ନୂଆଦିଲ୍ଲୀ, ୨୨ା୬: କରୋନା ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହୋଇଥିବାବେଳେ ସିବିଏସ୍ଇ ଏବଂ ସିଆଇଏସ୍ସିଇର ଫଳାଫଳ ମୂଲ୍ୟାୟନ ସୂତ୍ରକୁ ନେଇ କେତେଜଣ ଛାତ୍ରୀଛାତ୍ର ଓ ଅଭିଭାବକ ଚିନ୍ତା ପ୍ରକଟ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦ୍ୱାଦଶ ଶ୍ରେଣୀ ଫଳାଫଳ ମୂଲ୍ୟାୟନ ପାଇଁ ସିବିଏସ୍ଇ ଏବଂ ଆଇସିଏସ୍ଇ ଯୋଜନାରେ ରହିଥିବା ଅଧିକାଂଶ ଅନୁଚ୍ଛେଦ ଅପ୍ରତ୍ୟାଶିତ ଏବଂ ଏହା ପିଲାମାନଙ୍କ ଭବିଷ୍ୟତ ସମ୍ଭାବନାକୁ କ୍ଷତି ପହଞ୍ଚାଇବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଆବେଦନ ଉପରେ ସୋମବାର ଶୁଣାଣି କରି ଉଭୟ ସିବିଏସ୍ଇ ଏବଂ ସିଆଇଏସ୍ସିଇ ବୋର୍ଡକୁ ମଙ୍ଗଳବାର ସୁଦ୍ଧା ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ଜଷ୍ଟିସ୍ ଏ.ଏମ୍. ଖାନ୍ଓ୍ବିଲିକର ଏବଂ ଦୀନେଶ ମାହେଶ୍ୱରୀଙ୍କ ସ୍ବତନ୍ତ୍ର ଖଣ୍ଡପୀଠ କହିଛନ୍ତି। ଏହି ମାମଲାରେ ବିଚାରାଧୀନ ସମସ୍ତ ପିଟିଶନର ଶୁଣାଣି ମଙ୍ଗଳବାର ହେବ। କେତେକ ପିଟିଶନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବାବେଳେ ଅନ୍ୟ ପିଟିଶନରେ ଉଭୟ ବୋର୍ଡର ମୂଲ୍ୟାୟନ ସୂତ୍ରକୁ ବିରୋଧ କରାଯାଇଛି।
ଅନ୍ୟପକ୍ଷରେ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଫଳାଫଳ ଲାଗି ମୂଲ୍ୟାୟନ ସୂତ୍ରରେ ସଂଶୋଧନ କରାଯାଇଥିବା ସିବିଏସ୍ଇ ଏବଂ ସିଆଇସିଏସ୍ଇ କର୍ତ୍ତ୍ୱୃପକ୍ଷ ସୋମବାର ସର୍ବୋଚ୍ଚ ଅଦାଲତଙ୍କୁ ସତ୍ୟପାଠ ମାଧ୍ୟମରେ ଜଣାଇଛନ୍ତି। ଛାତ୍ରୀଛାତ୍ରମାନଙ୍କ ଠାରୁ କୌଣସି ପ୍ରତିବାଦ ଆସିଲେ ତାହାର ସମାଧାନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଉଭୟ ବୋର୍ଡ କହିଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ବିବାଦ ସମାଧାନ ପାଇଁ ଏକ ଧାରା ସଂଯୋଗ କରିଛି। ଏହି ଧାରା ଅନୁଯାୟୀ ଫଳାଫଳ ହିସାବକୁ ନେଇ ବିବାଦ ଉପୁଜିଲେ, ଏହାର ସମାଧାନ ଲାଗି ବୋର୍ଡ ଦ୍ୱାରା ନିଯୁକ୍ତ କମିଟିକୁ ପଠାଯିବ। ଫଳାଫଳ ଘୋଷଣା ପରେ ଯଦି ଛାତ୍ରୀଛାତ୍ର ଏଥିରେ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେମାନେ ପରେ ପରୀକ୍ଷା ଦେଇପାରିବେ। ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଅନ୍ଲାଇନ ନାମ ପଞ୍ଜୀକରଣ ସୁବିଧା ଯୋଗାଇ ଦିଆଯିବ। ସୁପ୍ରିମକୋର୍ଟଙ୍କ ଗତ ୧୭ ତାରିଖ ନିର୍ଦ୍ଦେଶ ଅନୁଯାୟୀ ବିବାଦ ସମାଧାନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସିବିଏସ୍ଇ ଘୋଷଣା କରିଥିବା ଚୂଡ଼ାନ୍ତ ଫଳାଫଳରେ ସଂଶୋଧନ ପାଇଁ ଛାତ୍ରୀଛାତ୍ର ଆବେଦନ କଲେ ତାହାର ସମାଧାନ କରାଯିବ। ମହାମାରୀ ସ୍ଥିତିରେ ସୁଧାର ଆସିଲେ ଇଚ୍ଛାଧୀନ ପରୀକ୍ଷା ହେବ। ପରୀକ୍ଷା ତାରିଖ ସମ୍ପର୍କରେ ପୂର୍ବରୁ ଜଣାଇଦେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। କେବଳ ମୁଖ୍ୟ ବିଷୟର ପରୀକ୍ଷା ହେବ। ପରୀକ୍ଷାରେ ପିଲା ରଖିଥିବା ନମ୍ବରକୁ ଚୂଡ଼ାନ୍ତ ଧରାଯିବ ବୋଲି ସିବିଏସ୍ଇ ସର୍ବୋଚ୍ଚ ଅଦାଲତରେ ଦାଖଲ କରିଥିବା ସତ୍ୟପାଠରେ କହିଛି। ୨୦୨୧ ଜୁଲାଇ ୩୧ ସୁଦ୍ଧା ଚଳିତ ବର୍ଷର ଦ୍ୱାଦଶ ଫଳାଫଳ ଘୋଷଣା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଫଳକୁ ନେଇ ଅସନ୍ତୁଷ୍ଟ ପିଲାଙ୍କ ପାଇଁ ପରୀକ୍ଷା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ଯେକୌଣସି ସମୟରେ ହେବ ବୋଲି ସିିବିଏସ୍ଇ ପରୀକ୍ଷା ନିୟନ୍ତ୍ରକ ସନ୍ୟମ ଭରଦ୍ୱାଜ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ ରହିଛି। ଘରୋଇ କିମ୍ବା ଦ୍ୱିତୀୟ ଥର ପରୀକ୍ଷା ଦେଉଥିବା କମ୍ପାର୍ଟମେଣ୍ଟ ପ୍ରାର୍ଥୀଙ୍କ କ୍ଷେତ୍ରରେ ଗତବର୍ଷ ସୁପ୍ରିମକୋର୍ଟ ଅନୁମୋଦନ କରିଥିବା ୨୦୧୯-୨୦ ଶିକ୍ଷାବର୍ଷ ମୂଲ୍ୟାୟନ ନୀତିରେ ଫଳାଫଳ ନିର୍ଦ୍ଧାରଣ କରାଯିବ।
ସେହିପରି ସିଆଇଏସ୍ସିଇ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ଏହା ମୂଲ୍ୟାୟନ ସୂତ୍ରରେ ସଂଶୋଧନ କରିଛି। ଜୁଲାଇ ୩୧ କିମ୍ବା ଏହା ପୂର୍ବରୁ ଫଳାଫଳ ପ୍ରକାଶ ପାଇବ। ମାର୍କ ହିସାବରେ ତ୍ରୁଟି ଥିଲେ ପିଲା ସମ୍ପୃକ୍ତ ସ୍କୁଲ୍କୁ ଲିଖିତ ଆବେଦନ କରିବେ। ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ ଆବେଦନର ସମୀକ୍ଷା କରିବା ପରେ ଏହାକୁ ବୋର୍ଡକୁ ପଠାଇବେ। ଫଳ ପ୍ରକାଶନର ୭ ଦିନ ମଧ୍ୟରେ ଆବେଦନ ପତ୍ର ବୋର୍ଡରେ ପହଞ୍ଚତ୍ବା ଆବଶ୍ୟକ, ନଚେତ ଏହା ଗ୍ରହଣୀୟ ହେବନାହିଁ। ବୋର୍ଡ କର୍ତ୍ତୃପକ୍ଷ ଆବେଦନପତ୍ରର ସମୀକ୍ଷା କରିବା ପରେ ମାର୍କରେ ସଂଶୋଧନ ଆବଶ୍ୟକ ଅନୁଭବ କଲେ ଏ ନେଇ ସମ୍ପୃକ୍ତ ସ୍କୁଲ୍ ମୁଖ୍ୟଙ୍କୁ ଜଣାଇବେ। ବିବାଦ ସମାଧାନ ପାଇଁ ସିଆଇଏସ୍ସିଇ ଏକ ଇନ୍ହାଉସ୍ କମିଟି ଗଠନ କରିବ ବୋଲି ସତ୍ୟପାଠରେ କହିଛି। ସେହିପରି ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବା ପିଲା ଗୋଟିଏ କିମ୍ବା ଏକାଧିକ ବିଷୟରେ ଲିଖିତ ପରୀକ୍ଷା ଦେବା ପାଇଁ ଆବେଦନ କରିପାରିବେ। ସ୍ଥିତି ସୁଧୁରିଲେ ସେପ୍ଟେମ୍ବର ୧ ପୂର୍ବରୁ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସିଆଇଏସ୍ସିଇ କହିଛି। ଉକ୍ତ ଲିଖିତ ପରୀକ୍ଷାରେ ଛାତ୍ରୀଛାତ୍ର ରଖିଥିବା ନମ୍ବରକୁ ସେମାନଙ୍କର ଚୂଡ଼ାନ୍ତ ମାର୍କ ବିବେଚନା କରାଯିବ।
Posted inକରୋନା ଭାଇରସ୍, ଜାତୀୟ View All
ସାବରମତି ନଦୀରେ କୋଭିଡ-୧୯ ଭାଇରସ୍
ଅହମଦାବାଦ,୧୮।୭: କରୋନା ଭାଇରସ୍ର ଦ୍ୱିତୀୟ ଲହରର ସ୍ଥିତି ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ ଦେଶରେ କରୋନା ସଙ୍କଟ ଏବେ ବି ଜାରି ରହିଛି।...
ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ନେଲା ପ୍ରଥମ ଜୀବନ…
ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ସମ୍ପର୍କରେ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଡେଲ୍ଟା ଭାରିଆଣ୍ଟ୍ର...
ଆଜି ଦେଶରେ ୫୧,୬୬୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୨୯ ମୃତ
ନୂଆଦିଲ୍ଲୀ,୨୫ା୬: ଗତ ୨୪ ଘଣ୍ଟାରେ ଦେଶରୁ ୫୧,୬୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୪,୫୨୭ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଥିବା କେନ୍ଦ୍ର...
ଡ୍ୟୁଟିରେ ଫୋନ ବ୍ୟବହାର କରିପାରିବେ ନାହିଁ ପୋଲିସ ଅଧିକାରୀ
ପାଟଣା, ୨।୬: ଡ୍ୟୁଟିରେ ଥିବାବେଳେ ପୋଲିସ କର୍ମୀ ମୋବାଇଲ ଫୋନ କିମ୍ବା କୌଣସି ପ୍ରକାର ବୈଦ୍ୟୁତିକ ଉପକରଣ ବ୍ୟବହାର କରିପାରିବେ ନାହିଁ। ବିହାର ପୋଲିସ ଅଧିକାରୀଙ୍କ...
ମେ’ ମାସ ସାଜିଲା ଘାତକ: ୯୯ ହଜାର ୬୮୦ କରୋନା ଆକ୍ରାନ୍ତଙ୍କ ଜୀବନ ନେଲା…
ନୂଆଦିଲ୍ଲୀ,୧।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ମେ’ ମାସରେ କରୋନା ଘାତକ ସାଜିଛି। ଏହି ମାସରେ ଦେଶରେ...
୮୮୭ ମହାମାରୀ ଭୂତାଣୁ ତାଲିକା ପ୍ରସ୍ତୁତ, ୩୦ ମଧ୍ୟରେ ରହିଛି ତାଣ୍ଡବ ରଚିବା ଶକ୍ତି…
କାଲିଫର୍ନିଆ,୨୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଆମେରିକାର କାଲିର୍ଫନିଆ ବିଶ୍ୱବିଦ୍ୟାଳୟର ସଂକ୍ରାମକ ରୋଗ ବିଶେଷଜ୍ଞ ଜୋନା ମୈଜେଟ୍ ୮୮୭...
ଦିଲ୍ଲୀ-କେନ୍ଦ୍ର ମୁହାଁମୁହିଁ: ମୁହଁ ଖୋଲିଲେ ଅଡିଟ୍ କମିଟି ମୁଖ୍ୟ
ନୂଆଦିଲ୍ଲୀ,୨୬।୬: କୋଭିଡ୍ର ଦ୍ୱିତୀୟ ଲହର ଶୀର୍ଷରେ ଥିବାବେଳେ ଦିଲ୍ଲୀ ଅକ୍ସିଜେନ ଅଭାବକୁ ବଢ଼େଇ ଚଢ଼େଇ ପ୍ରକାଶ କରିଥିବା କହିବା ଉଚତ୍ ହେବ ନାହିଁ। ଏଭଳି ମନ୍ତବ୍ୟ...
‘ସବୁଦିନ ପାଇଁ ୩୭୦ ଧାରାକୁ ସମାଧି ଦିଆଯାଇଛି’
ଶିମଲା,୧୫।୬: ଜମ୍ମୁ-କଶ୍ମୀରର ୩୭୦ ଧାରାକୁ ସବୁଦିନ ପାଇଁ ସମାଧି ଦିଆଯାଇଛି। ବର୍ତ୍ତମାନ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ରାଜ୍ୟକୁ ପୁଣି ଥରେ ରାଜ୍ୟ ମାନ୍ୟତା...


