ଭୁବନେଶ୍ୱର, ୫।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ କାର୍ଯ୍ୟସ୍ଥଳରେ ବ୍ୟବସାୟୀଙ୍କ କୋଭିଡ୍ ପରୀକ୍ଷଣ ଆରମ୍ଭ ହୋଇଛି। ଶୁକ୍ରବାର ନର୍ଥ ଜୋନ୍ ଅନ୍ତର୍ଗତ ନୀଳାଦ୍ରିବିହାର ତାରିଣୀ ମାର୍କେଟ୍ରେ ପରିବା, ମାଛ, ମାଂସ ବ୍ୟବସାୟୀଙ୍କ ନମୁନା ସଂଗ୍ରହ କରାଯାଇଥିଲା। ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଓ ଜୋନାଲ୍ ଡେପୁଟି କମିଶନର ପୁରନ୍ଦର ନନ୍ଦ ଉପସ୍ଥିତ ରହି ବ୍ୟବସାୟୀଙ୍କୁ କୋଭିଡ୍ ପରୀକ୍ଷଣର ଉପାଦେୟତା ସମ୍ପର୍କରେ ବୁଝାଇବା ସହ ଏଥିପାଇଁ ଉତ୍ସାହିତ କରିଥିଲେ। ପଜିଟିଭ୍ ବାହାରିଲେ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ସୂଚନାଯୋଗ୍ୟ, ବ୍ୟବସାୟୀମାନେ ଦୈନିକ ହାଟ ବଜାରକୁ ଆସୁଛନ୍ତି। ଜଣେ ବ୍ୟବସାୟୀ ଅତି କମ୍ରେ ୩୦ରୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥାନ୍ତି। କୌଣସି ବ୍ୟବସାୟୀ କରୋନାରେ ଆକ୍ରାନ୍ତ ଥିଲେ ଅଜାଣତରେ ସଂକ୍ରମଣ ବ୍ୟାପିବାର ବହୁ ଆଶଙ୍କା ରହୁଛି। ତେଣୁ ଟେଷ୍ଟର ଜରୁରୀ ଆବଶ୍ୟକତା ରହିଛି। ସମ୍ପୃକ୍ତ ବ୍ୟବସାୟୀ ମଧ୍ୟ ନିଜ ସ୍ବାସ୍ଥ୍ୟକୁ ଜଗି ପାରିବେ ବୋଲି ଜୋନାଲ୍ ଡେପୁଟି କମିଶନର ନନ୍ଦ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.