ଆଇଫୋନ୍ ତିଆରି କରୁଥିବା କମ୍ପାନୀ ଆପଲ ଏବେ ଏକ ଭୁଲ ପାଇଁ କୋଟି କୋଟି ଟଙ୍କା ଜରିମାନା ଦେବ। କାରଣ ଜଣେ ଯୁବତୀଙ୍କ ଫୋନ୍ ଖରାପ ହେବା ପରେ ସେ ଠିକ୍ କରିବାକୁ ଦେଇଥିଲେ। ଏହା ପରେ ସୋସିଆଲ ମିଡିଆରେ ତାଙ୍କର ନଗ୍ନ ଫଟୋ ଲିକ୍ ହୋଇଥିଲା। ଯାହା ଖୁବ୍ ଭାଇରାଲ ହେଉଛି। ସଂପୃକ୍ତ ଯୁବତୀ ଜଣକ କମ୍ପାନୀଠାରୁ ୫ ମିଲିୟନ ଡଲାର ଅର୍ଥାତ୍ ୩୬ କୋଟି ୬୧ ଲକ୍ଷ ୫୯ ହଜାର ଟଙ୍କା ଜରିମାନା ନେଇଛନ୍ତି। ଆପଲ କମ୍ପାନୀ ୨୧ ବର୍ଷୀୟା ଛାତ୍ରୀଙ୍କୁ ବୁଝାଇବା ପରେ ଲକ୍ଷାଧିକ ଡଲାର ଦେବା ପାଇଁ ପ୍ରସ୍ତୁତ ବୋଲି କହିଛି।
ଏକ ରିପୋର୍ଟ ଅନୁଯାୟୀ, ଜଣେ ମହିଳା କାଲିଫର୍ନିଆରେ ନିଜର ଆଇଫୋନ ଷ୍ଟୋରରେ ମରାମତି କରିବାକୁ ଦେଇଥିଲେ। ଏହି ଷ୍ଟୋରରେ ପେଗାଟନ୍ ନାମକ ଏକ ଆପଲ କମ୍ପାନୀ କଣ୍ଟ୍ରାକ୍ଟର ଦ୍ୱାରା ପରିଚାଳିତ ହେଉଥିଲା। ଷ୍ଟୋରରେ ରିପାୟାରିଂ ମ୍ୟାନ୍ ଖରାପ ଆଇଫୋନକୁ ଠିକ୍ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଯୁବତୀଙ୍କ ଫେସବୁକ୍ ପେଜ୍ରେ ତାଙ୍କର ନଗ୍ନ ଫଟୋ ଏବଂ ଭିଡିଓ ପୋଷ୍ଟ କରିଦେଇଥିଲେ। ଏହାକୁ ଦେଖିବା ପରେ ଲୋକେ ଭାବିଲେ ବୋଧହୁଏ ଯୁବତୀ ଜଣକ ଅପ୍ଲୋଡ୍ କରିଛନ୍ତି। ଯେତେବେଳେ ଯୁବତୀଙ୍କ ବନ୍ଧୁ ଫଟୋ ଦେଖିଥିଲେ ସେ ଯୁବତୀଙ୍କୁ ଏ ବିଷୟରେ କହିଥିଲେ। ଏହା ପରେ ଯୁବତୀ ଜଣକ ତାଙ୍କ ସୋସିଆଲ ମିଡିଆରୁ ଫଟୋ ଡିଲିଟ୍ କରିବା ସହ କମ୍ପାନୀ ନାମରେ ମାନହାନି ଅଭିଯୋଗ ଆଣିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.