ନାଶିକ,୧୧।୬ : କୋଭିଡ୍ ଟିକା ନେବା ପରେ ଲୋକଙ୍କ ଠାରେ ବିଭିନ୍ନ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଛି, ଯାହା ସାଧାରଣ। କିନ୍ତୁ ନାଶିକର ଅରବିନ୍ଦ ସୋନାର ନାମକ ଜଣେ ବ୍ୟକ୍ତି ଅଜବ ଦାବି ଆଣିଛନ୍ତି। ଦ୍ୱିତୀୟ ଟିକା ନେବା ପରେ ତାଙ୍କୁ ଚୁମ୍ବକୀୟ ଶକ୍ତି ମିଳିଛି। ଲୁହାରେ ତିଆରି ପଦାର୍ଥ ତାଙ୍କ ଦେହରେ ଲାଗି ରହୁଥିବା ସେ ଦାବି କରିଛନ୍ତି।
ନିଜ ଦାବିକୁ ପ୍ରମାଣ କରିବା ପାଇଁ ସେ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଭିଡିଓରେ ପ୍ଲେଟ, ଚାମଚ ଓ ମୂଦ୍ରା ତାଙ୍କ ଦେହରେ ଲାଗି ରହିଥିବା ଦେଖିବାକୁ ମିଳୁଛି। ପ୍ରଥମେ ଦେହର ଝାଳ କାରଣରୁ ଏଭଳି ହେଉଥିବା ଅରବିନ୍ଦଙ୍କ ପରିବାର ଲୋକେ ଅନୁମାନ କରୁଥିଲେ। କିନ୍ତୁ ଗାଧୋଇ ସାରିବା ପରେ ମଧ୍ୟ ଲୁହାରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ତାଙ୍କ ଦେହରେ ଲାଗି ରହୁଥିବା ଜାଣିବାକୁ ପାଇଥିଲେ।
ଭିଡିଓ ଭାଇରାଲ ହେବା ପରେ ଏହାର କାରଣ ଜାଣିବା ପାଇଁ ସୋନାରଙ୍କ ଘରେ ପହଞ୍ଚିଥିଲେ ନାଶିକ ମ୍ୟୁନିସିପାଲ କର୍ପୋରେଶନର ଡାକ୍ତର। ତଦନ୍ତ ଶେଷ ହେବା ପରେ ହିଁ ଏହାର କାରଣ କହିପାରିବୁ । ଏ ସମ୍ପର୍କରେ ଆମେ ପ୍ରଥମେ ସରକାରଙ୍କୁ ଏକ ରିପୋର୍ଟ ପଠାଇବୁ। ପରେ ତଦନ୍ତ ଦରକାର କି ନାହିଁ ଜଣାପଡ଼ିବ ବୋଲି ଡାକ୍ତର ଅଶୋକ ଥୋରାଟ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.