ତ ଜୀବନ ଯାଇଛି। ଏହା ପୂର୍ବରୁ ୨୦୨୦ ଡିସେମ୍ବର ମାସରେ ଆମେରିକାରେ ୮୩ ହଜାର ୮୪୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୨୧ ଏପ୍ରିଲ୍ରେ ବ୍ରାଜିଲ୍ରେ ୮୨ ହଜାର ୪୦୧ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟାରେ ଭାରତ ମେ’ ମାସରେ ପୃଥିବୀରେ ରେକର୍ଡ କରିଛି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶର ବିଭିନ୍ନ ଶ୍ମଶାନ ଏବଂ କବରସ୍ତାନରେ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସେଭଳି ସ୍ଥିତି ଜାରି ରହିଛି। ଦେଶର କରୋନା ମହାମାରୀ ସ୍ଥିତି ସମ୍ପର୍କରେ ଶ୍ମଶାନ ଏବଂ କବରସ୍ତାନରୁ ସୂଚନା ମିଳୁଛି।
Posted inକରୋନା ଭାଇରସ୍, ଜାତୀୟ View All
ସ୍ତ୍ରୀ-ସ୍ବାମୀ ଏକାଠି ମିଶି ପିଉଥିଲେ ମଦ, ଆସିଲା ଫୋନ୍ କଲ୍; ଆଉ ତା’ପରେ ସବୁ ବଦଳି ଗଲା
ମିରୁଟ୍,୧୧।୬: ଉତ୍ତରପ୍ରଦେଶର ମିରୁଟ୍ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମଦ୍ୟପ ସ୍ବାମୀ ତୀକ୍ଷ୍ଣ ଅସ୍ତ୍ରରେ ନିଜ ସ୍ତ୍ରୀଙ୍କ ବେକକୁ କାଟି ଦେଇଛନ୍ତି। ଆକ୍ରମଣ ସମୟରେ...
୨୦୨୪ ରଣନୀତି: ଶରଦ ପାୱାରଙ୍କ ନେତୃତ୍ୱରେ ହେବ ବିରୋଧୀ ଦଳ ବୈଠକ
ନୂଆଦିଲ୍ଲୀ,୨୧।୬: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍ସିପି) ମୁଖ୍ୟ ଶରଦ ପାୱାର ମଙ୍ଗଳବାର ଅଣ କଂଗ୍ରେସ...
କୋଭିଡ୍ ମୂଳକୁ ଖୋଜ
ଓ୍ବାଶିଂଟନ, ୧ା୬: କୋଭିଡ୍-୧୯ର ମୂଳ ଖୋଜି ବାହାର କରିବା ସହ ଭବିଷ୍ୟତ ମହାମାରୀ ଆଶଙ୍କାକୁ ରୋକିବାକୁ ହେବ। ଏଥିପାଇଁ ସାରା ବିଶ୍ୱ ଚାଇନା ସରକାରଙ୍କ ସହଯୋଗ...
ସେପ୍ଟେମ୍ବର ସୁଦ୍ଧା ୭୦କୋଟି ଲୋକଙ୍କୁ ଟିକା ଦିଆଯିବା ଲକ୍ଷ୍ୟ: ସିଇଏ
ନୂଆଦିଲ୍ଲୀ,୪।୬: ଦେଶରେ କରୋନା ଟିକାକରଣକୁ ଆହୁରି ତ୍ୱରାନ୍ବିତ କରାଯିବ। ସେପ୍ଟେମ୍ବର ସୁଦ୍ଧା ଦେଶର ୭୦କୋଟି ଲୋକଙ୍କୁ କରୋନା ଭାକ୍ସିନର ପ୍ରଥମ ଡୋଜ୍ ଦିଆଯିବା ନେଇ ସରକାର...
ବିଦେଶୀ ମିଡ଼ିଆକୁ ଜବାବ୍: ୭ ଗୁଣା ନୁହେଁ କରୋନା ମୃତ୍ୟୁ ସଂଖ୍ୟା, କହିଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୧୩।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହା ସରକାରୀ ରିପୋର୍ଟଠାରୁ ୭ ଗୁଣା ଅଧିକ ବୋଲି ବିଦେଶୀ ମିଡ଼ିଆ...
ସୋସିଆଲ ମିଡିଆକୁ ଟାର୍ଗେଟ
ନୂଆଦିଲ୍ଲୀ,୧୮ା୬:ଗଣମାଧ୍ୟମର ସ୍ବାଧୀନତା ପାଇଁ ଲଢ଼ୁଥିବା ରିପୋଟର୍ସ ଓ୍ବିଦାଉଟ୍ ବର୍ଡର୍ସ (ଆର୍ଏସ୍ଏଫ୍) ମତରେ ବିଶ୍ୱ ପ୍ରେସ୍ ଫ୍ରିଡମ୍ ସୂଚକାଙ୍କରେ ୧୮୦ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୪୨।...
‘ଜୟ ଶ୍ରୀ ରାମ’ ନ କହିବାରୁ ମାଡ଼ ଘଟଣା, ମିଛ କହୁଛି ୟୁପି ପୋଲିସ
ନୂଆଦିଲ୍ଲୀ,୧୬।୬: ‘ଜୟଶ୍ରୀ ରାମ’ ନ କହିବାରୁ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ଘଟଣା ବୁଧବାର ନୂଆ ମୋଡ଼ ନେଇଛି। ଟୁଇଟର ଓ ଜର୍ନାଲିଷ୍ଟ, କଂଗ୍ରେସ ନେତାଙ୍କ...
ସାବ୍ଧାନ ଇଣ୍ଡିଆର ୨ଅଭିନେତ୍ରୀ ଗିରଫ
ମୁମ୍ବାଇ,୧୮।୬: ଟେଲି ସିରିୟଲ୍ର ପପୁଲାର ଶୋ’କ୍ରାଇମ୍ ପେଟ୍ରୋଲ ଓ ସାବ୍ଧାନ ଇଣ୍ଡିଆରେ ଅଭିନୟ କରୁଥିବା ୨ଜଣ ଅଭିନେତ୍ରୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଚୋରି ଅଭିଯୋଗରେ...


