ଜବଲପୁର,୧୬।୬: ଗୋଟିଏ ଆମ୍ବର ଦାମ୍ ପୁଣି ୨୧ ହଜାର ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ମଧ୍ୟପ୍ରାଦେଶର ଜବଲପୁରରେ ବାସ କରୁଥିବା ଚାଷୀ ଦମ୍ପତି ସଂକଳ୍ପ ପରିହାର ଏବଂ ରାନୀ ପରିହାରଙ୍କ ବଗିଚାରେ ଏହି ଆମ୍ବ ଫଳିଛି। ୨ଟି ଗଛରେ ଫଳିଥିବା ଥିବା ୭ଟି ଲାଲ୍ ରଙ୍ଗର ଆମ୍ବର ସୁରକ୍ଷା ପାଇଁ ୪ ସୁରକ୍ଷାକର୍ମୀ ଏବଂ ୬ କୁକୁରଙ୍କୁ ନିୟୋଜିତ କରାଯାଇଛି। ଚେନ୍ନାଇର ଜଣେ ବ୍ୟକ୍ତି ତାଙ୍କୁ ଏହି ଆମ୍ବର ଗଛର ଚାରା ଦେଇଥିଲେ। ଜାପାନର ମିୟାଜାକି ପ୍ରଜାତିର ଆମ୍ବ ଫଳିଛି। ଏହା ପୃଥିବୀର ସବୁଠାରୁ ମହଙ୍ଗା ଆମ୍ବ। ଅନ୍ତର୍ଜାତୀୟ ବଜାରରେ ଗତବର୍ଷ ଏହି ଆମ୍ବ କିଲୋଗ୍ରାମ୍ ପ୍ରତି ୨ ଲକ୍ଷ ୭୦ ହଜାର ଟଙ୍କାରେ ବିକ୍ରି ହୋଇଥିବା ଚାଷୀ ଦମ୍ପତି ପ୍ରକାଶ କରିଛନ୍ତି। ଗତବର୍ଷ ଚୋର ଗଛରୁ ଆମ୍ବ ଚୋରି କରିବା ସହିତ ବହୁ ଡାଳ ଭାଙ୍ଗି ଦେଇଥିଲେ। ତେବେ ଯତ୍ନ କରି ଗଛ ଦୁଇଟିକୁ ସୁରକ୍ଷିତ ରଖାଯାଇଥିଲା। ଏବର୍ଷ ଯେଭଳି ଆମ୍ବ ଚୋରି ନ ହେବ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସଂକଳ୍ପ ଆମ୍ବ ପ୍ରଜାତିର ନାମ ଜାଣି ନ ଥିବାରୁ ଗତବର୍ଷ ଏହାର ନାମ ତାଙ୍କ ମା‘ଙ୍କ ନାମ ଅନୁସାରେ ଦାମିନୀ ରଖିଥିଲେ। ତେବେ ପରେ ଆମ୍ବର ପ୍ରକୃତ ନାମ ସମ୍ପର୍କରେ ସେ ଜାଣିଥିବା କହିଛନ୍ତି। ସୂଚନାଯୋଗ୍ୟ, ଆଫଗାନିସ୍ତାନର ନୁରଜାହାଁ ଆମ୍ବର ଦାମ୍ ସର୍ବାଧିକ। ଏହା ପଛକୁ ଜାପାନର ମିୟାଜାକି ପ୍ରଜାତିର ଦାମ ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.