Categories: ଫୁରସତ

ନେହେରୁଙ୍କ ଚିଠି ଇନ୍ଦିରାଙ୍କ ପାଇଁ…

ବାପା, ନିଜର ଲହୁ ଲୁହକୁ ଏକ କରି ଗଢ଼ନ୍ତି ସନ୍ତାନର ଭବିଷ୍ୟତ। ତାଙ୍କ ଅନୁଶାସନ, ପଥନିଦର୍ଶନ ପାଇଁ ହିଁ ପିଲାମାନେ ପହଞ୍ଚତ୍ପାରନ୍ତି ଲକ୍ଷ୍ୟସ୍ଥଳରେ। ଭାରତର ଲୌହ ନାରୀ ବା ଆଇରନ୍‌ ଲେଡିଭାବେ ପରିଚିତ ତଥା ଭାରତର ପ୍ରଥମ ଓ ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଜଣେ ନିର୍ଭୀକ ନାରୀ ଭାବେ ଗଢ଼ିବାରେ ବି ତାଙ୍କ ବାପା ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ବହୁତ ବଡ଼ ଭୂମିକା ଥିଲା। ନେହେରୁ ଝିଅ ଇନ୍ଦିରାଙ୍କୁ ଦେଇଥିବା ଚିଠି ପଢ଼ିଲେ ତାହା ସ୍ପଷ୍ଟ ଜାଣିହୁଏ। ୧୯୨୮ରେ ଜବାହରଲାଲ ନେହେରୁ ଇନ୍ଦିରାଙ୍କୁ ୩୦ଟି ଚିଠି ଦେଇଥିଲେ। ସେତେବେଳେ ଇନ୍ଦିରାଙ୍କୁ ୧୦ ବର୍ଷ ବୟସ ହୋଇଥାଏ। ଏହି ଚିଠିସବୁରେ ଇନ୍ଦିରା ପୂର୍ବରୁ ପଚାରିଥିବା ଅନେକ ପ୍ରଶ୍ନର ଉତ୍ତର ନେହେରୁ ଦେଇଥିଲେ। ତାସହ ସେଥିରେ ସଭ୍ୟତା, ଜାତି, ଧର୍ମ ସମ୍ପର୍କରେ ବି ଅନେକ ସୁନ୍ଦର ଓ ସରଳ ବ୍ୟାଖ୍ୟା କରାଯାଇଥିଲା। ପ୍ରଥମ ପତ୍ରରେ ସେ ଲେଖିଥିଲେ ଯେ, ଯେବେ ତୁମେ ପାଖରେ ରୁହ ମତେ ଅନେକ ପ୍ରଶ୍ନ କର। ଆଉ ସେସବୁର ଉତ୍ତର ଦେବାକୁ ମୁଁ ପ୍ରୟାସ କରେ। ଏବେ କିନ୍ତୁ ତୁମେ ମସୌରୀରେ ଓ ମୁଁ ଆଲ୍ଲାହାବାଦରେ। ସିଧାସଳଖ କଥା ହେବା ସମ୍ଭବ ହୋଇପାରୁ ନାହିଁ। ତେଣୁ ମୁଁ ଚିଠି ମାଧ୍ୟମରେ ଏଇ ଦୁନିଆର ତଥା ଦୁନିଆ ଭିତରେ ଥିବା ଛୋଟ ବଡ଼ ଦେଶର ଛୋଟବଡ଼ କଥା ଲେଖି ତୁମକୁ ପଠାଇବି। ଏହାପରେ ନେହେରୁ ଗୋଟେ ଗୋଟେ କରି ଅନେକ ଚିଠି ଲେଖିଥିଲେ। ସେଇ ଚିଠି ପଢ଼ିଲେ ଜାଣିହୁଏ, ଜଣେ ପିତା କିଭଳି ବେଶ୍‌ ସହଜତାର ସହ ନିଜ ଝିଅକୁ ଲକ୍ଷ ଲକ୍ଷ ବର୍ଷର ଇତିହାସ ଓ ସମାଜର ରୀତିନୀତିକୁ ବୁଝାଇଛନ୍ତି। ଏହିସବୁ ଚିଠିକୁ ନେଇ ପରବର୍ତ୍ତୀ ସମୟରେ ଏକ ପୁସ୍ତକ ପ୍ରକାଶ କରାଯାଇଥିଲା, ଯାହାର ନାଁ ଥିଲା ‘ଲେଟର୍ସ ଫ୍ରମ୍‌ ଏ ଫାଦର ଟୁ ହିଜ୍‌ ଡଟର୍‌’। ଏହାପରେ ମୁନ୍‌ସି ପ୍ରେମଚାନ୍ଦ ଏହାର ହିନ୍ଦୀ ଅନୁବାଦ କରିଥିଲେ। ହିନ୍ଦୀ ପ୍ରକାଶିତ ପୁସ୍ତକର ନାମ ଥିଲା ‘ପିତା କା ପତ୍ର ପୁତ୍ରୀ କେ ନାମ’। ଏଥିରେ ପ୍ରେମଚାନ୍ଦ ନେହେରୁଙ୍କର ଚିନ୍ତାଧାରାକୁ ଏତେ ସରଳଭାବେ ଉପସ୍ଥାପନ କରିଛନ୍ତି ଯେ, ଚିଠି କେବଳ ଚିଠି ନ ରହି ବାପା-ଝିଅଙ୍କ ମଧ୍ୟସ୍ଥ ଭାବନାତ୍ମକ କାହାଣୀ ପାଲଟି ଯାଇଛି। ସେହି ଚିଠି ମଧ୍ୟରୁ ଦୁଇଟିକୁ ଉଲ୍ଲେଖ କରୁଛୁ…

(୧)
ପ୍ରିୟର ଇନ୍ଦିରା,
କେଉଁଟି ଠିକ୍‌ ଓ କେଉଁଟି ଭୁଲ୍‌ ତା’ର ନିଷ୍ପତ୍ତି ନେବା ଆଦୌ ସହଜ ନୁହେଁ। ତେବେ ଏଭଳି ଦ୍ୱନ୍ଦ୍ୱ ସମୟରେ ମୁଁ ତୁମକୁ ଗୋଟିଏ କାମ କରିବାକୁ କହିବି। କେବେବି କୌଣସି କାମ ଲୁକ୍କାୟିତଭାବେ କରିବ ନାହିଁ କିମ୍ବା କୌଣସି କଥାକୁ ଲୁଚାଇବାକୁ ଚେଷ୍ଟା କରିବ ନାହିଁ। କିଛି ଲୁଚାଇବାର ଅର୍ଥ ହେଉଛି ତୁମେ ଭୟଭୀତ ଅଛ। ଆଉ ଭୟ କରିବା ଆଦୌ ଠିକ ନୁହେଁ। ଏହା ତୁମକୁ ଅଯୋଗ୍ୟ କରିଦେବ। ସାହସୀ ହୁଅ। ଦେଖିବ ସମସ୍ତେ ତୁମକୁ ଅନୁସରଣ କରିବେ।

ତୁମେ ଜାଣିରଖିବା ଜରୁରୀ ଯେ, ବାପୁଜୀଙ୍କ ନେତୃତ୍ୱରେ ଚାଲିଥିବା ଆମର ସ୍ବାଧୀନତା ଆନ୍ଦୋଳନରେ ଗୋପନୀୟତା କିମ୍ବା ଲୁଚାଛପାର କୌଣସି ସ୍ଥାନ ନାହିଁ। ଆମର ଲୁଚାଇବା ପାଇଁ କିଛି ନାହିଁ। ଆମେ ଯାହା କରୁଛୁ ଅବା ଯାହା କହୁଛୁ ସେଥିପାଇଁ ଆମେ ଭୟଭୀତ ନୁହେଁ। ଆମେ ଆଲୋକରେ ଥାଇ କାମ କରୁଛୁ। ଏମିତିକି ନିଜର ବ୍ୟକ୍ତିଗତ ଜୀବନରେ ବି ଆମେ ସୂର୍ଯ୍ୟସମ ବ୍ୟକ୍ତିଙ୍କ ସହ ବନ୍ଧୁତା କରିବା, କାମ କରିବା ଆଲୋକରେ। ଲୁକ୍କାୟିତଭାବେ କିଛି କରିବା ନାହିଁ। ଯଦି ତୁମେ ଏଭଳି କର ତେବେ ତୁମେ ଆଲୋକର ସନ୍ତାନ, ନିର୍ଭୀକ, ଶାନ୍ତଚିତ୍ତର ମଣିଷଭାବେ ବିକଶିତ ହେବ। ଆଉ ଯାହା ବି ଘଟିବ ସେଥିରେ ମୋର ଭଲ ପାଇବା ଓ ଶୁଭକାମନା ରହିଥିବ।

(୨)ପ୍ରିୟର ଇନ୍ଦିରା,
ଭାରତରେ ବିବିଧତା ଭରି ରହିଛି। ଏଠାରେ ଭିନ୍ନ ଭିନ୍ନ ରଙ୍ଗରୂପ ଓ କ୍ଷମତାର ଲୋକ ରୁହନ୍ତି। ଭାରତର ବିବିଧତା ହିଁ ଆମର ପରିଚୟ। ଡରରେ କରୁଥିବା କାମ ଆଦୌ ଉଚିତ ନୁହେଁ। ଜାଣିରଖ ଧର୍ମ ମଧ୍ୟ ଡରରୁ ସୃଷ୍ଟି ହୋଇଛି। ତେଣୁ ଧର୍ମକୁ ନେଇ ଦଙ୍ଗାଫସାଦ କରିବା ଠିକ୍‌ ନୁହେଁ।ପ୍ରିୟର ଝିଅ ଯିଏ ନିଜକୁ ବଦଳାଇ ପାରିପାର୍ଶ୍ୱିକ ସ୍ଥିତି ସହ ଖାପ ଖୁଆଇପାରେ ସେମାନଙ୍କ ପାଇଁ ବଞ୍ଚତ୍ ରହିବା ସହଜ ହୋଇଯାଏ। ଆମକୁ ମନେ ରଖିବା ଦରକାର ଯେ, ଆମେ ମାଙ୍କଡ ଓ ବଣମଣିଷଙ୍କ ବଂଶଜ ଅଟୁ। ତମେ ଯଦି ଧ୍ୟାନ ସହକାରେ ଲୋକଙ୍କ ସ୍ବଭାବକୁ ଆକଳନ କରିବ ତେବେ ପାଇବ ଯେ, ଏବେବି ଆମମାନଙ୍କ ମଧ୍ୟରେ ଅନେକ ଲୋକଙ୍କ ସ୍ବଭାବ ମାଙ୍କଡ ଭଳି।

ଇଂରେଜମାନେ ନିଜକୁ ପୃଥିବୀର ସବୁଠାରୁ ଶ୍ରେଷ୍ଠ ମନେ କରୁଛନ୍ତି। ଫ୍ରାନ୍ସବାସୀଙ୍କର ମଧ୍ୟ ଏହି ଧାରଣା ଯେ, ସେମାନେ ହିଁ ସବୁଠାରୁ ଶ୍ରେଷ୍ଠ। ଜର୍ମାନୀ, ଆମେରିକୀୟ ଓ ଅନ୍ୟ ଜାତିମାନେ ମଧ୍ୟ ନିଜକୁ ଶ୍ରେଷ୍ଠ ମନେ କରନ୍ତି। ଏମିତିକି ସବୁ ଦେଶର ଲୋକଙ୍କୁ ଲାଗେ ଆମେ ହିଁ ସବୁଠାରୁ ଶ୍ରେଷ୍ଠ ଓ ବୁଦ୍ଧିମାନ। ଅନ୍ୟ ଜାତି ଓ ଧର୍ମର ଲୋକ ଖରାପ ଅଟନ୍ତି।
କେତେ ଭଲ ହୋଇଥାନ୍ତା ଯଦି ପୃଥିବୀର ସବୁ ଲୋକ ଖୁସି ଓ ସୁଖରେ ରୁହନ୍ତେ। ଆମକୁ ପ୍ରୟାସ କରିବାକୁ ହେବ ଯେ, ସାରା ଦୁନିଆ ଏମିତି ହୋଇଯାଉ, ଯେଉଁଠି ଲୋକ ଶାନ୍ତିରେ ରହିପାରିବେ।

ଗଳିକନ୍ଦିରେ ଲଢୁଥିବା ଦୁଇ ଲୋକଙ୍କୁ ଆମେ ପାଗଳ ଓ ବୋକା ଭାବୁ। ତୁରନ୍ତ ପୋଲିସକୁ ଡକାଉ। ପୋଲିସ ସେମାନଙ୍କୁ ଲାଠି ମାରନ୍ତି। ତେବେ ଯେତେବେଳେ ଦୁଇଟି ବଡ଼ ଦେଶ ଲଢ଼ିବାକୁ ଲାଗନ୍ତି ଓ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି, ତାହା କେତେବଡ଼ ମୂର୍ଖାମି ଓ ପାଗଳପଣ ଭାବିବା ଦରକାର। ମିଳିମିଶି କାମ କରିବା ଏକୁଟିଆ କାମ କରିବାଠାରୁ ଶ୍ରେୟସ୍କର। ସମସ୍ତଙ୍କ ଉପକାର ପାଇଁ ଏକାଠି କାମ କରିବା ସବୁଠାରୁ ଭଲ କଥା।

ତୁମ ପ୍ରିୟର ବାପା
ଜବାହରଲାଲ ନେହେରୁ

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.