କେନିଆର ପୂର୍ବତନ ଅଧିନାୟକ ମରିସ ଓଡୁମ୍ବେ ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। କେନିଆର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ଓଡୁମ୍ବେ ଅନ୍ୟତମ। ତାଙ୍କ ଅଧିନାୟକତ୍ୱରେ ୧୯୯୬ ବିଶ୍ୱକପ୍ରେ କେନିଆ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଏକ ବଡ଼ ଓଲଟପାଲଟ କରିଥିଲା। କେନିଆ ୱେଷ୍ଟଇଣ୍ଡିଜକୁ ୭୩ ରନ ବ୍ୟବଧାନରେ ପରାସ୍ତ କରିଥିଲା। ଓଡୁମ୍ବେ ସେହି ମ୍ୟାଚର ହିରୋ ହୋଇଥିଲେ। ସେ ମାତ୍ର ୧୪ ରନ ଦେଇ ୩ଟି ଉଇକେଟ ନେଇଥିଲେ। ୨୦୦୩ ବିଶ୍ୱକପରେ କେନିଆ ଇତିହାସ ସୃଷ୍ଟି କରିଥିଲା। ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବିଶ୍ୱକପରେ ଦୁର୍ବଳ ଦଳ କେନିଆର ସେମିଫାଇନାଲରେ ପ୍ରବେଶ କରିଥିଲା । କେନିଆର ଏହି ସଫଳତାରେ ଓଡୁମ୍ବେଙ୍କର ଏକ ବଡ଼ ହାତ ଥିଲା। ଓଡୁମ୍ବେ ଟୁର୍ଣ୍ଣାମେଣ୍ଟରେ ହାରାହାରି ୪୨ ରନ ସଂଗ୍ରହ କରିଥିଲେ ଏବଂ ୯ ଉଇକେଟ ମଧ୍ୟ ନେଇଥିଲେ। କେନିଆର ଏହି କିମ୍ବଦନ୍ତୀ ଖେଳାଳି ୨୦୦୪ ରେ ଆଇସିସିର ଯାଞ୍ଚ୍ରେ ଧରାପଡିଥିଲେ। ଓଡୁମ୍ବେ ଜଣେ ବୁକିଙ୍କ ସହ ଲିଙ୍କ ଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ତାଙ୍କୁ ପାଞ୍ଚ ବର୍ଷ ପାଇଁ କ୍ରିକେଟ୍ ବାରଣ କରାଯାଇଥିଲା। ନିଷେଧାଦେଶ ପରେ ଓଡୁମ୍ବେଙ୍କ କ୍ରିକେଟ୍ କ୍ୟାରିୟର୍ ନଷ୍ଟ ହୋଇଯାଇଥିଲା। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଖାଇବାକୁ ମଧ୍ୟ ତାଙ୍କ ପାଖରେ ଟଙ୍କା ନ ଥିଲା ଏବଂ ସେ ଭୋକିଲା ରାସ୍ତାରେ ବୁଲୁଥିଲେ। କେବଳ ଏତିକି ନୁହେଁ, ସେ ନିଶା ସେବନ ମଧ୍ୟ କରିଥିଲେ। ତାଙ୍କର ପାଞ୍ଚ ବର୍ଷର ନିଷେଧାଦେଶ ଶେଷ ହେବା ପରେ ସେ ପୁଣି କ୍ରିକେଟ ରେ ଯୋଗ ଦେଇଥିଲେ ଏବଂ ୪୦ ବର୍ଷ ବୟସରେ ସେ କେନିଆର ଘରୋଇ କ୍ରିକେଟକୁ ଫେରି ଆସିଥିଲେ। ଏପ୍ରିଲ ୨୦୧୮ରେ, ସେ କେନିଆ ଦଳର କୋଚ ହୋଇଥିଲେ।
ଧାଓ୍ବନଙ୍କୁ ନେତୃତ୍ୱ: ଭାରତୀୟ ଦଳରେ ୬ ନୂଆ ମୁହଁ
ମୁମ୍ବାଇ,୧୦।୬: ଜୁଲାଇରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍ ଲାଗି ଗୁରୁବାର ଭାରତୀୟ ଦଳ ଘୋଷିତ ହୋଇଯାଇଛି। ବରିଷ୍ଠ ଓପନର...
ପନ୍ତଙ୍କୁ ନେଇ କାର୍ତ୍ତିକଙ୍କ ଭବିଷ୍ୟବାଣୀ: କହିଲେ ୧୦୦ ଟେଷ୍ଟ ଖେଳିବେ…
ନୂଆଦିଲ୍ଲୀ,୮।୬: ଅଷ୍ଟ୍ରେଲିଆ-ଇଂଲଣ୍ଡ ବିପକ୍ଷରେ ଦମ୍ଦାର ବ୍ୟାଟିଂ କରି ପ୍ରଶଂସିତ ହୋଇଥିଲେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ। ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ସେ ଅନେକ...
‘ଦି ହଣ୍ଡ୍ରେଡ୍’ରେ ଖେଳିବେ ୫ ଭାରତୀୟ
ଲଣ୍ଡନ, ୧୦।୬- ୟୁକେରେ ଚଳିତ ମାସ ୨୧ରୁ ଆରମ୍ଭ ହେବାକୁ ଯାଉଛି ‘ଦି ହଣ୍ଡ୍ରେଡ’ମହିଳା କ୍ରିକେଟ ଟୁର୍ନାମେଣ୍ଟ। ଏଥିରେ ୫ ଭାରତୀୟ ମହିଳା ଖେଳାଳି ଅଂଶଗ୍ରହଣ...
ସାଉଥାମ୍ପଟନରେ ବର୍ଷା: ଚତୁର୍ଥ ଦିନ ଖେଳ ବାଧାପ୍ରାପ୍ତ ଆଶଙ୍କା
ସାଉଥାମ୍ପଟନ,୨୧।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍ର ଚତୁର୍ଥ ଦିନରେ ସାଉଥମ୍ପଟନରେ ବର୍ଷା ଲାଗି ରହିଛି। ପ୍ରଥମ ଦିନ ଭଳି...
ଟିମ୍ ଇଣ୍ଡିଆର ଅଧିନାୟକ ହେବାକୁ ଚାହୁଁଥିଲେ ଏହି ମହାନ ଖେଳାଳି
ନୂଆଦିଲ୍ଲୀ, ୧୦।୬: ଦୁଇ ଦୁଇ ଥର ବିଶ୍ୱକପ୍ ଚାମ୍ପିୟନ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ ଯୁବରାଜ ସିଂ (ଯୁବି)। ଅନେକ ଥର ମ୍ୟାଚ୍ ବିଜୟୀ...
ଚର୍ଚ୍ଚାରେ ଏହି ଯୁବ ଆଫଗାନିସ୍ତାନ କ୍ରିକେଟର: କହିଲେ ‘ଧୋନୀଙ୍କ ଅଧୀନରେ ଖେଳିବା ମୋର ସ୍ବପ୍ନ, ଭବିଷ୍ୟତରେ…’
ନୂଆଦିଲ୍ଲୀ,୧୫।୬: ନିକଟ ଅତୀତରେ ଆଫଗାନିସ୍ତାନର କ୍ରିକେଟରମାନେ ଉଲ୍ଲେଖନୀୟ କ୍ରିକେଟ ଖେଳି ଚର୍ଚ୍ଚାରେ ରହିଥିଲେ। ସେମାନଙ୍କ ମଧ୍ୟରୁ ମୁଜିବ-ଉର-ରହମନ ଏବଂ ରଶିଦ ଖାନ ଭଳି ସ୍ପିନ୍ ବୋଲର୍...
ଏହି କ୍ରିକେଟର୍ଙ୍କ ଜ୍ୟାକେଟ୍ ପିନ୍ଧି ଫଟୋ ଶେୟାର କଲେ ଅଭିନେତ୍ରୀ
ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି।...
‘ଦି ହଣ୍ଡ୍ରେଡ୍’ରେ ୫ ଭାରତୀୟ ମହିଳା ଖେଳିବେ
ଲଣ୍ଡନ, ୧୧।୬(ପି.ଟି.)- ୟୁନାଇଟେଡ କିଙ୍ଗ୍ଡମ୍ରେ ଚଳିତ ମାସ ୨୧ରୁ ଆରମ୍ଭ ହେବାକୁ ଯାଉଥିବା ‘ଦି ହଣ୍ଡ୍ରେଡ’ କ୍ରିକେଟ ଟୁର୍ନାମେଣ୍ଟରେ ଭାରତର ୫ ମହିଳା ଖେଳାଳି ଅଂଶଗ୍ରହଣ...


