ବାହାଦୂରଗଡ଼,୧୭।୬: କୁହାଯାଏ ମା’ ଡାକରେ ଅମୃତ ରହିଛି। ମା’ ଡାକରେ ପିଲା ଆପଣା ଛାଏଁ ଟାଣି ହୋଇ ଚାଲି ଆସିଥାଏ। ଏହାର ସଦ୍ୟତମ ଉଦାହରଣ ହରିୟାଣାର ବାହାଦୂରଗଡ଼ ଅଞ୍ଚଳରେ ଘଟିଛି। ଜଣେ ୭ ବର୍ଷ ବାଳକଙ୍କୁ ଟାଇଫଏଡ୍ ହୋଇଥିଲା। ସେ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ମେ’ ୨୬ରେ ଘୋଷଣା କରିଥିଲେ। ବାଳକଙ୍କୁ ଘରକୁ ଅଣାଯାଇ ଅନ୍ତିମ ସଂସ୍କାର ଲାଗି ଯୋଜନା ଚାଲିଥିଲା। ତେବେ ମା’ ଜାହ୍ନବୀ ବିକଳରେ ମୁଣ୍ଡ ପିଟି ବାହୁନି କାନ୍ଦିବାରେ ଲାଗିଥିଲେ। ମୋ ଧନ ଫେରିଆ ବୋଲି ବାରମ୍ବାର କହୁଥିଲେ। ହଠାତ୍ ବାଳକଙ୍କ ଶରୀର ହଲ୍ଚଲ୍ ହୋଇଥିଲା। ବାଳକଙ୍କ ବାପା ହିତେଶ୍ ମୁହଁରେ ମୁହଁ ଲଗାଇ ଅକ୍ସିଜେନ ଦେଇଥିଲେ। ପିଲା କାଶିବା ଆରମ୍ଭ କରିଥିଲା। ପରେ ତାଙ୍କୁ ରୋହତକ୍ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରି ପୁଣି ଖେଳିବା ବୁଲିବା ଆରମ୍ଭ କରିଛନ୍ତି। ଏହାକୁ ନେଇ ଗାଁରେ ଆନନ୍ଦ ଖେଳି ଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.