ଚଣ୍ଡିଗଡ଼, ୨୦ା୬ (ପି.ଟି.)-ମିଲ୍ଖାଙ୍କ ଦେହାନ୍ତରେ କ୍ରୀଡ଼ା ମହଲରୁ ଶୋକବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି। ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କଠାରୁ ଆରମ୍ଭ କରି କିମ୍ବଦନ୍ତୀ ଭାରତୀୟ ସ୍ପ୍ରିଣ୍ଟର ପି.ଟି. ଉଷା ସୋସିଆଲ ମିଡିଆ ଜରିଆରେ ସେମାନଙ୍କ ଶୋକ ପ୍ରକାଶ କରିଛନ୍ତି। ମିଲ୍ଖା ହେଉଛନ୍ତି ପ୍ରକୃତ କ୍ରୀଡ଼ା ସୁପରଷ୍ଟାର, ଯିଏକି ଦେଶର ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି।
ପି.ଟି. ଉଷା: ମୋ ଆଦର୍ଶ ତଥା ପ୍ରେରଣାର ଉତ୍ସ ମିଲ୍ଖା ସିଂ ଜୀଙ୍କ ବିୟୋଗରେ ଦୁଃଖର କଳାବାଦଲ ଛାଇଯାଇଛି।
ସୌରଭ ଗାଙ୍ଗୁଲି: ଖବରରେ ମୁଁ ଅତ୍ୟନ୍ତ ଦୁଃଖିତ। ଭାରତ ଜଣେ ମହାନ୍ କ୍ରୀଡ଼ାବିତ୍ଙ୍କୁ ହରାଇଲା। ତାଙ୍କ କ୍ୟାରିୟର ପ୍ରତି ଦୃଷ୍ଟି ଦେଲେ ଜଣେ ଆଥ୍ଲେଟ ହେବାର ସ୍ବପ୍ନ ଦେଖିଥାଏ।
ମେରୀ କମ୍: ଆମେ ଜଣେ ଜାତୀୟ ହିରୋଙ୍କୁ ହରାଇଲୁ।
କ୍ରିଷ୍ଣା ପୁନିଆ: ‘ଫ୍ଲାଇଂ ଶିଖ୍’ ଭାବେ ଯେଉଁ ସ୍ବତନ୍ତ୍ର ପରିଚୟ ପାଇଛନ୍ତି ତାହା ସବୁଦିନ ପାଇଁ ଅମର ରହିବ। ଆଗକୁ ସେ ପିଢ଼ି ପିଢ଼ି ଧରି ପ୍ରେରଣାର ଉତ୍ସହୋଇ ରହିବେ।
ଶୁଭଙ୍କର ଶର୍ମା (ଗଲ୍ଫ ଖେଳାଳି): ମିଲ୍ଖା ଅଙ୍କଲ ଚାଲିଗଲେ ତାହା ବିଶ୍ୱାସ କରିହେଉ ନାହିଁ। ତାଙ୍କ ସହିତ ସାକ୍ଷାତ୍ କରିବାର ସୁଯୋଗ ପାଇ ମୁଁ ନିଜକୁ ଧନ୍ୟ ମନେକରୁଛି। ତାଙ୍କ ନିକଟକୁ ମୁଁ ଯେତେଥର ଯାଇଛି ନୂଆ ନୂଆ ଶିକ୍ଷା ଲାଭ କରିଛି।
ହିମା ଦାସ: ୨୦ ବର୍ଷରୁ କମ୍ ବିଶ୍ୱ ଚାମ୍ପିୟନଶିପ୍ ଟାଇଟଲ ଏବଂ ଏସିଆନ ଗେମ୍ସରେ ପଦକ ଜିତିବା ପରେ ମିଲ୍ଖା ସିଂ ସାର୍ ମୋତେ ଫୋନ୍ କରିଥିଲେ। ‘ତୁମ ପାଖରେ ଯଥେଷ୍ଟ ସମୟ ଅଛି। କଠିନ ପରିଶ୍ରମ କଲେ ଦେଶ ପାଇଁ ତୁମେ ସ୍ବର୍ଣ୍ଣ ଜିତିପାରିବ’ ବୋଲି ସେ ମୋତେ କହିଥିଲେ। ଜବାବରେ ମୁଁ ଆପଣଙ୍କ ସ୍ବପ୍ନ ସାକାର କରିବି ବୋଲି କହିଥିଲି।
ବୀରେନ୍ଦ୍ର ସେହ୍ବାଗ: ମହାନ୍ ବ୍ୟକ୍ତି ମିଲ୍ଖା ସିଂ ଜୀ ହୁଏତ ତାଙ୍କ ପାର୍ଥିବ ଶରୀର ତ୍ୟାଗ କରି ଚାଲିଯାଇଛନ୍ତି, ଅଦ୍ୟମ ଉତ୍ସାହ ଓ ଶକ୍ତି ପାଇଁ ସେ ସବୁବେଳେ ଆମ ପାଖରେ ଅମର ହୋଇ ରହିବେ। ସେ ପିଢ଼ି ପିଢ଼ି ଧରି କ୍ରୀଡ଼ାବିତ୍ଙ୍କ ଲାଗି ପ୍ରେରଣା ଓ ଆଦର୍ଶ ହୋଇ ରହିବେ।
ହାର୍ଦ୍ଦିକ ପାଣ୍ଡ୍ୟା: ସମସ୍ତ ପ୍ରକାର ବାଧାବିଘ୍ନ ସତ୍ତ୍ୱେ ସଫଳତା ହାସଲ ସମ୍ଭବ ବୋଲି ମିଲ୍ଖା ସିଂ ସାର୍ କାର୍ଯ୍ୟରେ କରି ଦେଖାଇ ଦେଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.