ମୁମ୍ବାଇ,୨୩।୬: ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମଙ୍କ ଭାଇ ଇକ୍ବାଲ କାସକରକୁ ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ଗିରଫ କରିଛି । ବୁଧବାର ଡ୍ରଗ୍ସ ମାମଲାରେ କାସକରଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ନିକଟରେ ଏନ୍ସିବିର ବଡ଼ କାର୍ଯ୍ୟାନୁଷ୍ଠାନ ବେଳେ ପ୍ରାୟ ୨୫ କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଥିଲା। ଯାହାକୁ ପଞ୍ଜାବର ଲୋକମାନେ କଶ୍ମୀରରୁ ମୁମ୍ବାଇକୁ ବାଇକ ଯୋଗେ ଆଣୁଥିଲେ। ଏହି ମାମଲାର ଅଧିକ ଖୋଳତାଡ କରାଯିିବା ପରେ ଏହା ପଛରେ ଅଣ୍ଡରୱାର୍ଲଡର ହାତ ଥିବା ନେଇ ଜାଣିବାକୁ ପାଇଥିଲା ଏନ୍ସିବି। ତେବେ ତଦନ୍ତ ସମୟରେ ଆତଙ୍କବାଦ ପାଣ୍ଠି ଓ ଡ୍ରଗ୍ସ ଚାଲାଣ ପାଇଁ ଅଣ୍ଡରୱାର୍ଲଡର କନେକ୍ସନ ସହ ଜଡିତ ଅନେକ ତଥ୍ୟ ମିଳିଥିଲା। ଏହାକୁ ଭିତ୍ତିକରି ଏନ୍ସିବି ମୁମ୍ବାଇର ଅନେକ ସ୍ଥାନରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରକୁ ଏନ୍ସିବି ଗିରଫ କରିଛି। ଏନ୍ସିବି କାର୍ଯ୍ୟାଳୟକୁ ଇକ୍ବାଲଙ୍କୁ ଅଣାଯାଇ ପଚରାଉଚରା କରାଯିବ ବୋଲି ସୂଚନା ରହିଛି।
ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଚିରାଗ: କହିଲେ ଦଳ ମା’ ପରି…
ପାଟନା,୧୫।୬: କରୋନା ସଂକ୍ରମଣ ପରେ ଏବେ ବିହାର ରାଜନୀତି ପୁରା ସରଗରମ ରହିଛି। ମଙ୍ଗଳବାର ଚିରାଗ ପାସଓ୍ବାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ଏହାପରେ...
ମିଥ୍ୟା ଜାତିଗତ ପ୍ରମାଣପତ୍ର ପାଇଁ ଫସିଲେ ଏମ୍ପି
ମୁମ୍ବାଇ,୮।୬: ମିଥ୍ୟା ଜାତିଗତ ପ୍ରମାଣପତ୍ର ଦାଖଲ କରିବା ମହାରାଷ୍ଟ୍ରର ସ୍ବାଧୀନ ଏମ୍ପି ନବନୀତ କୌର ରାଣାଙ୍କୁ ମହଙ୍ଗା ପଡ଼ିଛି। ଏଥିନେଇ ବମ୍ବେ ହାଇକୋର୍ଟ ତାଙ୍କ ଉପରେ...
ମାଡ଼ି ଆସୁଛି ନୂଆ ବିପଦ, ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଭାକ୍ସିନ୍କୁ ପ୍ରଭାବହୀନ କରିବା ଆଶଙ୍କା…
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍ ଯୋଗୁ ଦେଶରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା...
ଗପୁଗପୁ ଅନ୍ୟମନସ୍କରେ ୫ ମିନିଟ୍ରେ ଯୁବକଙ୍କୁ ୨ ଡୋଜ୍ ଟିକା ଦେଲେ ନର୍ସିଂ ଷ୍ଟାଫ୍…
ଲଳିତପୁର,୧୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଡୋଜ୍...
ଗୁଜରାଟରେ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି
ଅହମଦାବାଦ,୧୪।୬: ଆସନ୍ତା ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ଉଷ୍ମତା ଦେଖାଦେଇଛି। ଏହିକ୍ରମରେ ଆମ ଆଦମୀ ପାର୍ଟି(ଏଏପି) ମଧ୍ୟ...
୮୦ କୋଟି ଲୋକଙ୍କୁ ମାଗଣା ରାଶନ
ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ସୋମବାର ମାଗଣା ଟିକା ସହ ରାଶନ ଦେବାକୁ ଘୋଷଣା କରିଛନ୍ତି। ନଭେମ୍ବର ପର୍ଯ୍ୟନ୍ତ ଦେଶର ୮୦...
ହସ୍ପିଟାଲରେ ବ୍ୟକ୍ତିଙ୍କୁ ଜାଳି ଦେଲେ
ଭୋପାଳ, ୧୧।୬: ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଦେଶର ସାଗର ଜିଲା ହସ୍ପିଟାଲରେ ଜାଳି ଦିଆଯାଇଛି। ସମ୍ପୂର୍ଣ୍ଣ ଘଟଣା କଏଦ...
ଅଧିକ ଆଣ୍ଟିବଡି ସୃଷ୍ଟି କରୁଛି କୋଭିଶିଲ୍ଡ
ନୂଆଦିଲ୍ଲୀ,୭।୬: କୋଭାକ୍ସିନ ଅପେକ୍ଷା କୋଭିଶିଲ୍ଡ ଟିକା ଅଧିକ ଆଣ୍ଟିବଡି ସୃଷ୍ଟି କରୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଉପରୋକ୍ତ ଟିକାର ଦୁଇଟି ଡୋଜ୍ ନେଇଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ...


