ନୂଆଦିଲ୍ଲୀ, ୧୮।୬:ଆମେରିକୀୟ ବାୟୋଟେକ୍ନୋଲୋଜି କମ୍ପାନୀ ନୋଭାଭାକ୍ସ ପ୍ରସ୍ତୁତ କରିଥିବା କୋଭିଡ୍ ଟିକା ୯୦ ପ୍ରତିଶତ ଫଳପ୍ରଦ ଏବଂ ନିରାପଦ ବୋଲି ପ୍ରାରମ୍ଭିକ ଫଳାଫଳରୁ ସ୍ପଷ୍ଟ ହୋଇଛି। ଭାରତରେ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଏହି ଟିକା ଉତ୍ପାଦନ କରିବାକୁ ଥିବାବେଳେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହା ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଜୁଲାଇ ମାସରେ ସିରମ୍ ଇନ୍ଷ୍ଟିଚ୍ୟୁଟ ଏହି ଟିକାର କ୍ଲିନିକାଲ ପରୀକ୍ଷା ପିଲାମାନଙ୍କଠାରେ କରାଇବ ବୋଲି କହିଛି। ପିଲାଙ୍କଠାରେ ପରୀକ୍ଷା କରାଇବାରେ ଏହା ଚତୁର୍ଥ ଟିକା ହେବ। ହାଇଦ୍ରାବାଦର ଭାରତ ବାୟୋଟେକ୍ ୧୨ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କଠାରେ କୋଭାକ୍ସିନ ଟିକାର ପରୀକ୍ଷା ଆରମ୍ଭ କରିଦେଇଛି। ନୂଆଦିଲ୍ଲୀ ଓ ପାଟନା ଏମ୍ସରେ ହେଉଥିବା ଏହି ପରୀକ୍ଷାରେ ୫୨୫ ପିଲା ଅଂଶଗ୍ରହଣ କରିଛନ୍ତି। ୬ରୁ ୧୨ ବର୍ଷ ପିଲାଙ୍କଠାରେ ଏହି ପରୀକ୍ଷା ହେବାକୁ ଯାଉଥିବାବେଳେ ପରବର୍ତ୍ତୀ ସମୟରେ ୨ରୁ ୬ ବର୍ଷ ବୟସ ବର୍ଗର ପିଲାଙ୍କୁ ସାମିଲ କରିବା ପାଇଁ ଯୋଜନା ହୋଇଛି। ସେହିପରି ଜାଇଡସ କାଡିଲା ମଧ୍ୟ ଏହାର କୋଭିଡ୍ ଭାକ୍ସିନ ଜାଇକୋଭ୍-ଡି’ର ପରୀକ୍ଷା ୧୨ରୁ ୧୮ ବର୍ଷ ବୟସର ପିଲାମାନଙ୍କଠାରେ ଆରମ୍ଭ କରିଛି।
ମୋଦିଙ୍କ ସାକ୍ଷାତକୁ ନେଇ ଉଦ୍ଧବ କହିଲେ, ମୁଁ ନଓ୍ବାଜ ସରିଫଙ୍କୁ ଭେଟିବାକୁ ଯାଇ ନ ଥିଲି
ନୂଆଦିଲ୍ଲୀ,୮।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ସମ୍ପର୍କ ଏବଂ ସାକ୍ଷାତ ସମ୍ପର୍କରେ ପଚରାଯାଇଥିବା...
ଶଶିକଳାଙ୍କ ସହ କଥାବାର୍ତ୍ତା କରିବା ପଡିଲା ମହଙ୍ଗା: ୧୬ ନେତା ଦଳରୁ ବହିଷ୍କୃତ
ଚେନ୍ନାଇ,୧୪।୬: ଏଆଇଡିଏମ୍କେ ସୋମବାର ଦଳର ୧୬ ଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ଏହି ନେତାମାନେ ଦଳର ପୂର୍ବତନ ନେତା ଭି.କେ ଶଶିକଳାଙ୍କ ସହ କଥାବାର୍ତ୍ତା...
ଶ୍ରମିକଙ୍କ ପୁଅ ହେଲେ ଇସ୍ରୋ ବୈଜ୍ଞାନିକ
ମୁମ୍ବାଇ,୧୮ା୬: ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସାଧ୍ୟ କାମକୁ ସାଧନ କରିପାରେ। ସେମିତି କରି ଦେଖାଇଛନ୍ତି ଜଣେ ଶ୍ରମିକଙ୍କ ପୁଅ। କଠିନ ଅଧ୍ୟବସାୟ ବଳରେ...
ମହିଳା ଆୟୋଗ ସଦସ୍ୟଙ୍କ ବିବାଦୀୟ ମନ୍ତବ୍ୟ: ଝିଅମାନଙ୍କୁ ମୋବାଇଲ୍ ଦେବା ଉଚିତ୍ ନୁହେଁ
ଆଲିଗଡ,୧୦।୬: ଉତ୍ତରପ୍ରଦେଶର ରାଜ୍ୟ ମହିଳା ଆୟୋଗର ସଦସ୍ୟ ମୀନା କୁମାରୀ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ପବ୍ଲିକ ୱାର୍କର୍ସ ଗେଷ୍ଟ ହାଉସରେ ମହିଳାଙ୍କ ଉପରେ...
୩ କିଲୋମିଟର ଦୂର କାନ୍ଧରେ ବସି କନ୍ୟାଙ୍କ ଘରେ ପହଞ୍ଚିଲେ ବର, କାରଣ ଜାଣିଲେ…
ପାଟଣା,୭ା୬: ବିହାରର ବକ୍ସର ଜିଲାସ୍ଥିତ ଡୁନମରାଓ ଗାଁରେ କିଛିଦିନ ତଳେ ବର୍ଷା ହୋଇଥିଲା। ଗାଁ ରାସ୍ତାର ଅବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ଫଳରେ ଜଣେ ବର...
ଚଢ଼େଇ ମଣିଷ ସହିତ ଗୋଟିଏ ଥାଳିରେ କରୁଛି ଭୋଜନ: ଭିଡ଼ିଓ ଭାଇରାଲ…
ନୂଆଦିଲ୍ଲୀ,୧୬।୬: ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଏକ ହୋଟେଲରେ ଜଣେ ଲୋକଙ୍କ ସହିତ ଗୋଟିଏ ଥାଳିରେ ଚଢ଼େଇ ଭୋଜନ...
ବଲିଉଡ୍ ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଲା ଅନଲାଇନ୍ରେ ମଦ କିଣିବା
ମୁମ୍ବାଇ,୨୪।୬: ବଲିଉଡର ଭେଟେରାନ ଅଭିନେତ୍ରୀ ଶାବାନା ଆଜମି ଗୁରୁବାର ଏକ ମଦ ଯୋଗାଉଥିବା ଅନଲାଇନ୍ ପ୍ଲାଟଫର୍ମ ନାମରେ ଠକାମି ଅଭିଯୋଗ ଆଣିଛନ୍ତି। ହୋମ ଡେଲିଭରି କରୁଥିବା...
ଏଣିକି ଏଡ୍ସ ପୀଡ଼ିତଙ୍କୁ ମିଳିବ ପେନ୍ସନ
ଚଣ୍ଡିଗଡ଼,୧୮।୬: ଏଡ୍ସ ସଂକ୍ରମିତ ପାଇଁ ହରିଆଣା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଖୁବ୍ଶୀଘ୍ର ପ୍ରତିମାସରେ ଏଡ୍ସ ପୀଡ଼ିତଙ୍କୁ ୨୨୫୦ଟଙ୍କା ଲେଖାଏ ପେନ୍ସନ ପ୍ରଦାନ କରିବେ...


