ଆଜିକାଲି ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମହିଳା ଜଣଙ୍କ ହେଉଛନ୍ତି ୮୩ ବର୍ଷିୟା ଭାରୋତ୍ତୋଳନକାରୀ କିରଣ ବାଇ। କିରଣ ବାଇଙ୍କ ନାତି ସୋସିଆଲ ମିଡିଆରେ ତାଙ୍କ ଜେଜେମା’ଙ୍କ ଭିଡିଓ ଏବଂ ଫଟୋ ଶେୟାର କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି। କିରଣ ଚେନ୍ନାଇରେ ରୁହନ୍ତି। ପିଲାଦିନରୁ ସେ ଖୋ ଖୋ, କବାଡି ପରି କ୍ରୀଡା ପ୍ରତି ଆଗ୍ରହୀ ଥିଲେ। ଏହି ବୟସରେ ମଧ୍ୟ ସେ ବହୁତ ଫିଟ। ଭାରୋତ୍ତୋଳନକାରୀ ହେବାକୁ ତାଙ୍କର ଯାତ୍ରା ଗତ ବର୍ଷ ଏକ ଦୁର୍ଘଟଣା ପରେ ଆରମ୍ଭ ହୋଇଥିଲା। ଗତ ବର୍ଷ ଏକ ଦୁର୍ଘଟଣାରେ ଗୋଡରେ ଆଘାତ ପାଇଥିଲେ। ଏହି କାରଣରୁ ସେ ସଠିକ ଚାଲିବା ପାଇଁ ବହୁତ ସମୟ ଲାଗିଥିଲା। ସେ ପୁଣି ଚାଲିବାକୁ ସକ୍ଷମ ହେବେ କି ନାହିଁ ସେ ଭୟଭୀତ ହେବାକୁ ଲାଗିଲେ। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ତାଙ୍କ ନାତି ଜଣେ ଜିମ ପ୍ରଶିକ୍ଷକ ଏବଂ ତାଙ୍କ ନାତି ହିଁ ତାଙ୍କ ଚାଲିବାର ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ଥିଲେ। ପୁରା ଘରକୁ ଏକ ଜିମରେ ପରିଣତ କରିଥିଲେ। ନାତି ମଧ୍ୟ ତାଙ୍କ ଜେଜେମା’ଙ୍କ ପାଇଁ ବ୍ୟାୟାମ ବ୍ୟବସ୍ଥା କରିଥିଲେ। ସେହି ଦିନଠାରୁ ସେ ଆଉ ପଛକୁ ଚାହିଁ ନ ଥିଲେ। ସେ ସପ୍ତାହରେ ତିନିଥର ଭାର ଉଠାନ୍ତି। ଚଳିତ ବର୍ଷ ତାଙ୍କର ୮୩ ତମ ଜନ୍ମଦିନରେ, ନାତି ମଧ୍ୟ ତାଙ୍କର ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ୨୫ କିଲୋଗ୍ରାମ ଓଜନ ଉଠାଉଥିବାର ନଜର ଆସିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.